ପୋଲିସ ବାବୁଙ୍କ ପୁଅ କରୁଛନ୍ତି ଫେକ୍ ପାନକାର୍ଡ

1 min read

ସମ୍ବଲପୁର: ବୁର୍ଲା ଥାନାର ଏସପିଓଙ୍କ ପୁ୍ଅ ଅଚ୍ୟୁତାନନ୍ଦ ବଢେଇଙ୍କ ନାଁରେ ଫେକ୍ ପାନକାର୍ଡ ତିଆରି କରି ବଡ଼ଧରଣର ଠକେଇ ଅଭିଯୋଗ | ଏନେଇ 4 ଜଣଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ | ଗିରଫ ଅଭିଯୁକ୍ତମାନେ ହେଲେ ଅର୍ବାନ କୋଅପରେଟିଭ ବ୍ଯାଙ୍କର ଆସିଷ୍ଟାଣ୍ଟ ମ୍ଯାନେଜର ଅକ୍ଷୟ ନାୟକ, ସିନିୟର କ୍ଲର୍କ ପ୍ରଶାନ୍ତ ଜେନା, ସୁବାଷ ସ୍ୱାଇଁ ଓ ଅମିତ ବେରିଓ୍ବାଲ | ଅଚ୍ୟୁତ ସମ୍ବଲପୁର ଜିଲ୍ଲାର ହୋଇଥିବାବେଳେ ତାଙ୍କ ନାଁରେ ଫେକ୍ ପାନକାର୍ଡ ଓ କାଗଜପତ୍ର ତିଆରି କରି ନାଗପୁରର ଏକ ଅର୍ବାନ କୋ-ଅପରେଟିଭ ବ୍ୟାଙ୍କରେ ଆକାଉଣ୍ଟ ଖୋଲାଯାଇଥିଲା ।

ପରେ ରାଉଲକେଲା ଅର୍ବାନ କୋଅପରେଟିଭ ବ୍ୟାଙ୍କକୁ ସ୍ଥାନାନ୍ତର କରାଯାଇଥିଲା । 2017-18 ଆର୍ଥିକ ବର୍ଷରେ 13 କୋଟି 76 ଲକ୍ଷ 2 ହଜାର 734 ଟଙ୍କାର କାରବାର ହୋଇଥିଲା । ଅଚ୍ୟୁତଙ୍କୁ ଆୟକର ପୈଠ କରିବା ପାଇଁ ଆୟକର ବିଭାଗ ନୋଟିସ ଦେବାରୁ ସବୁ କଥା ସାମ୍ନାକୁ ଆସିଥିଲା | ଏନେଇ ସାଇବର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି 4ଜଣଙ୍କୁ ଗିରଫ କରିଛି | ପୂର୍ବରୁ ଏମାନଙ୍କ ନାଁରେ 124 କୋଟି ଜିଏସଟି ଠକେଇ ଅଭିଯୋଗ ହୋଇଥିଲା | ଏମାନଙ୍କଠାରୁ ଗୋଟିଏ ଇନୋଭା କାର୍, ଗୋଟିଏ ଆଇଫୋନ, ଅନ୍ଯାନ୍ୟ ବ୍ଯାଙ୍କ ଆକାଉଣ୍ଟ ଜବତ ହୋଇଛି | ଏମାନେ ୫୦ରୁ ଅଧିକ ଫେକ ଆକାଉଣ୍ଟ ଖୋଲିଥିବା ପୋଲିସ କହିଛି |