୬୦ତମ ଜନ୍ମଦିନରେ ୬୦ହଜାର କୋଟି ଦାନ

1 min read

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଉଦ୍ୟୋଗପତି ଗୌତମ ଅଡ଼ାନୀ । ଭାରତକୁ ଏକ ବୃହତ ରାଶିର ଟଙ୍କା ଦାନ କରି ସେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ।  ଦୁନିଆର ଟପ୍୧୦ ଧନୀମାନଙ୍କ ମଧ୍ୟରେ ଉଦ୍ୟୋଗପତି ଗୌତମ ଅଡ଼ାନୀଙ୍କ ନାଁ ମଧ୍ୟ ରହିଛି । ସେ କେବଳ ଭାରତର ନୁହେଁ ଏସିଆର ସବୁଠାରୁ ଧନୀ ମାନଙ୍କ ମଧ୍ୟରୁ ସେ ଜଣେ । ୨୪ ଜୁନରେ ସେ ୬୦ବର୍ଷରେ ପହଞ୍ଚିଛନ୍ତି ଏବଂ ତାଙ୍କ  ବାପାଙ୍କ ୧୦୦ତମ ଜନ୍ମବାର୍ଷିକ ଅବସରେ ନିଜ ସମ୍ପତ୍ତିର ଏକ ବଡ଼ ଅଂଶ  ଦାନ କରିବାକୁ ଘୋଷଣା କରିଛନ୍ତି । ୧୯୯୧ ମସିହା ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ତରରେ ତାଙ୍କର କୌଣସି ନାଁ ନଥିଲା । ହେଲେ ୨୦ ବର୍ଷ ମଧ୍ୟରେ ସେ ନିଜ ବ୍ୟବସାୟକୁ ନେଇ ସାରା ଦେଶ ବିଦେଶରେ ଜଣାଶୁଣା ହୋଇଯାଇଥିଲେ ।

ଅଦାନୀ ନିଜ ସମ୍ପତ୍ତିର ୭.୭ ଅରବ ଡଲାର (ପାଖାପାଖି ୬୦ହଜାର କୋଟି ଟଙ୍କା)  ସାମାଜିକ କାର୍ଯ୍ୟରେ ବିନିଯୋଗ ପାଇଁ ଦାନ କରିବାକୁ ଘୋଷଣା କରିଛନ୍ତି । ଏହା ଭାରତରେ ଦାନ କରାଯାଇଥିବା ଟଙ୍କା ହିସାବରେ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଦାନରାଶି ।

ଗୌତମ ଅଡାନୀ  ଦୁନିଆରେ ବହୁତ ବର୍ଷ ଧରି ଅରବପତି ମାନଙ୍କ ମଧ୍ୟରେ ନିଜର ପରିଚୟ ବନାଇ ରଖିଛନ୍ତି । ବର୍ତ୍ତମାନ ସେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ମାନଙ୍କ ମଧ୍ୟରେ  ୮ମ ସ୍ଥାନରେ ରହିଛନ୍ତି ।  ନିଜର ୬୦ତମ ଜନ୍ମଦିନ ଅବସରେ ସେ ଏକ ଟ୍ୱିଟ୍ ଜରିଆରେ ଏସବୁ ବିଷୟରେ ପୃଷ୍ଟି କରିଛନ୍ତି । ଏହି  ଟ୍ୱଟରେ ସେ ଲେଖିଛନ୍ତି କି ମୋ ପିତାଙ୍କ ୧୦୦ତମ ଜନ୍ମବାର୍ଷିକ ଏବଂ ମୋର ୬୦ତମ ଜନ୍ମଦିନ  ଅବସରେ  ଅଡ଼ାନୀ ପରିବାର ପକ୍ଷରୁ ପୂରା ଭାରତରେ ଶିକ୍ଷା,ସ୍ୱାସ୍ଥ୍ୟ  ଓ ଜ୍ଞାନ କୌଶଳର ବିକାଶ ପାଇଁ ୬୦ହଜାର କୋଟି ଟଙ୍କା ଦାନ କରିଥିବାରୁ ମୁଁ ଖୁସି । ଏହି ଭେଟି ଭାରତର ଭବିଷ୍ୟ ନିର୍ମାଣ ପାଇଁ ସହାୟକ ହେବ ।