spot_img
Home Blog Page 4458

ନନ୍ଦିଘୋଷ ଟିଭି-ସକାଳ Exit Poll: ସରିଲା ସହର ଭୋଟ, ଆସିଲା ବୁଥ ବାହୁଡ଼ା ମତ

ନନ୍ଦିଘୋଷ ବ୍ୟୁରୋ: ସରିଲା ସହର ଭୋଟ, ବୁଥରେ ଭୋଟ ପଡିବା ପରେ ଆସିଲା ଜନମତ  । ନନ୍ଦିଘୋଷ ଟିଭି ଓ ଦୈନିକ ଖବର କାଗଜ ସକାଳ ପକ୍ଷରୁ ହୋଇଥିବା ବୁଥ ବାହୁଡ଼ା ମତ ଅର୍ଥାତ Exit Poll ପ୍ରକାଶ ପାଇଛି  ।  ରାଜ୍ୟର ୧୦୩ ପୌରାଞ୍ଚଳ ଓ ୩ ମହାନଗର ନିଗମ ପାଇଁ ମତଦାନ ହୋଇଛି । ରାଉରକେଲା, ପୁରୀ, ସମ୍ବଲପୁର, ହିନ୍ଦୋଳ ଓ ଅତାବିରାକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ସହରବାସୀ ବାଛିଛନ୍ତି ନେତା । ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ସଂଧ୍ୟା ୫ଟାରେ ଶେଷ ହୋଇଛି । ଏବେ ଅପେକ୍ଷା କେବଳ ରହିଛି ଆସନ୍ତା ଶନିବାରକୁ । ଗଣତି କହିବ କିଏ ପିନ୍ଧୁଛନ୍ତି କେଉଁ ସହରର ତାଜ୍ । ପ୍ରଥମ ଥର ପାଇଁ ଏଥର ଅଧ୍ୟକ୍ଷ ଓ ମେୟରଙ୍କୁ ଜନତା ସିଧାସଳଖ ଭୋଟ ଦେଇ ବାଛିବାର ସୁଯୋଗ ପାଇଛନ୍ତି ।  । କେଉଁ ଦଳ କରିବ ମହାନଗର ନିଗମ, ମ୍ୟୁନିସିପାଲିଟି ଓ ଏନଏସିକୁ ଦଖଲ କରିବ, ପଢନ୍ତୁ ଆମ ବୁଥ ବାହୁଡ଼ା ମତ  ।

ବୁଥ୍ ବାହୁଡ଼ା ମତ ଅନୁସାରେ ଏଥର ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରର ତିନୋଟି ଯାକ ମେୟର ଆସନ ଦଖଲ କରିବ ବିଜେଡି । ଭୁବନେଶ୍ୱରର ୬୭ଟି ୱାର୍ଡ ମଧ୍ୟରୁ ବିଜେଡି ୫୭ଟି ୱାର୍ଡରେ ବିଜୟ ସମ୍ଭାବନା ପକ୍କା ହୋଇଛି । ବିଜେପି ୪ଟି ଆସନରେ ଜିତି ପାରେ । ତେବେ ୪ଟି ଆସନରେ ବିଜେଡି ବନାମ ବିଜେଡି ବଦ୍ରୋହୀ ପ୍ରାର୍ଥୀଙ୍କ ମଧ୍ୟରେ ହେବ । ୨ଟି ଆସନରେ ବିଜେଡି ଓ ବିଜେପି ମଧ୍ୟରେ ଟକ୍କର ହେବାର ସମ୍ଭାବନା ରହିଛି। ସେହିପରି କଟକର ୫୯ଟି ୱାର୍ଡ ମଧ୍ୟରୁ ୪୮ଟିକୁ ବିଜେଡି ଦଖଲ କରିବା ଏକଜିଟ୍ ପୋଲ୍ ସର୍ଭେ କହୁଛି । ୬ଟି ଆସନରେ କଂଗ୍ରେସ, ବିଜେପି ଗୋଟିଏରେ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଖାତାକୁ ଯିବ ଦୁଇଟି ଆସନ । ଗୋଟିଏ ଆସନରେ ବିଜେଡି ଓ କଂଗ୍ରେସ୍ ମଧ୍ୟରେ ଓ ଅନ୍ୟ ଏକ ଆସନରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବାର ସମ୍ଭାବନା ରହିଛି ।

ସେହିପରି ବ୍ରହ୍ମପୁରର ୪୨ଟି ୱାର୍ଡ ମଧ୍ୟରୁ ୩୮ଟି ଯାଉଛି ବିଜେଡି ଖାତାକୁ । ୨ଟିରେ କଂଗ୍ରେସ୍, ଗୋଟିଏରେ ବିଜେପି ଓ ଗୋଟିଏରେ ସ୍ବାଧୀନ ପ୍ରାର୍ଥୀ ଜିତିବାର ସମ୍ଭାବନା ରହିଛି  ସେପରେ ରାଜ୍ୟର ୧୦୩ଟି ସହରାଞ୍ଚଳ ମଧ୍ୟରୁ ୯୧ଟିରେ ବିଜେଡି କ୍ଲିନ୍ ସୁଇପ୍ କରିବା ବୁଥ୍ ବାହୁଡ଼ା ମତରୁ ସ୍ପଷ୍ଟ ହେଉଛି । ତେବେ ଅନ୍ୟ ୧୨ଟି ଆସନରେ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବା । ତେବେ ଏସବୁ ଆସନରେ ମଧ୍ୟ ବିଜେଡି ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ସର୍ବାଧିକ । ମୋଟାମୋଟି କହିବାକୁ ଗଲେ ପଞ୍ଚାୟତ ଭଳି ପୌର ନିର୍ବାଚନରେ ମଧ୍ୟ ବିଜେଡିର ଏକପାଖିଆ ବିଜୟ ସମ୍ଭାବନା ସୁନିଶ୍ଚିତ ହୋଇଯାଇଛି ।

ଦିନ ସାରା ଆଜି ବିଭିନ୍ନ ବୁଥ୍ ସାମ୍ନାରେ ଆମ ସର୍ଭେ ଟିମର ସଦସ୍ୟମାନେ ଭୋଟରଙ୍କ ମୁଡ୍ ପରଖି ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛନ୍ତି, ତାହା ଆପଣଙ୍କ ସାମ୍ନାକୁ ଆଣିଛୁ । ସାମ୍ପଲ୍ ସର୍ଭେକୁ ନେଇ ଗତ ପଞ୍ଚାୟତ ନିର୍ବାଚନର ଶେଷ ଦିନ ଆମେ ଏକଜିଟ୍ ପୋଲ୍ ରିପୋର୍ଟ ପ୍ରସାରଣ କରିଥିଲୁ । ଯାହାକି ପରବର୍ତ୍ତି ସମୟରେ ସତ ହୋଇଥିଲା । ସେହି ଭିତ୍ତିରେ ଏଥର ମଧ୍ୟ କରିଛୁ ସାମ୍ପଲ୍ ସର୍ଭେ । ଆଶା କରୁଛୁ ପୁଣି ଆମ ଏକଜିଟ୍ ପୋଲ୍ ରିପୋର୍ଟ ଏକଜାଟ୍ ପୋଲ୍ ରିପୋର୍ଟ ସହ ସମାନ ହେବ ।

୫ଟା ସୁଦ୍ଧା ରାଜ୍ୟରେ ୬୫ ପ୍ରତିଶତ ଭୋଟିଂ, ଭୁବନେଶ୍ୱରରେ ୫୦ %

ଭୁବନେଶ୍ୱର: ୫ଟା ବାଜିଛି, ସହରରେ ଭୋଟ ପକ୍ରିୟା ଶେଷ ହୋଇଛି  । ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ପକ୍ରିୟା ଶେଷ ପର୍ଯ୍ୟାୟରେ ପହଁଚିଛି  ।  ରାଜ୍ୟ ନିର୍ବାଚନ କିମିଶନଙ୍କ ସଦ୍ୟ ସୂଚନା ମୁତାବକ ସଂନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୫ ପ୍ରତିଶତ ମତଦାନ ଗ୍ରହଣ କରାଯାଇଛି  । ସେହିପରି ରାଜଧାନୀ ଭୁବନେଶ୍ୱରରେ ପୂର୍ବ ନିର୍ବାଚନ ଠାରୁ ଭୋଟ ପ୍ରତିଶତ ସାମାନ୍ୟ ବୃଦ୍ଧି ଘଟିଛି  । ଅର୍ଥାତ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ୫୦ ପ୍ରତିଶତ ମତଦାନ ଗ୍ରହଣ କରାଯାଇଅଛି  ।  ସେପଟେ ଇଭିଏମ ତ୍ରୁଟି ପାଇଁ କେଉଁଠି ବି ନିର୍ବାଚନ ବନ୍ଦ ହୋଇନାହିଁ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ ।

ସୂଚନା ଆଜି ପୌର ନିର୍ବାଚନ ପାଇଁ ଭୋଟିଂ ଜାରି ରହିଛି । ନେତା ବାଛୁଛନ୍ତି ସହରବାସୀ । ଏନଏସି, ପୌର ଏବଂ ମହାନଗର ନିଗମର ୧୭ ଶହ ୩୭ ୱାର୍ଡରେ ନିର୍ବାଚନ ଆରମ୍ଭ ହୋଇଛି । ରାଜ୍ୟର ୫୯ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ମତ ସାବ୍ୟସ୍ତ କରୁଛନ୍ତି ଜନତା । ୪ ହଜାର ୩୭୩ ବୁଥରେ ମତଦାନ ସାବ୍ୟସ୍ତ କରୁଛନ୍ତି ମୋଟ ୪୦ ଲକ୍ଷରୁ ଅଧିକ ଭୋଟର । ଆଜି ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ ।

ଅନ୍ୟପଟେ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ହିଂସା ଆଶଙ୍କାରେ ଚଳିତ ଥର ନିର୍ବାଚନରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରିଛି । ଚଳିତ ଥର ନିର୍ବାଚନରେ ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଭୁବନେଶ୍ୱରରେ ୩୦, କଟକରେ ୨୦ ଏବଂ ବ୍ରହ୍ମପୁର ମହାନଗର ନିଗମ ପାଇଁ ୧୦ ପ୍ଲାଟୁନ ଫୋର୍ସ ରହିଛନ୍ତି । ଏହା ସହ ୩୦୦ ମୋବାଇଲ ପାର୍ଟି ମଧ୍ୟ ନିୟୋଜିତ ହୋଇଛନ୍ତି । ନିର୍ବାଚନ ହେଉଥିବା ପ୍ରତ୍ୟେକ ପୌର ପରିଷଦର ପୋଲିସ ଷ୍ଟେସନରେ ଗୋଟିଏ ଲେଖାଏଁ ଷ୍ଟ୍ରାଇକିଂ ଫୋର୍ସ ରହିବେ  । ଜିଲ୍ଲାରେ ଜରୁରୀ ପରିସ୍ଥିତି ପାଇଁ ଗୋଟିଏ କିମ୍ବା ଦୁଇ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଛି  ।

 

ବିଶ୍ୱ ଶକ୍ତିଙ୍କ ଯୁଦ୍ଧର ଶିକାର ହେଉଛନ୍ତି ନିରୀହ ଶିଶୁ, ପୁଟିନଙ୍କ ସୈନିକ ୬ ବର୍ଷର ଶିଶୁକୁ ମାରିଥିଲେ ୭ ଗୁଳି

କିଭ୍: ଦୁନିଆରେ ସବୁଠାରୁ ଭାରି ବୋଝ ହେଉଛି ଗୋଟିଏ ଶିଶୁର ମୃତଦେହ । ଏହି କଥା ଋଷ-ୟୁକ୍ରେନ୍ ଯୁଦ୍ଧରେ ସତ ସାବ୍ୟସ୍ତ ହେଉଛି । ମାଆ ମୁଁ ମରିବା ପାଇଁ ବହୁତ ଛୋଟ । ଏକଥା ନୀରିହ ମ୍ୟାକ୍ସିମ୍ ଋଷ ଗୁଳିର ଶିକାର ହେବା ପୂର୍ବରୁ ନିଜ ମା’ ଏନ୍ନାକୁ କହିଥିଲା । କିନ୍ତୁ ବିଧିର ବିଧାନ ଥିଲା ଅଲଗା । ମାଆ କୋଳରେ ହିଁ ମ୍ୟାକ୍ସିମର ଜୀବନ ଯାଇଥିଲା । ପୁଟିନଙ୍କ ସୈନିକ ଚଳାଇଥିବା ୭ ଗୁଳି ୬ ବର୍ଷର ମ୍ୟାକ୍ସିମର ଜୀବନ ନେଇଥିଲା । ଏହି ହୃଦୟଥରା କାହାଣୀ ହେଉଛି ୟୁକ୍ରେନ୍ ରାଜଧାନୀ କିଭରେ ରହୁଥିବା ଏନା ଓ ତାଙ୍କ ୬ ବର୍ଷର ପୁଅ ମ୍ୟାକ୍ସିମର । ଯିଏ ସୁପରପାୱାରଙ୍କ ଜିଓ ପଲିଟିକ୍ସର ଶିକାର ବନିଛି । ଯିଏ ଦୁନିଆ ଦେଖିବା ଆଗରୁ,ଦୁନିଆକୁ ଚିହ୍ନିବା ପୂର୍ବରୁ ଦୁନିଆରୁ ନେଇଛି ମେଲାଣି ।

କିଭ୍ ଉପରେ ଜୋରଦାର ହମଲା ପରେ ଏନ୍ନା ନିଜ ଭାଇ,ଭାଉଜ ଓ ୧୩ ବର୍ଷର ଝିଅ ତଥା ୬ ବର୍ଷର ପୁଅ ମ୍ୟାକ୍ସିମ୍ ସହିତ ସହର ଛାଡିବାକୁ ଯୋଜନା କରିଥିଲେ । ଦୁଇ ପରିବାର ଗୋଟିଏ କାରରେ କିଭରୁ ବାହାରିଥିଲେ । ଘରୁ ବାହାରିବା ବେଳେ ମ୍ୟାକ୍ସିମ୍ ମା’ ଏନାଙ୍କୁ କହିଥିଲା ‘ମାଆ’ ମୁଁ ମରିବାକୁ ଚାହୁଁନି,ଏବେ ମୁଁ ବହୁତ ଛୋଟ’ । ଏନା ନିଜର ଦୁଇ ପିଲାଙ୍କ ଭୟ କମ କରିବାକୁ କହିଥିଲେ ଯେ, ଯେପର୍ଯ୍ୟନ୍ତ ମୁଁ ଅଛି ସେପର୍ଯ୍ୟନ୍ତ କିଛି ହେବନାହିଁ । ଏହା ପରେ ଦୁଇ ପରିବାର କିଭରୁ ପଳାୟନ କରିଥିଲେ । ଭାଇ ଆଲେକଜାଣ୍ଡାର ଗାଡି ଚଳାଉଥିଲେ । କିଭ୍ ସୀମାରେ ଥିବା ଦୁଇଟି ୟୁକ୍ରେନୀୟ ଚେକ୍ ପୋଷ୍ଟ୍ ପାର କରିବା ପରେ ଆରମ୍ଭ ହୋଇଥିଲା ଋଷ ସୈନିକଙ୍କ ଆକ୍ରମଣ । ଗୁଳିମାଡରେ ଭାଇ ଆଲେକଜାଣ୍ଡାର ପ୍ରାଣ ହରାଇଥିଲେ । ମ୍ୟାକ୍ସିମକୁ ନେଇ ଏନା ଗାଡିରୁ ଓହ୍ଲାଇଥିଲେ । ମ୍ୟାକ୍ସିମକୁ ସେ କୋଳରେ ଧରି ବସିଥିଲେ । ଆଉ ଏନାଙ୍କ କୋଳରେ ହିଁ ମାକ୍ସିମର ମୃତ୍ୟୁ ହୋଇଥିଲା ।

ଏନାଙ୍କ ଅନୁସାରେ ଶେଷଥର ପାଇଁ ସେ ମାକ୍ସିମକୁ ଶବ ଘରେ ଦେଖିଥିଲେ । ଯେଉଁଠି ତାଙ୍କ ୬ ବର୍ଷର ପୁଅ ଯିଏ ମରିବାକୁ ଚାହୁଁନଥିଲା,ସିଏ ନିରବ, ନିସ୍ଥର ଥିଲା ।
ଏନା କିଭରେ ଗୋଟିଏ ଛୋଟିଆ ଫ୍ଲାଟରେ ରୁହନ୍ତି । ପରିବାର ଚଳାଇବା ପାଇଁ ସେ ଦୁଇଟି ସ୍ଥାନରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି । ଏନାଙ୍କ ଅନୁସାରେ ଘରର ଅବସ୍ଥା ମ୍ୟାକ୍ସିମକୁ ତା’ ବୟସ ତୁଳନାରେ ଅଧିକ ମ୍ୟାଚୁର କରିଦେଇଥିଲା । ମାତ୍ର ଛ’ ବର୍ଷ ବୟସରେ ସେ ତା’ ମାଙ୍କୁ ଅନେକ କାମରେ ସାହାଯ୍ୟ କରୁଥିଲା । ଏନାଙ୍କ ଅନୁସାରେ ମ୍ୟାକ୍ସିମର ପିତା ଏଭଳି ସମୟରେ ମଧ୍ୟ ତାଙ୍କ ମେସେଜର ଉତ୍ତର ଦେଇନଥିଲେ । ପରେ ମ୍ୟାକ୍ସିମ ଅନ୍ତିମ ସଂସ୍କାର ଏନାଙ୍କ ପୂର୍ବତନ ପତି କରିଥିଲେ ।
ମ୍ୟାକ୍ସିମର କାହାଣୀ କହୁଛି ଯୁଦ୍ଧ ଓ ବିଭିଷିକାର କଥା ।

ମ୍ୟାକ୍ସିମର କାହାଣୀ କହୁଛି ଯୁଦ୍ଧର ଶିକାର କେବଳ ଶିଶୁ ହୁଅନ୍ତି । ଯୁଦ୍ଧ କାହାକୁ ଅନାଥ କରିଦିଏ ତ’ କାହା ମୁଣ୍ଡ ଉପରୁ ବାପାର ହାତ । କିମ୍ବା ଯୁଦ୍ଧ ମ୍ୟାକ୍ସିମ ଭଳି ପିଲାର ଅସମୟ ମୃତ୍ୟୁର କାରଣ ହୁଏ । କିନ୍ତୁ ସତ ହେଉଛି ଜିଓ ପଲିଟିକ୍ସରେ ମ୍ୟାକ୍ସିମ ଭଳି ଶିଶୁ କୌଣସି ମାଇନା ରଖନ୍ତି । ସେମାନେ ଅଧିକରୁ ଅଧିକ କୋଲାଟେରାଲ ଡ୍ୟାମେଜ୍ ଶ୍ରେଣୀରେ ଯାଇ ପାରନ୍ତି ।

ୟୁଟ୍ୟୁବ ଚ୍ୟାନେଲ କିଣିବା ନାଁରେ ଲୁଟ୍ , ହାତକଡ଼ି ପିନ୍ଧିଲା ଠକ

ଭୁବନେଶ୍ୱର: ଗତ ୧୩ ତାରିଖରେ ଅଭିଯୋଗ ହୋଇଥିଲା , ୨୪ ତାରିଖରେ ଅଭିଯୁକ୍ତ ଗିରଫ ହେଲା  । ଅଭିଯୋଗକାରୀଙ୍କ ଅଭିଯୋଗ କ୍ରମେ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଏକ ଠକେଇ ମାମଲା ରୁଜୁ କରାଯାଇଥିଲା। ଉକ୍ତ ମାମଲାର ତଦନ୍ତକରି ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ପୋଲିସ ଟିମ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଗୁରୁବାର କୋର୍ଟ ଚାଲାଣ କରିଛନ୍ତି।

ଅଭିଯୋଗକାରୀ ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲି ଥାନା ପରିସରଭୁକ୍ତ ଶାରଳା ଗ୍ରାମରେ ରୁହନ୍ତି। ଗତ ତା ୦୭.୦୩.୨୦୨୨ ରିଖରେ ଅଭିଯୋଗକାରୀ ଏକ (୭୭୩୫୩୦୬୭୭୦) ମୋବାଇଲ ନମ୍ବର ରେ ଗୋଟିଏ ୟୁଟ୍ୟୁବ ଚ୍ୟାନେଲ କିଣିବାନେଇ ଅଭିଯୁକ୍ତଙ୍କ ସହିତ କଥା ହୋଇଥିଲେ ଏବଂ ଚ୍ୟାନେଲ କିଣିବା ବାବଦକୁ ୩୦,୩୦୦/- ଟଙ୍କା ଅଭିଯୁକ୍ତ ତାଙ୍କର ଜଣେ ପ୍ରତିନିଧିଙ୍କ ଫୋନ-ପେ ଏକାଉଣ୍ଟ ସାହାଯ୍ୟରେ ନେବାପରେ ପରେ ମଧ୍ୟ ଏକ ନକଲି ୟୁଟ୍ୟୁବ ଚ୍ୟାନେଲ ଲିଙ୍କ୍ ଦେଇଥିଲେ। ଅଭିଯୋଗକାରୀ ଏନେଇ ଅଭିଯୁକ୍ତଙ୍କୁ ପଚାରିବା ପରେ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କର ଫୋନ ନମ୍ବରକୁ ବ୍ଲକ କରିଦେବାରୁ ଅଭିଯୋଗକାରୀ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ନିମ୍ନୋକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଉପୋରୋକ୍ତ ମାମଲା ଲିଖିତ ଆକାରରେ ଦେଇଥିଲେ।

ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଏହି ମାମଲାର ତଦନ୍ତ କରିବା ପରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବା ସହିତ ଅଧିକ ତଦନ୍ତ ପାଇଁ ଥାନାକୁ ଆଣିଥିଲେ।ତଦନ୍ତରୁ ଜଣା ପଡିଛି ଯେ, ଅଭିଯୁକ୍ତ ଜଣେ କଲେଜ ପଢୁଆ ଛାତ୍ର ଏବଂ ସେ ନିଜକୁ ଜଣେ ପେଶାଗତ ଭାବେ ଆଇଟି ବ୍ୟକ୍ତିଙ୍କ ପରିଚୟଦେଇ ଅନଲାଇନରେ ବନ୍ଧୁତ୍ଵ ସ୍ଥାପନ କରିବା ସହିତ  ୟୁଟ୍ୟୁବ ଚ୍ୟାନେଲ ବିକ୍ରୟ ପ୍ରଲୋଭନ ଦେଖାଇ ଟଙ୍କା ରୋଜଗାର ନିଶାରେ ଭୁବନେଶ୍ୱର ଓ ତାର ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀ ମାନଙ୍କୁ ଠକୁଥିଲେ ।  ବର୍ତ୍ତମାନ ମଧ୍ୟ ଏହି ଅଭିଯୋଗର କେସ ଜାରି ରହିଥିବା ସୂଚନା ମିଳିଛି  ।

 

ଆସନ୍ତା ବର୍ଷ ଠାରୁ ଆଉ IPL ଖେଳିବେନି ଧୋନି !

ଚେନ୍ନାଇ: ମାହି କାହିଁକି ଛାଡ଼ିଲେ ଅଧିନାୟକତ୍ୱ ? ଆଉ ଖେଳିବେନି କି ଆଇପିଏଲ୍ ? ଆଇପିଏଲ୍ ଆରମ୍ଭର ଠିକ୍ ଦିନକ ପୂର୍ବରୁ ମାହିଙ୍କ ମାଷ୍ଟର ଷ୍ଟ୍ରୋକ । ମହେନ୍ଦ୍ର ସିଂହ ଧୋନି ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡ଼ିଛନ୍ତି । ଆଇପିଏଲ୍ ଆରମ୍ଭ ପରଠାରୁ ୧୪ ବର୍ଷରେ ପ୍ରଥମ ଥର ପାଇଁ ଅଧିନାୟକ ପରିବର୍ତ୍ତନ କରିଛି ଚେନ୍ନାଇ ସୁପର କିଙ୍ଗ୍ସ । ଯାହାକୁ ନେଇ ଚକିତ ଧୋନି ଓ ଚେନ୍ନାଇ ସୁପର କିଙ୍ଗ୍ସର ସମର୍ଥକ । ଫ୍ୟାନଙ୍କ ମନରେ ପ୍ରଶ୍ନ ମାହି କାହିଁକି ନେଲେ ଏଭଳି ନିଷ୍ପତ୍ତି ?

Dhoni Wwill Not Play IPL From Next Year CSK

ଧୋନିଙ୍କ ଶେଷ IPL

ଚେନ୍ନାଇ ସୁପର କିଙ୍ଗ୍ସର ଜଣେ ଅଧିକାରୀଙ୍କ ଅନୁସାରେ, ଧୋନିଙ୍କ ଏହା ଶେଷ ଆଇପିଏଲ୍ ହେବ । ତେବେ ଧୋନିଙ୍କ ଏଭଳି ନିଷ୍ପତ୍ତିକୁ ନେଇ କର୍ତ୍ତୃପକ୍ଷଙ୍କ କୌଣସି ଅସୁବିଧା ନାହିଁ । କେବଳ କର୍ତ୍ତୃପକ୍ଷ ଚାହାନ୍ତି ଧୋନି ଥିବାବେଳେ ହିଁ ଜଣଙ୍କୁ ଅଧିନାୟକ ବାଛନ୍ତୁ । ଆଉ ଧୋନି ରବୀନ୍ଦ୍ର ଜାଡ଼େଜାଙ୍କୁ ସିଏସକେର ଅଧିନାୟକ ଦାୟିତ୍ୱ ଦେଇଛନ୍ତି । ଧୋନି ଜାଡ଼େଜାଙ୍କ ନାଁ ଅଧିନାୟକ ପଦ ପାଇଁ ପ୍ରସ୍ତାବ ଦେଇଥିଲେ । ଯାହା ଉପରେ ସିଏସକେ କର୍ତ୍ତୃପକ୍ଷ ମୋହର ମାରିଛନ୍ତି ।

Dhoni Wwill Not Play IPL From Next Year CSK

ବିଗତ ୨ ବର୍ଷ ହେଲା ଜାଡ଼େଜାଙ୍କ ପ୍ରଦର୍ଶନ ବେଶ୍ ଭଲ ରହିଛି । ଟିମ୍ ଜାଡ଼େଜାଙ୍କୁ ରିଟେର୍ନ କରିବା ବେଳେ ଏ ସଂକେତ ମିଳିଥିଲା କି ଅଧିନାୟକ ବଦଳିବେ । ସିଏସକେ ଜାଡ଼େଜାଙ୍କୁ ୧୬ କୋଟି ଟଙ୍କାରେ ରିଟେର୍ନ କରିଥିବା ବେଳେ ଧୋନିଙ୍କୁ ୧୨ କୋଟି ଦେଇଥିଲା ।

ଆଇପିଏଲରେ ୟୁଥ୍ ଟ୍ରେଣ୍ଡ

ଚଳିତ ଆଇପିଏଲ୍ ସଂସ୍କରଣରେ ୧୦ଟି ଟିମ୍ ଖେଳୁଛନ୍ତି । କୌଣସି ବି ଦଳର ଅଧିନାୟକଙ୍କ ବୟସ ୩୭ ବର୍ଷ ବୟସରୁ ଅଧିକ ନୁହେଁ । ୧୦ଟି ଦଳ ମଧ୍ୟରୁ ୫ଟି ଟିମର ଅଧିନାୟକଙ୍କ ବୟସ ୩୦ ବର୍ଷରୁ କମ୍ । ୪ ଜଣଙ୍କ ବୟସ ୩୫ରୁ କମ୍ ହୋଇଥିବା ବେଳେ ଜଣଙ୍କ ବୟସ ୩୫ରୁ ଅଧିକ । ଏବେ ୩୩ ବର୍ଷୀୟ ଜାଡ଼େଜାଙ୍କୁ ସିଏସକେ ଅଧିନାୟକ ଦାୟିତ୍ୱ ଦେଇଛି । ଅର୍ଥାତ୍ ଯୁବ ଅଧିନାୟକ ଟ୍ରେଣ୍ଡକୁ ଗ୍ରହଣ କରିଛି ଚେନ୍ନାଇ ସୁପର କିଙ୍ଗ୍ସ ।

Dhoni Wwill Not Play IPL From Next Year CSK

ଧୋନି ସିଏସକେ ଅଧିନାୟକତ୍ୱ ଛାଡ଼ିବା ପଛର ଆଉ ଏକ କାରଣ ହେଉଛି ପ୍ରଦର୍ଶନ । ଆଇପିଏଲର ୧୪ତମ ସଂସ୍କରଣରେ ଦଳଗତ ଭାବେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଦର୍ଶନ ବେଶ୍ ଭଲ ରହିଥିଲା । ଯେତେବେଳେ କି ଦଳର ଅଧିନାୟକ ଭାବେ ଖରାପ ଥିଲା ମାହିଙ୍କ ପ୍ରଦର୍ଶନ । ୧୪ ବର୍ଷର ଆଇପିଏଲ୍ ଇତିହାସରେ ଧୋନିଙ୍କ ନେତୃତ୍ୱରେ ଦଳ ୯ଥର ଫାଇନାଲରେ ପହଞ୍ଚିଥିବା ବେଳେ ୪ ଥର ଚମ୍ପିଆନ୍ ହୋଇଛି । ୨୦୨୧ରେ ମଧ୍ୟ ଦଳ ଆଇପିଏଲ୍ ଟ୍ରଫି ହାତେଇଥିଲା । ତଥାପି ଗତ ୨ ବର୍ଷ ହେଲା ଧୋନିଙ୍କ ପ୍ରଦର୍ଶନ ସେତେଟା ଉତ୍ସାହଜନକ ନଥିଲା । ୨୦୨୦ରେ ଧୋନି ୧୪ଟି ପାଳିରେ କେବଳ ୨୦୦ ରନ୍ ସ୍କୋର କରିଥିଲେ । ସେହିଭଳି ୨୦୨୧ରେ ୧୬ଟି ପାଳିରେ କରିଥିଲେ ୧୧୪ ରନ୍ ।

Dhoni Wwill Not Play IPL From Next Year CSK

ଖରାପ୍ ପ୍ରଦର୍ଶନ, ବଢ଼ୁଥିବା ବୟସକୁ ଦେଖିଲେ ଲାଗୁଛି ଚଳିତ ଆଇପିଏଲ୍ ସଂସ୍କରଣ ଧୋନିଙ୍କ ଶେଷ ଆଇପିଏଲ୍ ହେବ । ଧୋନି ଆଇପିଏଲ୍ ନ ଖେଳିଲେ ମଧ୍ୟ ଟିମ୍ ସହ ଜଡ଼ିତ ରହିବେ । ତେବେ ଭବିଷ୍ୟତରେ ଚେନ୍ନାଇ ସୁପର କିଙ୍ଗ୍ସରେ ଧୋନି କଣ ଭୂମିକା ରହିବ, କେଉଁ ଦାୟିତ୍ୱରେ ରହିବେ ତାହା ଅସ୍ପଷ୍ଟ ରହିଛି । କାରଣ କ୍ୟାରିଅରକୁ ନେଇ ଅଚାନକ ଅନେକ ନିଷ୍ପତ୍ତି ନିଅନ୍ତି ମାହିଁ । ଏବେଠୁ କହିବା କଷ୍ଟ ଆଗକୁ କଣ କରିବେ ମହେନ୍ଦ୍ର ସିଂହ ଧୋନି ।

ଲୋକେସନ୍ ସାହାଯ୍ୟରେ ପୋଲିସ ଜାଣୁଛି ବୁଥ୍ ସ୍ଥିତି

ଭୁବନେଶ୍ୱର: ଚାଲିଛି ଭୋଟ, ରାଜଧାନୀ ଭୁବନେଶ୍ୱରରେ ଶାନ୍ତି ଶୃଙ୍ଖଳାର ଚାଲିଛି ମତଦାନ ପକ୍ରିୟା  । ଭୁବନେଶ୍ୱର ମହାନଗର ନିଗମର ସମସ୍ତ ୬୭ଟି ୱାର୍ଡ ଉପରେ କଡ଼ା ନଜର ରଖିଛି କମିସନରେଟ ପୋଲିସ  ।  ପୌର ନିର୍ବାଚନ ପାଇଁ କମିଶନରେଟ ପୋଲିସ ଆପଣାଇଛି ଏକ ନୂଆ ଟେକନିକ୍  । ଡିସିପି ଅଫିସରେ ଜାଣି ହେଉଛି ସମଗ୍ର ଭୁବନେଶ୍ୱରର ସ୍ଥିତି  । ଅର୍ଥାତ ସମସ୍ତ ବୁଥ କେନ୍ଦ୍ର ସୁରକ୍ଷା ସ୍ଥିତି ଗୋଟିଏ ରୁମରୁ ହିଁ ଜାଣି ହେଉଛି  ।

ବିଏମସି ନିର୍ବାଚନ ପାଇଁ କମିସନରେଟ ପୋଲିସ ପକ୍ଷରୁ ସମୁଦାୟ 50 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେପଟେ ଭୁବନେଶ୍ୱର ଡିସିପି ଅଫିସରେ ହୋଇଛି ଡିଜିଟାଲ କଣ୍ଟ୍ରୋଲ ରୁମ । ଓଡିଶା ସ୍ପେସ ରିସର୍ଚ୍ଚ ଆପ୍ଲିକେସନ ସହାୟତାରେ ମ୍ୟାପିଂ ଟେକ୍ନୋଲୋଜି ବ୍ୟବହାର କରି ନିର୍ବାଚନର ମନିଟରିଂ କରୁଛି ପୋଲିସ । ବୁଥରେ ମୁତୟନ ହୋଇଥିବା ପୋଲିସ ଅଧିକାରୀଙ୍କ ଗତିବିଧି ଦେଖାଯାଉଛି ।

ଭୋଟ ଗ୍ରହଣ ପ୍ରକ୍ରିୟାକୁ ଶାନ୍ତି ଶୃଙ୍ଖଳାର ସମାପ୍ତ କରିବାକୁ ନେଇ କମିସନରେଟ ପୋଲିସ ଏହି ପକ୍ରିୟା ପ୍ରଥମଥର ପାଇଁ ଆପଣାଇଛି  । ଡିସିପି ଅଫିସରେ ବସି ସମଗ୍ର ଭୁବନେଶ୍ୱରରେ ଥିବା ୬୭ ୱାର୍ଡର ବୁଥ ଉପରେ ନଜର ରଖିଛି ପୋଲିସ  ।  ବୁଥରେ ଥିବା ପୋଲିସ କର୍ମଚାରୀମାନଙ୍କ ଲୋକେସନ ଜଣାପଡୁଛି । ବୁଥ ଗୁଡିକର ସ୍ଥିତି କିଭଳି ରହିଛି ତାହା ମଧ୍ୟ ଏହି ଆପ ମାଧ୍ୟମରେ ଜାଣିପାରୁଛି ପୋଲିସ ।

ପୋଲିସ ସହାୟତା ମାଗିଲେ ନିତେଶ ଗଙ୍ଗଦେବଙ୍କ ପତ୍ନୀ ରାଣୀ ଅରୁନ୍ଧତୀ

ଦେବଗଡ଼: ଥାନାର ଦ୍ୱାରସ୍ଥ ହେଲେ ସମ୍ବଲପୁର ଲୋକସଭା ସଦସ୍ୟଙ୍କ ପତ୍ନୀ ।  ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରି ପୋଲିସର ସହାୟତା ମାଗିଛନ୍ତି ରାଣୀ ଅରୁନ୍ଧତୀ ଦେବୀ । ଏ ନେଇ ସେ ଦେବଗଡ ଥାନାରେ ଏତଲା ଦେଇଛନ୍ତି । ଏତଲାରେ ସେ ଦର୍ଶାଇଛନ୍ତି ଯେ ରାଜବାଟୀର ତଳ ମହଲାର କେହି ତାଲା ଭାଙ୍ଗି ଦେଇଛି । ଏଭଳି କାର୍ଯ୍ୟକୁ ନିନ୍ଦା ପ୍ରକଟ କରିଛନ୍ତି ଅରୁନ୍ଧତୀ ।

ଏତଲାରେ ରାଣୀ ଦର୍ଶାଇଛନ୍ତି ତାଙ୍କୁ କିଛି ଲୋକ ଦୁର୍ବଳ ଭାବୁଛନ୍ତି, ଯେଉଁଥିପାଇଁ ଏପରି କାର୍ଯ୍ୟ ସେମାନେ ଘଟାଉଛନ୍ତି । ସେ କିନ୍ତୁ ଏହି ଘଟଣା ପଛରେ କାହାର ସଂପୃକ୍ତି ଅଛି, ତାହା କହିନାହାନ୍ତି । ରାଣୀ କହିଛନ୍ତି, ଦେବଗଡ଼ ଲୋକମାନେ ଏକଥା ଜାଣିଛନ୍ତି । ପୋଲିସ ଉପରେ ତାଙ୍କର ଭରସା ଅଛି  ।  ତେବେ ଅରୁନ୍ଧତୀ ଦେବୀ ଏହି ଘଟଣା ପାଇଁ ତାଙ୍କର କିଛି ଶତ୍ରୁକୁ ଇଙ୍ଗିତ କରିଛନ୍ତି । ବିଶେଷକରି ପୌର ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ତାଙ୍କ ଯାଆ ଏବଂ ଅନ୍ୟମାନଙ୍କ ଭୂମିକାକୁ ନେଇ ସନ୍ଦେହ କରୁଛନ୍ତି ଅରୁନ୍ଧତୀ ଦେବୀ।

ଦିଲ୍ଲୀ ଗସ୍ତରେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ମାନ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ପଞ୍ଜାବର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍  । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହିତ ରାଜ୍ୟରେ ଥିବା ଅନେକ ସମସ୍ୟାକୁ ଉତଥାପନ କରିଥିଲେ  । ପ୍ରଥମଥର ପାଇଁ ଦିଲ୍ଲୀ ବାହାରେ ସରକାର ଗଢିଛି ଆମ ଆଦମୀ ପାର୍ଟି । ଚଳିତବର୍ଷ  ଅନୁଷ୍ଠିତ ଲହୋଇଥିବା ବିଧାନସଭା ନିର୍ବାଚନରେ ଆପ୍ ୯୨ ଆସନରେ ବାଜିମାତ୍ କରିବା ସହ ସଂଖ୍ୟାଗରିଷ୍ଠତା ସହ ସରକାର ଗଢିବାରେ ସମର୍ଥ ହୋଇଥିଲା  । ତେବେ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହୋଇଥିବା ଭଗୱନ୍ତ ମାନ୍ ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ ହୋଇଥିଲେ  ।

ତେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ମାନ୍ ପ୍ରଥମଥର ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି  । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗସ୍ତ କରିଛନ୍ତି  । ରାଜ୍ୟରେ ହେବାକୁ ଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ  । ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ନିଜ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିବା ସହ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିବା ନେଇ ସୂଚନା ଦେଇଛନ୍ତି  ।

ପଞ୍ଜାବର ଉନ୍ନତି ଏବଂ ବିକାଶ ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନ ଏକାନ୍ତ ଆବଶ୍ୟକ ବୋଲି ଉଲ୍ଲେଖ କରିଛନ୍ତି ଭଗୱନ୍ତ ମାନ୍  । ତେବେ ଏହି ମାନ୍ ଦିଲ୍ଲୀ ଗସ୍ତରେ ଯାଇଥିବାବେଳେ ଅନେକ ବିଶିଷ୍ଟ ନେତାଙ୍କୁ ସକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି  । ମୋଦି କ୍ୟାବିନେଟର ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀଙ୍କ ସହ ପଞ୍ଜାବର ବିକାଶ ନେଇ ଆଲୋଚନା କରିପାରନ୍ତି ଭଗୱନ୍ତ ମାନ୍  । ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଭେଟ ହେବାର କାର୍ଯ୍ୟକ୍ରମ ରହିଛି  ।

ଖରାରେ ଝାଉଁଳିନି ଭୋଟ, ୩ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ

ଭୁବନେଶ୍ୱର: ସହରରେ ଚାଲିଛି ନେତା ବଛା । ସୂର୍ଯ୍ୟଙ୍କ ଟାଣ ଖରାରେ ମଧ୍ୟ ଝାଉଁଳି ନାହିଁ ଭୋଟ ପ୍ରତିଶତ  । ବିଜ୍ଞାପିତ ଅଞ୍ଚଳ ପରିଷଦ , ପୌର ପରିଷଦ ଏବଂ ମହାନଗର ନିଗମର ୧୭ ଶହ ୩୭ ୱାର୍ଡରେ ଚାଲିଛି ମତଦାନ । ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ମୁତାବକ ଦିନ ୩ଟା ସୁଦ୍ଧା ରାଜ୍ୟରୋ ୪୫ ପ୍ରତିଶତ ଭୋଟିଂ ହୋଇଛି  । ସହରରେ ସଂଧ୍ୟା ୫ଟା ଯାଏଁ ଜାରି ରହିବ ମତଦାନ ପକ୍ରିୟା  ।

ରାଜ୍ୟର ୫୯ଟି ଏନ୍ଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଚାଲିଛି ଭୋଟ । ଅପରାହ୍ନ ୫ଟା ଯାଏ ଚାଲିବ ଭୋଟ ଗ୍ରହଣ । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ପରିଚାଳନା କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି  । ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରିବା ସହିତ ପ୍ରତି ବୁଥରେ ରହିଛି ଦୁଇଟି ଇଭିଏମ୍ । ଗୋଟିଏ କାଉନସିଲର ବା କର୍ପୋରେଟରଙ୍କ ପାଇଁ ଏବଂ ଅନ୍ୟଟି ଅଧ୍ୟକ୍ଷ ବା ମେୟରଙ୍କ ପାଇଁ ରହିଛି ।

ସେପଟେ ରାଜ୍ୟରେ ଚାଲିଥିବା ବିଭିନ୍ନ ପୌରାଞ୍ଚଳର ଭୋଟ ପ୍ରତିଶତ ମଧ୍ୟ ପ୍ରକାଶ ପାଇଛି  । ଦିନ ୨ଟା ସୁଦ୍ଧା ଯାଜଗପୁରରେ ୬୦.୭୫ ପ୍ରତିଶତ ଭୋଟ ଗ୍ରହଣ ହୋଇଛି  । ବ୍ୟାସନଗର ପୌରାଞ୍ଚଳରେ ମଧ୍ୟ ୫୪.୯୬ ପ୍ରତିଶତ ଭୋଟିଂ ହୋଇଥି୍ବାବେଳେ ବଲାଙ୍ଗୀରରେ ୫୦.୧୩, ଟିଟିଲାଗଡ଼ରେ ୪୬.୮୨ ପ୍ରତିଶତ, ପାଟଣାଗଡ଼ରେ ୫୨.୦୫ ପ୍ରତିଶତ, ତୁସୁରାରେ ୬୫ ପ୍ରତିଶତ ଭୋଟିଂ ହୋଇଛି  । ସେହପରି ଝାରସୁଗୁଡ଼ା ପୌରାଞ୍ଚଳରେ ୪୯.୧୬ ପ୍ରତିଶତ, ବେଲପାହାଡ଼ରେ ୫୨.୫୫ ପ୍ରତିଶତ, ବ୍ରଜରାଜନଗରରେ ୪୮. ୧୯ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ହସ୍ତଗତ ହୋଇଛି  ।

IPL: ଅଧିନାୟକତ୍ୱ ଛାଡ଼ିଲେ ମାହି, ରବୀନ୍ଦ୍ର ଜାଡ଼େଜା ସିଏସକେର ନୂଆ କ୍ୟାପଟେନ୍

ଚେନ୍ନାଇ: ଆଇପିଏଲରେ ବଡ଼ ଅଦଳବଦଳ । ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକତ୍ୱରୁ ଓହରିଲେ ମହେନ୍ଦ୍ର ସିଂହ ଧୋନି । ଧୋନିଙ୍କ ସ୍ଥାନରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ୨୦୧୨ ମସିହାରୁ ଚେନ୍ନାଇ ସୁପର କିଙ୍ଗ୍ସ ସହ ଜଡ଼ିତ ରବୀନ୍ଦ୍ର ଜାଡ଼େଜା । ସେ ଦଳର ତୃତୀୟ ଖେଳାଳି ଭାବେ ସିଏସକେର ଅଧିନାୟକ ଦାୟିତ୍ୱ ତୁଲାଇବେ ।

ଚେନ୍ନାଇ ସୁପର କିଙ୍ଗ୍ସ ଚଳିତଥର ଜାଡ଼େଜା, ଧୋନିଙ୍କ ସହ ୪ ଖେଳାଳିଙ୍କୁ ରିଟେନ୍ କରିଥିଲା । ଜାଡ଼େଜାଙ୍କୁ ୧୬ କୋଟି ଟଙ୍କାରେ କିଣିଥିଲା ଚେନ୍ନାଇ । ଯେତେବେଳେ କି ଚଳିତ ସଂସ୍କରଣ ପାଇଁ ଧୋନିଙ୍କୁ ୧୨ କୋଟି ଟଙ୍କାରେ ଚେନ୍ନାଇ ରିଟେନ୍ କରିଥିଲା । ଫଳରେ ଆରମ୍ଭରୁ ଏନେଇ ଚର୍ଚ୍ଚା ହେଉଥିଲା କି ସିଏସକେର ଅଧିନାୟକତ୍ୱ ଜାଡ଼େଜାଙ୍କୁ ମିଳିପାରେ । ଏହାଛଡ଼ା ଚେନ୍ନାଇ ମୋଇନ୍ ଅଲୀଙ୍କୁ ୮ କୋଟି ଓ ଋତୁରାଜ ଗାୟକୱାଡ଼ଙ୍କୁ ୬ କୋଟି ଟଙ୍କାରେ କିଣିଥିଲା ।

୨୦୧୨ରୁ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଜାଡ଼େଜା ଖେଳୁଛନ୍ତି । ଦଳର ତୃତୀୟ ଅଧିନାୟକ ହେବେ ଜାଡ଼େଜା । ଆଇପିଏଲର ପ୍ରଥମ ସଂସ୍କରଣ ୨୦୦୮ରୁ ସିଏସକେର ନେତୃତ୍ୱ ଧୋନି ନେଉଥିଲେ । ଧୋନି ଚେନ୍ନାଇ ପକ୍ଷରୁ ୨୧୩ଟି ମ୍ୟାଚର ନେତୃତ୍ୱ ନେଇଥିବା ବେଳେ ୧୩୦ଟି ମ୍ୟାଚ୍ ଦଳ ଜିତିଛି । ଚେନ୍ନାଇ ପକ୍ଷରୁ ସୁରେଶ ରାଇନା ୬ଟି ମ୍ୟାଚରେ ଅଧିନାୟକ ଥିଲେ । ଯେଉଁଥିରୁ ଦଳ ୨ଟିରେ ବିଜୟୀ ହୋଇଥିଲା ।

ଚଳିତ ଆଇପିଏଲ୍ ସଂସ୍କରଣ ଆରମ୍ଭର ଠିକ୍ ଗୋଟିଏ ଦିନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ବଦଳାଇଛି । ୨୬ ତାରିଖରୁ ଆରମ୍ଭ ହେଉଥିବା ଆଇପିଏଲର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ହେବ । ଜାଡ଼େଜାଙ୍କୁ ଅଧିନାୟକ ଦାୟିତ୍ୱ ମିଳିବା ପରେ ପଞ୍ଚମଥର ପାଇଁ ଚାମ୍ପିଅନ୍ ହେବା ଉଦ୍ଦେଶ୍ୟରେ କ୍ରିଜକୁ ଓହ୍ଲାଇବ ସିଏସକେ ।