spot_img
Home Blog Page 4341

ଉଗ୍ର ହେଉଛି ଋଷର ଆଭିମୁଖ୍ୟ, ୟୁକ୍ରେନର ସବୁ ସୈନ୍ୟଙ୍କୁ ଆତ୍ମସମର୍ପଣ ପାଇଁ ମସ୍କୋର ଅଲଟିମେଟମ

କିଭ୍: ଋୁଷ- ୟୁକ୍ରେନ ଯୁଦ୍ଧକୁ ୫୬ ଦିନ । ଦିନକୁ ଦିନ ଆହୁରି ଜଟିଳ ହେବାରେ ଲାଗିଛି ଯୁଦ୍ଧ ପରିସ୍ଥିତି । ଋଷ ଓ ନାଟୋ ମଧ୍ୟରେ ବଢ଼ିବାରେ ଲାଗିଛି ବ୍ୟବଧାନ । ପୂର୍ବ ୟୁକ୍ରେନରେ ଲଢେଇ ଜୋରଦାର କରିଛି ଋଷ । ୟୁକ୍ରେନ ସୈନ୍ୟ ତୁରନ୍ତ ଅସ୍ତ୍ର ଛାଡ଼ନ୍ତୁ ବୋଲି ମସ୍କୋ କହିଛି । କେବଳ ସେତିକି ନୁହେଁ, ବନ୍ଦରନଗରୀ ମାରିୟୁପୋଲରେ ଏବେ ବି ଲଢେଇ ଜାରି ରଖିଛି ଋଷ । ଅନ୍ୟପକ୍ଷରେ ୟୁକ୍ରେନ ସୈନ୍ୟଙ୍କୁ ବି ଆତ୍ମସମର୍ପଣ ପାଇଁ ଦେଇଛି ନୂଆ ଅଲଟିମେଟମ । ଋଷୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ କିଭକୁ ଦିଆଯାଇଛି ଏହି ଚେତାବନୀ ।

ୟୁକ୍ରେନର ଡୋନବାସ୍ ଅଞ୍ଚଳ ଉପରେ କବଜା ପାଇଁ ଋଷ ତୀବ୍ର କରିଛି ଯୁଦ୍ଧ ଅଭିଯାନ । ଡୋନବାସ ସହ ୟୁକ୍ରେନର ସଂପୂର୍ଣ୍ଣ ଇଷ୍ଟର୍ଣ୍ଣ ଫ୍ରଣ୍ଟଲାଇନ୍ ଦଖଲ କରିବାକୁ ଋଷ ଉଦ୍ୟମ ଆରମ୍ଭ କରିଦେଇଛି ବୋଲି ରାଷ୍ଟ୍ରପତି ଭ୍ଲୋଦିମିର ଜେଲେନ୍ସକି କହିଛନ୍ତି । ରାଜଧାନୀ କିଭ୍ ଦଖଲ କରିବାରେ ବିଫଳ ହେଲା ପରେ ୟୁକ୍ରେନର ପ୍ରମୁଖ ସହରଗୁଡ଼ିକୁ ଅକ୍ତିଆର କରିବା ଅଭିଯାନ ଜୋରଦାର କରିଛି ପୁଟିନ ବାହିନୀ ।

ଖୋଲୁଛି କୋକେନ ସିଣ୍ଡିକେଟର ସିକ୍ରେଟ୍, ୪ ଦିନିଆ ରିମାଣ୍ଡରେ ଚାଲିଛି ମାରାଥନ ଜେରା

ଭୁବନେଶ୍ୱର: ଖୋଲୁଛି କୋକେନ୍ ସିଣ୍ଡିକେଟ୍ ଗୁମର । ଭୁବନେଶ୍ବରରୁ କୋକେନ ଜବତ ମାମଲାର ତଦନ୍ତରେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋର ଏଣ୍ଟ୍ରି । କୋକେନ୍ ସିକ୍ରେଟ୍ ମାମଲାର ଦୁଇ ଅଭିଯୁକ୍ତ ରବି ଓ ସନ୍ନିଙ୍କୁ ଜେରା କରିଛି ଏନସିବି । ଏହି ମାମଲାରେ ବାହାର ରାଜ୍ୟ ଲିଙ୍କ ନେଇ ପଚରାଉଚରା କରିଛି ଏନସିବି । ୪ ଦିନିଆ ରିମାଣ୍ଡରେ ନେଇ ଦୁଇ ଅଭିଯୁକ୍ତଙ୍କୁ ଗୁଡ଼େଇ ତୁଡ଼େଇ ଜେରା କରୁଛି ଏସଟିଏଫ୍ । କୋକେନ୍ ଲିଙ୍କର ଗୁମର ଖୋଜୁଛନ୍ତି ତଦନ୍ତକାରୀ ଅଧିକାରୀ ।

ରାଜଧାନୀରେ କାହା ଜରିଆରେ କୋକେନ ବିକ୍ରି କରୁଥିଲେ? କୋକେନ ସିଣ୍ଡିକେଟରେ ଆଉ କିଏ ରହିଛି ? ପରଦା ପଛରେ କାହାର ରହିଛ ବଡ ହାତ? ଏପରି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ଏସଟିଏଫ । ଭୁବନେଶ୍ବରରୁ ପ୍ରଥମଥର ପାଇଁ ୨୨୦ ଗ୍ରାମ କୋକେନ ଜବତ ହୋଇଥିଲା । ୨୦୨୩ ହକି ବିଶ୍ବକପକୁ ଟାର୍ଗେଟ୍‌ କରି ଭୁବନେଶ୍ବର ବଜାରରେ କୋକେନ୍‌ ଏଣ୍ଟ୍ରି କରିଥିଲା ଅଭିଯୁକ୍ତ । ୨୦୨୩ ହକି ବିଶ୍ୱକପେ ବିଦେଶୀ ଖେଳାଳୀ ଓ ଦର୍ଶକଙ୍କୁ ଟାର୍ଗେଟ କରି ରାଜଧାନୀରେ କୋକେନ କାୟା ବିସ୍ତାର କରିଥିଲେ ଏହି ଦୁଇ ଅଭିଯୁକ୍ତ । ତେବେ ରବି ମୋବାଇଲରେ ଏକାଧିକ ବିଦେଶୀ ନମ୍ବର ଥିବା ବେଳେ ଉଭୟଙ୍କ ମୋବାଇଲ କଲ ଡିଟେଲ୍ସ ଯାଞ୍ଚ କରୁଛି ଏସଟିଏଫ।

ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଉପରମୁହାଁ କରୋନା, ୨୪ ଘଣ୍ଟାରେ ଦିଲ୍ଲୀରେ ୬ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀରେ ଉପରମୁହାଁ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୬୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଦିଲ୍ଲୀରେ ୫୦୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ସଂକ୍ରମିତ ସଂଖ୍ୟା ୨୬ ପ୍ରତିଶତ ବୃଦ୍ଧି ପାଇଛି । ଏଥିସହ ମୋଟ ସକ୍ରିୟ ସଂକ୍ରମିତ ସଂଖ୍ୟା ୧୯ ଶହରୁ ଅଧିକ ରହିଛି । ଦିଲ୍ଲୀରେ ପଜିଟିଭିଟି ରେଟ୍ ବି ଚିନ୍ତାଜନକ ରହିଛି । ତେବେ ଏହାରି ମଧ୍ୟରେ ଆଶ୍ବସ୍ତିକର କଥା ହେଉଛି ସୁସ୍ଥତା । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୪୧୪ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଗତ କିଛି ଦିନ ହେଲା ଦିଲ୍ଲୀ ଓ ଏନସିଆରରେ କରୋନା ସଂକ୍ରମଣ ବଢ଼ିଚାଲିଛି । ପିଲାମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି । ଗାଜିଆବାଦ ଓ ଦିଲ୍ଲୀର କେତେକ ସ୍କୁଲରେ ଅନେକ ପିଲା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେପଟେ ମହାରାଷ୍ଟ୍ରରେ ମଧ୍ୟ ଗତକାଲିଠାରୁ ଡବଲ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧନଲାଭର ସୁବର୍ଣ୍ଣ ସୁଯୋଗ

ମେଷ ରାଶି : ଆଜିର ଦିନରେ ଆପଣ ଉନ୍ନତି କରିବା ସହ କର୍ମକ୍ଷେତ୍ରରେ ଧନ ନିବେଶ କରିବେ । ବିପଦ ବେଳେ ଧୌର୍ଯ୍ୟହରା ହୁଅନ୍ତୁନି । ନୂଆ ଯାନବାହନ କିଣିବାକୁ ଚାହୁଁଥିଲେ ଏହା ଉପଯୁକ୍ତ ସମୟ ।

ବୃଷ ରାଶି : ଆଜିର ଦିନଟି ମଧ୍ୟମ ଧରଣର ରହିବ । ସହଭାଗିତା ବ୍ୟବସାୟ କରିବା ବିପଦପୂର୍ଣ୍ଣ ହୋଇପାରେ । କ୍ଷୁଦ୍ର ବ୍ୟବସାୟୀଙ୍କୁ ଯଥେଷ୍ଟ ପରିମାଣର ଲାଭ ମିଳି ନପାରେ । ବିଦ୍ୟାର୍ଥୀଙ୍କୁ ବିଦେଶରେ ଅଧ୍ୟୟନ କରିବାକୁ ସୁଯୋଗ ମିଳିପାରେ । ଅନ୍ୟ ଉପରେ ଭରସା କରି ଧନ ନିବେଶ କରନ୍ତୁନି । ସାବଧାନ ରୁହନ୍ତୁ ।

ମିଥୁନ ରାଶି : ସ୍ୱାସ୍ଥ୍ୟ ସାମାନ୍ୟ ବିଗିଡ଼ିପାରେ । ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ବିଦ୍ୟାର୍ଥୀଙ୍କ ପଢ଼ାରେ ଅବହେଳା ଦେଖାଦେଇପାରେ । ଚାକିରି କରିଥିବା ବ୍ୟକ୍ତି କର୍ମକ୍ଷେତ୍ରରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ମନ ବିଚଳିତ ହେତୁ କୌଣସି କାର୍ଯ୍ୟରେ ମନ ଲାଗିବ ନାହିଁ ।

କର୍କଟ ରାଶି : ଆଜିର ଦିନଟି ଉତ୍ତମ ଫଳଦାୟକ ହେବ । ପରିବାରରେ ଶୁଭକାର୍ଯ୍ୟ କିମ୍ୱା କୌଣସି ଧାର୍ମିକ କାର୍ଯ୍ୟକ୍ରମ ହୋଇପାରେ । ନବବିବାହିତଙ୍କୁ ସନ୍ତାନସନ୍ତତି ପ୍ରାପ୍ତି ହୋଇପାରେ । ଧନଲାଭର ସୁବର୍ଣ୍ଣ ସୁଯୋଗ । ପରିବାରରେ ସୁଖ-ସମୃଦ୍ଧି ବୃଦ୍ଧି ହେବ ।

ସିଂହ ରାଶି : ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନଟି ଦୃଢ଼ ହେବ । ପରିବାର ସହ ସମୟ ଅତିବାହିତ କରିବେ । ପରିବାରରେ କୌଣସି ସଦସ୍ୟଙ୍କ ବିବାହକୁ ନେଇ ଚର୍ଚ୍ଚା ହୋଇପାରେ । ଅବିବାହିତ ବ୍ୟକ୍ତିଙ୍କୁ ପାଇଁ ସୁବର୍ଣ୍ଣ ସୁଯୋଗ । ଜୀବନସାଥୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ ।

କନ୍ୟା ରାଶି : ବ୍ୟବସାୟିକ ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଖୁବ୍ ଫଳଦାୟକ । କର୍ମକ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ଦେଖାଦେଇପାରେ । ସନ୍ତାନସନ୍ତତିଙ୍କ ପକ୍ଷରୁ ଶୁଭ ଖବର ମିଳିପାରେ । ପରିବାରରେ ଶାନ୍ତି ବଜାୟ ରହିବ । ପରିବାରର ସମସ୍ତ ସଦସ୍ୟ ଆପଣଙ୍କ ଉପରେ ପ୍ରସନ୍ନ ହେବେ ।

ତୁଳା ରାଶି : ପରିବାରର ଯତ୍ନ ନେବେ । ବିଦ୍ୟାର୍ଥୀଙ୍କୁ ପରୀକ୍ଷାରେ ସଫଳତା ମିଳିପାରେ । ପରିବାରରେ ଥିବା ସମସ୍ୟା ଦୂର କରନ୍ତୁ । ଏଥିସହ ପରିବାର ସଦସ୍ୟଙ୍କ ଯତ୍ନ ନିଅନ୍ତୁ ।

ବିଛା ରାଶି : ଖର୍ଚ୍ଚ ବଢ଼ିପାରେ । ଧନ ସଞ୍ଚୟ କରନ୍ତୁ । କୌଣସି ବୀମା କରିବାକୁ ଚାହୁଁଥିଲେ ଏହା ଉପଯୁକ୍ତ ସମୟ । ବିଦ୍ୟାର୍ଥୀ ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରନ୍ତି । ଏଥିପାଇଁ ପୁରସ୍କାର ମଧ୍ୟ ମିଳିପାରେ । ପରିବାରରେ କୌଣସି ସହସ୍ୟଙ୍କ ସହ ବିବାଦ ବଢ଼ାନ୍ତୁନାହିଁ, ପରେ ସମସ୍ୟା ବଢ଼ିପାରେ ।

ଧନୁ ରାଶି : ଆଇନଗତ ମାମଲାରେ ସଫଳ ହୋଇପାରନ୍ତି । କୌଣସି ଶୁଭ ଖବର ମିଳିପାରେ । ଜୀବନସାଥୀଙ୍କ ସହ ସମୟ ଅତିବାହିତ କରିପାରନ୍ତି । ଏଥିସହ ଭ୍ରମଣରେ ଯାଇପାରନ୍ତି । ଭାଇଙ୍କ ପ୍ରତି ଶ୍ରଦ୍ଧା ବଢ଼ିବ । ଶ୍ୱଶୁର ଘର ପକ୍ଷରୁ ଧନଲାଭର ସୁଯୋଗ ରହିଛି ।

ମକର ରାଶି : ପାରିବାରିକ ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଶୁଭ । ସନ୍ତାନସନ୍ତତିଙ୍କ ପାଠପଢ଼ା ଓ ବ୍ୟବହାରରେ ସୁଧାର ଆଣିବାକୁ ଚେଷ୍ଟା କରନ୍ତୁ । ସହକର୍ମୀଙ୍କ ସହଯୋଗ ସର୍ବଦା ପ୍ରାପ୍ତି ହେବ । କାର୍ଯ୍ୟକ୍ଷେତ୍ରରେ ଧନଲାଭ ହେବାର ସମ୍ଭାବନା ରହିଛି ।

କୁମ୍ଭ ରାଶି : ଲାଭ ମିଳିପାରେ । ଚାକିରିରେ ପଦୋନ୍ନତି କିମ୍ୱା ଦରମା ବୃଦ୍ଧି ହୋଇପାରେ । ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଲାଭ ମିଳିପାରେ । ମଧୁରବାଣୀରେ ନିଜ ଆଖପାଖ ସମସ୍ତ ବ୍ୟକ୍ତିଙ୍କୁ ପ୍ରସନ୍ନ ରଖିବେ ।

ମୀନ ରାଶି : ଆଜିର ଦିନ ସଂଘର୍ଷମୟ ରହିବ । ଭାବିଚିନ୍ତି ଧନ ନିୟୋଜିତ କରନ୍ତୁ । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । କର୍ମକ୍ଷେତ୍ରରେ ସହଯୋଗୀଙ୍କ ସହ ପାରିବାରିକ ସମସ୍ୟା ଅଂଶୀଦାର କରନ୍ତୁ ନାହିଁ । ବିପଦରେ ପଡ଼ିପାରନ୍ତି । ମା’ଙ୍କ ପାଇଁ ଉପହାର ଆଣିପାରନ୍ତି ।

ରୋଷେଇ ବେଳେ ଷ୍ଟୋଭ୍ ନିଆଁରେ ଜଳିଗଲା ଟ୍ରକ୍

ପାରାଦୀପ: ଟ୍ରକରେ ରୋଷେଇ କରିବା ପଡ଼ିଲା ମହଙ୍ଗା । ଷ୍ଟୋଭରୁ ନିଆଁ ଲାଗି ଜଳିଗଲା ଟ୍ରକ୍ । ପାରାଦୀପ ଗଡ଼ ହାତୀକଣ୍ଟା ନିକଟରେ ଘଟିଛି ଏଭଳି ଅଘଟଣ । ଟ୍ରକଟି ଆଇରନ୍ ବୋଝେଇ କରି ପାରାଦୀପ ବନ୍ଦରକୁ ଯିବା ପାଇଁ ଲାଇନରେ ଛିଡ଼ା ହୋଇଥିଲା । ଏହି ସମୟରେ ଡ୍ରାଇଭର ଓ ହେଲପର କ୍ୟାବିନ୍ ଭିତରେ ଷ୍ଟୋଭରେ ରୋଷେଇ କରୁଥିଲେ ।

Truck Burn In Fire During Cooking Paradeep

ହେଲେ ଅସାବଧନତା ଯୋଗୁ ଷ୍ଟୋଭରୁ ନିଆଁ ଲାଗି ଟ୍ରକଟି ଜଳି ଯାଇଛି । ଗାଡ଼ିର ଆଗ କେବିନ୍ ସମ୍ପୂର୍ଣ୍ଣ ଜଳି ଯିବା ସହିତ ଇଞ୍ଜିନ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । କୁଜଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଛି । ଘଟଣାସ୍ଥଳରେ ପାରାଦୀପ ଲକ୍ ଥାନା ପୋଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛି ।

ଶପଥ ନେଲା ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ନୂଆ କ୍ୟାବିନେଟ

ଇସଲାମାବାଦ: ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ନୂଆ କ୍ୟାବିନେଟ ଆଜି ଶପଥ ନେଇଛି । ରାଷ୍ଟ୍ରପତି ଆରିଫ ଆଲଭୀ ଅସୁସ୍ଥ ଥିବାରୁ ସିନେଟ ଅଧ୍ୟକ୍ଷ ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ । ମିଳିତ ମନ୍ତ୍ରିମଣ୍ଡଳରେ ପ୍ରଧାନମନ୍ତ୍ରୀ ସରିଫଙ୍କ ପିଏମଏଲଏନର ସର୍ବାଧିକ ୧୩ ଓ ପାକିସ୍ତାନ ପିପୁଲସ ପାର୍ଟିର ୯ ଜଣ ସାଂସଦ ମନ୍ତ୍ରୀ ହୋଇଛନ୍ତି । ଉଭୟ ଅଭିଜ୍ଞ ଓ ନବାଗତଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇଛି । ପାକିସ୍ତାନ ପିପୁଲ୍ସ ପାର୍ଟିର ହିନା ରବାନି ନୂଆ ବୈଦେଶିକ ମନ୍ତ୍ରୀ ହୋଇଥିବା ବେଳେ ମରିୟମ ନଓ୍ବାଜ ଔରଙ୍ଗଜେବ ସୂଚନା ମନ୍ତ୍ରୀ ହୋଇଛନ୍ତି । କିଛି ଦିନ ତଳେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ମିଳିତ ବିରୋଧୀ ଦଳର ନେତା ତଥା ପିଏମଏଲଏନର ବରିଷ୍ଠ ନେତା ଶାହାବାଜ ସରିଫ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଅନାସ୍ଥା ଭୋଟରେ ଇମ୍ରାନ ଖାଁ ସରକାରଙ୍କ ପତନ ପରେ ପ୍ରଧାନମନ୍ତ୍ରୀ ହୋଇଥିଲେ ଶାହାବାଜ ସରିଫ ।

ଶାହବାଜଙ୍କ କ୍ୟାବିନେଟରେ ମହିଳାମାନଙ୍କୁ ବଡ଼ ଏବଂ ଗୁରୁତ୍ବପୂର୍ଣ୍ଣ ପଦବୀ ମିଳିିଛି। ପିଏମଏଲ-ଏନର ମରିୟମ ଔରାଙ୍ଗଜେବଙ୍କୁ ସୂଚନା ମନ୍ତ୍ରୀ ଏବଂ ଆଜମ ନାଜିର ତରାରଙ୍କୁ ଆଇନ ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି। ଏହା ସହ ପିଏମଏଲ-ଏନର ଏହସାନ ଇକବାଲ ଯୋଜନା ଏବଂ ବିକାଶ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିବା ବେଳେ ପିପିପିର ହିନା ରବ୍ବାନୀ ଖାରଙ୍କୁ ବୈଦେଶିକ ମନ୍ତ୍ରାଳୟ ଦାୟିତ୍ବ ଦିଆଯାଇଛି। ତାଙ୍କୁ ଶାହବାଜ୍ କ୍ୟାବିନେଟରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି।। ଏହା ସହ ପିଏମଏଲ-ଏନର ରାଣା ସନା ଉଲ୍ହାହଙ୍କୁ ଗୃହ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି।

ମିଲିଟାରୀ ଅପରେସନର ପରବର୍ତ୍ତୀ ମନାନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ କୁମାର କଟିୟାର

0

ନୂଆଦିଲ୍ଲୀ: ମିଲିଟାରୀ ଅପରେସନର ପରବର୍ତ୍ତୀ ମନାନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ କୁମାର କଟିୟାର  ।ସେ ମଇ ମାସ ୧ ତାରିଖରୁ ନୂଆ ଦାୟିତ୍ୱଭା ତୁଲାଇବେ । ଏହା ପୂର୍ବରୁ ୨୦୨୧ ଏପ୍ରିଲ ୫ରେ କଟିୟାରଙ୍କୁ ‘One Strike Corps’ର କମାଣ୍ଡର ଭାବେ ଦାୟିତ୍ଵ ମିଳିଥିଲା। କେବଳ ସେତିକି ନୁହେଁ ବରଂ ସେ ସେନା ମୁଖ୍ୟାଳୟରେ ଡାଇରେକ୍ଟର ଜେନେରାଲ୍ ଷ୍ଟାଫ୍ ଡ୍ୟୁଟି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।କଟିୟାର ରାଷ୍ଟ୍ରୀୟ ସୁରକ୍ଷା ଏକାଡେମୀର ଜଣେ ପୂର୍ବତନ ଛାତ୍ର ।

 

ସୋମବାର ଲେଫ୍ଟନାଣ୍ଟ ଜେନେରାଲ ମନୋଜଙ୍କୁ ୨୯ତମ ସ୍ଥଳ ସେନାଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଥିଲା। ସେ ଜେନେରାଲ ଏମ ଏମ ନରଓ୍ଵଣେ ଏପ୍ରିଲ ୩୦ରେ ଅବସର ନେବା ପରେ ତାଙ୍କ ସ୍ଥାନରେ ଦାୟିତ୍ୱ ନେବେ ।

 

ଦେଶର ୬ଟି ପ୍ରକଳ୍ପ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କଲା ଭୁବନେଶ୍ୱର ସ୍ମାର୍ଟ ସିଟି ପ୍ରକଳ୍ପ

ଭୁବନେଶ୍ୱର: ପୋଖରୀ ପୁନରୁଦ୍ଧାର କାର୍ଯ୍ୟକ୍ରମରେ ଦେଶର ୬ଟି ପ୍ରକଳ୍ପ ମଧ୍ୟରୁ ଭୁବନେଶ୍ୱର ସ୍ମାର୍ଟ ସିଟି ପ୍ରକଳ୍ପ ପ୍ରଥମ ସ୍ଥାନ ଅଧିକାର କରିଛି । ମାଆ ମଙ୍ଗଳା ବସ୍ତିରେ ଥିବା ଏକ ପୋଖରୀକୁ ମାତ୍ର ୭୫ ଘଣ୍ଟା ମଧ୍ୟରେ ପୁନରୁଦ୍ଧାର କରାଯାଇଛି । ଏଥି ସହିତ ବସ୍ତିରେ ଅବ୍ୟବହୃତ ହୋଇ ପଡ଼ି ରହିଥିବା ଏକ ଖୋଲାସ୍ଥାନକୁ ସର୍ବସାଧାରଣଙ୍କ ବ୍ୟବହାର ଉପଯୋଗୀ କରାଯାଇଛି ।

Bhubaneswar Adjudged As The Winner Amongst The Top 6 Projects

ଏହି ଖାଲିସ୍ଥାନରେ ଏବେ ବସ୍ତି ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ଉପକରଣ ଓ ପିଲାଙ୍କ ଖେଳ ଉପକରଣ ଲଗାଯାଇଛି । କେନ୍ଦ୍ର ଗୃହ ନିର୍ମାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । କେବଳ ପୋଖରୀ କିମ୍ବା ଅବବ୍ୟହୃତ ସ୍ଥାନକୁ ବ୍ୟବହାର ଉପଯୋଗୀ କରାଯାଇନି । ବରଂ ବସ୍ତିରେ ଥିବା ଏକ ମନ୍ଦିରର ମଧ୍ୟ ରୂପାନ୍ତରଣ କରାଯାଇଛି । ବସ୍ତିବାସିନ୍ଦାଙ୍କ ସକ୍ରିୟ ସହଯୋଗରେ ଏହି କାର୍ଯ୍ୟ ସମ୍ଭବ ହୋଇଥିବା ସ୍ମାର୍ଟ ସିଟି ପକ୍ଷରୁ କୁହାଯାଇଛି ।

ଦୁର୍ଘଟଣାରେ ମୃତ୍ୟୁ ପରେ ଜଣଙ୍କୁ ପିଟିପିଟି ମାରିଦେଲେ

ବାରିପଦା: ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ପରେ ଜଣଙ୍କୁ ପିଟିପିଟି ମାରିଦେଲେ ଉତ୍ତ୍ୟକ୍ତ ଲୋକ ।  ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା କତରା ନିକଟରେ ଏଭଳି ଘଟଣା ଘଟିଛି । ରାସ୍ତା ପାର ହେଉଥିବା ସମୟରେ ଜଣେ ସ୍କୁଟି ଆରୋହୀଙ୍କ ଉପରେ ସ୍କର୍ପିଓ ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ସ୍କୁଟି ଆରୋହୀ ହରିହର ସେଠୀଙ୍କ ମୃତ୍ୟୁ ହୋଇଥିଲା ।

Road Accident Bangiriposhi One Death

ଉତ୍ତେଜିତ ସ୍ଥାନୀୟ ଲୋକମାନେ ସ୍କର୍ପିଓରେ ଥିବା ଦୁଇଜଣଙ୍କୁ ଆକ୍ରମଣ କରିଥିଲେ । ଏଥିରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ସତ୍ୟନାରାୟଣ ନନ୍ଦଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଦିନରେ ଅସହ୍ୟ ଖରା, ସନ୍ଧ୍ୟାରେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ଖରା ବର୍ଷାର ଲୁଚକାଳି ଖେଳରେ ହନ୍ତସନ୍ତ ହେଉଛି ଜନଜୀବନ । ଦିନରେ ଅସହ୍ୟ ତାତିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକ । ସନ୍ଧ୍ୟାରେ କାଳବୈଶାଖୀ ବର୍ଷା ଓ ଝଡ଼ ପବନରେ ଧନଜୀବନ ହନ୍ତସନ୍ତ ହେଉଛି । ଆଜି ପୁଣି ୪୪.୪ ଡିଗ୍ରୀ ସେଲସୟିସ୍ ସହ ସୋନପୁର ପାଲଟିଛି ସବୁଠୁ ଉତ୍ତପ୍ତ ସହର । ଆଜି ୯ ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି । ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ଦିନର ତାପାମାତ୍ରା ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ତିନିରୁ ଚାରି ଡଗ୍ରୀ ଅଧିକ ରହିବା ସମ୍ଭାବନା ରହିଛି ।

ଅନ୍ୟପଟେ ଆସନ୍ତା ୪ ଦିନ ଧରି ବଜ୍ରପାତ ସହ ଝଡ଼ବର୍ଷା ଆଶଙ୍କା କରିଛି ପାଣିପାଗ ବିଭାଗ । ଏନେଇ ୧୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ପରାମର୍ଶ ଦେଇଛନ୍ତି ଏସାରସି । କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳ ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ।

ଆଜି ଟିଟିଲାଗଡ଼ରେ ପାରଦ ୪୩.୫ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗିରର ତାପମାତ୍ରା ୪୪.୩ ଡିଗ୍ରୀ, ବୌଦ୍ଧ ୪୩ ଡିଗ୍ରୀ, ଅନୁଗୁଳ ୪୩.୧ ଡିଗ୍ରୀ, ସମ୍ବଲପୁର ୪୨.୪ ଡିଗ୍ରୀ, ସୁନ୍ଦରଗଡ଼ ୪୨.୫ ଡିଗ୍ରୀ, ଭବାନୀପାଟଣା ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।