ଅଣ୍ଟା ଦରଜ ପାଇଁ ମଣିଷକୁ ଦେଇଦେଲେ ଗାଈ ଇଞ୍ଜେକ୍ସନ

Quack Giving Cow Injection To Human In Karanjia For Waist Pain

କରଞ୍ଜିଆ: ଗାଁରେ ଚାଲିଛି କ୍ୱାକ୍ ଚିକିତ୍ସା । ଜର ହେଉ କି ଗୋଡ଼ହାତ ବିନ୍ଧା ଅବା ମୁଣ୍ଡ ଦରଜ । ମନ ଇଚ୍ଛା ଇଞ୍ଜେକ୍ସନ୍ ସହ ଔଷଧ ଦେଉଛନ୍ତି କ୍ୱାକ୍ । ପ୍ରଶିକ୍ଷଣ ନନେଇ ଅଭିଜ୍ଞତା ନଥାଇ କ୍ୱାକଙ୍କ ଏଭଳି କାର୍ଯ୍ୟ ଯୋଗୁ ଲୋକେ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଆଉ ମଣିଷ ଦେହରେ ଗାଈ ଇଞ୍ଜେକ୍ସନ ଫୋଡ଼ା ଦେଇଛନ୍ତି କ୍ୱାକ୍ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ମହୁଲଡିହା ଅଞ୍ଚଳର କ୍ବାକ୍ ଏଭଳି ଅଜବ ଚିକିତ୍ସା କରିଛନ୍ତି । ଅଭିଯୋଗ ଅନୁସାରେ ମହୁଲଡିହା ଗାଁର ଶ୍ରୀକାନ୍ତ ମହାନ୍ତ ଦୀର୍ଘ ଦିନ ଧରି ଅଣ୍ଟା ଦରଜ ଯନ୍ତ୍ରଣାରେ ପୀଡ଼ିତ ଥିଲେ ।

Quack Giving Cow Injection To Human In Karanjia For Waist Pain

ଅନେକ ସ୍ଥାନରୁ ଔଷଧ ଖାଇଲେ ମଧ୍ୟ କୌଣସି ଉପଷମ ମିଳୁନଥିଲା । ଏହା ଜାଣି ଜଣେ କ୍ୱାକ୍ ଶ୍ରୀକାନ୍ତଙ୍କ ଘରେ ପହଞ୍ଚି ତାଙ୍କୁ ମଣିଷ ଔଷଧ ବଦଳରେ ଗାଈଙ୍କୁ ଦିଆଯାଉଥିବା ଇଞ୍ଜେକ୍ସନ ଦେଇଥିଲେ । ଏନେଇ ସ୍ଥାନୀୟ ଲୋକ ଜାଣିବା ପରେ କ୍ୱାକ ଜଣଙ୍କୁ ଅଟକ ରଖିଥିଲେ । ରୋଗୀଙ୍କ କ୍ଷେତ୍ରରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଗଲେ ସେ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି କହିବା ପରେ କ୍ୱାକଙ୍କୁ ଛାଡ଼ି ଦେଇଛନ୍ତି ଗାଁ ଲୋକ ।