ପତିଙ୍କ ପାଇଁ ପଜେସିଭ ହେଲେ ରୁବିନା, କହିଲେ ଦେଖିନେବି

ନ୍ୟାଶନାଲ ଟିଭି ଚ୍ୟାନେଲରେ ନିଜ ସମ୍ପର୍କ ଓ ବିବାହ ବିଷୟରେ ଖୁଲମଖୁଲା କହି ଚର୍ଚ୍ଚାରେ ରହିଥାନ୍ତି ରୁବିନା ଦିଲୈକ  । ବିବାହ ସମ୍ପର୍କକୁ ଶେଷ ସୁଯୋଗ ଦେବା ପାଇଁ ବିଗ ବସ୍‌ ଶୋ’ର ସାହାରା ନେଇଥିଲେ ରୁବିନା। ଶୋରେ ନିକଟତର ହେବା ସହ ସମ୍ପର୍କ ମଧ୍ୟ ଆହୁରି ମଜବୁତ ହୋଇଥିଲା । କିନ୍ତୁ ଏହି ସମ୍ପର୍କକୁ ନେଇ ରାଗି ଯାଇଛନ୍ତି ରୁବିନା  । ପତି ଅଭିନବ ଶୁକ୍ଲାଙ୍କ ସହ ରିଲେସନସିପକୁ ନେଇ ଟାର୍ଗେଟ କରୁଥିବା ଲୋକଙ୍କୁ ସେ ଦେଇଛନ୍ତି କଡା ଚେତାବନୀ ।

ଖତରୋ କେ ଖିଲାଡିରେ ଭାଗ ନେଇ ଷ୍ଟଣ୍ଟ ଦେଖାଉଥିବା ରୁବିନା ଏକ ସାକ୍ଷାତକାରରେ ଟ୍ରୋଲର୍ସଙ୍କୁ ଜବାବ ଦେଇଛନ୍ତି । ଅଭିନବଙ୍କ ଅପମାନ ସେ ଆଉ ସହିବେ ନାହିଁ । ବରଂ ଯେ କେହି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ସୋସିଆଲ ମିଡିଆରେ କହିବ ରୁବିନାଙ୍କ କ୍ରୋଧର ଶିକାର ହେବେ କହିଛନ୍ତି ରୁବିନା  ।

କେହି ସ୍ବାମୀଙ୍କୁ ନେଇ କିଛି କହିଲେ ବା ତାଙ୍କର ଅପମାନ କଲେ ସହ୍ୟ କରିବି ନାହିଁ । ସେ ସହକର୍ମୀ ହୁଅନ୍ତୁ ବା ପୂର୍ବରୁ କାମ କରିଥାନ୍ତୁ ଅଭିନବଙ୍କୁ କେହି କିଛି କହିପାରିବେ ନାହିଁ । ସେ ଆହୁରି କହିଛନ୍ତି ଆମ ସମ୍ପର୍କରେ ତିକ୍ତତା ସମୟରେ ଅନେକ ଲୋକ ଏହାର ଫାଇଦା ଉଠାଇଥିଲେ  । ଯେଉଁଥିପାଇଁ ସୋସିଆଲ ମିଡିଆରେ ରିଲେସନସିପ କଥା ଉଠାଇବାକୁ ବାଧ୍ୟ ହୋଇଥିଲି କହିଛନ୍ତି ରୁବିନା ।