ଚୋରି କରି ଚୋର ଲେଖିଲା, IT’S ME “ସ୍କୁଲ ପିଲା, ଧରିପାରିଲେ ଧର “

1 min read

ନବରଙ୍ଗପୁର: IT’S ME । ଧୁମ-4, କମିଙ୍ଗ୍ ଶୁନ୍ l “ସ୍କୁଲ ପିଲା, ଧରିପାରିଲେ ଧର ” । ଫିଲ୍ମ ଷ୍ଟାଇଲରେ ଚୋରି କରି ସ୍କୁଲ ବ୍ଲାକ ବୋର୍ଡରେ ଲେଖିଗଲା ଚୋର  ।  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଖାତିଗୁଡ଼ା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ବୋର୍ଡରେ ଏମିତି କିଛି ଲେଖିଯାଇଛନ୍ତି ଦୁର୍ବୃର୍ତ୍ତ । ବିଦ୍ୟାଳୟର ମୁଖ୍ୟ ଫାଟକର ଚାବି ଭାଙ୍ଗିବା ସହ ପ୍ରଧାନଶିକ୍ଷକଙ୍କ କକ୍ଷରେ ଥିବା ୨ଟି ତାଲା ଭାଙ୍ଗି କମ୍ପ୍ୟୁଟର, ପ୍ରିଣ୍ଟର୍, ଜେରକ୍ସ ମେସିନ୍, ଏବଂ ସାଉଣ୍ଡ ବକ୍ସ ଆଦି ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ଚୋରି ହୋଇଥିବା କମ୍ପ୍ୟୁଟରରେ ପରୀକ୍ଷା ସମ୍ବନ୍ଧୀୟ ତଥ୍ୟ ସହ ସ୍କୁଲ ଛାତ୍ର ଛାତ୍ରୀଙ୍କ ବିଭିନ୍ନ ଗରୁତ୍ବପୂର୍ଣ୍ଣ ତଥ୍ୟ ରହିଥିଲା । ଚୋରି କରି ଚମ୍ପଟ ମାରିବା ପୂର୍ବରୁ ପୋଲିସ ତଥା ସ୍କୁଲ କର୍ତ୍ତୃପକ୍ଷଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୃର୍ତ୍ତ । ଏମିତିକି ବ୍ଲାକ ବୋର୍ଡରେ କିଛି ମୋବାଇଲ ନମ୍ୱର୍ ଲେଖିଯାଇଛନ୍ତି ଦୁର୍ବୃର୍ତ୍ତ। ଯେଉଁଥିରେ ସ୍କୁଲ ଶିକ୍ଷକଙ୍କ ନମ୍ୱର ମଧ୍ୟ ରହିଛି । ରଥଯାତ୍ରା ପାଇଁ ସ୍କୁଲ ଛୁଟି ଥିବାରୁ ଶନିବାର ସକାଳେ ସ୍କୁଲ ଖୋଲିବା ବେଳକୁ ଚୋରି ହୋଇଥିବା ଜଣାପଡ଼ିଥିଲା । ଖାତିଗୁଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଏହାସହ ସାଇଣ୍ଟିଫିକ ଟିମ ଓ ପୋଲିସ ସନ୍ଧାନୀ କୁକୁରର ସାହାଯ୍ୟ ନେଇ ତଦନ୍ତ ଜାରିରଖିଛି ପୋଲିସ ।

ଏପରିକି ଦୁର୍ବୃତ୍ତମାନେ କମିଙ୍ଗ୍‌ ଶୁନ୍‌, ସ୍କୁଲ ପିଲା ଧରିପାରିଲେ ଧର ଏବଂ ଆମେ ପୁଣି ଆସିବୁ ବୋଲି ଲେଖି ଚାଲି ଯାଇଥ‌ିଲେ  ।ଏଥିସହ ବ୍ଲାକ ବୋର୍ଡ ରେ କିଛି ମୋବାଇଲ ନମ୍ୱର୍ ଲେଖିଛନ୍ତି । ଯେଉଁଥିରେ ସ୍କୁଲ ଶିକ୍ଷକ ଙ୍କ ନମ୍ୱର୍ ମଧ୍ଯ ରହିଛି । ରଥଯାତ୍ରା ପାଇଁ ସ୍କୁଲ ଛୁଟି ଥିବାରୁ ଶନିବାର ସକାଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଦ୍ୟାଳୟରେ ପହଞ୍ଚିବା ପରେ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଜାଣିବାକୁ ପାଇବା ସହ ଚୋରମାନେ ବ୍ଲାକ୍‌ ବୋର୍ଡରେ ଲେଖିଥିବା ଲେଖାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଖାତିଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ ପହଞ୍ଚି ତଦନ୍ତ କରୁଛି  ।

କିନ୍ତୁ ଦୁର୍ବୃତ୍ତମାନେ ଖୋଲାଖୋଲି ଚ୍ୟାଲେଞ୍ଜ କରିଥିବା ବେଳେ ସେମାନଙ୍କୁ ଖୋଜି ବାହାର କରିବା ବର୍ତ୍ତମାନ ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି  ।  ଏଭଳି ଘଟଣା ଲୋକଲୋଚନକୁ ଆସିଲା ପରେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବି‌ଷୟ ପାଲଟିଛି । ବର୍ତ୍ତମାନ ଖାତିଗୁଡା ଥାନା ତରଫରୁ ତଦନ୍ତ ଚାଲିଛି ଓ ଘଟଣା ସ୍ଥଳରେ ସାଇଁଟିଫିକ ଟିମ ଓ ପୋଲିସ ସନ୍ଧାନୀ କୁକୁରର ସାହାଯ୍ୟ ନେଇ ତଦନ୍ତ ଜାରିରଖିଛି ।