ମୁଁ ହତ୍ୟାକାରୀ ଶିବ କହୁଛି: ସେଦିନ ଉଲଗ୍ନ ହୋଇ ୫ଜଣଙ୍କୁ ହାଣିଥିଲି

ନନ୍ଦିଘୋଷ ବ୍ୟୁରୋ: ମୁଁ ଶିବ… ମୁଁ ହତ୍ୟାକାରୀ ଶିବ କହୁଛି । ମୁଁ ସେଇ ଶିବ, ଯିଏ ସମ୍ପତ୍ତିର ଅହଂରେ ଉଜାଡି ଦେଇଛି ବଡ ଭାଇର ସଂସାର  ।  ମୋରି ହାତରେ ବଡ଼ଭାଇର ପରିବାରକୁ ସଫା କରି ଦେଇଛି । ଅନ୍ଧାର କୋଠିରେ ଗୋଟି ଗୋଟି କରି ପାଞ୍ଚଜଣଙ୍କୁ ହାଣିଛି  । ଗଣି ଗଣି ସମସ୍ତଙ୍କ ଗୋଡର ଗୋଛି କାଟିଛି  ।  ହତ୍ଯା ଯୋଜନା ଗୋଟିଏ ରାତିର ନୁହେଁ । ହତ୍ୟା ପାଇଁ ଅନେକ ଦିନ ଆଗରୁ ପ୍ଲାନ କରିଥିଲି । ହତ୍ୟା ପୂର୍ବରୁ ବାଲିଚନ୍ଦ୍ରପୁର ବଜାରରେ କଟୁରୀ ପଜାଇ ଥିଲି । ଯୋଜନା କରିଥିଲି  । ୧୧ ତାରିଖ ଦିନ ବଡ଼ଭାଇଙ୍କ ଘରେ ଥିଲି । ସେଦିନ ବାଥରୁମକୁ ନେଇ ଭାଉଜଙ୍କ ସହ ମୋର ଝଗଡ଼ା ହୋଇଥିଲା । ଯାହାକୁ ନେଇ ଭାଇ ମୋତେ ତାଗିଦ୍ କରିଥିଲେ । ଏପରିକି ମୋତେ ବାଥରୁମରେ ଚାବି ପକାଇ ଦେଇଥିଲେ ।

ମୁଁ ଉତକ୍ଷିପ୍ତ ହୋଇ ପଡ଼ିଥିଲି । ରାତିରେ ଭାଉଜ ଖାଇବାକୁ ଡାକିଥିଲେ ବି ଖାଇ ନଥିଲି । କିଛି ବାହନା କରି ଶୋଇ ଯାଇଥିଲି । ସନ୍ଧ୍ୟାରେ ବଜାରରୁ ମଦ ଆଣିଥିଲି । ନିଶା ହେବା ପରେ ମାରିବି ବୋଲି ଭାବିଥିଲି । ବିଳମ୍ବିତ ରାତିରେ ନିଶାରେ ମସଗୁଲ୍ ହେବା ପରେ ବଡ଼ଭାଇଙ୍କ ଶୋଇବା ଘରେ ପଶିଥିଲି । ନିବସ୍ତ୍ର ଥିଲି  ।  ସମସ୍ତେ ଶୋଇଥିଲେ, ଘରର ଲାଇଟ୍ ବନ୍ଦ ଥିଲା । ଉଲ୍ଲଗ୍ନ ହୋଇ ଜଣେ ପରେ ଜଣଙ୍କୁ ଚୋଟ ପକାଇଥିଲି  । ପ୍ରଥମେ ଭାଉଜ ରଶ୍ମିତା ପରେ ବଡ଼ଭାଇ ଅଲେଖକୁ ମାରିଥିଲି । ଭାଇ ଭାଉଜକୁ ହତ୍ୟା କରିବା ପରେ ପୁତୁରା ଝିଆରୀଙ୍କ ନିଦ ଭାଙ୍ଗିଯାଇଥିଲା  । ସେମାନେ ଜାଣିପାରିଥିଲେ  । ବଞ୍ଚିବା ପାଇଁ ଆକୁଳି ନିବେଦନ କରୁଥିଲେ, ଭୟରେ ଆତ ଚିତ୍କାର କରୁଥିଲେ  । କିନ୍ତୁ ମୋ ହିଂସ୍ର କଟୁରୀ ଆଗରେ ସେମାନଙ୍କ କାକୁତି ମିନତି କାମ ଦେଇନଥିଲା  । ଦୁଇ ପୁତୁରାଙ୍କୁ ଚୋଟ ପକାଇ ମାରିସାରିବା ପରେ, ଝିଆରିର ତଣ୍ଟି କାଟି ଦେଇଥିଲି । ଏମିତିକି ଖୋଜି ଖୋଜି ସମସ୍ତଙ୍କ ଗୋଡ଼ର ଗୋଛି କାଟିଥିଲି  ।

କାଳେ ବଞ୍ଚିଯାଇଥିବେ ସେନେଇ ସେମାନଙ୍କ ଶିରା ପ୍ରସିରା ଓ ଶରୀରର ବିଭିନ୍ନ ଆଙ୍ଗକୁ ଆଉ ଥରେ ହାଣିଥିଲି  । ମୃତ୍ୟୁ ହୋଇଥିବା  ନେଇ ନିଶ୍ଚିତ ହେବା ପରେ ଛାତ ଉପରକୁ ୟାଇଥିଲି  ।  ପ୍ରାୟ ଘଣ୍ଟେ କାଳ ଛାତ ଉପରେ ଥଣ୍ଡା ପବନରେ ବସିଥିଲି । ଗାଁରେ କିଏ ଉଠିବା ପୂର୍ବରୁ ଗାଁ ଛାଡିଥିଲି  । ହଁ ଫେରିବା ବେଳେ ବଡ଼ଭାଇ ଘରର ମୁଖ୍ୟ ଫାଟକରେ ତାଲା ପକାଇ ଭଡ଼ା ଘରକୁ  ପଳାଇଥିଲି । ଫେରାର ହୋଇଯିବା ନେଇ ପ୍ଲାନ କରିଥିଲି  । କିନ୍ତୁ ସକାଳକୁ ନିଶା ଛାଡିଥିଲା, ପାଞ୍ଚ ପାଞ୍ଚ ଜଣଙ୍କୁ ହତ୍ୟା କରିବା  ପଶ୍ଚାତାପ କରୁଥିଲା । କାହାକୁ କିଛି ନଜଣାଇ ବାଲିଚନ୍ଦ୍ରପୁର ଥାନାକୁ ବାହାରିଥିଲି । ଫୋନରେ ଭିଡ଼ିଓ ରେକର୍ଡ କରି ଏନେଇ ଅବଗତ କରିଥିଲି  । ପାଖରେ ଟଙ୍କା ନଥିବାରୁ ମାହାଙ୍ଗା ଥାନାକୁ ଯାଇପାରିଲିନି  । ପାଖ ବାଲିଚନ୍ଦ୍ରପୁର ଥାନାକୁ ଚାଲିଆସିଥିଲି  ।