spot_img
Home Blog Page 4445

ଅର୍ଥନୈତିକ ପରିଚାଳନାରେ ଓଡ଼ିଶା ୧ ନମ୍ୱର ରାଜ୍ୟ ହେବ : ଅର୍ଥମନ୍ତ୍ରୀ

ଭୁବନେଶ୍ୱର:ଅର୍ଥନୈତିକ ପରିଚାଳନାରେ ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ । ମାର୍ଚ୍ଚ 31ରେ କର୍ଣ୍ଣାଟକକୁ ପଛରେ ପକାଇ ଓଡ଼ିଶା ଏକ ନମ୍ବର ରାଜ୍ୟ ହେବ । ବିଧାନସଭାରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହା କହିଛନ୍ତି । ରାଜ୍ୟ ସରକାର ଯେତିକି ଋଣ କରୁଛନ୍ତି, ସେ ସବୁ କେବଳ ରାଜ୍ୟର ବିକାଶମୂଳକ କାର୍ଯ୍ୟରେ ଖର୍ଚ୍ଚ କରାଯାଉଛି । ଏହି ଟଙ୍କାରେ କର୍ମଚାରୀଙ୍କୁ ଦରମା ଦିଆଯାଉ ନାହିଁ । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ବିଭିନ୍ନ ଉତ୍ସରୁ 1 ଲକ୍ଷ 6 ହଜାର କୋଟି ଟଙ୍କା ଋଣ କରିଛନ୍ତି ।

ବର୍ତ୍ତମାନ ରାଜ୍ୟର ମୁଣ୍ଡ ପିଛା ଋଣ ଭାର 22 ହଜାର 827 ଟଙ୍କା ରହିଛି । । ଫିସକାଲ ରେସପନସିବିଲିଟି ଆଣ୍ଡ ବଜେଟ ମ୍ୟାନେଜମେଣ୍ଟ ବା FRBM ଆକ୍ଟ ଅନୁଯାୟୀ 25 ପ୍ରତିଶତ ଋଣ କରିବାର ଧାର୍ଯ୍ୟଠୁ ଆମେ ବହୁତ ତଳେ ରହିଛୁ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି । ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନରେ ଏହି ପ୍ରସଙ୍ଗରେ ସରଗରମ ଆଲୋଚନା ହୋଇଛି । ବିଜୁ ବିସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରୀତାକୁ ନେଇ ବିଧାନସଭାରେ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ । ତେବେ ଏହି ଯୋଜନାରେ ରାଜ୍ୟ ଭିତରେ 315 ବେସରକାରୀ ହସ୍ପିଟାଲ ଓ ରାଜ୍ୟ ବାହାରେ 15 ଟି ହସ୍ପିଟାଲକୁ ଅନ୍ତର୍ଭୁକ୍ତ କରାଯାଇଛି । ସେପ୍ଟେମ୍ବର 2021 ରୁ ଆଜି ସୁଦ୍ଧା 1 ଲକ୍ଷ 20552 ପରିବାର ଆବେଦନ କରିଛନ୍ତି । ରାଜ୍ୟ ସରକାର 231 କୋଟି 38 ଲକ୍ଷ 63 ହଜାର 98 ହଜାର ଟଙ୍କା ପଇଠ କରିଥିବା ନେଇ ଗୃହରେ ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

ଏଥିସହିତ ପଢ଼ନ୍ତୁ: ବିଜେପି ରାଜ୍ୟ ନେତୃତ୍ୱକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଅପରାଜିତା

ଫିଲ୍ମ ‘ଦି କାଶ୍ମୀର ଫାଇଲସ୍’ ଦେଖିବା ପରେ ବଦଳାଗଲା ସ୍କୁଲ’ର ନାଁ

ନୂଆଦିଲ୍ଲୀ: ଫିଲ୍ମ ‘ଦି କାଶ୍ମୀର ଫାଇଲସ୍’ ରିଲିଜ ହେବା ପରେ ଦିନକୁ ଦିନ ଏହାକୁ ନେଇ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ଏହାକୁ ନେଇ ଲଗାତାର ଦର୍ଶକ ପ୍ରତିକ୍ରିୟା ରଖୁଛନ୍ତି । କେବଳ ସେତିକି ନୁହେଁ ଏବେ ଏହି ଫିଲ୍ମ ପାଇଁ ସ୍କୁଲର ନାମକୁ ବଦଳା ଯାଇଛି । ସୂଚନା ଅନୁସାରେ, ଉତ୍ତର ଦିଲ୍ଲୀର ନଗର ପାଳିକା ସ୍କୁଲର ନାମ ବଦଳାଇ କାଶ୍ମୀର ପଣ୍ଡିତ ନେତା ଟୀକାଲାଲ ଟପଲୁଙ୍କ ନାଁରେ ରଖାଯାଇଛି । ତେବେ ତାଙ୍କର ମୃତ୍ୟୁ ୩୩ବର୍ଷ ପୂର୍ବରୁ ଶ୍ରୀନଗରରେ ହୋଇଥିଲା ।

ଉତ୍ତର ଦିଲ୍ଲୀର ନଗର ନିଗମ(ଏନଡିଏମସି)ଙ୍କ ତରଫରୁ ରବିବାର ଦିନ ଗୋଟିଏ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଉପସ୍ଥିତ ଥିଲେ । ଏନଡିଏମସିର ଅଧ୍ୟକ୍ଷ ଡାକ୍ତର ଆଲୋକ ଶର୍ମା କହିଛନ୍ତି ଯେ, ଏନଡିଏମସି ପ୍ରାଇମେରୀ ସ୍କୁଲ’ର ନାମ ବଦଳାଇ ଟଶହୀଦ ଟିକାଲାଲ ଟପଲୁ’ କରି ଦିଆଯାଇଛି । ତାଙ୍କୁ ଆମ ତରଫରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସେ ଆଉ ମଧ୍ୟ କହିଛନ୍ତି ଯେ, ସେ କାଶ୍ମୀର ପଣ୍ଡିତ ନେତା ଟୀକାଲାଲ ଟପଲୁଙ୍କ ନାଁରେ ସ୍କୁଲ ରଖିବାର ପ୍ରସ୍ତାବ ମେୟରଙ୍କୁ ଦେଇଥିଲେ ଯାହାକୁ ପରେ ଅନୁମତି ମିଳିଥିଲା ।

ଟୀକା ଲାଲ ଟପଲୁ କିଏ ?

ସୂଚନା ଅନୁସାରେ ଟପଲୁଙ୍କୁ ୧୯୮୯ରେ ଶ୍ରୀନଗରରେ ଗୁଳି କରି ହତ୍ୟା କରି ଦିଆଯାଇଥିଲା । ଏହି ଘଟଣାର ଉଲ୍ଲେଖ ‘ଦି କାଶ୍ମୀର ଫାଇଲସ’ରେ ଦର୍ଶା ଯାଇଛି । ସେ କହିଛନ୍ତି ଯେ, ସ୍କୁଲର ନାମ ତାଙ୍କ ନାମ ଦ୍ୱାରା ରଖିଲେ ପିଲାଙ୍କୁ ପ୍ରେରଣା ମିଳିବ । ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ,  କାଶ୍ମୀର ପଣ୍ଡିତଙ୍କ ପଳାୟନ ଏବଂ ତାହା ପରେ ହୋଇଥିବା ହିଂସା ଚରମରେ ପହଞ୍ଚି ଥିଲା । ଯାହାକୁ ସେଠାରେ ଥିବା କାଶ୍ମୀର ପଣ୍ଡିତମାନେ ଅନୁଭବ କରିଛନ୍ତି ।

ଭିନ୍ନ ଢଙ୍ଗରେ ବିଜୟ ଉତ୍ସବ ମନାଇଲେ ମନ୍ତ୍ରୀ ପ୍ରତାପ ଜେନା

ମହାଙ୍ଗା: ସାରା ରାଜ୍ୟରେ ବିଜେଡିର ବିଜୟ ଉତ୍ସବକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ମାହାଙ୍ଗାରେ ଏକ ଭିନ୍ନ ଢ଼ଙ୍ଗରେ ପାଳନ କରିଛନ୍ତି। ଗତକାଲି ମାହାଙ୍ଗାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରି ସେ ତାଙ୍କ ଦଳର ବିଜୟ ଉତ୍ସବ ପାଳିଥିବା ସେ କହିଛନ୍ତି।

ଏହି ଅବସରରେ ପ୍ରଥମେ ଖନ୍ଦୋଳ ଛକ ଠାରୁ ଏକ ବିରାଟ ମୋରଟ ସାଇକେଲ ରାଲିରେ ବାହାରି ଛାତ୍ରତୋଟା ଠାରେ ଏକ ଘରୋଇ ହସ୍ପିଟାଲରେ ଉଦ୍‌ଘାଟନ କରିବା ପରେ ବାରାହିପୁର ପଞ୍ଚାୟତର ନୂତନ ଉପ ସ୍ୱାସ୍ଥ୍ୟକେନ୍ଦ୍ର ଓ ମିଶନ ଶକ୍ତି ଗୃହ ଉଦଘାଟନ କରିଥିଲେ। ପରେ ଓଷଙ୍ଗ ପଞ୍ଚାୟରେ ୫ କୋଟି ୩୦ ଲକ୍ଷ ବ୍ଯୟର ଆଦର୍ଶ ବିଦ୍ୟାଳୟକୁ ସଂଯୋଗ କରୁଥିବା ବଇଁଚୁଆ ଠାରୁ ଗୋକନ୍ ପର୍ଯ୍ୟନ୍ତ ୯ କିମି ରାସ୍ତା ର ଶିଳାନ୍ୟାସ କରିଥିଲେ ମନ୍ତ୍ରୀ ପ୍ରତାପ ଜେନା। ଏଥିରେ ମାହାଙ୍ଗା ବ୍ଲକ ଅଧ୍ୟକ୍ଷା,ଉପାଧ୍ୟକ୍ଷ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ ଯେ, ସଦ୍ୟ ସମାପ୍ତ ପୌର ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ବିଜେଡି । ୩ଟି ଯାକ ମହାନଗର ନିଗମ ଦଖଲ କରିଛି ବିଜେଡି । ଭୁବନେଶ୍ବରରେ ବିଜେଡି ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ବିଜୟ ହୋଇ ପ୍ରଥମ ମହିଳା ମେୟର ହୋଇଛନ୍ତି । କଟକରେ ସୁବାସ ସିଂ ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ବ୍ରହ୍ମପୁରରେ ସଂଘମିତ୍ରା ଦଳେଇ ବିଜେଡି ମେୟର ଭାବେ ବିଜୟୀ ହୋଇଛନ୍ତି ।

ସେହିପରି ୩୦ ଜିଲ୍ଲାର ୧୦୫ ପୌର ପରିଷଦରେ ବିଜେଡିକୁ ମିଳିଛି ବଡ ସଫଳତା । ୭୩ ଅଧ୍ୟକ୍ଷ ପଦରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ବିଜେପି ୧୬, କଂଗ୍ରେସ ୭ ଓ ସ୍ବାଧୀନ ୯ଟି ପଦରେ ବାଜିମାତ କରିଛନ୍ତି ।

ଅନୁଗୁଳରେ ସମସ୍ତ ୩ ପୌର ପରିଷଦରେ ଅଧ୍ୟକ୍ଷ ପଦ ହାସଲ କରିଛି ବିଜେଡି । ବାଲେଶ୍ବରର ୫ ପରିଷଦରୁ ବିଜେଡି ୪ ଓ ବିଜେପି ଗୋଟିଏ ଅଧ୍ୟକ୍ଷ ପଦ ହାତେଇଛି । ବରଗଡ଼ର ୪ଟି ପରିଷଦରୁ ବିଜେଡି ୩ ଓ ସ୍ବାଧୀନ ଗୋଟିଏ ପଦ ହାସଲ କରିଛନ୍ତି । ଭଦ୍ରକର ୩ ଆସନରୁ ବିଜେଡି ୨ ଓ ସ୍ବାଧୀନ ଗୋଟିଏ ପଦବୀ ପାଇଛନ୍ତି । ବଲାଙ୍ଗୀରର ୫ ଆସନରୁ ବିଜେଡି ୩, ବିଜେପି ଗୋଟିଏ ଓ କଂଗ୍ରେସ ଗୋଟିଏ ଆସନ ପାଇଛନ୍ତି ।

ବୌଦ୍ଧର ଏକମାତ୍ର ଆସନ ଯାଇଛି ବିଜେଡି ହାତକୁ । କଟକର ୩ଟି ଆସନରୁ ୩ଟି ଯାକ ଆସନରେ ବିଜେଡିର ବିଜୟ ହୋଇଛି । ଦେବଗଡ଼ର ଏକମାତ୍ର ଆସନରେ ବିଜେଡି ବିଜୟୀ ହୋଇଛି । ଢେଙ୍କାନାଳର ୩ ଆସନରୁ ବିଜେଡି ୨ ଓ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି । ଗଜପତିର ୨ଟି ଯାକ ଆସନ ବିଜେଡି ଲାଭ କରିଛି । ଗଞ୍ଜାମର ୧୭ଆସନରୁ ବିଜେଡି ୧୨ଟି, ବିଜେପି ୨, କଂଗ୍ରେସ ୧ ଓ ସ୍ବାଧୀନ ୨ଟି ଆସନରେ ବିଜୟୀ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ୩ ମେୟର ପଦ ବିଜେଡି କବଜାରେ: କେଉଁଠି କିଏ ଜିତିଲେ ଅଧ୍ୟକ୍ଷ ପଦ ?

ବିଜେପି ରାଜ୍ୟ ନେତୃତ୍ୱକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଅପରାଜିତା

ଭୁବନେଶ୍ୱର: ରାଜ୍ୟ ବିଜେପିରେ ତୀବ୍ର ଅସନ୍ତୋଷ । ପୂର୍ବରୁ କର୍ମୀ ସାମାଜିକ ଗଣମାଧ୍ୟମରେ ଅସନ୍ତୋଷ ବ୍ୟକ୍ତ କରୁଥିବା ବେଳେ ଏବେ ନେତା ଖୋଲାଖୋଲି ଭାବେ ଗଣମାଧ୍ୟମ ସାମ୍ନାରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପୌର ପରାଜୟ ନେଇ ବିଜେପି ମଙ୍ଗୁଆଳଙ୍କୁ ଦାୟୀ କରିଛନ୍ତି ଦଳୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ସେ କହିଛନ୍ତି, ପୌର ନିର୍ବାଚନରେ ଆମର ଫଳାଫଳ ବହୁତ ଖରାପ ହୋଇଛି। ପଞ୍ଚାୟତ ନିର୍ବାଚନରେ ପରାଜୟ ପରେ କହିଥିଲେ ଏବେ ବି କହିବି ବିଜେପି ନିକଟରେ ବିଜୟୀ ହେବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । କିନ୍ତୁ ରାଜ୍ୟ ନେତୃତ୍ୱ ସୁଦୃଢ଼ ନ ହେବା ପର୍ଯ୍ୟନ୍ତ ଆମେ ଜିତିପାରିବୁନାହିଁ । ଯେତେବେଳେ ଯାଏଁ ରାଜ୍ୟ ନେତୃତ୍ୱ ଶକ୍ତିଶାଳୀ ହେବନାହିଁ, ସୁଦୃଢ଼ ହେବେ ନାହିଁ ସେଯାଏଁ ଆମେ ବିଜୟୀ ହୋଇପାରିବୁନାହିଁ । ଦିଲ୍ଲୀରୁ ଫେରିବା ପରେ ଏହା କହିଛନ୍ତି ଅପରାଜିତା ଷଡ଼ଙ୍ଗୀ ।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ପୌର ପ୍ରଚାର ସମୟରେ ମଧ୍ୟ ବିଜେପି ମଙ୍ଗୁଆଳଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଥିଲେ କର୍ମୀ । ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଅସହଯୋଗ ମନୋଭାବ ଦେଖିବାକୁ ମିଳିଥିଲା । ଦଳୀୟ ନେତାଙ୍କ ଆଶୀର୍ବାଦ ଓ ସମର୍ଥନର ଅଭାବ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିଲା । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିନିଧି ଦେବାଶିଷ ନାୟକ ଓରଫ ଜିମ ବାପି ବିଜେପିରେ ଅଲ ଇଜ ନଟ ୱେଲ ଚେହେରାକୁ ପଦାରେ ପକାଇଦେଇଥିଲା ।

ପୌର ପ୍ରଚାରରେ ବିଜେପିର ଅସ୍ତିତ୍ୱ ନେଇ ପ୍ରଶ୍ନ କରିଥିଲେ ବାପି । ଛଅରୁ ସାତ ଦିନ ପ୍ରଚାର ବାକି ଅଛି । ହେଲେ ପ୍ରାର୍ଥୀଙ୍କୁ ପତାକା ଦେଇ ପାରୁ ନାହିଁ ଦଳ । ସତସାହସ ନଥିବାରୁ ଦଳୀୟ ନେତାଙ୍କୁ ନିର୍ବାଚନରୁ ଓହରିବାକୁ ସେ ଆହ୍ୱାନ ଦେଇଛନ୍ତି । କହିବାକୁ ଗଲେ ଦଳୀୟ କନ୍ଦଳକୁ ସେ ଖୁଲ୍ଲମଖୁଲା ସାମ୍ନାକୁ ଆଣିଛନ୍ତି । ବିଜେପି ନେତାମାନେ ଦଳୀୟ ଅସହଯୋଗକୁ ଅସ୍ୱୀକାର କରି ବାପି ବିଜେପି କର୍ମୀ ନୁହନ୍ତି ବୋଲି ଯୁକ୍ତି ବାଢ଼ିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ: ରାଜ୍ୟ ସ୍ୱାର୍ଥ ପ୍ରସଂଗରେ କେନ୍ଦ୍ର ମନ୍ତ୍ରୀମାନଙ୍କ ସହ କରିବେ ଆଲୋଚନା

ଟ୍ରେଡ୍ ୟୁନିଅନ୍‌ର ବନ୍ଦ ଡାକରା: ରାଜଧାନୀରେ ଯାତ୍ରୀବାହୀ ବସ୍‌କୁ ଅଟକାଇଲେ ଆନ୍ଦୋଳନକାରୀ

ଭୁବନେଶ୍ୱର: ବିଭିନ୍ନ ଟ୍ରେଡ୍ ୟୁନିଅନ୍ ପକ୍ଷରୁ ୧୨ ଦଫା ଦାବିରେ ବନ୍ଦ ଡାକରା ଦିଆଯାଇଥିବା ବେଳେ ରାଜଧାନୀରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।  ବିକ୍ଷୋଭକାରୀ ଯାତ୍ରୀବାହୀ ବସ୍ ଅଟକାଇବା ସହ ପିକେଟିଂ କରିଥିଲେ । ଫଳରେ ଦୀର୍ଘ ସମୟ ଧରି ବସ୍ ଅଟକି ରହିଥିବା ବେଳେ ଏଣୁ ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

 ଆଜି ଓ ଆସନ୍ତାକାଲି ଦୁଇ ଦିନି ପାଇଁ ଭାରତ ବନ୍ଦ ଡାକରା ଦେଇଛି ଟ୍ରେଡ୍ ୟୁନିଅନ । କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧ କରି ୧୨ ଦଫା ଦାବିରେ ଭାରତ ବନ୍ଦ ପାଳନ କରୁଛି ଟ୍ରେଡ ୟୁନିୟନ । ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ଶ୍ରମ କୋଡ୍ ପ୍ରତ୍ୟାହାର, ଦରଦାମ ନିୟନ୍ତ୍ରଣ କରିବା ସହ ୧୨ ଦଫା ଦାବି ନେଇ ବନ୍ଦ ପାଳନ ହେଉଛି । ଧର୍ମଘଟକୁ ବ୍ୟାଙ୍କ ୟୁନିୟନ ସମର୍ଥନ କରିଥିବା ବେଳେ ନିର୍ମାଣ ଶ୍ରମିକ, ବିଜୁଳି କର୍ମଚାରୀ, ଟ୍ରାନ୍ସପୋର୍ଟ କର୍ମଚାରୀ ସଂଘ ଗୁଡିକ ମଧ୍ୟ ସମର୍ଥନ ଜଣାଇ ଧର୍ମଘଟରେ ସାମିଲ ହୋଇଛନ୍ତି ।

ବ୍ୟାଙ୍କ ଓ ବୀମା ସହିତ ଜଡିତ କର୍ମଚାରୀ ସଂଘ, କୋଇଲା, ଇସ୍ପାତ, ତୈଳ, ଡାକ କର୍ମଚାରୀ ସଂଘ, ଦୂରସଞ୍ଚାର କର୍ମଚାରୀ ସଂଘ, ଆୟକର ବିଭାଗ କର୍ମଚାରୀ ସଂଘଗୁଡିକ ମଧ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇ ଦୁଇ ଦିନିଆ ଭାରତ ବନ୍ଦରେ ସାମିଲ ହୋଇଛନ୍ତି । ଆନ୍ଦୋଳନରେ କଳ କାରଖାନା, ଦୋକାନ ବଜାର, ବସ, ଟ୍ରକ ଚଳାଚଳ ଓ ପରିବହନ ସେବା ବନ୍ଦ ରହିବା ନେଇ ଶ୍ରମିକ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି । ବିଭିନ୍ନ ସ୍ଥାନରେ ରେଳରୋକ କରାଯିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି ।

ଓସ୍କାର ଆୱାର୍ଡ: ୱିଲ ସ୍ମିଥଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର

ନୂଆଦିଲ୍ଲୀ: ରବିବାର ଦିନ କାର୍ଲିଫୋର୍ଣ୍ଣିଆର ଲାଁସ ଏଞ୍ଜେଲିସକର ଡାଲ୍ବୀ ଥିଟରରେ ଆରମ୍ଭ ହୋଇଯାଇଛି ୯୪ତମ ଏକାଡେମୀ ଆୱାର୍ଡ ଅର୍ଥାତ୍ ଓସ୍କାର ଆୱାର୍ଡ ।  ଭାରତରେ ଓସ୍କାରର ପ୍ରସାରଣ ୨୮ ମାର୍ଚ୍ଚ ସକାଳ ପ୍ରାୟ ୫ଟାରୁ ଆରମ୍ଭ ହୋଇଛି । ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀର ସବୁଠାରୁ ପ୍ରତିଷ୍ଠିତ ଆୱାର୍ଡ ଶୋ, ଏକାଡେମୀ ଆୱାର୍ଡ ଅର୍ଥାତ୍ ଓସ୍କାର ଆୱାର୍ଡ ଅପେକ୍ଷାର ଅନ୍ତ ହୋଇଛି । ଭାରତରେ ଏହି ଶୋ’ର ପ୍ରସାରଣ ଆରମ୍ଭ ହୋଇଛି । ଏଥର ଅଭିନେତା ରେଜିନ ହଲ୍, ଆମୀ ସୁମର, ୱାଣ୍ଡା ସ୍କାଏ ଓସ୍କାର ଆୱାର୍ଡ ଶୋ’କୁ ପରିବେଶଣ କରୁଛନ୍ତି ।

ବହୁ ପ୍ରତିଷ୍ଠିତ ହଲିଉଡ ଅଭିନେତା ୱିଲ ସ୍ମିଥ ଶ୍ରେଷ୍ଠ ଅଭିନେତା ଭାବରେ ଓସ୍କାର ଆୱାର୍ଡ ଦିଆଯାଇଛି । ଫିଲ୍ମ ‘କିଙ୍ଗ ରିଚାର୍ଡ’ ପାଇଁ ସ୍ମିଥଙ୍କୁ ଏହି ଆୱାର୍ଡ ମିଳିଛି । ପୁରସ୍କାର ପାଇବାବେଳେ ୱିଲ୍ ସ୍ମିଥ୍  ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିବାର ଦେଖାଯାଇଛି । ପୁରସ୍କାର ପରେ ସେ ଭାଷଣ ଦେଇ କହିଥିଲେ, କଳା ଜୀବନକୁ ଅନୁକରଣ କରେ । ଯେତେବେଳେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ୱିଲ୍ ସ୍ମିଥଙ୍କ ନାମ ଘୋଷଣା ହୋଇଥିଲା ସେତେବେଳେ ସେଠାରେ ଥିବା ସମସ୍ତ ଲୋକ ତାଙ୍କୁ ଛିଡା ହୋଇ ସମ୍ମାନ ଜଣାଇଥିଲେ ।

ୱିଲ୍ ସ୍ମିଥ୍ ମଧ୍ୟ ତାଙ୍କ ଅଭିଭାଷଣରେ ଏକାଡେମୀକୁ କ୍ଷମା ମାଗିଛନ୍ତି । କାରଣ, ଅଭିନେତା କ୍ରିସ୍ ରକଙ୍କୁ  ମଞ୍ଚ ଉପରେ ଚାପୁଡ଼ା ମାରିଥିଲେ । କ୍ରିସ୍ ରକ୍, ସ୍ମିଥଙ୍କ ପତ୍ନୀ ଜାଦା ପିଙ୍କେଟ୍ ସ୍ମିଥଙ୍କ ଉପରେ ଥଟ୍ଟା କରିଥିଲେ ଏହାକୁ ନେଇ କ୍ରୋଧିତ ହୋଇଯାଇଥିଲେ ସ୍ମିଥ୍ । ସ୍ମିଥ୍ କହିଛନ୍ତି, ମୁଁ ଏକାଡେମୀକୁ କ୍ଷମା ମାଗୁଛି, ମୋର ସାଥୀମାନଙ୍କୁ ମୁଁ କ୍ଷମା ପ୍ରାର୍ଥନା କରୁଛି ।

୯୪ତମ ଓସ୍କାର ଆଓ୍ବାର୍ଡରେ କାହାକୁ ମିଳିଲା କେଉଁ ଆୱାର୍ଡ ? ଜାଣନ୍ତୁ

ନୂଆଦିଲ୍ଲୀ: ୯୪ତମ ଓସ୍କାର ଆଓ୍ବାର୍ଡରେ ଡ୍ୟୁନ ଚଳଚ୍ଚିତ୍ରର ବାଜିମାତ୍ । ଲାଭ କରିଛି ୬ଟି ଟ୍ରଫି । ଶ୍ରେଷ୍ଠ ଭିଜୁଆଲ ଇଫେକ୍ଟ, ଶ୍ରେଷ୍ଠ ସାଉଣ୍ଡ, ଶ୍ରେଷ୍ଠ ପ୍ରଡକସନ ଡିଜାଇନ, ଶ୍ରେଷ୍ଠ ଏଡିଟିଂ, ଶ୍ରେଷ୍ଠ ସିନେମାଟୋଗ୍ରାଫି ଓ ଅରିଜିନାଲ ସ୍କୋର୍ ଲାଗି ଡ୍ୟୁନ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି । ଏହି ଚଳଚ୍ଚିତ୍ରରେ ଶ୍ରେଷ୍ଠ ସିନେମାଟୋଗ୍ରାଫି ଲାଗି ଗ୍ରେଗ ଫ୍ରେଜର, ଶ୍ରେଷ୍ଠ ପ୍ରଡକସନ ଡିଜାଇନ ଲାଗି ପାଟ୍ରିସ ଭର୍ମେଟ, ଶ୍ରେଷ୍ଠ ଏଡିଟିଂ ଲାଗି ଜୋ ଓ୍ବାକର, ଶ୍ରେଷ୍ଠ ସାଉଣ୍ଡ ଲାଗି ହାନ୍ସ ଜିମ୍ମରଙ୍କୁ ମିଳିଛି ପୁରସ୍କାରଶ୍ରେଷ୍ଠ ବୃତ୍ତଚିତ୍ର ଭାବେ ଦି କ୍ୟୁଇନ୍ସ ଅଫ ବାସ୍କେଟବଲକୁ ମିଳିଛି ପୁରସ୍କାର ।

ଶ୍ରେଷ୍ଠ ସହାୟିକା ଭୂମିକା ଲାଗି ଆରିଆନ ଡେବୋସ, ଶ୍ରେଷ୍ଠ ସହାୟକ ଭୂମିକା ଲାଗି କୋଡା ଚଳଚ୍ଚିତ୍ରର ଅଭିନେତା ଟ୍ରୟ କୋଟସରଙ୍କୁ ମିଳିଛି ଓସ୍କାର ଆଓ୍ବାର୍ଡ । ଶ୍ରେଷ୍ଠ ଆନିମେସନ ଫିଚର ଫିଲ୍ମ ଭାବେ ପୁରସ୍କାର ଲାଭ କରିଛି ଏନକାଣ୍ଟୋ । ଶ୍ରେଷ୍ଠ ଆନିମେଟେଡ ସର୍ଟ ଫିଲ୍ମ ଭାବେ ଦ ଉଇଣ୍ଡସିଲଡ ଓ୍ବାଇପର ଓସ୍କାର ପୁରସ୍କାର ଲାଭ କରିଛି । ଶ୍ରେଷ୍ଠ ମେକଅପ ଓ ହେୟାରଷ୍ଟାଇଲ ଲାଗି ଦ ଆଇଜ୍ ଅଫ ଟାମି ଫାୟେ ଚଳଚ୍ଚିତ୍ରର ଲିଣ୍ଡା ଡାଓଡସଙ୍କୁ ମିଳିଛି ପୁରସ୍କାର ।

ଏହାସହ ଶ୍ରେଷ୍ଠ ଲାଇଭ ଆକ୍ସନ ସର୍ଟ ଫିଲ୍ମ ଲାଗି ଦ ଲଙ୍ଗ ଗୁଡବାୟର ଅଭିନେତା ଓ ଅଭିନେତ୍ରୀ ଆନିଲ କାରିଆ ଓ ରିଜ ଅହମ୍ମଦଙ୍କୁ ଏହି ପୁରସ୍କାର ମିଳିଛି । ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ ଭାବେ ପୁରସ୍କାର ଲାଭ କରିଛି ଜାପାନୀ ଫିଲ୍ମ ଡ୍ରାଇଭ ମାଇ କାର୍ । ଶ୍ରେଷ୍ଠ କଷ୍ଟ୍ୟୁମ ଡିଜାଇନ ଲାଗି କ୍ରୁଏଲାକୁ ମିଳିଛି ଓସ୍କାର । ଶ୍ରେଷ୍ଠ ଓରିଜିନାଲ ସ୍କ୍ରିନପ୍ଲେ ଲାଗି ବେଲଫାଷ୍ଟ ଚଳଚ୍ଚିତ୍ର କେନ୍ନେଥ ବ୍ରାଗନାଙ୍କୁ ମିଳିଛି ପୁରସ୍କାର । ଲସ ଏଞ୍ଜେଲସର ଡଲବି ଥିଏଟରରେ ଆୟୋଜିତ ହୋଇଛି ଓସ୍କାର ଆଓ୍ବାର୍ଡ ସେରିମନି ।

ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ: ରାଜ୍ୟ ସ୍ୱାର୍ଥ ପ୍ରସଂଗରେ କେନ୍ଦ୍ର ମନ୍ତ୍ରୀମାନଙ୍କ ସହ କରିବେ ଆଲୋଚନା

ଭୁବନେଶ୍ୱର: ମଧ୍ୟାହ୍ନରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସ୍ବାର୍ଥ ପ୍ରସଙ୍ଗ ନେଇ କେନ୍ଦ୍ର ମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ନବୀନ । ଏଥିସହ ଆଜି ହେବାକୁ ଥିବା ବିବିସି ସ୍ପୋର୍ଟସ ୱିମେନ୍ ଅଫ୍ ଦ ଇୟର ଆଓ୍ବାର୍ଡରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ତେବେ ଉଷୁନା ଚାଉଳ ଉଠାଇବା, କୋଇଲା ରୟାଲଟି ବୃଦ୍ଧି ଓ କେନ୍ଦ୍ରୀୟ ଅନୁଦାନ ଭଳି ପ୍ରସଂଗକୁ ନେଇ କେନ୍ଦ୍ରମନ୍ତ୍ରୀମାନଙ୍କ ସହ ଆଲୋଚନା ହେବାର ସୂଚନା ରହିଛି ।

ପୂର୍ବରୁ କୋଇଲା ରୟାଲଟି ସଂଶୋଧନ, ଗ୍ରୀନ ସେସ୍‌ର ପ୍ରାପ୍ୟ ରାଜ୍ୟକୁ ପ୍ରଦାନ କରିବାକୁ କେନ୍ଦ୍ରକୁ ସୁପାରିସ କରିଛି ରାଜ୍ୟ । କୋଇଲା ରୟାଲିଟି ୨୦ ପ୍ରତିଶତ ଦେବାପାଇଁ କେନ୍ଦ୍ର ନିକଟରେ ଦାବି କରିବ ରାଜ୍ୟ । ବିଧାନସଭାର ଇସ୍ପାତ ଓ ଖଣି ଷ୍ଟାଣ୍ଡିଂ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା । ଗ୍ରୀନ ସେସ୍ ରାଜ୍ୟକୁ କେନ୍ଦ୍ର ଦେଉନଥିବାରୁ କୋଟି କୋଟି ଟଙ୍କା ରାଜସ୍ୱ ହରାଉଥିବା କଂଗ୍ରେସ ଓ ବିଜେଡି ଅଭିଯୋଗ କରିଛନ୍ତି । କେନ୍ଦ୍ରର ବୈମାତୃକ ମନୋଭାବ ବିରୋଧରେ ବର୍ଷିଛନ୍ତି କଂଗ୍ରେସ ଓ ବିଜେଡି ।

୭ବର୍ଷ ହେଲା ଏ ନେଇ ଦାବି ହେଉଛି । କିନ୍ତୁ କୋଇଲା ରୟାଲଟି ସଂଶୋଧନ କରୁନି କେନ୍ଦ୍ର । ୧୨ହଜାର କୋଟି ଟଙ୍କାର ରାଜସ୍ୱ  ହରାଇଲାଣି ରାଜ୍ୟ । ବାରମ୍ବାର କେନ୍ଦ୍ର ନିକଟରେ କୋଇଲା ରୟାଲଟି ସଂଶୋଧନ କରିବା ପାଇଁ ରାଜ୍ୟ ଦାବି ଦୋହରାଉଥିଲେ ମଧ୍ୟ କର୍ଣ୍ଣପାତ କରୁନାହିଁ କେନ୍ଦ୍ର । ଯାହାକୁ ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିରେ ହୋଇଛି ଘମାଘୋଟ ଆଲୋଚନା । ତୁରନ୍ତ କେନ୍ଦ୍ର ସରକାର କୋଇଲା ରୟାଲଟି ସଂଶୋଧନ କରିବା ସହ, ୧୪ପ୍ରତିଶତରୁ ୨୦ପ୍ରତିଶତକୁ ରୟାଲଟି ବୃଦ୍ଧି କରିବା ପାଇଁ ବୈଠକରେ ଦାବି କରାଯାଇଛି । ଷ୍ଟାଣ୍ଡି କମିଟିର ପ୍ରସ୍ତାବକୁ ଖୁବଶୀଘ୍ର କେନ୍ଦ୍ରକୁ ସୁପାରିସ କରାଯାଇଥିବା ଜଣାପଡ଼ିଛି ।

କୋଇଲା ଉତ୍ତୋଳନ ଓ ପ୍ରଦୂଷଣ ରାଜ୍ୟ ସହୁଛି । ଏ ବାବଦକୁ କିନ୍ତୁ ରାଜ୍ୟର ଗ୍ରୀନ ସେସ୍‌ ପ୍ରାପ୍ୟକୁ କେନ୍ଦ୍ର ଦେଉନାହିଁ । ଏ ନେଇ ବାରମ୍ବାର ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ଦାବି କରୁଛନ୍ତି । ସଂସଦରେ ଏ ପ୍ରସଙ୍ଗ ବିଜେଡି ଉଠାଉଛି । ତଥାପି କେନ୍ଦ୍ର ରାଜ୍ୟକୁ ତାର ହକ୍ ଦେଉନାହିଁ । ଯାହାକୁ ନେଇ ଖପ୍ପା ଉଭୟ ବିଜେଡି ଓ କଂଗ୍ରେସ । ତୁରନ୍ତ କେନ୍ଦ୍ର ସରକାର କୋଇଲା ରୟାଲଟି ସଂଶୋଧନ କରିବା ସହ ଗ୍ରୀନ ସେସ୍ ବାବଦ ଅର୍ଥ ରାଜ୍ୟକୁ ଦେବାପାଇଁ ଦାବି ହୋଇଛି । ସେପଟେ ରାଜ୍ୟ ସ୍ୱାର୍ଥକୁ ଭୁଲି କେନ୍ଦ୍ର ପାଇଁ ଓକିଲାତି କରିବାକୁ ପଛାଇନାହିଁ ରାଜ୍ୟ ବିଜେପି । ସବୁ କ୍ଷେତ୍ରରେ କେନ୍ଦ୍ର ଓଡିଶା ପ୍ରତି ବୈମାତୃକ ମନୋଭାବ ରଖୁଛି । ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ହକ୍‌କୁ ମଧ୍ୟ କେନ୍ଦ୍ର ଅଣଦେଖା କରିଚାଲିଛି । ଯାହାକୁ ନେଇ ସାରା ଓଡିଶାରେ ଉଠିଛି ପ୍ରତିବାଦର ସ୍ୱର ।

https://www.youtube.com/watch?v=zlY5VdVrFAA

ଜାତୀୟସ୍ତରର ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ଜିତିଲେ ବୀରମହାରାଜପୁରର ୨ଛାତ୍ରୀ

ସୋନପୁର: ଗାଁରୁ ହିଁ ସୃଷ୍ଟି ହୁଅନ୍ତି ପ୍ରତିଭା । ଏହାକୁ ପ୍ରମାଣିତ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର ଗାଁର ଦୁଇଜଣ ଛାତ୍ରୀ । ଜାତୀୟ ସ୍ତରରେ ଆୟୋଜିତ ବକ୍ସିଂ ପ୍ରତିଯୋଗିତାରେ ଭାଗନେଇ ଆଣିଛନ୍ତି ସ୍ବର୍ଣ୍ଣ ପଦକ । ଏହି ଦୁଇଜଣ ଛାତ୍ରୀଙ୍କୁ ନେଇ ଖାଲି ଗାଁ ନୁହେଁ ପୁରା ଅଞ୍ଚଳରେ ଚର୍ଚ୍ଚା

ଇଛାଶକ୍ତି ଓ ଉଦ୍ୟମ ଆଗରେ ହାର ମାନେ ବୟସ । ନିଜର ପ୍ରଚେଷ୍ଟା ବଳରେ ଏହାକୁ ପ୍ରମାଣିତ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇଜଣ ସ୍କୁଲ ଛାତ୍ରୀ । ରାଜସ୍ଥାନ ଜୟପୁରରେ ଆୟୋଜିତ ୟୁଥ ଗେମ କାଉନସିଲ ଅଫ ଇଣ୍ଡିଆର ୧୭ ବର୍ଷରୁ କମ ଓପନ ବକ୍ସିଂରେ ଭାଗ ନେଇ ସ୍ୱର୍ଣ୍ଣ ପଦକ ହାସଲ କରି ରାଜ୍ୟ ପାଇଁ ଆଣିଛନ୍ତି ଗୌରବ । ବୀରମହାରାଜପୁର ବ୍ଲକ ସଂଗ୍ରାମପୁର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଯାଜ୍ଞସେନୀ ପର୍ଡିଆ ଓ ଦଶମ ଶ୍ରେଣୀର ଛାତ୍ରୀ ସୁଭ୍ରତା କଲତାଙ୍କୁ ନେଇ ଏବେ ପୁରା ଅଞ୍ଚଳରେ ଚର୍ଚ୍ଚା ।

ପ୍ରତିଯୋଗିତାରେ ସୋନପୁରର ୩ ଜଣ ଛାତ୍ରୀ ଭାଗ ନେଇଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରେରଣା ଏବଂ କୋଚ କୃତିବାଶ ଶତପଥୀଙ୍କ ଦ୍ବାରା ଟ୍ରେନିଂ ପାଇଁ ଏହି ସଫଳତା ହାସଲ କରିଛନ୍ତି ଦୁଇ ଛାତ୍ରୀ । ଝିଅଙ୍କ ସଫଳତାରେ ଖୁସି ବ୍ୟକ୍ତ କରିଛନ୍ତି ପରିବାର ଲୋକେ ଓ କୋଚ୍ । ଛାତ୍ରୀଙ୍କ କୃତିତ୍ବକୁ ନେଇ ସବୁଆଡୁ ଛୁଟିଛି ଶୁଭେଚ୍ଛାର ସୂଅ । ଆଗାମୀ ଦିନରେ ଏହି ଅଭିଯାନ ଜାରି ରଖିବାକୁ ଲକ୍ଷ୍ୟ ରଖିଛନ୍ତି ଉଭୟେ ।

ଏଥିସହିତ ପଢ଼ନ୍ତୁ: ସୋମବାରଠୁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା

ଇମ୍ରାନଙ୍କୁ ଟକ୍କର ଦେବା ପାଇଁ ଇସଲାମାବାଦରେ ଆୟୋଜିତ ହେବ ବିରୋଧୀ ଦଳଙ୍କ ମହାସମାବେଶ

ଇସଲମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ କ୍ଷମତାରୁ ହଟାଇବା ପାଇଁ ହୋଇଛି ବୈଦେଶିକ ଷଡଯନ୍ତ୍ର । ଏଥିପାଇଁ ବିଦେଶରୁ ଅର୍ଥ ମଧ୍ୟ ଆସୁଛି । ଗତକାଲି ଇସଲାମାବାଦରେ ବଡ଼ ଧରଣର ରାଲି କରି ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଇମ୍ରାନ୍ ଖାନ୍ । ଏମିତିକି ଲିଖିତ ଭାବେ ଏହି ଦାବିକୁ ସତ ବୋଲି ପ୍ରମାଣ କରିପାରିବେ ବୋଲି କହିଛନ୍ତି ଇମ୍ରାନ୍ । ଅର୍ଥ ପାଇଁ ନିଜ ଦଳର ସାଂସଦ ମଧ୍ୟ ତାଙ୍କ ପ୍ରତି ବିଶ୍ବାସଘାତକତା କରିଛନ୍ତି ।

ଇମ୍ରାନଙ୍କ ଶାସନ କାଳରେ ପାକିସ୍ତାନ ଠିକ୍ ରାସ୍ତାରେ ଚାଲିଛି । ଅନ୍ୟ ଶାସକଙ୍କ ତୁଳନାରେ ପାକିସ୍ତାନ ବିକାଶ ପଥରେ ଚାଲିଛି ବୋଲି ଇମ୍ରାନ୍ କହିଛନ୍ତି । ତେବେ ବୈଦେଶିକ ଶକ୍ତି ତାଙ୍କୁ ହଟାଇବାରେ ସଫଳ ହେବେନି ବୋଲି ଇମ୍ରାନ କହିଛନ୍ତି । ସେପଟେ ଆଜି ଇମ୍ରାନଙ୍କୁ ଟକ୍କର ଦେବା ଲାଗି ଇସଲାମାବାଦରେ ଆୟୋଜିତ ହେବ ବିରୋଧୀ ଦଳଙ୍କ ମହାସମାବେଶ ।

ବିରୋଧୀଦଳ ଗୁଡ଼ିକୁ ନେଇ ଗଠିତ ମେଣ୍ଟ ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ ବା ପିଡିଏମ ପକ୍ଷରୁ ଏହି ରାଲି ହେବ । ଏଥିଲାଗି ଚାଲିଛି ଜୋରଦାର ପ୍ରସ୍ତୁତି । ସମାବେଶକୁ ନେଇ ଆଭନ୍ତରୀଣ ବ୍ୟାପାର ମନ୍ତ୍ରୀ ଶେଖ ରସିଦ କହିଛନ୍ତି ଯେ କୌଣସି ସଡ଼କ ପଥ ଅବରୋଧ କରିବା ଲାଗି ବିରୋଧୀ ଦଳଙ୍କୁ ଅନୁମତି ଦିଆଯିବ ନାହିଁ । ସେପଟେ ଅନାସ୍ଥା ଭୋଟ ତାରିଖ ଆସନ୍ତା ଏପ୍ରିଲ ୪କୁ ଘୁଞ୍ଚାଇଦିଆଯାଇଥିବା ଜଣାପଡିଛି ।