୧୦ ଦିନ ଭିତରେ ହେବ ଶ୍ରୀମନ୍ଦିର ରୋଷଘର ଚଟାଣର ମରାମତି: ASI

ପୁରୀ: ଏଏସଆଇ ଟିମର ଶ୍ରୀମନ୍ଦିର ଯାଞ୍ଚ । ଆସନ୍ତା ୧୦ ଦିନ ଭିତରେ ଶ୍ରୀମନ୍ଦିର ରୋଷଘର ଚଟାଣର ମରାମତି କାର୍ଯ୍ୟ ଶେଷ କରାଯିବ । ଗର୍ଭଗୃହ ଭିତରେ କେମିକାଲ ଓ୍ବାସ୍ ସହ ପ୍ଲାଷ୍ଟରରିଂ ହେବ । ଜଗମୋହନ ଓ ନାଟମଣ୍ଡପର ସ୍ଥିତି ସଠିକ୍ ରହିଛି । କଳାହାଟ ଦ୍ୱାରର ରୂପାଛାଉଣୀ ଶୀଘ୍ର ଶେଷ ହେବ । ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ସିସିଟିଭି ଲଗାଯିବା ନେଇ ଏଏସଆଇ ଡିଜିଙ୍କୁ ଚିଠି ଲେଖାଯାଇଛି ।

ଅନୁମତି ମିଳିବା ପରେ ଖୁବଶୀଘ୍ର ସିସିଟିଭି ଲଗାଯିବ ବୋଲି କହିଛନ୍ତି ଏଏସଆଇ ଓଡିଶା ମୁଖ୍ୟ ତଥା ସୁପରିନ୍‌ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ । ଶ୍ରୀମନ୍ଦିରରୁ ଶ୍ରୀଜିଉ ଗୁଣ୍ଡିଚା ରାଣୀଙ୍କ ମନ୍ଦିରକୁ ଗସ୍ତ କରିଚନ୍ତି  । ବର୍ତ୍ତମାନ ଶ୍ରୀମନ୍ଦିରରେ ବନ୍ଦ ରହିଛି ସମସ୍ତ ନିତୀକାନ୍ତି  । ପ୍ରଭୁଙ୍କ ମାନବୀୟ ଲୀଳାରେ ବିଭୋର ଗୁଣ୍ଡିଚା ମନ୍ଦିର  । ତେଣୁ ଏହି ସମୟରେ ଏଏସଆଇ ଟିମ୍ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥାଏ  ।