କମ୍ପୁଛି ବ୍ରଜରାଜନଗର, ରାଲି ଶୋଭାଯାତ୍ରାରେ ଭୋଟ ମାଗୁଛନ୍ତି ପ୍ରାର୍ଥୀ

ବ୍ରଜରାଜନଗର: କମ୍ପୁଛି ବ୍ରଜରାଜନଗର । ନିର୍ବାଚନ ଯେତେ ପାଖଉଛି, ପ୍ରଚାରର ପାରା ମଧ୍ୟ ସେତେ ବଢ଼ିବାରେ ଲାଗିଛି । ରାଲି ଶୋଭାଯାତ୍ରାରେ ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ବିଭିନ୍ନ ମୁଦ୍ଦା ନେଇ ଘରକୁ ଘର ଯାଇ ସମର୍ଥନ ସାଉଁଟୁଛନ୍ତି ନେତା । ବିଜେଡି ପାଇଁ ଉପନିର୍ବାଚନ ପ୍ରଚାରର ମଙ୍ଗ ଧରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ବଡ଼ ବ୍ୟବଧାନରେ ବିଜୟୀ କରିବା ପାଇଁ ଘରକୁ ଘର ବୁଲି ଭୋଟ୍ ମାଗିବେ ଷ୍ଟାର କ୍ୟାମ୍ପେନର । ବିଜେଡି ଉଭୟ ଯୁବ ଓ ଅନୁଭବୀ ନେତାଙ୍କୁ ନେଇ ଜୋରଦାର କରୁଛି ପ୍ରଚାର ।

ସେପଟେ ଉଭୟ ବିଜେପି ଓ କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକାରେ କେନ୍ଦ୍ରୀୟ ନେତାଙ୍କୁ ସାମିଲ କରିଛନ୍ତି । ପଞ୍ଚାୟତ ଓ ପୌର ନିର୍ବାଚନରେ ବିରୋଧୀଙ୍କୁ ପ୍ରତ୍ୟାଖାନ କରିଥିବାରୁ ବ୍ରଜରାଜନଗର ଉପନିର୍ବାଚନରେ ଉଭୟ ଭଲ ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ।