spot_img
Home Blog Page 4444

ଆପଣଙ୍କ Facebook ଡାଟାକୁ ଚୋରୀ କରିଥାଏ ଏହି ଆପ୍, ତୁରନ୍ତ କରନ୍ତୁ ଡିଲିଟ୍

ନୂଆଦିଲ୍ଲୀ: ଫଟୋ ଏଡିଟିଂ, ବ୍ୟାଙ୍କିଂ, ସୋସିଆଲ ମିଡ଼ିଆ ସପିଂ ପାଇଁ ଅନେକ ମୋବାଇଲ ଆପ୍ ଉପଲବ୍ଧ ହୋଇଥାଏ । କିନ୍ତୁ ଏହାକୁ ବ୍ୟବହାର କରିବା କେତକାଂଶରେ କ୍ଷତିକାରକ ମଧ୍ୟ ହୋଇଥାଏ । କାରଣ ହ୍ୟାକରସ ଏହାର ଫାଇଦା ଉଠାଇ ଆପଣଙ୍କ ବ୍ୟକ୍ତିଗତ ଡାଟାକୁ ଚୋରୀ କରିବାରେ ସଫଳ ହୋଇଥାନ୍ତି । ସାଧାରଣତଃ ସେମାନେ କୌଣସି ଏକ ନିର୍ଦ୍ଧିଷ୍ଟ ଆପ୍ ମାଧ୍ୟମରେ ଆପଣଙ୍କ ଡାଟା ଚୋରୀ କରିଥାନ୍ତି । ତେଣୁ ସେମାନଙ୍କର ଲକ୍ଷ୍ୟ ଥାଏ କିଭଳି ସେହି ନିର୍ଦ୍ଧିଷ୍ଟ ଆପକୁ ଅଧିକରୁ ଅଧିକ ମୋବାଇଲରେ  ଇନଷ୍ଟଲ କରିବା । ଏବଂ ଏହି ଆପ୍ ମାଧ୍ୟମରେ ଉପଭୋକ୍ତାଙ୍କର ଡାଟା ଚୋରୀ କରିବା ।  କିଭଳି ଆପ ଗୁଡ଼ିକ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରୀ କରିବାର ଖବର ମଧ୍ୟ ଆସିଥାଏ ।

Russia Ukraine War Facebook Google Twitter Big Tech Companies May Play Important Role

ସୂଚନା ଅନୁସାରେ କ୍ରାଫ୍ଟସଟ କାର୍ଟୁନ ଫୋଟୋ ଟୁଲସ (Craftsart Cartoon Photo Tools) ଆପଣଙ୍କ ଫେସବୁକ ଲଗ୍ ଇନ୍ ଡିଟେଲକୁ ଚୋରୀ କରୁଛି । ଏହି ଆପର ବ୍ୟବହାର ସ୍କାନ୍ କରିବା ସମୟରେ ହୋଇଥାଏ । ଏହି ଆପ୍ ଆପଣଙ୍କ ଲଗଇନ୍ ଆଇଡ଼ି ଏବଂ ପାସୱାର୍ଡ ଆବଶ୍ୟକ କରିଥାଏ । ଆଉ ଏହାପରେ ସେ ଉପଭୋକ୍ତାଙ୍କୁ ଋଷର ସର୍ଭରକୁ ପୁନଃନିର୍ଦ୍ଦେଶ କରେ । ଯେଉଁଠାରେ ଏହା ବ୍ୟକ୍ତିଗତ ଏବଂ ଗୋପନୀୟ ସୂଚନା ଯେପରିକି କ୍ରେଡିଟ୍ କାର୍ଡ ସୂଚନା, ମାସେଜ ସହ ଅନ୍ୟାନ୍ୟ ବ୍ୟକ୍ତିଗତ ଜିନିଷ ଚୋରୀ କରିନେଇଥାଏ । ଯଦିଓ ଗୁଗୁଲ ଏହି ଆପକୁ ହଟାଇ ଦେଇଛି, କିନ୍ତୁ କୁହାଯାଉଛି ଯେ ଏହା ହଜାର ହଜାର ଉପଭୋକ୍ତାଙ୍କୁ ଟାର୍ଗେଟ କରିଛି ।

Russia Ukraine War Facebook Google Twitter Big Tech Companies May Play Important Role

ଯଦି ଆପଣ ଏହି ଆପକୁ ଇନଷ୍ଟଲ କରିଛନ୍ତି ତେବେ ଆପଣ ତୁରନ୍ତ ଏହାକୁ ଡିଲିଟ କରି ଦିଅନ୍ତୁ । ତେବେ ଏହି ଆପକୁ ଆପଣ କେବଳ ଆଣ୍ଡ୍ରୋଏଡ ଫୋନରୁ ଡିଲିଟ କରିଦେଲେ ହେବନି  । ଆପଣଙ୍କୁ ଫେସବୁକ ଲଗ୍ ଇନ୍ ଡିଟେଲସକୁ ମଧ୍ୟ ଡିଲେଟ କରିବା ଆବଶ୍ୟକ ।

ଗୁଗୁଲ ଅନୁସାରେ, ଏହି ଆପକୁ ୧ଲକ୍ଷରୁ ଅଧିକ ଥର ଇନଷ୍ଟଲ କରାଯାଇଛି । ଏହାର ଅର୍ଥ ହେଉଛି ଏହି ଆପକୁ ଉପଭୋକ୍ତା ମାନେ ଆଜି ମଧ୍ୟ ବ୍ୟବହାର କରୁଛନ୍ତି । ଯଦି ଏହି ଆପଠାରୁ ବଞ୍ଚିବା ପାଇଁ ଚାହୁଁଛନ୍ତି ତେବେ ଗୁଗୁଲ ପ୍ଲେ ପ୍ରୋଟେକ୍ଟକୁ ଅନ୍ ରଖନ୍ତୁ  ଏବଂ କୌଣସି ୩ୟ ପାର୍ଟିଠାରୁ ଆପ୍ କୁ ଇନଷ୍ଟଲ କରନ୍ତୁ ନାହିଁ ।

ମାନସ ହତ୍ୟାକାଣ୍ଡ: ଏତେଦିନ ହେବ କେଉଁଠି ଲୁଚି ରହିଥିଲେ ଶର୍ମିଷ୍ଠା ?

ଭୁବନେଶ୍ୱର: ସରିଲା ଲୁଚକାଳି ଖେଳ । କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହୋଇଛି ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ । ଏହାସହ ତାର ସହଯୋଗୀ ଝୁନା ଭୋଇକୁ ମଧ୍ୟ ଗିରଫ କରାଯାଇଛି । ଭଦ୍ରକ ନଳାଙ୍ଗରୁ ଶର୍ମିଷ୍ଠା ଓ ଝୁନାକୁ ମିଳିତ ସହଯୋଗରେ ଗିରଫ କରିଛି କ୍ରାଇମବ୍ରାଞ୍ଚର ଓ ଭଦ୍ରକ ପୋଲିସ  । ଆଜି ଉଭୟଙ୍କୁ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରାଯିବ । ତେବେ ପୂର୍ବରୁ ୬ଜଣଙ୍କୁ ଗିରଫ କରାଯାଇଥିଲା  ।

କେଉଁଠି ଥିଲା ଶର୍ମିଷ୍ଠା ?

ମାନସ ସ୍ୱାଇଁକୁ ହତ୍ୟା କରି ଦିର୍ଘ ଦିନଧରି ପୋଲିସ ଆଖିରେ ଧୁଳି ଦେଇ ରାଜ୍ୟ ବାହାରେ ଲୁଚି ରହିଥିଲା ଶର୍ମିଷ୍ଠା । କୋଲକାତା ଓ ଗୌହାଟୀରେ ଶରଣ ନେଇଥିଲା ଶର୍ମିଷ୍ଠା ଓ ଝୁନା । ବସରେ କୋଲକାତାରୁ ଭୁବନେଶ୍ୱର ଫେରିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି । ଅନେକ ଦିନ ଧରି କୋଲକାତା ରେଳ ଷ୍ଟେସନରେ ରହିଥିବା କହିଛନ୍ତି ଶର୍ମିଷ୍ଠା ।

ଏହି ୨ଜଣ ସମେତ ମାମଲାରେ ୮ ଜଣଙ୍କୁ ଗିରଫ କରାଗଲାଣି  । ଏମାନଙ୍କ ମଧ୍ୟରୁ ଶର୍ମିଷ୍ଠା ଓ ଝୁନାଙ୍କ ସହ ପୂର୍ବରୁ ଗିରଫ ଅନ୍ୟ ୫ ଜଣଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିବ କ୍ରାଇମବ୍ରାଞ୍ଚ  । ୨୦୨୨ ଫେବ୍ରୁଆରୀ ୭ତାରିଖରେ କ୍ୟାମେରାମ୍ୟାନ୍ ମାନସଙ୍କୁ ଅପହରଣ କରାଯାଇ ଭୁବନେଶ୍ୱର ଦୟାଲ ଆଶ୍ରମରେ ପିଟି ପିଟି ହତ୍ୟା କରାଯାଇଥିଲା ! ପ୍ରମାଣ ନଷ୍ଟ କରିବା ପାଇଁ ରଣପୁର ନିକଟରେ ମୃତଦେହକୁ ସେମାନେ ପୋତିଥିଲେ  । ଏହି ମାମଲାରେ ପୂର୍ବରୁ ଗିରଫ ହୋଇଛନ୍ତି ପୂର୍ବତନ ଓଆଇଏସ୍ ଅଧିକାରୀ ନିରଞ୍ଜନ ସେଠୀ  । ବିଜୟଓ୍ବାଡ଼ାରୁ ଶର୍ମିଷ୍ଠାର ଭାଇ ପରମେଶ୍ବର ରାଉତକୁ ଗିରଫ କରାଯାଇଛି  । ରଞ୍ଜନ ନାୟକ, ଗାଡ଼ି ଡ୍ରାଇଭର ଓ ୨ ସୁପାରି କିଲରଙ୍କୁ ବି ଗିରଫ କରାଯାଇଛି  । ଗତ ୨୩ ତାରିଖରେ ଡିଜିପି କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ  ।

ଆର୍ଥିକ ପରିଚାଳନାରୁ ଶିଳ୍ପ ଅଭିବୃଦ୍ଧି ଯାଏ ଓଡିଶା ଦେଶରେ ଏକ ନମ୍ବର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆର୍ଥିକ ପରିଚାଳନା ଠାରୁ ବଜେଟ ମ୍ୟାନେଜମେଣ୍ଟ ଏପରିକି ରାଜ୍ୟର ଶିଳ୍ପର ଅଭିବୃଦ୍ଧିରେ ଓଡିଶା ସାରା ଦେଶରେ ଏକ ନମ୍ବର । ଆର୍ଥିକ ସୁପରିଚାଳନା ଯୋଗୁଁ ଜାତୀୟ ହାର ଠାରୁ ମଧ୍ୟ ରାଜ୍ୟର ଅଭିବୃଦ୍ଧି ହାର ଅଧିକ । ଗତ ୧୦ ବର୍ଷ ଧରି ରାଜ୍ୟର ଅଭିବୃଦ୍ଧି ହାର ହାରାହାରି ୬.୫ ପ୍ରତିଶତ ରହିଥିଲା । ସେହି ସମୟରେ ଜାତୀୟ ଅଭିବୃଦ୍ଧି ହାର ଥିଲା ୫.୩ ପ୍ରତିଶତ । ୨୦୨୦-୨୧ରେ ମହାମାରି ଯୋଗୁଁ ଅର୍ଥନୀତି ପ୍ରଭାବିତ ହୋଇଥିଲା । ତେବେ ଆଗୁଆ ପଦକ୍ଷେପ ଯୋଗୁଁ ୨୦୨୧-୨୨ରେ ରାଜ୍ୟର ଅଭିବୃଦ୍ଧି ହାର ୧୦୧ ପ୍ରତିଶତରେ ପହଁଚିଛି ।

ଏହି ସମୟରେ ଜାତୀୟ ଅଭିବୃଦ୍ଧି ଥିଲା ୮.୮ ପ୍ରତିଶତ । ଆର୍ଥିକ ପରିଚାଳନା ଆଇନକୁ ଶତ ପ୍ରତିଶତ ଲାଗୁ କରିବାରେ ଓଡିଶା ଦେଶର ଏକମାତ୍ର ରାଜ୍ୟ । ରାଜ୍ୟପାଳଙ୍କ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ବଜେଟ ପ୍ରସ୍ତୁତି ଓ ପରିଚଳନାରେ ମଧ୍ୟ ଓଡିଶା ସରକାର ସମ୍ପୁର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ କରୁଛନ୍ତି । ସରକାରୀ ପୋର୍ଟାଲରେ ସର୍ବସାଧାରଣଙ୍କ ପାଇଁ ଏହା ଉପଲବ୍ଧ ହେଉଛି । ସେହିଭଳି କୋଭିଡ ପରିଚଳନାରେ ମଧ୍ୟ ସାଧାରଣ ଲୋକଙ୍କ ସହଯୋଗରେ ଓଡିଶା ସାରା ଦେଶ ପାଇଁ ଉଦାହାରଣ ସୃଷ୍ଟି କରିଛି ।

ଆଗୁଆ ସତର୍କତାମୂଳକ ପଦକ୍ଷେପ ଏବଂ ବ୍ୟାପକ ଟିକାକରଣ ଯୋଗୁଁ କୋଭିଡ ମୁକାବିଲାରେ ରାଜ୍ୟ ସରକାର ସଫଳତା ପାଇଛନ୍ତି । ସ୍ବାସ୍ଥ୍ୟ ସେବାରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ରାଜ୍ୟର ୯୬ ଲକ୍ଷ ୫୦ ହଜାର ପରିବାରର ୩ କୋଟି ୫୦ ଲକ୍ଷ ଲୋକ ଏହି ଯୋଜନାରୁ ଉପକୃତ ହେଉଛନ୍ତି । ଷ୍ଟାଟ ଅପ ର୍ୟାଙ୍କିଙ୍ଗରେ ଓଡିଶା କ୍ରମାଗତ ଭାବେ ୨୦୧୮ ଓ ୨୦୧୯ରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟର ମାନ୍ୟତା ପାଇଥିବା ବେଳେ କ୍ଷୁଦ୍ର, ମଧ୍ୟମ ଓ ଅଣୁ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ପ୍ରତ୍ସାହନ ଯୋଗାଇଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

କୋଭିଡ ମହାମାରି ସତ୍ତ୍ବେ ଓଡିଶା ପୁଂଜିନିବେଶକାରୀଙ୍କ ପ୍ରମୁଖ ଆକର୍ଷଣ । ମହାମାରି ସମୟରେ ରାଜ୍ୟରେ ୪.୪ ଲକ୍ଷ କୋଟି ଟଙ୍କା ପୁଂଜିନିବେଶ ସମ୍ଭବ ହୋଇଛି । ରାଜ୍ୟରେ ପର୍ଯ୍ୟଟନ ପର୍ଯ୍ୟାପ୍ତ ସୁଯୋଗ ରହିଥିବାରୁ ରାଜ୍ୟ ସରକାର ଏହି କ୍ଷେତ୍ରରେ ଅଧିକ ପୁଂଜିନିବେଶ ପାଇଁ ପ୍ରସ୍ତୁତ କରିଛନ୍ତି ଏକ ମାଷ୍ଟର ପ୍ଲାନ । ସେହିପରି ୨୦୨୪ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଗ୍ରାମୀଣ ଘରକୁ ପାଇପ ପାଣି ସଂଯୋଗ କରିବାକୁ ପ୍ରସ୍ତୁତ ହୋଇଛି ୫୦ ହଜାର ୨୬୩ କୋଟି ଟଙ୍କାର ମେଗା ପ୍ରକଳ୍ପ । ରାଜ୍ୟର ପ୍ରତ୍ୟେକ ଚାଷ ଜମିକୁ ଜଳସେଚିତ କରିବାକୁ ଡିପ୍‌ ବୋରୱେଲ ଓ ପାର୍ବତୀଗିରି ମେଗା ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଛି । ଚାଷୀ ଓ ଚାଷର ବିକାଶ ପାଇଁ ଚାଷୀଙ୍କୁ ଜାତୀୟ ବଜାର ସହ ସଂଯୋଗ କରାଯାଉଛି ।

ଏଥିପାଇଁ ଆରମ୍ଭ ହୋଇଛି ଓଡିଶା ଆଗ୍ରୀ କନକ୍ଲେଭ । ଖାଦ୍ୟ ସୁରକ୍ଷା ମିଶନରେ ଓଡିଶା ଦେଶର ବୃହତ ରାଜ୍ୟମାନଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି । ଏଥିସହିତ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବାକୁ ମଧ୍ୟ ରାଜ୍ୟ ସରକାର ବଳିଷ୍ଠ ପଦକ୍ଷେପ ନେଇଛନ୍ତି । ଏପରିକି ଘର ମରାମତି ପାଇଁ ମଧ୍ୟ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇଦିଆଯାଉଛି । ମହିଳା ସଶକ୍ତିକରଣରେ ମଧ୍ୟ ଓଡିଶା ସାରା ଦେଶ ପାଇଁ ଉଦହାରଣ । ମିଶନ ଶକ୍ତି କାର୍ଯ୍ୟକ୍ରମରେ ୭୦ ଲକ୍ଷ ମହିଳାଙ୍କୁ ଆର୍ଥିକ ଓ ସମାଜିକ ସ୍ବାବଲମ୍ବି କରାଯାଇଛି ।

ଶିକ୍ଷାର ମାନବୃଦ୍ଧି ପାଇଁ ୫T କାର୍ଯ୍ୟକ୍ରମରେ ସ୍କୁଲଗୁଡିକର ରୂପାନ୍ତର କରାଯାଇଛି । ଏଥିସହିତ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି । କ୍ରିଡାର ବିକାଶରେ ମଧ୍ୟ ଓଡିଶା ସର୍ବଭାରତୀୟ ସ୍ତରରେ ଏକ ନମ୍ବର । ୨୦୨୦ ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଟିମର ଉଲ୍ଲେଖନୀୟ ପ୍ରଦର୍ଶନ ପରେ ଆଗାମୀ ୧୦ ବର୍ଷ ପାଇଁ ଓଡିଶା ହକି ଟିମ୍‌ ପ୍ରାୟୋଜକ ରହିବ । ସେହିଭଳି ୫T ଓ ମୋ ସରକାର ଅଭିଯାନରେ ସାଧାରଣ ଲୋକଙ୍କୁ ସେବା ଯୋଗାଇ ଦେବାରେ ସ୍ବଚ୍ଛତା ଓ ପ୍ରତିବଦ୍ଧତାକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି ।

ଏଥିସହିତ ପଢ଼ନ୍ତୁ: ଅର୍ଥନୈତିକ ପରିଚାଳନାରେ ଓଡ଼ିଶା ୧ ନମ୍ୱର ରାଜ୍ୟ ହେବ : ଅର୍ଥମନ୍ତ୍ରୀ

ଆଜି ପୁଣି ବଢିଲା ତେଲ ଦର ! ଜାଣନ୍ତୁ ବର୍ତ୍ତମାନ ଲିଟର ପିଛା କେତେ ଦେବାକୁ ପଡ଼ିବ

ନୂଆଦିଲ୍ଲୀ: ଆଜି ବି ପୁଣି ବଢ଼ିଲା ତେଲ ଦର । ସପ୍ତାହକ ମଧ୍ୟରେ ୬ ଥର ବଢ଼ିଲାଣି ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରୋଲ ଲିଟର ପିଛା ୩୦ ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି । ୬ ଥର ମଧ୍ୟରେ ସାଢ଼େ ୪ ଟଙ୍କା ଉପରେ ବଢ଼ିଲାଣି ତେଲ ଦର । ଆଜି ଭୁବନେଶ୍ବରରେ ପେଟ୍ରୋଲ ୩୨ ଓ ଡିଜେଲ ୩୭ ପଇସା ବୃଦ୍ଧି ପାଇଛି । ଅହେତୁକ ଭାବେ ତେଲ ଦର ବୃଦ୍ଧି ପାଉଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

ର।ଷ୍ଟ୍ର।ୟତ୍ତ ତୈଳ କମ୍ପ।ନୀଗୁଡିକ ଦ୍ୱ।ର। କ୍ରମ।ଗତ ଭ।ବେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କର।ଯ।ଉଥିବ। ଦେଖିବ।କୁ ମିଳୁଛି । ଯ।ହ। ଦ୍ବ।ର। ସ।ଧ।ରଣ ଲୋକ ନ।ହିଁ ନଥିବ।ର ହଇର।ଣ ହେଉଛନ୍ତି । ଦେଶର ବିଭିନ୍ନ ସ୍ଥ।ନରେ ତୈଳଦର ଶହେ ଟପିଥିବ। ବେଳେ କେତେକ ସ୍ଥ।ନରେ ମଧ୍ୟ ୧୧୩ଟଙ୍କ। ଟପି ସ।ରିଲ।ଣି ପେଟ୍ରେ।ଲ ଦର ।

ସେହିପରି ରବିବାର ମଧ୍ୟ  ୫୦ ପଇସ।ରୁ ୫୭ ପଇସା ଯାଏଁ ବୃଦ୍ଧି ହୋଇଥିଲା । କିନ୍ତୁ ଆଜି ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ବୃଦ୍ଧି ହୋଇଛି । ଗତକାଲି ନୂଆ ଦିଲ୍ଲୀରେ ପେଟ୍ରେ।ଲ ଦର ୯୯ଟଙ୍କ। ୧୧ପଇସ। ଥିବ। ବେଳେ ଆଜି ଏହା ବଢ଼ି ୯୯ଟଙ୍କା ୪୧ ପଇସା ହୋଇଛି । ସେହପରି ଡିଜେଲ ଦାମ୍‌ ମଧ୍ୟ ବଢ଼ୁଛି ।

୩୩ ଦିନରେ ପହଞ୍ଚିଲା ଋଷ-ୟୁକ୍ରେନ ଯୁଦ୍ଧ

କିଭ୍: ୩୩ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନ ଉପରେ ହମଲା ଜୋରଦାର କରିଛି ଋଷ । ଫେଜ୍-୨ ୱାର ଚାଲିଥିବା ବେଳେ ଆଜି କିବ ସହରର ଆଖପାଖରେ ୪ଟି କାଲିବର କ୍ରୁଜ ମିସାଇଲ ମାଡ଼ କରିଛି ମସ୍କୋ । ଯୁଦ୍ଧ ୩୩ ଦିନରେ ପହଞ୍ଚିଥିବା ବେଳେ ଯୁଦ୍ଧ ବିରାମ ନେଇ କିଛି ନିଷ୍କର୍ସ ବାହାରିପାରିନି । ମିସାଇଲ ଆଟାକରେ ପୁରା ସହର ଧୂଆଁମୟ ହୋଇଛି । ଜୀବନ ବିକଳରେ ଘର ଛାଡ଼ି ଚର୍ଚ୍ଚରେ ଆଶ୍ରୟ ନେଇଛନ୍ତି ସହରବାସୀ ।

ଆକ୍ରମଣରେ ୟୁକ୍ରେନର ସ୍ଲାବୁଟିକ ସହରକୁ ଋଷ ସେନା ଟାର୍ଗେଟ କରୁ ନଥିବା ଜଣାପଡ଼ିଛି । ଚେର୍ନୋବିଲ ଆଣବିକ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ଅନେକ ଶ୍ରମିକ ବସବାସ କରୁଥିବାରୁ ସେହି ସହର ଉପରେ ଋଷ ସେନା ଟାର୍ଗେଟ କରୁନି ବୋଲି କୁହାଯାଉଛି। ଋଷର ଜୋରଦାର ହମଲା ପରେ ପଶ୍ଚିମୀ ଦେଶଗୁଡ଼ିକ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ପଶ୍ଚିମ ଦେଶଗୁଡ଼ିକ କାୟର ଭଳି ବ୍ୟବହାର କରୁଛନ୍ତି । ଆମେ ଏକା ଶତ୍ରୁ ସହ ଲଢ଼େଇ କରୁଛୁ ବୋଲି ଜେଲେନସ୍କି କହିଛନ୍ତି । ଏହାସହ ଆମେ ଶାନ୍ତିର ମାର୍ଗ ଅପେକ୍ଷାରେ ରହିଛୁ ।

Russia Running Short Of Soldiers Putin Recruiting Foreign Fighters

ଅନ୍ୟପଟେ ନାଟୋ ସମ୍ପର୍କରେ ପୁରାଦେଶରେ ଜନମତ ସଂଗ୍ରହ କରାଯିବ ବୋଲି ଜେଲେନସ୍କି କହିଛନ୍ତି । ସେପଟେ ୟୁକ୍ରେନକୁ ଦୁଇ ଭାଗରେ ବିଭକ୍ତ କରିବାକୁ ପୁଟିନ ଚେଷ୍ଟା କରୁଥିବା ପୁରା ବିଶ୍ବର ନେତାକୁ ବିଚଳିତ କରିଛି । ଯୁଦ୍ଧ ବିରତି ପାଇଁ ସବୁ ଦେଶ ଚେଷ୍ଟା ଜାରି ରଖିଥିବା ବେଳେ ତୁର୍କି ରାଷ୍ଟ୍ରପତି ଆଜି ପୁଟିନଙ୍କ ସହ ଆଲୋଚନା କରିଛନ୍ତି । ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ୟୁକ୍ରେନ ପ୍ରତିନିଧି ମଣ୍ଡଳ ସହ ତୁର୍କି ଆଲୋଚନା କରିବ ।

ମାନସ ସ୍ୱାଇଁ ହତ୍ୟା ମାମଲା: ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା ଓ ସହଯୋଗୀ ଝୁନା ଗିରଫ

ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା । ଗିରଫ ହେଲା ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ । ଭଦ୍ରକ ନଳାଙ୍ଗରୁ ଶର୍ମିଷ୍ଠା ଗିରଫ । ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ସହଯୋଗରେ ଶର୍ମିଷ୍ଠା ଗିରଫ । ଶର୍ମିଷ୍ଠାର ସହଯୋଗୀ ଝୁନା ଭୋଇ ମଧ୍ୟ ଗିରଫ ।  ଖୁବଶୀଘ୍ର କୋର୍ଟରେ ହାଜର କରାଯିବ ।

ସୂଚନା ଯୋଗ୍ୟ ଯେ, ଗତକାଲି ମାନସ ସ୍ୱାଇଁ ହତ୍ୟା ମାମଲାରେ ଦୟାଲ ଆଶ୍ରମରେ ଛାନବିନ୍ କରିଥିଲା କ୍ରାଇମବ୍ରାଞ୍ଚ । କେମତି ରଚା ଯାଇଥିଲା ମର୍ଡର ପ୍ଲଟ? କିଭଳି କରାଯାଇଥିଲା ମାନସ ସ୍ବାଇଁଙ୍କୁ ହତ୍ୟା? ସେନେଇ ଖିଅ ଖୋଜିଥିଲା ଟିମ୍ । ଭୁବନେଶ୍ୱରରେ ଯାଞ୍ଚ କରିବା ପରେ ରଣପୁର ବଧିପାଟଣାରେ ବି ଯାଞ୍ଚ କରାଯିବ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଫୋକସରେ ଆଶ୍ରମର ଲେଡି କେୟାର ଟେକର, ଦିଲ୍ଲୀପ ଖଟେଇ, ସ୍କାଏ ଟାଓ୍ବାର ସିକ୍ୟୁରିଟି ଗାର୍ଡ ଓ ମାନସର ନାବାଳକ ସହଯୋଗୀ । ଆଶ୍ରମର ଲେଡି କେୟାର ଟେକର କ୍ରାଇମବ୍ରାଞ୍ଚ ପାଇଁ ବଡ଼ ସାକ୍ଷୀ ।

ସେପଟେ ୬ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଜେରା କରିବ ଟିମ । ପ୍ରାଇମ ଫୋକସରେ ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକ । ମାନସଙ୍କୁ ଅପହରଣଠାରୁ ହତ୍ୟା ଓ ପ୍ରମାଣ ନଷ୍ଟ ପର୍ଯ୍ୟନ୍ତ ନିରଞ୍ଜନ ପ୍ରତି ସମୟରେ ମୁଣ୍ଡ ଖେଳାଉଥିବା ସିଡିଆର ରିପୋର୍ଟରୁ ଜଣାପଡ଼ିଛି । ଚିପ୍‌ରେ କଣ ରହିଛି? ସର୍ଟ ଫିଲ୍ମ ଓ ପୁରୀ ସି-ବିଚ ସୁଟିଂର ସତ କଣ? ସେକଥା ନିରଞ୍ଜନ ହିଁ ଜାଣିଛନ୍ତି । ଏସବୁ ସତ ଖୋଜିବାକୁ ନିରଞ୍ଜନଙ୍କୁ ଖୁବଶୀଘ୍ର ରିମାଣ୍ଡରେ ଆଣି ଜେରା କରିପାରେ କ୍ରାଇମବ୍ରାଞ୍ଚ ।  ତେବେ ଗତକାଲି ଦୟାଲ ଆଶ୍ରମକୁ ସିଲ୍ କରିସାରିଛି କ୍ରାଇମବ୍ରାଞ୍ଚ ।

ଏଥିସହିତ ପଢ଼ନ୍ତୁ: ଢେଙ୍କାନାଳରେ ଦାରୁ ସଂଗ୍ରହକୁ ବିରୋଧ: ଗିରଫ ଦାବି କଲା ଦଇତାପତି ନିଯୋଗ

ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରମୋଦ ସାୱନ୍ତ

ପଣଜୀ: ଗୋଆ ମୁଖ୍ୟମନ୍ତ୍ରୀ ଭାବେ ପଣଜୀର ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଶପଥ ନେଇଛନ୍ତି ପ୍ରମୋଦ ସାୱନ୍ତ । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ସଭାପତି ଜେପି ନଡ୍ଡା, ହରିୟାଣାର ମୁଖ୍ୟମନ୍ତ୍ରୀ ଏମଏଲ ଖଟ୍ଟର, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁସ୍କର ଧାମୀ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସମେତ ୧୫ ରାଜ୍ୟର ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ । ଶପଥ ଗ୍ରହଣ ଉତ୍ସବରେ ପାଖାପାଖି ୧୫ ହଜାର ଲୋକ ସାମିଲ ଥିଲେ ।

ନିକଟରେ ହୋଇଥିବା ବିଧାନସଭା ନିର୍ବଚନରେ ବିଜେପି ୪୦ରୁ ୨୦ଟି ଆସନରେ ବିଜୟୀ ହୋଇଥିଲା । ବିଜେପି ସରକାରକୁ ଏମଜିପିର ୨ ଓ ୩ ସ୍ବାଧୀନ ବିଧାୟକ ସମର୍ଥନ ଜଣାଇଥିଲେ । ପ୍ରମୋଦଙ୍କ ସହ ବିଶ୍ୱଜିତି ରାଣେ, ମୌବିନ ଗୋଡ଼ିହ୍ନେ, ରବି ନାୟକ, ନିଲେଶ କାବରାଲ, ଶୁଭାସ ଶିରୋଡକର, ରୋହନ ଖୋଟେ, ଅତାନାସିୟୋ ମୋନସେରାଟ ଏବଂ ଗୋବିନ୍ଦ ଗୋଡେ ମଧ୍ୟ ମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି ।

https://nandighoshatv.compramod-sawant-oath-ceremony-today/

ଶପଥ ନେବା ପୂର୍ବରୁ ପ୍ରମୋଦ ସାୱନ୍ତ ମନ୍ତ୍ରୀମାନଙ୍କ ସୂଚୀ ରାଜଭବନ ଯାଇ ରାଜ୍ୟପାଳ ଶ୍ରୀଧରଣ ପିଲ୍ଲଇଙ୍କୁ ଦେଇଥିଲେ ।

ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପ: ନୂଆ ରେକର୍ଡ ସ୍ଥାପନ ସହ ସ୍ୱର୍ଣ୍ଣ ଜିତିଲେ ପୁନମ

ଭୁବନେଶ୍ୱର: ଜାତୀୟ ଭାରୋତ୍ତଳନ ଚାମ୍ପିଅନ୍‌ସିପ୍‌ରେ  ପୁନମ୍ ଯାଦବଙ୍କ ରେକର୍ଡ । ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଚାମ୍ପିଅନସିପ୍‌ରେ ଏହି ସଫଳତା ହାସଲ କରିଛନ୍ତି ।  ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ଇନଡୋର ହଲରେ ଆଜି 76 କେଜି ବରିଷ୍ଠ ମହିଳା ବର୍ଗରେ ଆରଏସପିବିର ପୁନମ ୟାଦବ ସ୍ନାଚରେ ୯୯କେଜି ଉତ୍ତୋଳନ କରି ପୂର୍ବରୁ ନିଜ ନାମରେ ଥିବା ୯୮କେଜିର ରେକର୍ଡକୁ ଭଙ୍ଗ କରିଛନ୍ତି । ଏଥିସହିତ କ୍ଲିନ ଆଣ୍ଡ ଜର୍କରେ ୧୧୫ କେଜି ଉତ୍ତୋଳନ ସହ ମୋଟ ୨୧୪ କେଜି ଉତ୍ତୋଳନକରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।ଏହି ବର୍ଗରେ ତାମିଲନାଡୁର ଆର. ଆରୋଚକିୟା ଅଲିଶ ମୋଟ ୨୦୯ କେଜି ଉତ୍ତୋଳନ କରି ରୌପ୍ୟ ଏବଂ ମଣିପୁରର ଖ. ସରଜୁବାଳା ଦେବୀ ମୋଟ ୧୯୬ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି  ।


ଜୁନିୟର ମହିଳା ୭୬ ବର୍ଗରେ ହରିୟାଣାର ଜ୍ୟୋତି ୟାଦବ ମୋଟ ୧୮୪ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ମହାରାଷ୍ଟ୍ରର ପ୍ରତୀକ୍ଷା କାଦୁ ମୋଟ ୧୭୨ କେଜି ଉତ୍ତୋଳନ କଟି ରୌପ୍ୟ ଏବଂ ଆନ୍ଧ୍ରପ୍ରଦେଶର ପି. ଧାତ୍ରୀ ମୋଟ ୧୭୧ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି  ।
୭୬ କେଜି ମହିଳା ୟୁଥ ବର୍ଗରେ ହରିୟାଣାର ଶୀତଳ ମୋଟ ୧୪୯ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ପଣ୍ଡିଚେରୀର ଭି. ଦେବୀ ମୋଟ ୧୪୮ କେଜି ଉତ୍ତୋଳନ କରି ରୌପ୍ୟ ପଦକ ଏବଂ ଉତ୍ତରପ୍ରଦେଶର ଜ୍ୟୋତି ୟାଦବ ମୋଟ ୧୩୯ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି  ।

ଢେଙ୍କାନାଳରେ ଦାରୁ ସଂଗ୍ରହକୁ ବିରୋଧ: ଗିରଫ ଦାବି କଲା ଦଇତାପତି ନିଯୋଗ

ଢେଙ୍କାନାଳ: ଓଡ଼ାପଡା ବ୍ଲକ ଏକଘରିଆ ଗାଁର ଶରଣ ଶ୍ରୀକ୍ଷେତ୍ର ପରିସରରେ ନବନିର୍ମିତ ମନ୍ଦିରରେ ବିଗ୍ରହ ସ୍ଥାପନ ପାଇଁ ଦାରୁ ସଂଗ୍ରହ ଲାଗି ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ବନଯାଗ ଯାତ୍ରା ପ୍ରସଙ୍ଗ । ଏହାକୁ ନେଇ ପ୍ରଶ୍ନ କରିଛି ପୁରୀ ଦଇତାପତି ନିଯୋଗ । ଶ୍ରୀଜଗନ୍ନାଥଙ୍କ ମୂଳପୀଠ ଛଡ଼ା ଅନ୍ୟ କୌଣସି ସ୍ଥାନରେ ବନଯାଗ ଯାତ୍ରା ଶାସ୍ତ୍ରସମ୍ମତ ନୁହେଁ କହି ଏହାକୁ ଦଇତାପତି ସେବକମାନେ ନିନ୍ଦା କରିଛନ୍ତି । ଢେଙ୍କାନାଳରେ ଅଦିନିଆ ବନଜାଗ ଯାତ୍ରା ବେଆଇନ । ନବକଳେବର ପରମ୍ପରାକୁ କ୍ଷୁର୍ଣ୍ଣ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଦଇତାପତି ନିଯୋଗ ସମ୍ପାଦକ କହିଛନ୍ତି । କଟାଯାଇଥିବା ବୃକ୍ଷକୁ ଜବତ କରିବା ସହ ଏପରି କରିଥିବା ଚିଣ୍ଟୁ ବାବାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦଇତାପତି ନିଯୋଗ ପକ୍ଷରୁ ଦାବି କରାଯାଇଛି ।

ସୂଚନା ଯୋଗ୍ୟ , ଢେଙ୍କାନାଳ ଶରଣ ଶୀକ୍ଷେତ୍ରରେ ମହାପ୍ରଭୁଙ୍କ ମନ୍ଦିରରେ ବିଗ୍ରହ ସ୍ଥାପନ ନେଇ ବନଯାଗ ଯାତ୍ରା ଆୟୋଜନ କରାଯାଇଥିଲା । ବିଗ୍ରହ ନେଇ ଦାରୁ ଚିହ୍ନଟ ସହ ସଂଗ୍ରହ କରାଯାଇଥିଲା । ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଳପୀଠ ପୁରୀରେ ହିଁ ନବକଳେବରରେ ଦାରୁ ପରିବର୍ତ୍ତନର ବିଧି ରହିଥିବା ବେଳେ ଅନ୍ୟତ୍ର ଦାରୁ ସଂଗ୍ରହ କରିବା ମୂଳ ପରମ୍ପରାର ଉଲ୍ଲଂଘନ  ବୋଲି କହିଛ ଦଇତାପତି ନିଯୋଗ ।

 

ୱିଲ ସ୍ମିଥଙ୍କ ପତ୍ନୀଙ୍କୁ ଉପହାସ କରିବା କ୍ରିସଙ୍କୁ ମହଙ୍ଗା ପଡ଼ିଲା, ‘ଶୋ’ ମଝିରେ କ୍ରିସଙ୍କୁ ଚାପୁଡ଼ା ମାରିଲେ ସ୍ମିଥ୍

ନୂଆଦିଲ୍ଲୀ: ୨୦୨୨ ଓସ୍କାର ଆୱାର୍ଡ ସମୟରେ ମଞ୍ଚ ଉପରେ ଅଭିନେତାଙ୍କୁ ଚାପୁଡ଼ା ମାରିଲେ ୱିଲ ସ୍ମିଥ୍ । ଏବେ ଏହାକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି । କ୍ରିସ୍ ରକ୍  ମଞ୍ଚ ଉପରେ ଡକ୍ୟୁମେଣ୍ଟାରୀ ଫିଚର ପାଇଁ ଓସ୍କାର ଆୱାର୍ଡ ଦେବାକୁ ଆସିଥିଲେ  । ଆଉ ଏହି ସମୟରେ କ୍ରିସ, ସ୍ମିଥଙ୍କ ପତ୍ନୀଙ୍କ କେଶକୁ ନେଇ କମେଣ୍ଟ ମାରିଥିଲେ ଆଉ ଏହା ପରେ ସ୍ମିଥ୍ ରାଗି ଯାଇ ମଞ୍ଚ ଉପରକୁ ଆସି କ୍ରିସଙ୍କୁ ଗୋଟିଏ ଚାପୁଡ଼ା ମାରିଥିଲେ ।

ସୂଚନା ଅନୁସାରେ, ଫିଲ୍ମ ‘ଜି. ଆଇ ଜେନ୍ ୨’କୁ ନେଇ କ୍ରିସ ରକ୍, ୱିଲ୍ ସ୍ମିଥଙ୍କ ପତ୍ନୀ ଜେଡା ପିଙ୍କେଟ ସ୍ମିଥଙ୍କ ଚନ୍ଦା ପଣକୁ ନେଇ ଉପହାସ କରିଥିଲେ । ଜେଡାଙ୍କ ଚନ୍ଦା ପଣକୁ ନେଇ କମେଣ୍ଟ କରି କ୍ରିସ କହିଥିଲେ ଯେ, ଜେଡା ଚନ୍ଦା ହୋଇଥିବା କାରଣରୁ ତାଙ୍କୁ ଏହି ଫିଲ୍ମରେ କାମ କରିବାର ସୁଯୋଗ ମିଳିଛି ।

ତେବେ ଫିଲ୍ମ ‘ଜି. ଆଇ ଜେନ୍ ୨’ରେ ଜାଡେ ଚନ୍ଦା ଭାବେ ନଜର ଆସିଥିଲେ । ଯଦିଓ ସେ ଚନ୍ଦା ହେବାର କାରଣ ସେହି ଫିଲ୍ମ ନୁହେଁ ବରଂ ସେ ଚନ୍ଦା ହେବାର କାରଣ ହେଉଛି ତାଙ୍କ ସ୍ୱାସ୍ଥ୍ୟାବସ୍ଥା । ଦିର୍ଘଦିନ ଧରି ଜେଡ଼ା ‘ଆଲୋପେସିଆ’ ରୋଗରେ ଆକ୍ରନ୍ତ । ଆଉ ଏହି କାରଣରୁ ସେ ତାଙ୍କ କେଶକୁ କାଟି ଦେଇଛନ୍ତି । ଏମିତିରେ ଜେଡ଼ାଙ୍କୁ ସର୍ବସମ୍ମୁଖରେ ପରିହାସ କରିବା ସ୍ମିଥଙ୍କୁ ଆଦୌ ଭଲ ଲାଗି ନଥିଲା ଯାହା ପାଇଁ ସେ ବହୁତ କ୍ରୋଧିତ ହୋଇଯାଇଥିଲେ । ଆଉ ଏହା ପରେ ଶୋ’ ଚାଲିଥିବା ସମୟରେ ହିଁ ମଞ୍ଚକୁ ଆସି କ୍ରିସଙ୍କୁ ଚାପୁଡ଼ା ମାରିଥିଲେ ୱିଲ ସ୍ମିଥ୍ ।

ୱିଲ ସ୍ମିଥଙ୍କ ଠାରୁ ଚାପୁଡ଼ା ଖାଇବା ପରେ କିଛି ସମୟ ପାଇଁ ନିସ୍ତବ୍ଦ ହୋଇଯାଇଥିଲେ କ୍ରିସ ରକ୍ । ତା ପରେ ମଞ୍ଚରୁ ତଳକୁ ଆସି ସ୍ମିଥ୍ କ୍ରିସଙ୍କୁ ତାଙ୍କ ସ୍ତ୍ରୀ’ଙ୍କ ନାଁ ନ ଧରିବାକୁ ମଧ୍ୟ କହିଥିଲେ । ଆଉ ଏହାର ଉତ୍ତରରେ କ୍ରିସ କହିଥିଲେ ସେ ଆଉ ଏମିତି କରିବେ ନାହିଁ । ଆଉ ଏ ସମସ୍ତ ଘଟଣା ଦେଖି ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।