spot_img
Home Blog Page 4455

ନଦୀରେ ମାଛ ମାରୁଥିବା ବେଳେ ଯୁବକଙ୍କ ଉପରକୁ ଝାମ୍ପ ମାରିଲା କୁମ୍ଭୀର

ଆରଡି: ନଦୀରେ ଆକ୍ରମଣ କଲା କୁମ୍ଭୀର । ପାଖରେ ଥିବା ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବର୍ତ୍ତିଲେ ଯୁବକ । ଭଦ୍ରକ ଜିଲ୍ଲା ପିରାହାଟ ଥାନା ଶ୍ୟାମସୁନ୍ଦରପୁର ଗାଁର ଛେଳିଆ ନଈରେ ଘଟିଛି ଏହି ଅଘଟଣ । କିଛି ଲୋକ ନଦୀରେ ମାଛ ମାରୁଥିବା ବେଳେ ହଠାତ କୁମ୍ଭୀର ଝାମ୍ପ ମାରିଥିଲା । କୁମ୍ଭୀର ପଞ୍ଝାରେ ପଡ଼ିଥିଲେ ଗଗନ ନାମକ ଯୁବକ ।

Crocodile Attacked Youth In River Bhadrak

ହେଲେ ପାଖରେ ଥିବା କିଛି ଲୋକ ପାଟି କରିବା ସହ ଗଗନକୁ କୁମ୍ଭୀର ମୁହଁରୁ ଉଦ୍ଧାର କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ତିହିଡି ମେଡିକାଲ ଓ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ କୁମ୍ଭୀରକୁ ବାନ୍ଧି ଏକ ପୋଖରୀରେ ରଖି ବନଖଣ୍ଡ ବିଭାଗକୁ ଖବର ଦେଇଛନ୍ତି ଗ୍ରାମବାସୀ ।

ଜିଲ୍ଲା ପରିଷଦ ସଭାପତି ପରେ ସମସ୍ତ ୩୦ଟି ଉପସଭାପତି ଆସନ ହାତେଇଲା ବିଜେଡି

ଭୁବନେଶ୍ୱର: ରାଜ୍ୟର ୩୦ ଜିଲ୍ଲାରେ ସମସ୍ତ ଜିଲ୍ଲା ପରିଷଦ ସଭାପତି ଆସନ ବିଜେଡି ହାତେଇ ଥିବା ବେଳେ ଜିଲ୍ଲା ପରିଷଦ ଉପସଭାପତି ଆସନ ମଧ୍ୟ ଜିତିଛି । ଆଜି ଅନୁଷ୍ଠିତ ନିର୍ବାଚନରେ ବିଜେଡି ସମସ୍ତ ୩୦ ଜିଲ୍ଲାରେ ଜିଲ୍ଲା ପରିଷଦ ଉପସଭାପତି ଆସନ ହାତେଇଛି । କଳାହାଣ୍ଡି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ଅପ୍ରତିଦ୍ୱନ୍ଦ୍ୱୀରେ ନିର୍ବାଚିତ ହୋଇଛନ୍ତି ସୁଧୀରା ମେହେର । କନ୍ଧମାଳ ଜିଲ୍ଲା ଉପାଧ୍ୟକ୍ଷ ଭାବେ ସାଧବାଣୀ ନାୟକ ନିର୍ଦ୍ଵନ୍ଦ୍ୱରେ ମନୋନୀତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ଗୋପୀନାଥ ମହାରଣା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଉପସଭାପତି ହୋଇଛନ୍ତି କମଲ ଲାକ୍ରା ।

District Vice Chairman Elections, BJD Won In All Seats

ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଉପସଭାପତି ହୋଇଛନ୍ତି ବିଜେଡିର ଝସକେତନ ବଘାରା । ବରଗଡ଼ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ଜୋନ-୩ର ଜିଲ୍ଲା ପରିଷଦ ମୋହନ ଲୁହା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ପୁରୀ ଜିଲ୍ଲାରେ ଜିଲ୍ଲା ପରିଷଦ ଉପସଭାପତି ହୋଇଛନ୍ତି ସ୍ୱାଧୀନ ନାୟକ । ସେହିପରି ଭଦ୍ରକ ଜିଲ୍ଲା ପରିଷଦ ଉପସଭାପତି ହୋଇଛନ୍ତି ବିଜେଡିର ଟୁନିବାଳା ବିଶ୍ୱାଳ । ସେ ନିର୍ଦ୍ୱନ୍ଦ୍ୱରେ ବିଜୟ ଲାଭ କରିଛନ୍ତି ।

District Vice Chairman Elections, BJD Won In All Seats

ଢେଙ୍କାନାଳ ଜିଲ୍ଲା ପରିଷଦ ଉପଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି ବିଳାସିନୀ ସେଠୀ । ସେହିପରି ଦେବଗଡ଼ ଜିଲ୍ଲାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ହୋଇଛନ୍ତି ବର୍ଷାରାଣୀ ମୁଣ୍ଡା । ସେହିପରି ବଲାଙ୍ଗୀର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଭାବେ ବିଜେଡିର ମିଥିଳା ମାଝୀ, ଝାରସୁଗୁଡ଼ା ଜିଲ୍ଲା ପରିଷଦ ଉପସଭାପତି ହୋଇଛନ୍ତି ଅକ୍ଷୟ ସାହୁ । ନବରଙ୍ଗପୁର ଜିଲ୍ଲା ପରିଷଦ ଉପସଭାପତି ଲିପିକା ବାରୋଇ ହୋଇଥିବା ବେଳେ ନୂଆପଡ଼ାରେ ଦୀପିକା କୋଶଲ୍ୟା ଦୀପ ନିର୍ଦ୍ୱନ୍ଦ୍ୱରେ ଜିଲ୍ଲାପରିଷଦ ଉପାଧକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି ।

ଅଣ୍ଟାରେ ସର୍ଭିସ୍ ରିଭଲଭର ରଖିବା ବେଳେ ଫୁଟିଲା ଗୁଳି

ଭଞ୍ଜନଗର: ଅଣ୍ଟାରେ ସର୍ଭିସ୍ ରିଭଲଭର ରଖିବା ବେଳେ ଫୁଟିଲା ଗୁଳି । ଗୁଳିରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ହୋଇଛି । ଥାନା ପରିସରରେ ଅଣ୍ଟାରେ ବନ୍ଧୁକ ରଖୁଥିବା ବେଳେ ଅସାବଧାନତା କାରଣରୁ ଗୁଳି ଫୁଟି ତାଙ୍କ ଅଣ୍ଟାରେ ବାଜି ଥିଲା । ପ୍ରଚୁର ରକ୍ତ ସ୍ରାବ ହେବାରୁ ତାଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ଗଞ୍ଜାମ ଏସ୍ପି ।

Firing From Service Revolver Ganjam Gangpur Police Station IIC Dead

ଏସପିଙ୍କ ସୂଚନା ଅନୁସାରେ ୪ ମାସ ପୂର୍ବରୁ ଥାନାରେ ଯୋଗ ଦେଇଥିଲେ ଦେବ କୁମାର ଗମାଙ୍ଗୋ । ପୋଲିସ ରିଭଲଭରୁ ଗୁଳି ବାଜିଛି । କିଛିଦିନ ହେବ ମାନସିକ ଚିନ୍ତାରେ ଥିଲେ ଆଇଆଇସି । ଥାନା ପରିସରରେ ଘଟଣା ଘଟିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଦୁର୍ଘଟଣା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଏସ୍ପି । ସେପଟେ ମୃତ ଆଇଆଇସିଙ୍କ ପତ୍ନୀ ନବରଙ୍ଗପୁର ଏସପିଙ୍କ କାର୍ଯ୍ୟାଳୟରେ ଇନସପେକ୍ଟର ଭାବେ କାର୍ଯ୍ୟରତ । ତାଙ୍କର ୪ ବର୍ଷର ଦୁଇଟି ଯାଆଁଳା ଛୁଆ ଅଛନ୍ତି ।

୯୬ ଲକ୍ଷ ପରିବାରକୁ ସ୍ମାର୍ଟ ହେଲଥ କାର୍ଡ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବିଧାନସଭାରେ ତାଙ୍କ ଅଭିଭାଷଣ ରଖିଥିଲେ । ସିଡିଏସ୍ ବିପିନ ରାୱତଙ୍କ ସହ ଦିବଂଗତ ବିଧାନସଭାର ସଦସ୍ୟ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସମେତ ୯ ଜଣ ପୂର୍ବତନ ବିଧାୟକ ଓ କୋଭିଡ୍ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ନିଜର ଅଭିଭାଷଣରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କରୋନା ମହାମାରୀ ମଧ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ହୋଇଥିବା ବିକାଶମୂଳକ କାର୍ଯ୍ୟ ବିଷୟରେ ଉଲ୍ଲେଖ କରିଥିଲେ । ସେହିପରି ଓଡ଼ିଶାବାସୀଙ୍କ ପାଇଁ ସ୍ୱାସ୍ଥ୍ୟକ୍ଷେତ୍ରରେ ସରକାର କରିଥିବା ଉଲ୍ଲେଖନୀୟ ପଦକ୍ଷେପ ବିଷୟରେ କହିଥିଲେ ରାଜ୍ୟପାଳ ।

ବିଧାନସଭାର ବଜେଟ ଅଧିବେଶନରେ ଅଭିଭାଷଣ ସମୟରେ ରାଜ୍ୟପାଳ କହିଥିଲେ ଯେ, ’ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ଏବଂ ’ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା, ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ’ ନୀତି ଆଧାରରେ ସରକାର ରାଜ୍ୟର ଜନସାଧରଣ ଆବଶ୍ୟକ କରୁଥିବା ସାର୍ବଜନୀନ, ସମୁଚିତ ସୁଲଭ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ସୁନିଶ୍ଚିତ କରିଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟସେବା ଅନୁଷ୍ଠାନଗୁଡିକର ସାମଗ୍ରିକ ରୂପାନ୍ତରଣ ଯୋଗୁଁ ଆଜି ରାଜ୍ୟର ଜନସାଧରଣ ଆମ ସ୍ୱାସ୍ଥ୍ୟସେବା ଅନୁଷ୍ଠାନଗୁଡିକ ଉପରେ ଅତୁଟ ବିଶ୍ୱାସ ଏବଂ ଆସ୍ଥା ସ୍ଥାପନ କରିଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାର ଅଭୂତପୂର୍ବ ଅଗ୍ରଗତି ମୁଖ୍ୟତଃ ୧୫ଟିରୁ ଅଧିକ ବୃହତ ଯୋଜନାର କାର୍ଯ୍ୟକାରିତା ଏବଂ ଅନେକ ଫଳପ୍ରସୂ ସ୍ୱାସ୍ଥ୍ୟସେବା ସୁଦୃଢ଼ୀକରଣ ପଦକ୍ଷେପ ଦ୍ୱାରା ସମ୍ଭବ ହୋଇପାରିଛି ।

ସେହିପରି ସମସ୍ତଙ୍କୁ ବିନା ଖର୍ଚ୍ଚରେ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ’ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ହେଉଛି ଏକ ସାର୍ବଜନୀନ ସୁନିଶ୍ଚିତ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ । ସରକାର ’ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରେ ୯୬ ଲକ୍ଷ ଦୁର୍ବଳ ଆର୍ଥିକ ସ୍ଥିତିରେ ଥିବା ପରିବାରଙ୍କୁ ସ୍ମାର୍ଟ ହେଲଥ କାର୍ଡ ପ୍ରଦାନ କରିଛନ୍ତି । ରାଜ୍ୟରେ ଓ ରାଜ୍ୟ ବାହାରେ ଚିହ୍ନଟ ହୋଇଥିବା ଅତ୍ୟାଧୁନିକ ଘରୋଇ ଚିକିତ୍ସାଳୟରେ ଜଟିଳ ରୋଗର ଚିକିତ୍ସା ପାଇଁ ପ୍ରତ୍ୟେକ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଏବଂ ପରିବାରର ମହିଳା ସଦସ୍ୟାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଯୋଗାଇ ଦେଉଥିବା ବୈଷୟିକ ଜ୍ଞାନକୈଶଳ ପ୍ରସୂତ ଏହି ସ୍ୱାସ୍ଥ୍ୟଚସେବା ଉପକ୍ରମ ଆଜି ସାରା ଦେଶରେ ପ୍ରଥମ ତଥା ସର୍ବୋକୃଷ୍ଟପଦକ୍ଷେପ ଭାବରେ ପରିଗଣିତ ହେଉଛି ବୋଲି କହିଥିଲେ ରାଜ୍ୟପାଳ ।

 

 

କାଲି ଆସିବ ପୌର ଫଳାଫଳ, ସକାଳ ୮ଟାରୁ ଆରମ୍ଭ ହେବ ଗଣତି

ଭୁବନେଶ୍ୱର: ଆସନ୍ତାକାଲି ପୌର ଭୋଟ ଗଣତି । ସକାଳ ୮ଟାରୁ ରାଜ୍ୟର ୧୦୮ ପୌରଞ୍ଚଳରେ ଭୋଟ ଗଣତି ଆରମ୍ଭ ହେବ । କେବଳ ଧାମନଗର ଏନଏସିର ୬ଟି ୱାର୍ଡରେ ପୁନଃ ମତଦାନ ହେବାକୁ ଥିବାରୁ ସେଠାରେ ଭୋଟ ଗଣତି ହେବନାହିଁ । ୫୮ଟି ବିଜ୍ଞାପିତ ଅଞ୍ଚଳ, ୪୭ ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଭୋଟ ଗଣତି ହେବ । ପ୍ରତି ବିଜ୍ଞାପିତ ପରିଷଦରେ ଗଣତି କେନ୍ଦ୍ରରେ ୨ଟି ଟେବୁଲ, ପୌର ପରିଷଦରେ ୫ଟି ଟେବୁଲ ଏବଂ ମହାନଗର ନିଗମରେ ୧୨ଟି ଟେବୁଲରେ ଭୋଟ ଗଣତି ହେବ ।

କାଉନସିଲର ଓ କର୍ପୋରେଟରଙ୍କ ପାଇଁ ଯେତିକି ଟେବୁଲର ବ୍ୟବସ୍ଥା ହୋଇଛି ସେଠାରେ ସେତିକି ଟେବୁଲରେ ପୌରାଧ୍ୟକ୍ଷ ଓ ମେୟରଙ୍କ ପାଇଁ ଗଣତି ହେବ । ପ୍ରତି ଗଣତି କେନ୍ଦ୍ରରେ ସିସିଟିଭି ଓ ଭିଡିଓଗ୍ରାଫି ବ୍ୟବସ୍ଥା କରାଯାଇଛି । ଏଥିସହ ଗଣତି କେନ୍ଦ୍ର ଭିତରେ ଓ ବାହାରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଇଭିଏମ ଗଣତି ପୂର୍ବରୁ ପୋଷ୍ଟଲ ଭୋଟ୍‌ ଗଣତି ହେବ । ପ୍ରତି ୱାର୍ଡର ଗଣତି ପରେ ଫଳାଫଳ ଘୋଷଣା କରାଯିବ । ସେହିପରି ମେୟର ଓ ପୌରାଧ୍ୟକ୍ଷଙ୍କ ପ୍ରତ୍ୟେକ ରାଉଣ୍ଡ ପରେ ଫଳାଫଳ ଘୋଷଣା ହେବ । ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, ସହକାରୀ ସହ ଇଭିଏମ ନେବା ଆଣିବା ପାଇଁ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ସୀମା ସଂଘର୍ଷ ପରେ ଭାରତର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ଚୀନର ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ-ଚୀନ ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନା । ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଓ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା । ୨୦୨୦ ଗଲୱାନ ସଂଘର୍ଷ ପରେ ଏହି ଶୀର୍ଷ ଆଲୋଚନାର ଗୁରୁତ୍ୱ ବୃଦ୍ଧି ପାଇଛି । ଏହି ଅବସରରେ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଆଲୋଚନା କରିଛନ୍ତି ଓ୍ବାଙ୍ଗ ୟି ।

ଦୁହିଁଙ୍କ ମଧ୍ୟରେ ମଧ୍ୟରେ ସୀମାନ୍ତ ସମସ୍ୟା, ୟୁକ୍ରେନ ଯୁଦ୍ଧ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ବିବାଦୀୟ ଅଞ୍ଚଳକୁ ସମ୍ପୂର୍ଣ୍ଣ ସୈନ୍ୟମୁକ୍ତ କରିବା, ଦ୍ୱିପାକ୍ଷିକ ଦ୍ବିପାକ୍ଷିକ ସମ୍ପର୍କ ଆଦି ସମ୍ପର୍କରେ ଦୁଇ ନେତା ଆଲୋଚନା କରିଥିଲେ । ପାକିସ୍ତାନ ଓ ଆଫଗାନିସ୍ତାନ ଗସ୍ତ ସାରି ଓ୍ବାଙ୍ଗ ନୂଆଦିଲ୍ଲୀରେ ପହଞ୍ଚିଥିଲେ । ଚଳିତବର୍ଷ ବେଜିଂରେ ହେବାକୁ ଯାଉଥିବା ବ୍ରିକ୍ସ ସମ୍ମିଳନୀ ପରିପ୍ରେକ୍ଷୀରେ ଏହି ବୈଠକର ଗୁରୁତ୍ବ ବୃଦ୍ଧି ପାଇଛି ।

ମାନସ ସ୍ୱାଇଁ ହତ୍ୟା ମାମଲାରେ ମିଳିଲା ଶେଷ ଚିଠି, ମୃତ୍ୟୁ ପୂର୍ବରୁ ଲେଖିଥିଲେ ନିର୍ଯାତନାର କାହାଣୀ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ଵାଇଁ ହତ୍ୟା ମାମଲା । ହତ୍ୟା ପୂର୍ବରୁ ମାନସ ଲେଖିଥିଲେ ୩ ପୃଷ୍ଠାର ଚିଠି । ଏଥିରେ ନିର୍ଯାତନାର କୋହଭରା କାହାଣୀ ଲେଖିଥିଲେ ମାନସ ସ୍ୱାଇଁ । ଏନେଇ ବୃଦ୍ଧାଶ୍ରମର ଲେଡି କେୟାର ଟେକର ବିସ୍ଫୋରକ ବୟାନ ଦେଇଛନ୍ତି । ହତ୍ୟା ପୂର୍ବରୁ ୩ ପୃଷ୍ଠାର ଚିଠି ଲେଖିଥିଲେ ମାନସ । ବନ୍ଦ ଘରେ କିଭଳି ହତ୍ୟାକାରୀ ନିର୍ଯ୍ୟାତନା ଦେଉଥିଲେ ସେନେଇ ଚିଠିରେ ଲେଖିଥିଲେ ମାନସ । ପାପୀଙ୍କ ହାତରେ ମୃତଦେହ ନ ଦେଇ ପରିବାର ଲୋକଙ୍କୁ ଦେବାକୁ ଚିଠିରେ ଲେଖିଥିଲେ ମାନସ । ତେବେ ମାନସ ଲେଖିଥିବା ଚିଠିକୁ ଛଡାଇ ନେଇଥିଲେ ଶର୍ମିଷ୍ଠା ।

ମାନସଙ୍କୁ ହତ୍ୟା କରିବା ପୂର୍ବର ଏହି ଚିଠି ପାଇଥିଲେ ଦୟାଲ ଆଶ୍ରମର କେୟାର ଟେକର । କେୟାର ଟେକର ଝାଡୁ କଲା ବେଳେ ଏହି ଚିଠି ପାଇଥିଲେ । ମାନସଙ୍କ ହାତ ଲେଖା ଏହି ଚିଠି ପାଇବା ପରେ ଶର୍ମିଷ୍ଠାଙ୍କୁ ଦେଇଥିଲେ କେୟାର ଟେକର । ତେବେ କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କ ହାତଲେଖା ଶେଷ ଚିଠି କୁଆଡେ ଗଲା ସେ ନେଇ ଖୋଳତାଡ଼ କରାଯିବ ବୋଲି କହିଛି ପୋଲିସ ।

 

ସୂର୍ଯ୍ୟର ଅତି ନିକଟତର ଚିତ୍ର ଜାରି କଲା ୟୁରୋପୀୟ ସ୍ପେସ୍ ଏଜେନ୍ସି

ନୂଆଦିଲ୍ଲୀ: ଆସିଲା ସୂର୍ଯ୍ୟର ଅତି ନିକଟତର ଫଟୋ । ଯାହାକୁ ୟୁରୋପୀୟ ସ୍ପେସ୍ ଏଜେନ୍ସି ଜାରି କରିଛି । ଆପଣ ଦେଖୁଥିବା ଉପରୋକ୍ତ ଚିତ୍ରଟି, ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA)ର ସୋଲାର ଅର୍ବିଟର୍ ସୂର୍ଯ୍ୟର ଅତି ନିକଟରୁ ଉଠାଇଛି । ଅର୍ବିଟାର ୭ ମାର୍ଚ୍ଚ ୨୦୨୨ରେ ଏହି ଚିତ୍ରକୁ ଉତ୍ତଳନ କରିଛି । ଏହା ସୂର୍ଯ୍ୟର ଅତି ସୁନ୍ଦର ଚିତ୍ର ଯାହା ପୂର୍ବରୁ କେବେ ଦେଖାଯାଇନାହିଁ ।

ୟୁରୋପୀୟ ସ୍ପେସ୍ ଏଜେନ୍ସିର (ESA) ସୋଲାର ଅର୍ବିଟରରେ ଲଗାଯାଇଥିବା ଶକ୍ତିଶାଳୀ ଏକ୍ସଟ୍ରିମ ଅଲଟରବାୟଲେଟ ଇମେଜ(EUI)ର , ଯାହା ଗୋଟିଏ ଚମତ୍କାର କ୍ୟାମେରା  । ଏହା ସୂର୍ଯ୍ୟଙ୍କର ଏକ ସମ୍ପୂର୍ଣ୍ଣ ପ୍ରତିଛବି ନେଇଥିଲା, ଅର୍ଥାତ୍ ସମ୍ପୂର୍ଣ୍ଣ ଗୋଲାକାର ଚିତ୍ର  । ଯେଉଁଥିରେ ଆପଣ ବାହ୍ୟ ବାୟୁମଣ୍ଡଳକୁ ସ୍ପଷ୍ଟ ଭାବେ ଦେଖିପାରିବେ ।

୫୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏହିପରି ଚିତ୍ର ନିଆଯାଇଛି, ଅନ୍ୟ ଏକ ଚିତ୍ର ମଧ୍ୟ ଏହି କୋଣରୁ ନିଆଯାଇଛି । ସ୍ପେକ୍ଟ୍ରାଲ୍ ଇମେଜିଙ୍ଗ୍ ଅଫ୍ କରୋନଲ୍ ଏନଭରମେଣ୍ଟ (SPICE) ନାମକ ପେଲୋଡ୍ ଦ୍ୱାରା ଏହା ନିଆଯାଇଥିଲା ଯାହା ସୋଲାର ଅର୍ବିଟର୍ ଉପରେ ରହିଛି । ଏହି ଫଟୋ ୫୦ ବର୍ଷର ପ୍ରଥମ ଫଟୋ ଯାହା ସୂର୍ଯ୍ୟର ଏତେ ନିକଟତରୁ ନିଆଯାଇଛି । ଏହି ଚିତ୍ର ବିଷୟରେ ବିଶେଷ କଥା ହେଉଛି ଏହା ସୂର୍ଯ୍ୟଙ୍କ ହାଇଡ୍ରୋଜେନ ଗ୍ୟାସରୁ ନିର୍ଗତ ଅଲଟ୍ରା-ବାୟଲେଟ ଆଲୋକର ଲିମ୍ୟାନ-ବିଟା ୱେବଲେନ୍ଥକୁ ମଧ୍ୟ ସ୍ପଷ୍ଟ ଭାବେ ଦେଖାଯାଇପାରିବ ।

୭.୫୦କୋଟି କିଲୋମିଟର ଦୂରରୁ ଉଠାଯାଇଥିବା ହୋଇଥିବା ଫଟୋ

ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA)ର ସୋଲାର ଅର୍ବିଟର୍ ୭.୫୦ କୋଟି କିଲୋମିଟର ଦୂରରୁ ସୂର୍ଯ୍ୟଙ୍କର ଏହି ଫଟୋ ଉଠାଇଛି ।  EUI ରୁ ନିଆଯାଇଥିବା ଏହି ଚିତ୍ର, ଯଦି ଆପଣ ଏହି ଫଟୋକୁ ଜୁମ୍ କରିବେ ।

ଖେଳ ଓ ଖେଳାଳିଙ୍କ ପାଇଁ ଭଣ୍ଡାର ଖୋଲିଛନ୍ତି ସରକାର: ରାଜ୍ୟପାଳ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବିଧାନସଭାରେ ତାଙ୍କ ଅଭିଭାଷଣ ରଖିଛନ୍ତି । ସିଡିଏସ୍ ବିପିନ ରାୱତଙ୍କ ସହ ଦିବଙ୍ଗତ ବିଧାନସଭାର ସଦସ୍ୟ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସମେତ ୯ ଜଣ ପୂର୍ବତନ ବିଧାୟକ ଓ କୋଭିଡ୍ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ନିଜର ଅଭିଭାଷଣରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କରୋନା ମହାମାରୀ ମଧ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ହୋଇଥିବା ବିକାଶମୂଳକ କାର୍ଯ୍ୟ ବିଷୟରେ ଉଲ୍ଲେଖ କରିଥିଲେ । ସେହିପରି ଓଡ଼ିଶାରେ ଖେଳାଳିଙ୍କୁ ନିରନ୍ତର ସହଯୋଗ ଓ ବିଶ୍ୱସ୍ତରୀୟ କ୍ରୀଡା ଭିତ୍ତିଭୂମି ନିର୍ମାଣ ପାଇଁ ଅର୍ଥ ବରାଦ କରି ସମଗ୍ର ଭାରତୀୟ କ୍ରୀଡା ଦୃଶ୍ୟପଟ୍ଟରେ ଓଡ଼ିଶା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କହିଥିଲେ ରାଜ୍ୟପାଳ ।

ବିଧାନସଭାର ବଜେଟ ଅଧିବେଶନରେ ଅଭିଭାଷଣରେ ରାଜ୍ୟପାଳ ଗଣେଶୀ ଲାଲ୍ କହିଥିଲେ ଯେ, ସରକାର ୨୦୨୧ ମସିହା ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଦେଶର ୧୬ଟି ଦଳକୁ ନେଇ FIH ପୁରୁଷ ଜୁନିଅର ହକି ବିଶ୍ୱକପ-୨୦୨୧ ସଫଳତାର ସହ ଆୟୋଜନ କରିଛନ୍ତି । ମହାମାରୀ ପରେ ଏହା ଆମ ଦେଶର ପ୍ରଥମ ଆନ୍ତର୍ଜାତୀୟ କ୍ରୀଡା ମହୋତ୍ସବ ଭାବରେ ଉଲ୍ଲେଖନୀୟ ସଫଳତାର ସହ ଅନୁଷ୍ଠିତ ହୋଇଥିଲା । ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଦଳର ଚମତ୍କାର ପ୍ରଦର୍ଶନକୁ ସ୍ୱୀକୃତି ଦେଇ ସରକାର ଆଉ ୧୦ ବର୍ଷ ପାଇଁ ଅର୍ଥାତ ୨୦୩୩ ପର୍ଯ୍ୟନ୍ତ ଭାରତୀୟ ହକିକୁ ପ୍ରାୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସେହିପରି ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ହେଉଛି ୧୨୦ କୋଟି ଟଙ୍କାର ଏକ ପ୍ରମୁଖ ପ୍ରକଳ୍ପ । ନିର୍ମାଣ ସଂପୂର୍ଣ୍ଣ ହେବା ପରେ ଏହା ୨୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଭାରତର ସର୍ବବୃହତ କହି ଷ୍ଟାଡିୟମ ହେବ ଏବଂ କଳିଙ୍ଗ ଷ୍ଟାଡିୟମ ସହିତ ଏହି ଷ୍ଟାଡିୟମରେ ହକି ପୁରୁଷ ବିଶ୍ୱକପ-୨୦୨୩ ଆୟୋଜିତ ହେବ । ଆଗାମୀ ଫିଫା ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପ-୨୦୨୨ ପାଇଁ ଭୁବନେଶ୍ୱରରେ ପାଞ୍ଚଟି ଫିଫା ଷ୍ଟାଣ୍ଡାର୍ଡ ଫୁଟବଲ ତାଲିମ କେନ୍ଦ୍ର ପ୍ରାକୃତିକ ଟର୍ଫ ସହିତ ବିକଶିତ ହୋଇସାରିଛି । ଓଡ଼ିଶାର କ୍ରୀଡାବିମାନଙ୍କୁ ସଶକ୍ତ କରିବା ହେଉଛି ସରକାରଙ୍କ ସମସ୍ତ ପଦକ୍ଷେପଗୁଡିକର ମୂଳ ଆଭିମୁଖ୍ୟ ।

ହକି, ଫୁଟବଲ ବ୍ୟତୀତ ୭୦୦ କୋଟି ଟଙ୍କା ବ୍ୟୟରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଭାରୋତ୍ତଳନ ସୁବିଧା ଥିବା ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ଏବଂ ଆବଶ୍ୟକ ସ୍ଥଳେ ସେଗୁଡିକ ବିପର୍ଯ୍ୟୟ ଆଶ୍ରୟସ୍ଥଳୀ, ମହାମାରୀ ସମୟରେ ଚିକିତ୍ସାଳୟ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ବ୍ୟବହୃତ ହୋଇପାରିବ । ୪୦୦ କୋଟି ଟଙ୍କା ବ୍ୟୟେ ନିର୍ମାଣ ହେବାକୁ ଥିବା କଳିଙ୍ଗ ଷ୍ଟାଡିୟମର ସଂପ୍ରସାରଣ ପ୍ରକଳ୍ପ, ଭାରତର ପ୍ରଥମ ଇନଡୋର ଆଥଲେଟିକ୍ସ ଷ୍ଟାଡିୟ, ଏକ ବିଶ୍ୱସ୍ତରୀୟ ସନ୍ତରଣ କେନ୍ଦ୍ର, ଡେଭିସ୍ କପ୍ କ୍ରୀଡା ଆୟୋଜନ କ୍ଷମତା ରଖୁଥିବା ଟେନିସ୍ କେନ୍ଦ୍ର, ବିଶ୍ୱସ୍ତରୀୟ ହକି ହାଇ ପରଫରମାନ୍ସ ଏକାଡେମୀ କ୍ରୀଡା ଭିତ୍ତିଭୂମି କ୍ଷେତ୍ରରେ ମାଇଲ ଖୁଣ୍ଟ ସଦୃଶ ହେବ ଏବଂ ବାସ୍ତବରେ ଓଡ଼ିଶା ଏକ କ୍ରୀଡା ହବ୍ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ।

ସେହିପରି ସନ୍ତରଣ, ରଗବୀ, ଫୁଟବଲ ଫେଡେରେସନ ସହିତ ଅନ୍ତର୍ଜାତୀୟ ଓ ଜାତୀୟ କ୍ରୀଡା କାର୍ଯ୍ୟକ୍ରମକୁ ସରକାର ନିରନ୍ତର ସହଯୋଗ ଦେଉଥିବାରୁ ହକି, ଆଥଲେଟିକ୍ସ, ଫୁଟବଲ, ସନ୍ତରଣ, ପର୍ବତାରୋହଣ, କ୍ରୀଡା ବିଜ୍ଞାନ, ବ୍ୟାଡ ମିଣ୍ଟନ, ବନ୍ଧୁକଚାଳନା, ଭାରତ୍ତୋଳନ ଆଦି କ୍ରୀଡା ପ୍ରଦର୍ଶନ କେନ୍ଦ୍ରରେ କ୍ରୀଡାବିତମାନଙ୍କୁ ଉତ୍କୃଷ୍ଟ ତାଲିମ ପ୍ରଦାନ କରାଯାଇ କ୍ରୀଡାରେ ଉତ୍କର୍ଷ ପ୍ରତିପାଦନ କରିବାରେ ଏହା ସହାୟକ ହେବ ବୋଲି ଆଜି ଅଭିଭାଷଣରେ କହିଥିଲେ ରାଜ୍ୟପାଳ ଗଣେଶୀ ଲାଲ୍ ।

ଭାରସାମ୍ୟ ହରାଇ ଗଙ୍ଗାନଦୀରେ ବୁଡ଼ିଗଲା ୫ଟି ଟ୍ରକ, ୧୦ ନିଖୋଜ

କଟିହାର: ଗଙ୍ଗା ନଦୀରେ ବୁଡ଼ିଗଲା ମାଲ୍‌ବାହୀ ଭସା ପୋଲ । ଘଟଣାରେ ପାଖାପାଖି ୧୦ରୁ ଅଧକ ଲୋକ ନିଖୋଜ ହୋଇଛନ୍ତି । ମାତ୍ରାଧିକ ପଥର ଚିପ୍‌ସ୍‌ ବୋଝେଇ ହୋଇଥିବା କେତୋଟି ଟ୍ରକ୍‌କୁ ପାରି କରାଉଥିବା ଗୋଟାଏ ମାଲ୍‌ବାହୀ ଭସା ପୋଲ ଗୁରୁବାର ବିଳମ୍ବିତ ରାତିରେ ବୁଡ଼ି ଯାଇଛି । ଘଟଣାଟି ହେଉଛି ଝାଡ଼ଖଣ୍ଡର ସାହିବଗଞ୍ଜରେ ଥିବା ସମଦା ଘାଟ ଏବଂ ବିହାରର ମଣିହାରୀ କଟିହାର ମଧ୍ୟରେ ଥିବା ଗଙ୍ଗାନଦୀରେ । ଯେଉଁଠି ପୋତ ଟି ଭାରସାମ୍ୟ ହରାଇବାରୁ ଗଙ୍ଗାନଦୀ ମଝିରେ ହିଁ ବୁଡ଼ିଯାଇଛି ।

ସାହିବଗଞ୍ଜ ଡେପୁଟି କମିସନର୍‌ ରାମ ନିବାସ ଯାଦବ କହିଛନ୍ତି, ମାଲବାହୀ ପୋଲରେ ମାତ୍ରାଧିକ ବୋଝେଇ ହୋଇଥିବା ୪/୫ଟି ଟ୍ରକ୍‌ ନଈ ଭିତରକୁ ଖସିପଡ଼ିଛନ୍ତି। ଦେଓଘରରୁ ‘ନ୍ୟାସ୍‌ନାଲ୍‌ ଡିଜାଷ୍ଟର୍‌ ରେସ୍‌ପନ୍‌ସ୍‌ ଫୋର୍ସ’ ଅଣାଯାଇ ଉଦ୍ଧାର କାର୍ଯ୍ୟରେ ମୁତୟନ କରାଯାଇଛି। ନିଖୋଜ ବ୍ୟକ୍ତିଙ୍କ ପରିଚୟ ପାଇବାକୁ ଚେଷ୍ଟା କରୁଛୁ । ଏହି ଘଟଣାର ତଦନ୍ତ କରାଯିବ।

ମାଲ୍‌ବାହୀ ଭସା ପୋଲର କ୍ୟାପ୍‌ଟେନ୍‌, ଅମର ଚୌଧୁରୀ କହିଛନ୍ତି, ଗୋଟିଏ ଟ୍ରକ୍‌ର ଟାୟାର୍‌ ଫାଟି ଯିବାରୁ ମାଲ୍‌ବାହୀ ଭସା ପୋଲଟି ଟଳମଳ ହୋଇଥିଲା ଏବଂ ୫ଟି ଅତିରିକ୍ତ ବୋଝେଇ ଟ୍ରକ୍‌ ନଈରେ ପଡ଼ିଗଲେ। ଟ୍ରକ୍‌ର ଡ୍ରାଇଭର୍‌ ଏବଂ କ୍ଲିନର୍‌ମାନଙ୍କ ସମେତ ଅନ୍ୟୂନ ୧୦ଜଣ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି । ମାଲ୍‌ବାହୀ ଭସା ପୋଲରେ ୧୮ଟି ଚିପ୍‌ସ୍‌ ବୋଝେଇ ଟ୍ରକ୍‌ ପାରି ହେଉଥିଲା ବୋଲି ଘଟଣା ପରେ ପରେ ନଈ ପହଁରି କୂଳକୁ ଉଠି ଆସିଥିବା  ମାଲ୍‌ବାହୀ ଭସା ପୋଲର ଜଣେ କର୍ମଚାରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୧୯୮୮ରେ କଟିହାର ନିକଟ ଗଙ୍ଗାନଦୀରେ ସାମର୍ଥ୍ୟ ଠାରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ଗଙ୍ଗାନଦୀରେ ଓଲଟି ପଡ଼ିବାରୁ ପ୍ରାୟ ୪୦୦ ତୀର୍ଥଯାତ୍ରୀ ବୁଡ଼ିଯାଇଥିଲେ। ୨୦୧୮ ଏବଂ ୨୦୨୦ ମଧ୍ୟ ୨ଟି ନୌକା ବୁଡ଼ି ଯିବାରୁ କେତେକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।