spot_img
Home Blog Page 4342

ଆତଙ୍କବାଦୀ ଘୋଷିତ ହେଲା ଲସ୍କର-ଏ-ତଏବା କମାଣ୍ଡର ଶେଖ ସଜ୍ଜାଦ

ଜମ୍ମୁ: ଶ୍ରୀନଗରରେ ୨୦୧୮ରେ ସାମ୍ବାଦିକ ସୁଜାତ ବୁଖାରୀଙ୍କ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ଆତଙ୍କବାଦୀ ଗୋଷ୍ଠୀ ଲସ୍କର ଏ ତଏବାର ସଦସ୍ୟ ଶେଖ୍‌ ସଜ୍ଜାଦ ବା  ସଜ୍ଜାଦକୁ ମଙ୍ଗଳବାର କେନ୍ଦ୍ର ଆତଙ୍କବାଦୀ ବୋଲି ଘୋଷଣା କରିଛି । ଗତ ୧୪ ଦିନ ମଧ୍ୟରେ  ସରକାରଙ୍କ ଦ୍ୱାରା ଘୋଷିତ ହୋଇଥିବା ଛଅ ନମ୍ବର ଆତଙ୍କବାଦୀ ହେଉଛି ଗୁଲ୍‌ ।

କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟର କହିବା ହେଉଛି ଗୁଲ୍‌ ଜମ୍ମୁ କାଶ୍ମୀରରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ ମାମଲାରେ ଜଡ଼ିତ ଥିବାପରେ ଫେରାର ହୋଇ ଯାଇଥିଲା । କେବଳ ସେତିକି ନୁହେଁ କେନ୍ଦ୍ର ଶାସିତ ଅଞ୍ଚଳରେ ଲସ୍କର ଏ ତୋଏବାକୁ ସମର୍ଥନ କରି ଯୁବୀପିଢ଼ୀଙ୍କୁ ହିଂସାତ୍ମକ କରୁଛି । ଆତଙ୍କବାଦୀ ହେବା ପାଇଁ ସେ ପ୍ରେରଣା ଦେବା ସହ ସେମାନଙ୍କୁ ତାଙ୍କ ସଙ୍ଗଠନରେ ଭର୍ତ୍ତି କରୁଛି । କେବଳ ସେତିକି ନୁହେଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର କହିବା ହେଉଛି ସେ ଟେରର ଫଣ୍ଡିଂ ସହ ସମ୍ପୃକ୍ତ ଅଛି ।

ସଜ୍ଜାଦକୁ ୧୪ ଜୁନ୍‌ ୨୦୧୮ରେ  ଶ୍ରୀନଗରର ବିଜି ପ୍ରେସ ଏନକ୍ଲେଭ ଅଞ୍ଚଳରେ ନିଜର ଦୁଇ ସହଯୋଗୀଙ୍କ ସହ ସାମ୍ବାଦିକ ବୁଖାରୀଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲା ।

ସମୀକ୍ଷା ପାଇଁ ଆସି ବିକାଶ ଦେଖିଲେ କେନ୍ଦ୍ରମନ୍ତ୍ରୀ, କହିଲେ ‘ଭଲ କାମ କରୁଛି ପ୍ରଶାସନ’

ଗଜପତି/ରାୟଗଡ଼ା: ଆକାଂକ୍ଷୀ ଜିଲ୍ଲା ନାଁରେ ବିଜେପି କରୁଛି ସମୀକ୍ଷା ରାଜନୀତି । ସମୀକ୍ଷା ବୈଠକରେ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଅଣଦେଖା କରି ବିଜେପି ନେତାଙ୍କୁ ସାମିଲ୍ କରାଯାଉଛି । ହେଲେ ରାଜ୍ୟ ସରକାର ଆକାଂକ୍ଷୀ ଜିଲ୍ଲାର ବିକାଶ ପାଇଁ ନେଇଥିବା ପଦକ୍ଷେପକୁ ଅଣଦେଖା କରିପାରୁନାହାଁନ୍ତି କେନ୍ଦ୍ର ମନ୍ତ୍ରୀମାନେ । ଆଜି ଗଜପତି ଜିଲ୍ଲାର ସମୀକ୍ଷା କରିବାକୁ ଆସି ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଓ ଜଳଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ।

 Central Minister Appreciated Gajapati And Rayagada District Administration

ପୂର୍ବାହ୍ନରେ କେନ୍ଦ୍ରମନ୍ତ୍ରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଜିଲ୍ଲା ପ୍ରଶାସନ ଭଲ କାମ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ଏଥିସହିତ ପାନୀୟ ଜଳ, ରାସ୍ତା ନିର୍ମାଣ ଓ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାର ୪୦ ପ୍ରତିଶତ ପର୍ଯ୍ୟନ୍ତ ଅଭିବୃଦ୍ଧି ଘଟାଇଥିବା ସେ କହିଛନ୍ତି । ଏହି ସଫଳତା ପାଇଁ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।

 Central Minister Appreciated Gajapati And Rayagada District Administration

ସେପଟେ ରାୟଗଡ଼ା ଜିଲ୍ଲାରେ ଆକାଂକ୍ଷୀ ଯୋଜନା ସମୀକ୍ଷା ଅବସରରେ ଜିଲ୍ଲା ପ୍ରଶାସନକୁ ଖୁବ୍ ପ୍ରଶଂସା କରିଛନ୍ତି କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ସୋମ ପ୍ରକାଶ ଜି । ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସହ ପାନୀୟ ଜଳ, କୃଷି, ଜଳସେଚନ ଉପରେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଜିଲ୍ଲାରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଏହା ସହ ବାକି ଥିବା କାର୍ଯ୍ୟ ଗୁଡ଼ିକୁ ମଧ୍ୟ ସୂଚାରୁ ରୂପେ ଅଧିକାରୀ ମାନେ କରୁଥିବା ସେ କହିଛନ୍ତି ।

ପେଟରେ ୭ ମାସର ଛୁଆ, ସ୍ୱାମୀଙ୍କୁ ପାଇବା ପାଇଁ ଘର ଆଗରେ ସ୍ତ୍ରୀର ଧାରଣା

ଭୁବନେଶ୍ୱର: ପେଟରେ ୭ ମାସର ଛୁଆ । ନା ଚାଲିବାକୁ ନା ବସିବାକୁ ଶରୀର ଚାହୁଁଛି । କିନ୍ତୁ ପରିସ୍ଥିତି ବାଧ୍ୟ କରିଛି । ବାହାଘରକୁ ଏବେ ଏବେ ପୂରିଛି ବର୍ଷେ । କିନ୍ତୁ ପେଟରେ ଛୁଆ ଥିଲେ ବି ମନରେ ସୁଖ ନାହିଁ । ଅଧିକାର ପାଇଁ ଲଢ଼େଇ କରୁଛନ୍ତି ସୁଚିତ୍ରା । ମୋତେ ମୋ ସ୍ୱାମୀ ଦରକାର । ଡୁମଡୁମା ଫେଜ୍-୨ରେ ସ୍ୱାମୀଙ୍କ ଘରେ ପ୍ରବେଶ ପାଇଁ ଧାରଣାରେ ବସିଛି ସ୍ତ୍ରୀ ।

7 Months Old Pregnant Lady Protesting In Front Of Husband's House

୨୦୨୧ ମାର୍ଚ୍ଚ ୧୭ ତାରିଖରେ ମନୋରଞ୍ଜନ ପାତ୍ରଙ୍କୁ ବିବାହ କରିଥିଲେ ସୁଚିତ୍ରା ପାତ୍ର । ବିବାହର କିଛି ଦିନ ପରେ ସୁଚିତ୍ରା ଜାଣିବାକୁ ପାଇଥିଲେ ମନୋରଞ୍ଜନ ଓରଫ ମୁନାଙ୍କର ରହିଛି ଅନ୍ୟ ଝିଅ ସହ ସମ୍ପର୍କ । ଯାହାକୁ ବିରୋଧ କରିଥିଲେ ସୁଚିତ୍ରା । ବିରୋଧ ପରେ ଆରମ୍ଭ ହୋଇଥିଲା ଶାଶୂ ଓ ସ୍ୱାମୀଙ୍କର ଅତ୍ୟାଚାର । ଯାହାକୁ ସହି ନପାରି ସୁଚିତ୍ରାଙ୍କ ମାଆ ତାଙ୍କୁ ଘରକୁ ନେଇଯାଇଥିଲେ । ଏବେ ସୁଚିତ୍ରା ଶାଶୂ ଘରକୁ ଆସିବାକୁ ଚାହୁଁଥିବା ବେଳେ ସ୍ୱାମୀ, ଶାଶୂ ଏବଂ ନଣନ୍ଦ ମନା କରିଦେଇଥିଲେ ।

7 Months Old Pregnant Lady Protesting In Front Of Husband's House

ଗତକାଲି ସୁଚିତ୍ରା ବାଲେଶ୍ଵରରୁ ଆସି ଶାଶୂ ଘର ଡୁମଡୁମା ଫେଜ-୨ରେ ପହଞ୍ଚିଥିଲେ । ହେଲେ ଘରେ ତାଲା ଝୁଲୁଥିଲଲା । ଫଳରେ ଗତକାଲିଠାରୁ ସୁଚିତ୍ରା ସ୍ୱାମୀଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି । ଏନେଇ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ଶାଶୂ, ନଣନ୍ଦ ଘରେ ନ ଥିବା ଜଣାଯାଇଛି । ତେବେ ନ୍ୟାୟ ନ ମିଳିବା ଯାଏ ସ୍ୱାମୀ ଘର ଆଗରେ ଧାରଣାରେ ବସିବେ ବୋଲି କହିଛନ୍ତି ସୁଚିତ୍ରା ।

ପୃଥିବୀକୁ ଆକ୍ରମଣ କରିପାରନ୍ତି ପରଗ୍ରହୀ ! ସ୍ଥାନ କହିଦେଲା ନାସା

ଓ୍ୱାଶିଂଟନ୍‌: ନିକଟରେ ପରଗ୍ରହୀ ବା ଏଲିୟନ୍ସକୁ ନେଇ ଆସିଛି ଏକ ଆଶ୍ଚର୍ଯ୍ୟ କରିବା ଭଳି ଖବର  । ଯେଉଁଥିରେ କୁହାଯାଇଛିଯେ, ପରଗ୍ରହୀ ପୃଥିବୀ ଉପରେ ଆକ୍ରମଣ କରିପାରନ୍ତି ।  ଅକ୍ସଫୋର୍ଡ଼ର ବୈଜ୍ଞାନିକ ଏହାକୁ ନେଇ ଚେତାବନୀ ଦେଇଛନ୍ତି ।  ବାଇନାରୀ କୋଡେଡ୍‌ ‘ବିକନ୍‌ ଇନ ଦ ଗ୍ୟାଲେକ୍ସି’ ମେସେଜ୍‌ ସୌରମଣ୍ଡଳ,ପୃଥିବୀ ଏବଂ ମାନବତା ଉପରେ ସମସ୍ତ ଖବର ଆକାଶଗଙ୍ଗାର ଏକ ଭାଗରେ ପ୍ରସାରିତ କରିବ । ଏହାକୁ ଏଲିୟନ୍ସଙ୍କ ସବୁଠାରୁ ସମ୍ଭାବିତ ଘର ବୋଲି କୁହାଯାଏ ।

ଖବର ଅନୁସାରେ ନାସାର ଏହି ମେସେଜ୍‌ ଅରେସିବୋ ମେସେଜର ଏକ ଅପଡେଟେଡ ରୂପ ଯିଏ ରେଡ଼ିଓ ଟେଲିସ୍କୋପ୍‌ ସାହାଯ୍ୟରେ ଏହିଭଳି ଖବର ୧୯୭୪ ମସିହାରେ ମହାକାଶରେ ପ୍ରସାରିତ କରିଥିଲା । ଅବଶ୍ୟ ଅକ୍ସଫୋର୍ଡ଼ର ଫ୍ୟୁଚର ଅଫ୍‌ ହିମ୍ୟୁନିଟି ଇନଷ୍ଟିଚ୍ୟୁଟର ବରିଷ୍ଠ ଗବେଷକ ଏଣ୍ଡର୍ସ ସ୍ୟାଣ୍ଡବର୍ଗ ଏହାକୁ ନେଇ ଚେତାବନୀ ମଧ୍ୟ ଦେଇଛନ୍ତି । କିନ୍ତୁ ଏହି ମେସେଜରେ ଏଲିୟନ୍ସ ପର୍ଯ୍ୟନ୍ତ ପହଞ୍ଚିବା କଷ୍ଟସାଧ୍ୟ । ତଥାପି ଏହାକୁ ଗମ୍ଭୀରତାର ସହ ନେବା ଉଚିତ୍‌ । ତାଙ୍କ କହିବା ହେଉଛି ଏଲିୟନ୍ସଙ୍କ ଉପସ୍ଥିତିକୁ ନେଇ ସବୁଠାରୁ ଆଶ୍ଚର୍ଯ୍ୟ କରିବା ଭଳି କଥା ହେଉଛି ଅଧିକାଂଶ ଲୋକ ଏହାକୁ ମିଛ କହି ଏଡ଼ାଇ ଦିଅନ୍ତି ।

ନାସାର ମେସେଜ୍‌ ଏଲିୟନ୍ସକୁ ପ୍ରତିକ୍ରିୟା ଦେବାପାଇଁ ନିମନ୍ତ୍ରଣ ଦେବା ସହ ଶେଷ ହେବ । ଯେଉଁଥିରେ ସୋଲାର ସିଷ୍ଯମର ଲୋକେସନ ସହିତ ପୃଥିବୀରେ ଜୈବ ରାସାୟନିକ ସଂରଚନା ଉପରେ ସୂଚନା ଦିଆଯାଇଛି ।

ଖାଲଖମାରେ ଭର୍ତ୍ତି NH-55, ପ୍ରତିଦିନ ଘଟୁଛି ଦୁର୍ଘଟଣା

ଅନୁଗୁଳ: ଶୋଚନୀୟ ଅବସ୍ଥାରେ ୫୫ ନମ୍ବର ଜାତୀୟ ରାଜପଥ । ଖାଲଖମାରେ ଭର୍ତ୍ତି ହୋଇଛି ଜାତୀୟ ରାଜପଥ । ରାସ୍ତାରେ ଯାତାୟତ କରିବା ଲୋକଙ୍କ ପକ୍ଷେ ଅସମ୍ଭବ ହୋଇ ପଡ଼ିଛି । ପ୍ରତିଦିନ ଜାତୀୟ ରାଜପଥରେ ଦୁର୍ଘଟଣା ଘଟୁଥିବା ବେଳେ ଅକାରଣେ ମୂଲ୍ୟବାନ ଜୀବନ ଚାଲି ଯାଉଛି ।

NHAI Not Repairing NH-55 Angul

ଅସୁରକ୍ଷିତ ଜାତୀୟ ରାଜପଥ । ମରଣଯନ୍ତା ୫୫ ନମ୍ବର ଏନ୍ଏଚ୍ । ପ୍ରତିଦିନ ଦୁର୍ଘଟଣାରେ ଗଡ଼ୁଛି ମୁଣ୍ଡ । ଆଖି ବୁଜି ଦେଇଛି ଏନ୍ଏଚ୍ଏଆଇ । ଏ ଚିତ୍ର କଟକ-ଅନୁଗୁଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର । ଏଠି ପାଦେ ପାଦେ ବିପଦ । ରାସ୍ତା କମ୍, ଖାଲଖମା ଅଧିକ । ସମାନ୍ୟ ଏପଟ ସେପଟେ ହେଲେ ଦୁର୍ଘଟଣା ହେବା ଥୟ । ଗାଡ଼ି ମୋଟର ଯାତାୟାତ କରିବା ଶୋଚନୀୟ ହୋଇ ପଡ଼ିଥିବା ବେଳେ ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ ।

NHAI Not Repairing NH-55 Angul

ରାସ୍ତା ମରାମତି ପାଇଁ ଅଭିଯୋଗ ହୋଇଛି । ହେଲେ ଅଚିନ୍ତା ନିଦ୍ରାରେ ଶୋଇଛନ୍ତି ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ । ଅନୁଗୁଳ ଜିଲ୍ଲା ବଡ଼କେରା ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ । ଠିକା ସଂସ୍ଥା କେବଳ ବାଇପାସ୍ କାମ ଆରମ୍ଭ କରିଦେଇ ଚୁପ୍ ବସିଛି । ଏନେଇ ଜିଲ୍ଲାପାଳଙ୍କୁ ପଚାରିବାରୁ ନୂଆ ଟେଣ୍ଡର ପ୍ରକ୍ରିୟାକରଣ କରି ଶୀଘ୍ର କାମ ଆରମ୍ଭ କରାଯିବ ।

NHAI Not Repairing NH-55 Angul

ଏହା ସହିତ ସାଢ଼େ ପାଞ୍ଚ କିଲୋମିଟର ଖାଲଖମାରେ ଭର୍ତ୍ତି ହୋଇଥିବା ରାସ୍ତାକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ୫୫ ନମ୍ବର ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି । ଯାହାକୁ ନେଇ ଜନଅସନ୍ତୋଷ ବଢିବାରେ ଲାଗିଛି । ତେଣୁ ତୁରନ୍ତ ଜାତୀୟ ରାଜପଥ ପ୍ରସସ୍ତିକରଣ କାମ ସାରିବାକୁ ଦାବି କରିଛନ୍ତି ଲୋକ ।

ମା’ ହେଲେ ସିଙ୍ଘମ ନାୟିକା

ମୁମ୍ବାଇ: ସାଉଥ୍‌ ଏବଂ ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରଓ୍ୱାଲଙ୍କ ଘରକୁ ଆସିଛନ୍ତି ନୂଆ ଅତିଥି । କାଜୋଲ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ସ୍ୱାମୀ ଗୌତମ କିଚଲୁଙ୍କ ସହ ଅଭିନେତ୍ରୀ ମଦରହୁଡ୍‌ ସମୟକୁ ଉପଭୋଗ କରିବାକୁ ପ୍ରସ୍ତୁତ ।

ତେବେ ଗର୍ଭବତୀ ଥିବାର ଖବର କାଜଲ ନିଜେ ସୋସିଅଲ ମିଡିଆରେ ଦେଇଥିଲେ । ଏହି ସମୟ କାଜଲଙ୍କ ପାଇଁ ଖୁବ୍‌ ଭଲ ଥିଲା । ନିଜକୁ ଫିଟ୍‌ ରଖିବା ସହ ଅଭିନେତ୍ରୀ ଯୋଗ ଉପରେ ମଧ୍ୟ ଧ୍ୟାନ ଦେଇଥିଲେ । ତେବେ ମା’ ହେବାର ଖବର ସାମ୍ନାକୁ ଆସିବା ପରେ କାଜଲଙ୍କୁ ସୋସିଅଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟୁଛି  ।

ଫେବୃଆରୀରେ କାଜଲଙ୍କ ସାଦ ଖିଆ ହୋଇଥିଲା । ଯାହାର ଫଟୋ ସେ ଇଂଷ୍ଟାଗ୍ରାମରେ ଶେୟାର କରିଥିଲେ । କପଲଙ୍କ ବିବାହ କଥା ଯଦି ଆଲୋଚନା କରିବା ତେବେ ୩୦ ଅକ୍ଟୋବର ୨୦୨୦ରେ ଉଭୟ ଗୁପ୍ତ ଭାବରେ ବିବାହ କରିଥିଲେ । ବିବାହରେ ଦୁଇ ଜଣଙ୍କ ପରିବାର ଏକ ନିକଟତର ବନ୍ଧୁ ବାନ୍ଧବ ସାମିଲ ହୋଇଥିଲେ । ତେବେ ବନ୍ଧୁତାରୁ ଉଭୟଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ବୋଲି କୁହାଯାଏ ।

ଭିଡିଓ ଫୁଟେଜ୍ ଅନୁସାରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଡିସିପି

ଭୁବନେଶ୍ୱର: ଓଡ଼ିଶା ଡ୍ରାଇଭର ମହାସଂଘର ଲୋଏର ପିଏଜିରେ ଆନ୍ଦଳନ ପ୍ରସଙ୍ଗ । ଡ୍ରାଇଭରଙ୍କୁ ମହଙ୍ଗା ପଡ଼ିବ ବିଶୃଙ୍ଖଳା ଓ ନିୟମ ଅମାନ୍ୟ । ସବୁ ଘଟଣାର ଭିଡିଓ ସଂଗ୍ରହ କରାଯାଉଛି । ଭିଡିଓ ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । ଗୁଇନ୍ଦା ରିପୋର୍ଟ ଅନୁଯାୟୀ ପୂର୍ବରୁ ଆମ ପାଖରେ ଆନ୍ଦୋଳନରେ ଯୋଗ ଦେବାକୁ ୨୫ ହଜାର ଡ୍ରାଇଭର ଆସିବା ନେଇ ଖବର ଥିଲା । ଏନେଇ ଆମେ ପ୍ରସ୍ତୁତ ଥିଲୁ ।

Action To Taken Against Drivers As Video Footage Says DCP

ପୁରୀ କଟକ ବାଇପାସରେ ଗାଡ଼ି ରଖିବେ ବୋଲି କହିଥିଲେ ଆନ୍ଦୋଳନକୁ ଆସିବାକୁ ଥିବା ଡ୍ରାଇଭର ମହାସଂଘ ନେତା । ହେଲେ ସେମାନେ ନିୟମ ଭାଙ୍ଗିଛନ୍ତି । ଏନେଇ ତିନୋଟି ମାମଲା ରୁଜୁ ହୋଇଛି । ୨ଟି ରାସ୍ତା ରୋକ ଓ ଗୋଟିଏ ଧାରଣା ସ୍ଥଳରେ ୧୪୪ ଧାରା ଉଲ୍ଲଂଘନ କରିଛନ୍ତି ଆନ୍ଦୋଳନରତ ଡ୍ରାଇଭର । ନେତା ଓ କର୍ମୀଙ୍କ ମଧ୍ୟରେ ସମନ୍ୱୟ ନଥିବାରୁ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ବୋଲି କହିଛନ୍ତି ଡିସିପି ।

ହାଜତ ମୃତ୍ୟୁ ମାମଲା, ବଦଳିଲେ ତଦନ୍ତକାରୀ ଅଧିକାରୀ

ଭୁବନେଶ୍ୱର: ପ୍ରଦୀପ ସାହୁ ମୃତ୍ୟୁ ମାମଲା । ଏନଏଚଆରସି ଗାଇଡଲାଇନ୍ ଅନୁସାରେ ବଦଳିଲେ ତଦନ୍ତକାରୀ ଅଧିକାରୀ ଏସ୍ କେ ବେହେରା । ଆଇଆଇସି ପାହ୍ୟାର ଜଣେ ଅଧିକାରୀଙ୍କୁ ଏହି ମାମଲାର ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟର ତଦନ୍ତ କରାଯିବ । ପ୍ରଦୀପ କେତେବେଳେ ଅସୁସ୍ଥ ଅନୁଭବ କଲେ ଓ କେତେବେଳେ ତାଙ୍କୁ ମେଡିକାଲ ନିଆଯାଇଥିଲା ।

Hajat Death Case Investigation Officer Changed

ସେ ଦିଗରେ ତଦନ୍ତ କରାଯିବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏନଏଚଆରସି ଗାଇଡଲାଇନ୍ ଅନୁସାରେ ତଦନ୍ତ ହେଉଛି ନା ନାହିଁ ତାହାର ତଦାରଖ କରିବେ ଅତିରିକ୍ତ ଡିସିପି ପାହ୍ୟାର ଅଧିକାରୀ । ୪୮ ଘଣ୍ଟା ଭିତରେ ଏହି ରିପୋର୍ଟ ଡିସିପିଙ୍କୁ ଦିଆଯିବ । ଡିସିପି ଏହି ରିପୋର୍ଟ ଏନଏଚଆରସିକୁ ପଠାଇବେ ।

ପ୍ରେମ ଟ୍ରାକରେ ଝୁଣ୍ଟିଲେ ଦୌଡ଼ରାଣୀ ଦୂତୀ, ଷ୍ଟାଟସରେ ଲେଖିଲେ କୋହଭରା କଥା…

ଭୁବନେଶ୍ୱର: ପ୍ରେମରେ ଝୁଣ୍ଟିଲେ ଦୌଡ଼ରାଣୀ ଦୂତୀ ଚାନ୍ଦ । ଗର୍ଲଫ୍ରେଣ୍ଡ ସହ ଦୂତୀ ଚାନ୍ଦଙ୍କ କିଛି ମତାନ୍ତର ହୋଇଛି । ପ୍ରେମିକାଙ୍କ ସହ ମନାନ୍ତର ପରେ ନିଜ ମନର କୋହକୁ ସମ୍ଭାଳି ନପାରି ହ୍ୱାଟ୍ସଆପ୍ ଷ୍ଟାଟସରେ ବଖାଣିଛନ୍ତି ଦୂତୀ । ହ୍ୱାଟ୍ସଆପ ଷ୍ଟାଟସରେ ପ୍ରେମରେ ବିବାଦକୁ ଉଲ୍ଲେଖ କରି ପ୍ରେମିକାଙ୍କ ସହ ମତାନ୍ତରର ଚାଟକୁ ସେୟାର କରିଛନ୍ତି । ଆଉ ଦୂତୀଙ୍କ ପ୍ରେମିକା ମଧ୍ୟ ଚାଟିଂରେ କହିଛନ୍ତି ଉପହାର ସ୍ୱରୂପ ସେ ଦୂତୀଙ୍କ ପାଖରୁ ଯାହା ଗ୍ରହଣ କରିଛନ୍ତି ସେ ଫେରାଇ ଦେବେ ।

Sprinter Queen Dutee Chand Love Life Not Good

ଦୂତୀ ବିଭିନ୍ନ ସମୟରେ ତାଙ୍କର ପ୍ରେମକୁ ନେଇ ଚର୍ଚ୍ଚାରେ ରୁହନ୍ତି । ନିକଟରେ ତାଙ୍କର ପ୍ରେମ କାହାଣୀକୁ ନେଇ ଏକ ପତ୍ରିକାରେ ଖବର ପ୍ରକାଶ ପାଇଥିଲା । ଏପରିକି ଦୂତୀ ଭାଲେଣ୍ଟାଇନ୍ ୱିକର ପ୍ରମିଜ୍ ଡେରେ ଉଭୟଙ୍କ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ଲେଖିଥିଲେ, ପ୍ରେମ ଓ ପ୍ରତିଶ୍ରୁତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ଆଜି ହେଉଛି ସେହି ପ୍ରତିଶ୍ରୁତି ବା ପ୍ରମିଜ ଡେ’ । ପ୍ରେମ ସପ୍ତାହରେ ପଞ୍ଚମ ଦିନ ପ୍ରମିଜ ଡେ’ରେ ପ୍ରତିଶ୍ରୁତିରେ ଆବଦ୍ଧ ହୁଅନ୍ତି ପ୍ରେମୀ ଯୁଗଳ । ମନର ମଣିଷକୁ ସାତ ଜନ୍ମ ପାଇଁ ସାଥୀ କରିବା ପାଇଁ ନେଇଥାନ୍ତି ଶପଥ । ଜୀବନରେ ଯେତେ ଝଡ଼ ତୋଫାନ ଆସିଲେ ବି କେବେବି କରବୁନି ପର ମୋତେ । ଅଧା ବାଟରେ ଛାଡିବୁନି ହାତ ମୋର ।

ହେଲେ ପ୍ରମିଜ ଡେର ମାତ୍ର ୨ ମାସ ପରେ ଦୂତୀଙ୍କ ପ୍ରେମରେ ଟ୍ୱିଷ୍ଟ ଆସିଛି । ସାତ ଜନ୍ମ ପାଇଁ ସାଥୀ ହେବାକୁ ଶପଥ ନେଇଥିଲେ ବି ଉଭୟ ସମ୍ପର୍କର ସୂତା ଖିଅକୁ ସଂଘର୍ଷ କରି ସମ୍ଭାଳି ପାରି ନାହାନ୍ତି । ଜୀବନର ସମସ୍ତ ଝଡ଼ଝଞ୍ଜାକୁ ସାମ୍ନା କରିବା ଆଗରୁ ଦୂତୀ ହାର୍ ମାନି ଯାଇଥିବା ଲାଗୁଛି । ଭଲ ପାଇବାର ଆଉ ଏକ ପାହାଞ୍ଚ ଚଢ଼ି ବିବାହ କରିବା ପୂର୍ବରୁ ସୃଷ୍ଟି ହୋଇଛି ଫାଟ ।

ଦୌଡ଼ରାଣୀଙ୍କ ଦୁଃଖ କାହାଣୀ

ଏମିତି ଏକ ଝିଅକୁ ଭଲ ପାଇ ବସିଲି ଯେ ତା ମନରେ ମୋ ପ୍ରତି ଖାଲି ସନ୍ଦେହ ହିଁ ସନ୍ଦେହ । ଯିଏ ଦିନେ ମୋତେ ପାଇ ଦୁନିଆର ସବୁ ସୁଖ ପାଇଯାଇଥିଲା ବୋଲି କହୁଥିଲା । ଆଜି କାଳେ ମୋତେ ଭଲ ପାଇ ବଡ଼ ଭୁଲଟେ କରିଦେଇଛି ବୋଲି କହୁଛି । ହା ହା କାହାକୁ କ’ଣ କହିବି ? ବିଧିର ବିଧାନ କେ କରିବ ଆନ । ଆମେ ସମସ୍ତେ ସମୟର ଦାସ । କେତେ ବେଳେ କଣ ହେବ କିଏ ବା କହିବ ? ଜୀବନ ଆଉ ଆପଣାର କେହି ବି ଚିରସ୍ଥାୟୀ ନୁହଁନ୍ତି । ଏଠି ସମୟର ସହ ସମସ୍ତେ ଦିନେ ନା ଦିନେ ହଜିଯାଆନ୍ତି । ଜୀବନରେ ପ୍ରତ୍ୟେକ ସମୟକୁ ଖୁସିରେ ଅତିବାହିତ କରିବାକୁ ଚେଷ୍ଟା କରନ୍ତୁ । କିଏ ଜାଣେ ଆମେ ଚିନ୍ତା କରୁଥିବା ଭବିଷ୍ୟତ ପାଖରେ ପହଞ୍ଚିବା ପୂର୍ବରୁ ହୁଏତ ଆମେ ଦୁନିଆ ପାଇଁ ଅତୀତ ହୋଇ ଯାଇଥିବା ।

କଲବଲ କରୁଛି ସ୍ୱାଇଁନ୍ ଫ୍ଲୁ, ମିଜୋରାମ ପରେ ତ୍ରିପୁରାରେ ବିସ୍ତାର କଲାଣି କାୟା

0

ତ୍ରିପୁରାରେ ଆଫ୍ରିକାନ୍‌ ସ୍ୱାଇନ୍‌ ଫ୍ଲୁ । ତ୍ରିପୁରାର Animal Resources Development Department (ARDD)ଙ୍କ ଅନୁସାରେ ସିପାହୀଜାଳା ଜିଲ୍ଲାର ଦେବୀପୁରରେ ଥିବା ଏକ ଫାର୍ମହାଉସରେ ଆଫ୍ରିକାନ୍‌ ସ୍ୱଇନ ଫ୍ଲୁ ଚିହ୍ନଟ ହୋଇଛି । ସୂଚନା ଅପୁସାରେ ଏହି ରୋଗ ବ୍ୟାପିବା ଦ୍ୱାରା ୬୦ରୁ ଅଧିକ ବୟସ୍କ ଘଷୁରୀଙ୍କ ମୃତ୍ୟୁ ହୋଇଛି ।ତେବେ ଗତ ୧୩ ତାରିଖରେ କିଛି ଘୁଷୁରୀଙ୍କ ରକ୍ତ ନମୂନା ଟେଷ୍ଟିଂ ପାଇଁ ପଠାଯାଇଥିଲା  । ଯାହା ପଜିଟିଭ୍ ଆଶିବା ପେର ଜିଲ୍ଲା ପ୍ରଶାସନ ଅଧିକ ସତର୍କ ହୋଇ ପଡ଼ିଛି ।

ପ୍ରଜନନ କେନ୍ଦ୍ରରେ ଥିବା ଘୁଷୁରୀଙ୍କଠାରେ ଆଫ୍ରିକାନ୍ ସ୍ୱାଇନ୍ ଫ୍ଲୁ ଲକ୍ଷଣ ଦେଖାଯାଇଛି । ଏହାସହ ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ସତର୍କ ରଖିବାକୁ କୁହାଯାଇଛି । ଏବାବଦରେ ଗଠନ କରାଯାଇଥିବା ଟିମ୍ ଅତିଶୀଘ୍ର ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିବେ । ରିପୋର୍ଟ ପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଟିମ୍‌ର ସଦସ୍ୟ କହିଛନ୍ତି ।

ସରକାର ଏହି ରୋଗକୁ ରୋକିବା ପାଇଁ ସଂକ୍ରମିତ ଘୁଷୁରୀଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଘୁଷୁରୀଙ୍କୁ ମାରିବା ପରେ ସେମାନଙ୍କୁ ୮ ଫୁଟ୍ ଗାତ କରି ପୋତି ଦିଆଯିବ । ତେବେ ଏହି ବାବାଦରେ ଲାବୋରେଟୋରି ଅଧିକାରୀ ଭାରତ ସରକାରଙ୍କୁ ଏକ ଚିଠି ଲେଖିବେ ।