ରାତିରେ ପ୍ରେମିକା ସହିତ ଚାଲିଥିଲା ଚୋରା ପୀରତି, ଗାଁ ଲୋକ ମନ୍ଦିରରେ ବାହା କରିଦେଲେ

ଛପରା: ବିହାରର ଛପରାରୂ ଆସିଛି ଏକ ଅଜବ ଘଟଣା । ଯେଉଁଥିରେ ପ୍ରେମିକାକୁ ଦେଖା କରିବାକୁ ଯାଇ ଫସିଗଲେ ପ୍ରେମିକ । ସୂଚନା ଅନୁସାରେ ମାମଲା ତରାୟା ଥାନା ଅଞ୍ଚଳର । ଭାଉଜଙ୍କ ସାନ ଭଉଣୀ ସହିତ ଜଣେ ଯୁବକଙ୍କ ଅଫେୟର ଚାଲିଥାଏ । ଅଧିକାଂଶ ସମୟରେ ଉଭୟଙ୍କର ଦେଖା ସାକ୍ଷାତ ମଧ୍ୟ ହୁଏ । ଖାଲି ସେତିକି ନୁହେଁ ଅନେକ ଥର ଠିକ୍‌ ହୋଇଥିବା ଯୁବତୀଙ୍କ ବାହାଘରକୁ ମଧ୍ୟ ଫଟୋ ଦେଖାଇ ଯୁବକ ଜଣକ ଭାଙ୍ଗି ଦେଇଥିବା କୁହାଯାଉଛି । ଯେଉଁଥିପାଇଁ ଯୁବକଙ୍କ ଘରଲୋକ ଖୁବ୍‌ ଚିନ୍ତାରେ ଥିଲେ ।

ଗୁରୁବାର ଯୁବକ ଜଣକ ପୁଣିଥରେ ପ୍ରେମିକାକୁ ସାକ୍ଷାତ କରିବାକୁ ଯାଇଥିଲେ । ଦୁର୍ଭାଗ୍ୟବଶତଃ ଗାଁ ଲୋକଙ୍କ ନଜରରେ ପଡ଼ିଲା ଏହି ଘଟଣା । ଏହାପରେ ଗାଁ ଲୋକ ଲୋକ ପ୍ରତିନିଧି ଏବଂ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଦୁଇଜଣଙ୍କ ବିବାହ କରିଦେଲେ ।  ଅନ୍ୟପଟେ ବିବାହର ଭିଡ଼ିଓ କେହି ଜଣେ କ୍ୟାମେରାରେ କଏଦ କରି ଭାଇରାଲ କରିଦେଇଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ନାଳନ୍ଦାରୁ ମଧ୍ୟ ଏହିଭଳି ଏକ ସମାନ ଘଟଣା ସାମ୍ନାକୁ ଆସିଥିଲା । ଏପ୍ରିଲ ୫ରେ ନାଳନ୍ଦାର ଏକ ପ୍ରେମୀ ଯୁଗଳ ଲୁଚି ଲୁଚି ସାକ୍ଷାତ କରୁଥିବାବେଳେ ଗାଁ ଲୋକ ଦେଖିଦେଲେ । ଯାହାପରେ  ଝିଅର ଗାଁ ଲୋକ ମନ୍ଦିରକୁ ନେଇ ଉଭୟଙ୍କ ବିବାହ କରିଦେଲେ ।