spot_img
Home Blog Page 4312

ରଥ ନିର୍ମାଣରେ ତ୍ରୁଟି, ନନ୍ଦିଘୋଷ ରଥରେ ଫାଟ

ପୁରୀ : ମହାପ୍ରଭୁଙ୍କ ରଥ ନିର୍ମାଣରେ ତ୍ରୁଟି । ନନ୍ଦିଘୋଷ ରଥ ଚକର ଅଖରେ ଫାଟ ହୋଇଥିବା ଦେଖିବାକୁ ମିଳିଛି । ରଥ ସାମନା ପାର୍ଶ୍ୱରେ ଥିବା ଅଖରେ ଦଣ୍ଡା କଣ୍ଟା ପଡିବା ପରେ ତ୍ରୁଟି ପରିଲକ୍ଷିତ ହୋଇଛି । ଅଖକୁ ପରିବର୍ତ୍ତନ କରିବା ନେଇ ନିଷ୍ପତ୍ତି ନିଆଯାଇଛି। ଅଖ ନିର୍ମାଣ ହେବା ପରେ ତ୍ରୁଟିପୂର୍ଣ୍ଣ ଅଖ ବାହାର କରାଯିବା ସହ ନୂଆ ଅଖ ଲଗାଯିବ । ଏନେଇ ସୂଚନା ଦେଇଛନ୍ତି ନନ୍ଦିଘୋଷ ରଥର ବିଶ୍ୱକର୍ମା ମହାରଣା ବିଜୟ ମହାପାତ୍ର ।

ରଥ ଯାତ୍ରାକୁ ମାତ୍ର ଆଉ ଅଳ୍ପ ଦିନ ରହିଥିବାବେଳେ ରଥ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ଦିନରେ ସାରିବାକୁ ଲାଗିଯାଇଛନ୍ତି ମହାରଣା ସେବାୟତ  । ସେପଟେ ମହାପ୍ରଭୁଙ୍କ ରଥ ଅଖରେ ଏବେ ଫାଟ ଦେଖା ଦେଇଯାଇଥିବା ଜଣାପଡ଼ିଛି  । ରଥ ନିର୍ମାଣ ସମୟରେ ତ୍ରୁଟି ପରିଲିଖିତ ହୋଇଥିବାରୁ ହିଁ ରଥର ଅଖରେ ଫାଟ ପରିଲିକ୍ଷିତ ହୋଇଛି  । ସେପଟେ ଏହି ଅଖଟି ନନ୍ଦିଘୋଷ ରଥରେ ଲାଗିବ ନାହିଁ  । ବଂର ଏହାକୁ ପରିବର୍ତ୍ତନ କରାଯିବ  ।

୨୦ ଲକ୍ଷ ଲାଞ୍ଚ ନେଉଥିଲେ, ଇନ୍ସପେକ୍ଟର ଚାକିରିରୁ ବିଦା ହେଲେ

ଭୁବନେଶ୍ୱର: ଭିଜିଲାନ୍ସ ଅଧିକାରୀ ବି ସ୍କାନରରେ ରହିବେ । ଏଥିପାଇଁ ଭିଜିଲାନ୍ସ ସେଲର ଆଭ୍ୟନ୍ତରୀଣ ୟୁନିଟକୁ କ୍ରିୟାଶିଳ କରାଯାଇଛି । ଫଳରେ ଆଜି ଲାଞ୍ଚ ନେବାବେଳେ ଧରାପଡିଛନ୍ତି ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନ୍ସପେକ୍ଟର ମାନସୀ ଜେନା । ଜଣେ ମଧ୍ୟସ୍ଥି ଜରିଆରେ ସରକାରୀ ଅଧିକାରୀଙ୍କୁ ଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଆଭ୍ୟନ୍ତରୀଣ ଭିଜିଲାନ୍ସ ୟୁନିଟ୍ । ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ଥିବା ଏକ ମାମଲାକୁ ରଫା ଦଫା ପାଇଁ ମାନସୀ ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ।

ଏହି ଲାଞ୍ଚ କାରବାରରେ ମଧ୍ୟସ୍ଥତା କରୁଥିଲେ ବରଗଡ଼ର ମୁକେଶ ସାହୁ । ଏନେଇ ମୁକେଶ ଓ ମାନସୀଙ୍କ ଘରେ ଖାନତଲାସି ଚାଲିଛି । ତେବେ ମୁକେଶ କାହିଁକି ମଧ୍ୟସ୍ଥତା ସାଜିଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଏନେଇ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି । ଏବେ ଭିଜିଲାନ୍ସରେ କାର୍ଯ୍ୟରତ କମର୍ଚାରୀଙ୍କ ଉପରେ ବି ନଜର ରଖିଛି ଭିଜିଲାନ୍ସ । ସେମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ଭିଜିଲାନ୍ସ ଆଭ୍ୟନ୍ତରୀଣ ୟୁନିଟ୍ ସକ୍ରିୟ କରାଯାଇଛି । ଦୁର୍ନୀତିରେ ଲିପ୍ତ ଯେକୌଣସି ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦୁର୍ନୀତି ନିବାରଣ ବିଭାଗ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ।

ଜୁଲାଇ ୨ରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଜୁଲାଇରେ ୨ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ । ମୌସୁମୀ ଅଧିବେଶନ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଚଳିତ ବର୍ଷ ମୌସୁମୀ ଅଧିବେଶନରେ ରହିଛି ୨୪ଟି କାର୍ଯ୍ୟ ଦିବସ । ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ । ୨ ତାରିଖରେ ଆଗତ ହେବ ପୂର୍ଣ୍ଣାଙ୍ଗ ବଜେଟ । ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ ଆଗତ ହେବ । ବିଧାନସଭାରେ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ହୋଟେଲ ମେ ଫେୟାରରେ ପହଞ୍ଚିଲେ ଦୁଇ ଦେଶର ଖେଳାଳି

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲେ ଖେଳାଳି । ବାରବାଟୀ ଟି-୨୦ ପାଇଁ ଉଭୟ ଦଳର ଖେଳାଳି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା ଦଳର ସମସ୍ତ ଖେଳାଳି ବିମାନବନ୍ଦରରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ଉଭୟ ଦେଶରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ବିମାନବନ୍ଦରରୁ ଉଭୟ ଦେଶର ଖେଳାଳି ସ୍ୱତନ୍ତ୍ର ବସ୍ ଯୋଗେ ହୋଟେଲ ମେ ଫେୟାରକୁ ଆସିଥିଲେ । କଡ଼ା ସୁରକ୍ଷା ମଧ୍ୟରେ ଉଭୟ ଦେଶର ଖେଳାଳିଙ୍କୁ ହୋଟେଲ ପର୍ଯ୍ୟନ୍ତ ନିଆଯାଇଥିଲା । ହୋଟେଲରେ ପହଞ୍ଚିବା ପରେ ଉଭୟ ଦେଶର ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି ।

ଛେଳି ଚରାଇବାକୁ ଯାଇ ପଥର ସନ୍ଧିରେ ଫସିଲା ବାଳକ, ୧୦ ଘଣ୍ଟାର ରେସକ୍ୟୁ ଅପରେସନ ପରେ ବର୍ତ୍ତିଲା ଜୀବନ

ନବରଙ୍ଗପୁର: ଛେଳି ଚରାଇବାକୁ ଯାଇ ପଥର ସନ୍ଧିରେ ଫସିଲା ବାଳକ। ପ୍ରାୟ ଦୀର୍ଘ ୧୦ ଘଣ୍ଟାର ରେସକ୍ୟୁ ଅପରେସନ୍‌ ପରେ କରାଯାଇଛି ଉଦ୍ଧାର । ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ୍ ସ୍ଥିତ କରାଘାଟି ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ଗତକାଲି ଦିନ ୧୦ଟାରେ ଜଣେ ୧୨ ବର୍ଷର ବାଳକ ପାହାଡ଼ ଉପରେ ଛେଳି ଚରାଇବାକୁ ଯାଇଥିବା ସମୟରେ ଦୁଇଟି ପଥର ସନ୍ଧିରେ ତା’ର ମୁଣ୍ଡ ଫସି ଯାଇଥିଲା। ବାଳକର ଗୋଡ଼ ଦୁଇଟି ଉପରେ ଥିବା ବେଳେ ମୁଣ୍ଡଟି ପଥର ସନ୍ଧିରେ ଫସି ରହିଥିଲା। ଚିତ୍କାର ଶୁଣି ଗାଁର କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ବାଳକଟିକୁ କରିବାକୁ ଉଦ୍ୟମ କରିଥିଲେ। ସୂଚନା ପରେ ଅପରାହ୍ନରେ ତେନ୍ତୁଳିଖୁଣ୍ଟି ବିଡ଼ିଓ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ରାତି ପ୍ରାୟ ୮ଟା ବେଳକୁ ବାଳକକୁ ଉଦ୍ଧାର କରାଯାଇଥଲା । ତେବେ ମୁଣ୍ଡ କେମିତି ପଥର ସନ୍ଧିରେ ଫସିଲା ତାହା ସ୍ପଷ୍ଟ ହୋଇନାହିଁ। ଏହାପରେ ତାକୁ ପ୍ରଥମେ ପାତ୍ରପୁଟ୍ ମେଡିକାଲ ଓ ପରେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏବେ ବାଳକର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି।

BMWରେ ଝିଅର ପାୱାର ଶୋ’, କ୍ଷମା ମାଗିଲେ ବିଧାୟକ ବାପା

ବେଙ୍ଗାଲୁରୁ: କଥାରେ ଅଛି ବଡ ଘର ବଡ ଗୁମର କଥା  । କିନ୍ତୁ ବଡବଡିଆଙ୍କ ଔଦ୍ଧତାମି ଏବେ ରାସ୍ତାଘାଟରେ ଦେଖିବାକୁ ମିଳିଛି  । ବିଧାୟକ ବାପାଙ୍କ ପାୱାର ଦେଖାଇ ଦୁର୍ବ୍ୟବହାର କରିଛନ୍ତି ଝିଅ  । ସହର ଭିତରେ ଦ୍ରୁତଗତିରେ ଗାଡି ଚଲାଇବା ସହ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି ତଣ୍ଡ ଗଣିଛନ୍ତି ବିଧାୟକଙ୍କ ଝିଅ । ଆଉ ଝିଅର ଏଭଳି କାରନାମାରେ କ୍ଷମା ମାଗିଛନ୍ତି କର୍ଣ୍ଣାଟକର ବିଜେପି ବିଧାୟକ ଅରବିନ୍ଦ ଲିମ୍ବାଭଲି  ।

 

ଗତ ଗୁରୁବାର ସନ୍ଧ୍ୟାରେ ବେଙ୍ଗାଲୁରୁ ରାସ୍ତାରେ ହଇଚଇ ସୃଷ୍ଟି କରିଥିଲା ବିଏମଡବ୍ଲୁର ୨୦୨୦ ମଡେଲ (K03-NH0909)  । ସନ୍ଧ୍ୟା ୫ଟା ବେଳେ କୁଇନ ରୋଡରୁ ରାଜଭବନ ରୋଡ ମଧ୍ୟରେ ଔଦ୍ଧତାମି ଦେଖାଇଥିଲା BMW  । ଦ୍ରୁତଗତିରେ ଆସି ଜଣେ ପୋଲିସ ଅଧିକାରୀଙ୍କ ଗାଡିକୁ ଅତିକ୍ରମ କରିବା ବେଳେ BMW କୁ ଅଟକାଇଥିଲା ପୋଲିସ  । ଏହି ସମୟରେ ଗାଡିରୁ ବାହାରି ଆସି ପୋଲିସ ସହ ପାଟିତୁଣ୍ଡ ଆରମ୍ଭ କରି ଦେଇଥିଲେ ୨୦ ବର୍ଷୀୟ ଯୁବତୀ  । ‘କଣ ଏସିପିଙ୍କ କାରକୁ ଓଭରଟେକ କରିବାରୁ ଗାଡି ଅଟକାଇଛ ? ଏଇଟା ଜଣେ ବିଧାୟକଙ୍କ ଗାଡି । ମୋ ବାପା ହେଉଛନ୍ତି ବିଧାୟକ ଅରବିନ୍ଦ ଲିମ୍ବାଭାଲି  । ଆମକୁ ଯିବାକୁ ଦିଅନ୍ତୁ  । ମୁଁ ଜୋରିମାନା ଦେବି ନାହିଁ  । ଓଭରଟେକିଂ ପାଇଁ ମାମଲା ରୁଜୁ ହୁଏନି’ ବୋଲି ଉତକ୍ଷିପ୍ତ ହୋଇ ପ୍ରଶ୍ନ କରିଥିଲେ ଯୁବତୀ  । ତେବେ ସେ ଭୁଲ ଦିଗରେ ଦ୍ରୁତଗତିରେ ଆସି ଗାଡି ଅତିକ୍ରମ କରିଥିବା ପୋଲିସ ତାଙ୍କୁ କହିଥିଲେ ମଧ୍ୟ ମାନିନଥିଲେ ଯୁବତୀ  ।

 

ସେହିପରି ସେଠାରେ ଥିବା ଗଣମାଧ୍ୟମ ସଂସ୍ଥାର କ୍ୟାମେରାମ୍ୟାନ ଏହି ଘଟଣାକୁ କଏଦ କରିବା ସମୟରେ ତାଙ୍କୁ ମଧ୍ୟ ଅସଦାଚରଣ କରିଥିଲେ ଯୁବତୀ  । ‘ତୁମକୁ କିଏ ପଠାଇଛି ଏଠାକୁ ? କିଏ ତୁମେ ?’ କ୍ୟାମେରା ବନ୍ଦ କର କହି ଇଂରାଜୀରେ ଚିତ୍କାର କରିବା ସହ କ୍ୟାମେରାକୁ ମଧ୍ୟ ତିନି ଚାରି ମୁଥ ମାରିଥିଲେ  ।

ଗାଡିରେ ବସିଥିବା ଆଉ ୩ ଜଣ ବନ୍ଧୁଙ୍କ ମଧ୍ୟରୁ ଜଣେ ଯୁବକ ଅନଲାଇନରେ ଜୋରିମାନା ଗଣିବା ପରେ ପୋଲିସ ସେମାନଙ୍କ ଗାଡି ଯିବାକୁ ଦେଇଥିଲା  । ସାତୋଟି ଜାଗାରେ ଭୁଲ ପାର୍କିଂ ପାଇଁ ଏକ ହଜାର ଟଙ୍କା ଓ ଛଅଟି ଜାଗାରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ପାଇଁ ୫୦୦ ଟଙ୍କା ଜୋରିମାନା ଲଗାଇଥିଲା ପୋଲିସ  ।

ସେପଟେ ଏହି ଘଟଣା ପାଇଁ କ୍ଷମା ମାଗିଛନ୍ତି ମହାଦେବପୁର ବିଧାୟକ ଅରବିନ୍ଦ ଲିମ୍ବାଭାଲି  । ‘ଆମ ପରିବାରର ସଂସ୍କାର ଏଭଳି ନୁହେଁ  । ଯଦି ମୋ ଝିଅ କାହା ମନରେ ଆଘାତ ଦେଇଛି ଏଥିପାଇଁ ମୁଁ କ୍ଷମା ମାଗୁଛି’ କହିଛନ୍ତି ବିଧାୟକ  ।

 

ବାରବାଟୀ ଟି-୨୦: ଓଡ଼ିଶାରେ ପହଞ୍ଚିଲେ ଦୁଇ ଦେଶର ଖେଳାଳି

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲେ ଖେଳାଳି । ବାରବାଟୀ ଟି-୨୦ ପାଇଁ ଉଭୟ ଦଳର ଖେଳାଳି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା ଦଳର ସମସ୍ତ ଖେଳାଳି ବିମାନବନ୍ଦରରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ଉଭୟ ଦେଶରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସ୍ୱତନ୍ତ୍ର ବସ୍ ଯୋଗେ ହୋଟେଲ ମେ ଫାୟର ଅଭିମୁଖେ ଯାତ୍ରା କରିଛନ୍ତି ଉଭୟ ଦେଶର ଖେଳାଳି । କଡ଼ା ସୁରକ୍ଷା ମଧ୍ୟରେ ଖେଳାଳିଙ୍କୁ ହୋଟେଲକୁ ନିଆଯାଉଛି ।

ରାଉରକେଲାରେ ବିଜେପି ନେତାଙ୍କ ଦାଦାଗିରି, ଶ୍ରମିକ ନେତାଙ୍କ ଘରେ ପଶି ସ୍ତ୍ରୀଙ୍କୁ କଲେ ଅସଦାଚରଣ

ରାଉରକେଲା: ରାଉରକେଲାରେ ବିଜେପି ନେତାଙ୍କ ଦାଦାଗିରି । ଶ୍ରମିକ ନେତା ପ୍ରଶାନ୍ତ ମାଝୀଙ୍କ ଘରେ ପଶି ବିଜେପି ନେତା ଦାଦାଗିରି କରିଥିବା ଅଭିଯୋଗ ହୋଇଛି । ପ୍ରଶାନ୍ତ ମାଝୀଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏପରିକି ମାରିଦେବା ପାଇଁ ଧମକ ଦେବା ସହ ବିଭିନ୍ନ ଆସବାବପତ୍ର ଭାଙ୍ଗିଥିବା ନେଇ ସେକ୍ଟର ୩ ଥାନାରେ ଅଭିଯୋଗ ହୋଇଛି । ଏହି ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଅଭିଯୋଗ ଅନୁସାରେ, ଗତକାଲି ଜଣେ ଯୁବ ବିଜେପି ନେତା, ପ୍ରଶାନ୍ତ ମାଝୀଙ୍କ ଘରେ ଜୋର ଜବରଦସ୍ତ ପଶିଥିଲେ । ପ୍ରଶାନ୍ତ ମାଝୀଙ୍କ ପତ୍ନୀଙ୍କୁ ଧକ୍କା ମାରି ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ବିଜେପି ସାଂସଦ ଜୁଏଲ ଓରାମଙ୍କ ନାଁରେ ଅଶାଳୀନ ଆଚରଣ ନେଇ ଝିରପାଣି ଥାନାରେ ଅଭିଯୋଗ କରିଥିଲେ ଗୌରୀ ମୁଣ୍ଡାରୀ ଓ ଶ୍ରମିକ ନେତା ପ୍ରଶାନ୍ତ ମାଝୀ । କିନ୍ତୁ ଏହାପରେ ଏମାନଙ୍କ ନାଁରେ ସେକ୍ଟର ତିନି ଥାନାରେ ବିଜେପିର ଜଣେ ନାରୀ ନେତ୍ରୀ ମିଥ୍ୟା ଅଭିଯୋଗ କରିଛନ୍ତି । ବିଜେପି ବୈଠକ ସମୟରେ ହୋଇଥିବା ଗଣ୍ଡଗୋଳରେ ଗୌରୀ ମୁଣ୍ଡାରୀ ଓ ପ୍ରଶାନ୍ତ ମାଝି ସମ୍ପୃକ୍ତ ନଥିଲେ ମଧ୍ୟ ସେକ୍ଟର ୩ ଥାନାରେ ଉଭୟଙ୍କ ନାଁରେ ମିଥ୍ୟା ଅଭିଯୋଗ ହୋଇଛି । ଗୌରୀ ମୁଣ୍ଡାରୀ ଓ ପ୍ରଶାନ୍ତ ମାଝୀଙ୍କୁ ମିଛ କେସରେ ଫସାଇବା ସହ ଜୀବନରେ ମାରିଦେବା ପାଇଁ ବିଜେପି ନେତା ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି ।

ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି କଡ଼ାକଡ଼ି; ସ୍ୱାସ୍ଥ୍ୟ, ପାନୀୟ ଜଳ, ପାର୍କିଂ ବ୍ୟବସ୍ଥାକୁ ଗୁରୁତ୍ୱ

ପୁରୀ: ପାଖେଇ ଆସୁଛି ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା । ସଜେଇ ହେଉଛି ଜଗନ୍ନାଥ ଧାମ । ପବିତ୍ର ସ୍ନାନ ପୂର୍ଣ୍ଣିମା ଉପଲ୍ଲଖେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି | ଉଭୟ ବ୍ୟାରିକେଡ ଓ ବଡ଼ଦାଣ୍ଡରୁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ| ସହରର ବିଭିନ୍ନ ସ୍ଥାନରେ ୬ଟି ସ୍ୱତନ୍ତ୍ର ପାର୍କିଂ ସ୍ଥଳର ବ୍ୟବସ୍ଥା କରାଯାଇଛି | ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ପୋଲିସ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି | ସେବାୟତଙ୍କ ସହ ସମନ୍ୱୟ ରଖାଯାଇ ସମସ୍ତ ନୀତିକୁ ତ୍ୱରାନ୍ୱିତ କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

ସେପଟେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ୩୬ ଦିନରେ ପହଞ୍ଚିଛି । ୪ ଦିନ ପୂର୍ବରୁ ଆଜି ତିନି ରଥର ଚାରି ନାହାକା ଉଠିଛି। ରଥ ନିର୍ମାଣ ଟାର୍ଗେଟ ଅନୁଯାୟୀ , ଦେବସ୍ନାନ ପୂର୍ଣ୍ଣିମା ଦିନ ହିଁ ତିନି ରଥର ଚାରି ନାହାକା ଉଠିଥାଏ । କିନ୍ତୁ ଚଳିତ ବର୍ଷ ଆଗୁଆ ଏହି କାର୍ଯ୍ୟ କରାଯାଇଛି । ଏହା ପରେ ରଥର ଉପରି ଭାଗର ନିର୍ମାଣ କାର୍ଯ୍ୟ କରାଯିବ ।

ମୌତ କା କୂଆ: ବାଲଟିଏ ପାଣି ପାଇଁ ବାଜିରେ ଜୀବନ

ମୁମ୍ବାଇ: ପାଣି ପାଇଁ ଚାଲିଛି ବିପଦଜ୍ଜନକ ପ୍ରତିଯୋଗିତା  । ଏମିତି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ମେଲଘାଟର ଖଳିଆଳ ଗାଁରେ  । ବାଲଟିଏ ପାଣି ପାଇଁ ଜୀବନକୁ ବାଜିରେ ଲଗାଇ ଦେଇଛନ୍ତି ଗ୍ରାମବାସୀ  । ଗାଁରେ ଦେଖିବାକୁ ମିଳିଛି ଜଳକଷ୍ଟ  । ଗାଁରେ ୧୫୦୦ ଜନସଂଖ୍ୟାଙ୍କ ଶୋଷ ମେଣ୍ଟାଇବା ପାଇଁ ୨ଟି କୂପ ରହିଛି  । ହେଲେ କୂଅଟି ପ୍ରାୟତଃ ଶୁଖିଲା ରହୁଥିବାରୁ 2 ରୁ ୩ଟି ଟ୍ୟାଙ୍କର ଗାଁକୁ ପାଣି ଯୋଗାଇଥାନ୍ତି  ।

ଟ୍ୟାଙ୍କରର ପାଣି ଯୋଗାଇବା ବ୍ୟବସ୍ଥା ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବେ  । ପ୍ରତିଦିନ ୨ଟି ଟ୍ୟାଙ୍କର ଆସି ଶୁଖିଲା କୂଅରେ ପାଣି ଭରିଥାଏ  । ଆଉ ଏଠାରୁ ପାଣି ନେବା ପାଇଁ ପ୍ରତିଯୋଗିତା କରିଥାନ୍ତି ଗ୍ରାମବାସୀ  । ତାହା ବି ଅତି ବିପଦଜ୍ଜନକ ଭାବେ ଜୀବନକୁ ବାଜି ଲଗାଇ ଗ୍ରାମବାସୀ ମାନେ କୂଅରୁ ପାଣି କାଢି ଥାଆନ୍ତି  ।

ସେପଟେ ଅପରିଷ୍କାର ପାଣି ପିଇ ବିଭିନ୍ନ ରୋଗର ଶିକାର ହେଉଛନ୍ତି ଗାଁ ଲୋକେ । ଆଉ ଯଦି କେହି ଅସୁସ୍ଥ ହୁଏ ତେବେ ହସ୍ପିଟାଲ ଯିବା ପାଇଁ ଗାଁକୁ ରାସ୍ତା ଟିଏ ବି ନାହିଁ  । ତେବେ ଜଳ ସଙ୍କଟ ଦୂର ପାଇଁ ଗାଁରେ ଚାଲିଛି ଜୀବନ-ମରଣ ଖେଳ  ।