ଖରାଦିନେ କମ୍ ପାଣି ପିଉଥିଲେ ହୋଇପାରେ ଏହି ରୋଗ…

1 min read

ଜଳ ହିଁ ଜୀବନ । ସୁସ୍ଥ ଓ ନିରୋଗ ରହିବା ପାଇଁ ଆମ ଶରୀର ପ୍ରଚୁର ପାଣି ଆବଶ୍ୟକ କରେ । ଖରାଦିନେ ପ୍ରତ୍ୟେକ ଶରୀରରକୁ ଯଥେଷ୍ଟ ପରିମାଣର ଜଳ ଯୋଗାଇବା ଆବଶ୍ୟକ । ଯଥେଷ୍ଟ ପାଣି ପିଇବା ଦ୍ୱାରା ଶରୀରରେ ଅନେକ ରୋଗ ଭଲ ହେବା ସହ ଶରୀରରେ ଥିବା ଦୂଷିତ ପଦାର୍ଥ ମୁତ୍ରାଶୟ ଦେଇ ନିଷ୍କାସିତ ହୋଇଥାଏ । ଏଥିସହ ହାଇଡ୍ରେସନ୍ ସଠିକ୍ ଭାବେ ହୋଇଥାଏ । ଯେଉଁମାନେ କମ୍ ପାଣି ପିଉଛନ୍ତି । ସେମାନଙ୍କୁ ଅନେକ ଭୟଙ୍କର ରୋଗ ହେବାର ସମ୍ଭାବନା ରହିଥାଏ ।

ୟୁଏସ୍ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ରିସର୍ଚ୍ଚର ଡାକ୍ତର ନତାଲିଆ ଦିମିତ୍ରିୱାଙ୍କ କହିବାନୁସାରେ ଅନେକ ରୋଗର ଉପଶମ ହେଉଛି କେବଳ ଯଥେଷ୍ଟ ପରିମାଣର ପାଣି । ନତାଲିଆ ନିଜର ଏକ ଟିମ୍ ଗଠନ କରି ୧୨ ହଜାର ଆମେରିକୀୟଙ୍କୁ ନେଇ ଏକ ପରୀକ୍ଷା କରିଥିଲେ । ଯେଉଁଥିରେ କେବଳ ୪୪ରୁ ୬୬ ବୟସର ବ୍ୟକ୍ତିଙ୍କୁ ସାମିଲ କରାଗଲା । ହୃଦୟ ସମ୍ପନ୍ଧିତ ରୋଗ, ମଧୁମେହ କିମ୍ୱା ମେଦବହୁଳତା ଭଳି କୌଣସିଟି ରୋଗରେ ଏମାନେ ଆକ୍ରାନ୍ତ ନଥିଲେ । ମାତ୍ର ସମୟକ୍ରମେ ଏମାନଙ୍କ ମଧ୍ୟରୁ ୧ ହଜାର ୩୬୬ ଜଣ ଏହିସବୁ ରୋଗରେ ଆକ୍ରାନ୍ତ ହେବାର ଦେଖିବାକୁ ମିଳିଥିଲା । ରକ୍ତରେ ଥିବା ସୋଡ଼ିୟମ୍ ପରୀକ୍ଷା କରାଯିବା ପରେ ଏହି ବ୍ୟକ୍ତିବିଶେଷଙ୍କର ଫ୍ଲୁଇଡ୍ ସ୍ତର କମ୍ ଥିବାର ଜଣାପଡ଼ିଲା ।

ସାଧାରଣତଃ ଜଣେ ସୁସ୍ଥ ମଣିଷ ଶରୀରରେ ସୋଡ଼ିୟମର ମାତ୍ରା ୧୩୫ରୁ ୧୪୬ ମିଲିଇକ୍ୟୁଇବେଲେଣ୍ଟ ପ୍ରତି ଲିଟର ମଧ୍ୟରେ ରହିଥାଏ । ମାତ୍ର ଯେଉଁ ବ୍ୟକ୍ତିଙ୍କର ମଧ୍ୟମ ବୟସରେ ସୋଡ଼ିୟମର ମାତ୍ରା ୧୪୩ ମଧ୍ୟରେ ରହିଥାଏ । ସେମାନଙ୍କର ହୃଦଘାତ ହେବାର ୩୯ ଶତକଡ଼ା ସମ୍ଭାବନା ଥାଏ । ରିପୋର୍ଟ ମୁତାବକ ୭୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କର ସୋଡ଼ିୟମ୍ ମାତ୍ରା ୧୪୩ ମିଲିଇକ୍ୟୁଇବେଲେଣ୍ଟଲ । ଏଥିସହ ଏହି ବୟସ ବ୍ୟକ୍ତିଙ୍କର ହାର୍ଟ ଲାଇନ୍ ମୋଟା ହେବାର ସମସ୍ୟା ଦେଖାଦେଇପାରେ । ଏହି ସମସ୍ୟା ୬୨ ଶତକଡ଼ା ଦେଖାଦେଇପାରେ ।

ଚାହା, ଫଳରସ କିମ୍ୱା ପାଣି ଶରୀର ଯଥେଷ୍ଟ ପରିମାଣର ତରଳ ପଦାର୍ଥ ଆବଶ୍ୟକ କରିଥାଏ । ପର୍ଯ୍ୟାପ୍ତ ପରିମାଣର ଜଳ ହୃଦଘାତ ତଥା ଅନେକ ରୋଗରୁ ରକ୍ଷା କରିଥାଏ । ଶରୀରକୁ ସୁସ୍ଥ ରଖିବା ପାଇଁ ମହିଳାଙ୍କୁ ପ୍ରତିଦିନ ୬ରୁ ୮ କପ୍(୧.୫-୨.୧ଲିଟର), ପୁରୁଷଙ୍କୁ ୮ରୁ ୧୦ କପ୍(୨-୩ ଲିଟର) ପାଣି ପିଇବା ଆବଶ୍ୟକ । ଏଥିସହ ହୃଦଘାତରୁ ମୁକ୍ତି ପାଇଁ ନିୟମିତ ବ୍ୟାୟାମ ସହ ସିଗାରେଟ୍ ଏବଂ ମଦଠୁ ଦୂରେଇ ରୁହନ୍ତୁ । ସତେଜ ଏବଂ ସବୁଜ ପନିପରିବା ସହ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ ।