ଜୁଲାଇରେ ଏହି ଜାଗାକୁ ଯାଉଛନ୍ତି କି ? ବଦଳାଇ ଦିଅନ୍ତୁ ପ୍ଲାନ

କାର୍ଯ୍ୟବ୍ୟସ୍ତତା ଭିତରୁ ସମୟ ବାହାର କରି ଜୁନ ଓ ଜୁଲାଇରେ ପ୍ରାୟତଃ ସଭିଏଁ ବୁଲିବାକୁ ଯୋଜନା କରିଥାନ୍ତି  । ଦିଲ୍ଲୀ ଓ ଉତ୍ତର ଭାରତୀୟ ରାଜ୍ୟ ଗୁଡିକ ହିଲ୍‌ ଷ୍ଟେସନ ଯିବାକୁ ଏହି ସମୟରେ ପସନ୍ଦ କରିଥାନ୍ତି  । କାରଣ ଦିଲ୍ଲୀ ଠାରୁ ଏହି ସବୁ ପାହାଡ ରାଜ୍ୟ ଗୁଡିକ ନିକଟତର ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଜୁନ ଓ ଜୁଲାଇରେ ଏହି ସବୁ ରାଜ୍ୟରେ ପ୍ରବେଶ କରିଥାଏ ମୋସୁମୀ ।

ଆମେ ଆପଣଙ୍କୁ ଆଜି ଏମିତି ସ୍ଥାନ ସମ୍ବନ୍ଧରେ ସୂଚନା ଦେବୁ ଯେଉଁଠି ଛୁଟି କାଟିବା ମହଙ୍ଗା ହୋଇପାରେ ।ଖାସକରି ଜୁଲାଇରେ ଏସବୁ ଜାଗା ଯିବା ବିପଦପୂର୍ଣ୍ଣ ହୋଇଥାଏ ।

ପଶ୍ଚିମବଙ୍ଗରେ ରହିଛି ସୁନ୍ଦର ହିଲ ଷ୍ଟେସନ କଲିମ୍ପୋଙ୍ଗ । ଜୁଲାଇରେ ଏଠାରେ ପ୍ରବଳ ବର୍ଷା ହୋଇଥାଏ । ବର୍ଷାଦିନେ ଏହା ସବୁଠାରୁ ସୁନ୍ଦର ଜାଗା ଭିତରେ ଗୋଟିଏ ହୋଇଥାଏ ସତ କିନ୍ତୁ ବାଗଡୋଗରାରୁ କଲିମ୍ପୋଗ ଯିବା ସମୟରେ ଭୂସ୍ଖଳନର ଅନେକ ଆଶଙ୍କା ରହିଥାଏ । ଏପରିକି ଲ୍ୟାଣ୍ଡ ସ୍ଲାଇଡ ଯୋଗୁଁ ଆପଣଙ୍କୁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡିପାରେ ।

ପ୍ରତିବର୍ଷ ଜୁଲାଇରେ ଆସାମରେ ବନ୍ୟା ଆସିଥାଏ ।ପର୍ଯ୍ୟଟକଙ୍କ ପାଇଁ ଏଠାରେ ଅନେକ ସ୍ଥାନକୁ ଯିବା ପାଇଁ ବାରଣ କରାଯାଇଥାଏ । ଏଭଳି ସ୍ଥିତିରେ ଜୁଲାଇରେ ଆସାମ ଯିବା ପାଇଁ ଯୋଜନା କରନ୍ତୁ ନାହିଁ । ଆସାମ ବୁଲିବା ପାଇଁ ଅଗଷ୍ଟ ସବୁଠାରୁ ଉତ୍କୃଷ୍ଟ ସମୟ ଅଟେ ।

ସେହିପରି ଜୁଲାଇରେ ପାହାଡ ରାଜ୍ୟ ହିମାଚଳ ପ୍ରଦେଶ ନ ଯିବା ପାଇଁ ଚେଷ୍ଟା କରନ୍ତୁ  । କାରଣ ଜୁଲାଇରେ ଏଠାରେ ଅଧିକାଂଶ ସମୟ ଭୂସ୍ଖଳନ ହୋଇଥାଏ ।

ଦିଲ୍ଲୀ ଏବଂ ଏହାର ଆଖପାଖ ରାଜ୍ୟରେ ରହୁଥିବା ଲୋକଙ୍କ ପ୍ରଥମ ପସନ୍ଦ ସାଜିଥାଏ ଋଷିକେଶ  । କିନ୍ତୁ ମୌସୁମୀ ବର୍ଷା ଯୋଗୁଁ ଜୁଲାଇରେ ଗଙ୍ଗାନଦୀରେ ଜଳସ୍ତର ବୃଦ୍ଧି ପାଇଥାଏ । ଯେଉଁଥିପାଇଁ ୱାଟର ସ୍ପୋର୍ସ ଏହି ସମୟରେ ବନ୍ଦ ରହିଥାଏ  ।

ରାଜସ୍ଥାନରେ ମଧ୍ୟ ଜୁଲାଇରେ ପହଞ୍ଚିଥାଏ ମୌସୁମୀ । ଏହି ସମୟରେ ରଥାମ୍ବୋର ନ୍ୟାସନାଲ ପାର୍କକୁ ବନ୍ଦ କରି ଦିଆଯାଇଥାଏ । ଡିସେମ୍ବରରୁ ଜାନୁଆରୀ ରଥାମ୍ବୋର ଯିବା ପାଇଁ ସଠିକ ସମୟ ରହିଥାଏ  ।