ଦ ବ୍ୟାଟମ୍ୟାନ୍କୁ ପଛରେ ପକାଇ ଆଗରେ RRR

1 min read

କେବଳ ଭାରତ ନୁହେଁ ସମଗ୍ର ବିଶ୍ବରେ RRR ଫିଲ୍ମର କ୍ରେଜ  । ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛି ଏସ ଏସ ରାଜାମୌଲୀଙ୍କ ଏହି ଫିଲ୍ମ । କିନ୍ତୁ ନିକଟରେ RRR ର ଉପଲବ୍ଧି ଭାରତୀୟ ସିନେମା ପାଇଁ ଗୌରବ ଆଣିଦେଇଛି । ହଲିଉଡ ଷ୍ଟାର ଟମ କ୍ରୁଜଙ୍କ ଟପ ଗନ: ମେବରିକ ଓ ଦ ବ୍ୟାଟମ୍ୟାନ ଭଳି ବଡ ଫିଲ୍ମକୁ ପଛରେ ପକାଇ ଦ୍ବିତୀୟ ଶ୍ରେଷ୍ଠ ଚଳଚ୍ଚିତ୍ର ଆୱାର୍ଡ ଜିତିଛି RRR ।

ଏଭ୍ରିଥିଙ୍ଗ ଏଭ୍ରିହ୍ୱେୟାର ଅଲ ଆଟ୍‌ ୱାନ୍ସ ଶ୍ରେଷ୍ଠ ଚଳଚ୍ଚିତ୍ରର ସମ୍ମାନ ଜିତିଥିବାବେଳେ RRR ରନର୍ସଅପ ହୋଇଛି । ହଲିଉଡ କ୍ରିଟିକ୍ସ ଆସୋସିଏସନ ମିଡସିଜିନ ଆୱାର୍ଡ ୨୦୨୨ ବର୍ଷରେ ଦୁଇଥର ବିଶ୍ବରେ ନିର୍ମିତ ଚଳଚ୍ଚିତ୍ରକୁ ସମ୍ମାନିତ କରିଥାଏ । ଆମେରିକାରେ ରିଲିଜ ହୋଇଥିବା ଫିଲ୍ମ ଗୁଡିକ ସମ୍ମାନ ପାଇଁ ମନୋନୀତ ହୋଇଥାନ୍ତି । ପ୍ରଥମ ଥର କୌଣସି ଭାରତୀୟ ଫିଲ୍ମକୁ ହଲିଉଡ ଆୱାର୍ଡ ଶୋରେ ବେଷ୍ଟ ପିକ୍ଚର ଶ୍ରେଣୀରେ ନୋମିନେଟ କରାଯାଇଥିଲା ।

ପ୍ରଥମ ଥର ଏଭଳି ସମ୍ମାନ ଜିତି ଭାରତୀୟ ଫିଲ୍ମ କୌଣସି ହଲିଉଡ ଫିଲ୍ମ ଠୁ କମ ନୁହେଁ ବୋଲି ପ୍ରମାଣ କରିଦେଲା  RRR । ସେହିପରି ଓଟିଟି ପ୍ଲାଟଫର୍ମରେ ବି RRR ସବୁଠାରୁ ଲୋକପ୍ରିୟ. ଫିଲ୍ମ ସାଜିଛି  । ୪୫ ମିଲିଅନ ଘଣ୍ଟାରୁ ଅଧିକ ଥର RRR ଦେଖାଯାଇଥିବା ଓଟିଟି ପ୍ଲାଟଫର୍ମରେ ଜଣାପଡିଛି  ।

ରାମଚରଣ, ଜୁନିଅର ଏନଟିଆର, ଆଲିଆ ଭଟ୍ଟ ଓ ଅଜୟ ଦେବଗନଙ୍କ ଭଳି ସୁପରଷ୍ଟାରଙ୍କୁ ନେଇ ନିର୍ମିତ RRR ସମଗ୍ର ବିଶ୍ବରେ ୧୨୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି ।