ପାରିବାରିକ କଳହର କରୁଣ ପରିଣତି, ବାପାର କଟୁରୀ ଚୋଟରେ ପୁଅ ମୃତ

ଦେବଗଡ଼: ପାରିବାରିକ କଳହର କରୁଣ ପରିଣତି । ବାପର କଟୁରୀ ଚୋଟରେ ପୁଅ ମୃତ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଗୁଣ୍ଡୁରୀପୋଷି ଗାଁରେ । ମୃତକ ଗୋଲବଦନ ପାତ୍ର ସହ ବିଳମ୍ବିତ ରାତ୍ରିରେ କୌଣସି କାରଣକୁ କେନ୍ଦ୍ର କରି ବାପ ମୁଚି ପାତ୍ରଙ୍କ ସହ ବଚସା ହୋଇଥିଲା । ପରେ ରାଗିଯାଇ ବାପା ମୁଚି ପୁଅକୁ କଟୁରୀରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ଯୁବକର ମୃତ୍ୟୁ ଘଟିଛି  ।

ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବାପ ମୁଚି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ବାରକୋଟ ବ୍ଲକ ଛକ ନିକଟରୁ ପୋଲିସ କାବୁ କରିଛି । ଘଟଣାସ୍ଥଳରେ ଦେବଗଡ଼ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଜବତ ମୃତଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି । ତେବେ ଏହି ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ପୋଲିସ ଜବତ କରିଛି ।