ଚକ୍ଷୁଦାନ କଲେ ରାଇମୋହନ, ମୃତ୍ୟୁ ପରେ ବି ଦେଖିବେ ଦୁନିଆ

ଭୁବନେଶ୍ୱର: ଅମର ହୋଇଗଲେ ରାଇମୋହନ ପରିଡ଼ା  । ମୃତ୍ୟୁ ପରେ ବି ଦେଖିବେ ଦୁନିଆ  । ଅବିଳମ୍ବେ ଅଲବିଦା କହିଥିବା ରାଇମୋହନ ପରିଡା ଆଖି ଦାନ କରିବେ ।  ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ମେରୁଦଣ୍ଡ କୁହାଯାଉଥିବା ଖଳନାୟକ ରାଇମୋହନଙ୍କ ଆତ୍ମହତ୍ୟା ସମସ୍ତଙ୍କ ସ୍ତବ୍ଦ କରିଛି  । କାରଣ ଖୋଜି ଚାଲିଛନ୍ତି ସାଥି କଳାକାର ଓ ଲକ୍ଷାଧିକ ପ୍ରଂଶସକ  ।  ରାତିରେ ସମସ୍ତଙ୍କ ସହ ସବୁଦିନ ଭଳି କଥା ହୋଇ ଶୋଇଥିଲେ  । କିନ୍ତୁ ସକାଳୁ ଆଉ ଉଠି ନଥିଲେ  । ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି  ।

କିନ୍ତୁ ଯେଉଁ ଆଖି ଓଡିଆ ଚଳଚ୍ଚିତ୍ରରେ ଏକ ବିଶେଷ ଛାପ ଛାଡିଛି  । ଯେଉଁ ଆଖି ଦେଖିଲେ ଲୋକେ ଭୟଭୀତ ହୋଇ ପଡୁଥିୁଲେ  । ସେଇ ଆଖିକୁ ଅନ୍ୟ ପାଇଁ ଉତ୍ସର୍ଗ କରିଦେଇଛନ୍ତି ରାଇ ମୋହନ ପରିଡା  । ସବୁଦିନ ଶୋଇ ଯାଇଥିବା ଏହି ପ୍ରତିଷ୍ଠିତ କଳାକାରଙ୍କ ବିୟୋଗ ଖବର ରାଜ୍ୟବାସୀଙ୍କୁ ମର୍ମାହତ କରିଛି  । ସମସ୍ତଙ୍କୁ ଶୋକରେ ସ୍ତମ୍ଭୀଭୁତ କରିଛି  । ରାଇମୋହନ ଚକ୍ଷୁ ଦାନ କରିଥିବା ନେଇ ସୂଚନା ଦେଇଛନ୍ତି ସାଥି କଳାକାର ଅଶ୍ରୁମୋଚନ ମହାନ୍ତି  ।

ରାଇମୋହନ ପରିଡ଼ାଙ୍କ ପୋଷ୍ଟମୋର୍ଟମ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ହୋଇଛି  । ସେପଟେ ରାଇମୋହନ ଚକ୍ଷୁଦାନ କରିଥିବାବେଳେ ତାଙ୍କ ବଡ ଝିଅଙ୍କୁ ଏନେଇ ପ୍ରମାଣପତ୍ର ପ୍ରଦାନ କରାଯାଇଛି  । ରାଇମୋହନ ନିଜର ଦୁଇଟି ଯାକ ଆଖି ଅନ୍ୟ ପାଇଁ ପ୍ରଦାନ କରିଛନ୍ତି  । ମୃତ୍ୟୁ ପରେ ସେ ଅମର ହୋଇ ରହିଯିବେ  । ଅନ୍ୟ ଆଖିରେ ଦୁନିଆ ଦେଖିବି  । ପରିବାରର ଏପରି ନିଷ୍ପତ୍ତିକୁ ସମଗ୍ର ଓଡିଶାରେ ପ୍ର୍‌ଶଂସା କରାଯାଉଛି  ।