spot_img
Home Blog Page 4300

ଛାଡିଗଲା ରାଜନୀତି ନିଶା, ଚାକିରିକୁ ଫେରୁଛନ୍ତି ପୂର୍ବତନ ଆଇଏଏସ

0

ଶ୍ରୀନଗର: ଦିନେ ସରକାରୀ ଚାକିରି ଛାଡ଼ି ରାଜନୀତିରେ ପ୍ରବେଶ କରିଥିଲେ ।  ଏବେ ପୁଣିଥରେ ଚାକିରିକୁ ଫେରିବାକୁ ଚାହୁଁଛନ୍ତି, ଯାହାର ସଙ୍କେତ ଦେଇଛନ୍ତି ନିଜେ ପୂର୍ବତନ ଆଇଏଏସ୍‌ ।  ଜମ୍ମୁ କାଶ୍ମୀରର ପ୍ରଥମ UPSC ଟପର ହୋଇଥିବା ଶାହ ବୁଧବାର ଗୋଟିଏ ପରେ ଗୋଟିଏ ଟ୍ୱିଟ୍‌ କରିଥିଲେ । ୨୦୧୯ରେ ରାଜନୀତିରେ ସାମିଲ ହେବାକୁ ସରକାରୀ ଚାକିରି ଛାଡ଼ି ଦେଇଥିଲେ ।

୨୦୧୯  ଜାନୁଆାରୀରୁ ଅଗଷ୍ଟ ମଧ୍ୟରେ ମୁଁ ସବୁକିଛି ହଜେଇ ଦେଇଥିଲି । ମୁଁ ଭାଙ୍ଗି ପଡ଼ିଥିଲି । ବର୍ଷ ବର୍ଷର ପରିଶ୍ରମରେ ତିଆରି କରିଥିବା ସାମ୍ରାଜ୍ୟ ସବୁ ଚାଲିଗଲା । ଚାକିରି ଆଉ ବନ୍ଧୁତା ମଧ୍ୟ । ମୋ ଆଦର୍ଶପଣିଆ ମୋତେ ନିରାଶ କରିଛି, କିନ୍ତୁ ମୁଁ ଆଶା ଛାଡ଼ିନି, ବୋଲି ଶାହ ଟ୍ୱିଟ୍‌ କରିଛନ୍ତି । ଜୀବନରେ କରିଥିବା ଭୁଲ୍‌ ଆଉ କରିବିନି । ଜୀବନ ମୋତେ ପୁଣିଥରେ ଏକ ସୁଯୋଗ ଦେବ । ଅସଫଳତା ଆମକୁ ମଜବୁତ କରେ  ।  ଏବେ ମୋତେ ୩୯ ବର୍ଷ ହୋଇଗଲାଣି ଏବଂ ମୁଁ ନୂଆକରି ଆରମ୍ଭ କରିବାକୁ ଉତ୍ସାହିତ ଅଛି ।  କିନ୍ତୁ ଆଉ ଏକ ସୁଯୋଗର ଅର୍ଥ କ’ଣ ଏହା ସ୍ପଷ୍ଟ କରିନାହାଁନ୍ତି ।

ଶାହ ଫୈସଲ ୨୦୦୯ରେ UPSC ପରୀକ୍ଷାରେ ଟପ୍‌ କରିଥିଲେ ।  ୨୦୧୯ରେ ଚାକିରି ଛାଡ଼ିଥିଲେ । କାଶ୍ମୀରରେ ହେଉଥିବା ହତ୍ୟାକୁ ଗମ୍ଭୀରତାର ସହ ନ ନେଉଥିବାରୁ ସେ ଖୁବ୍‌ ନାରାଜ ଥିଲେ । ସରକାର ତାଙ୍କ ଇସ୍ତଫା ଗ୍ରହଣ କରିନଥିଲେ ।  ଏହାପରେ ୨୦୧୯ରେ ସେ ନିଜର ଏକ ପାର୍ଟି ‘ ଜମ୍ମୁ କାଶ୍ମୀର ପିପୁଲ୍ସ ମୁଭମେଣ୍ଟ’ ଗଠନ କରିଥିଲେ ।  ଏହା ସହିତ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯୋଜନା କରିଥିଲେ ।

ଏହା ବାଦ୍‌ ଜମ୍ମୁ କାଶ୍ମୀରରୁ ଅନୁଛେଦ ୩୭୦ ଉଠାଇବାକୁ ସେ ବିରୋଧ କରିଥିଲେ ଏବଂ ଏଥିପାଇଁ ତାଙ୍କୁ ଗିରଫ କରାଯାଇଥିଲା ।  କିନ୍ତୁ ମୁକୁଳିବା ପରେ ସେ ରାଜନୀତି ଛାଡ଼ି ଦେଇଥିଲେ ।  ଗତ କିଛଇ ଦିନ ମଧ୍ୟରେ ସେ ତାଙ୍କ ଚିନ୍ତାଧା ବଦଳାଇ ଦେଇଛନ୍ତି ।

WWEରେ ବୀର ମହାନ: ଅନ୍ତର୍ଜାତୀୟ ମଞ୍ଚରେ ଆଉ ଜଣେ ଭାରତୀୟଙ୍କ କମାଲ

ନୂଆଦିଲ୍ଲୀ: ଅଣ୍ଡର ଟେକର, ଜନ ସିନା, କେନ୍, ଦ’ ରକଙ୍କ ଭଳି ସୁପରଷ୍ଟାର  ଯେତେବେଳେ WWEରେ ଶୀର୍ଷରେ ଥିଲେ, ସେତେବେଳେ ଭାରତୀୟ ବଡ଼ି ବିଲଡର ଦ’ ଗ୍ରେଟ ଖଲ୍ଲି ବି ମାର୍କେଟରେ ଷ୍ଟାର ତାଲିକାରେ ଥିଲେ । ଗ୍ରେଟ ଖଲ୍ଲୀ ବିଶ୍ବରେ ପରିଚିତ ଥିଲେ, କାଫି ଲୋକପ୍ରିୟତା ବି ରହିଥିଲେ । ଆଉ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ଆଉ ଜଣେ ଭାରତୀୟ । ସୋସିଆଲ ମିଡ଼ିଆରେ ଜବରଦସ୍ତ କମାଲ କରୁଛନ୍ତି ବୀର ମହାନ । ଭାରତୀୟ ଲୁକରେ WWEରେ ପ୍ରବେଶ କରିଥିବା ବୀର ମହାନଙ୍କ ଷ୍ଟାଇଲ ଏବଂ ଅନ୍ଦାଜ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି ।

କିନ୍ତୁ ପ୍ରଶ୍ନ ହେବା ସ୍ବଭାବିକ ଯେ, କିଏ ଏହି ବୀର ମହାନ ଏବଂ କାହିଁକି ତାଙ୍କର ଏତେ ପପୁଲାରିଟ୍ ?

ବୀର ମହାନ କିଏ ?

ଉତ୍ତରପ୍ରଦେଶର ଏଚ ଛୋଟ ଗାଁରେ ଜନ୍ମିତ ବୀର ମହାନଙ୍କ ସଂଘର୍ଷପୂର୍ଣ୍ଣ ଯାତ୍ରା, ବେସ ରୋମାଞ୍ଚପୂର୍ଣ୍ଣ ।  ବୀର ମହାନଙ୍କ ନାଁ- ରିଙ୍କୁ ସିଂହ ରାଜପୁତ । ୟୁପିର ରବି ଦାସ ନଗର ଜିଲ୍ଲା ଅନ୍ତର୍ଗତ ଗୋପଗଞ୍ଜ ହେଉଛି ବୀରଙ୍କ ଜନ୍ମିତ ଗାଁ । ୧୯୮୮ ମସିହାରେ ଉକ୍ତ ଗାଁରେ ଜନ୍ମ ନିଅନ୍ତି ରିଙ୍କୁ ସିଂହ ରାଜପୁତ ଓରଫ ବୀର ମହାନ୍ । ରିଙ୍କୁଙ୍କ ବାପା ଜଣେ ଟ୍ରକ ଚାଳକ ହୋଇଥିବାବେଳେ, ଏମାନେ ୯ ଜଣ ଭାଇ-ଭଉଣୀ । ମାଆ ଗୃହିଣୀ ଭାବେ କାର୍ଯ୍ୟ କରିଆସୁଥିବାବେଳେ ସମସ୍ତେ ଗୋପଗଞ୍ଜ ଗାଁରେ ହିଁ ରହିଆସିଛନ୍ତି । ପିଲାବେଳୁ ଖେଳିବା ଓ କୁସ୍ତି ଲଢିବା ନେଇ ରିଙ୍କୁଙ୍କ ନିକଟରେ ଆଗ୍ରହ ଦେଖିବାକୁ  ମିଳିଛି ।

ଯେତେବେଳେ ରିଙ୍କୁ ସ୍କୁଲରେ ଅଧ୍ୟୟନ କରନ୍ତି, ସେତେବେଳେ ଖେଳ ପ୍ରତି ତାଙ୍କର ଆଗ୍ରହ ଆହୁରି ପ୍ରକାଶ ପାଇଥିଲା । ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ଭାଗ ନେଇ ଜୁନିୟର ନ୍ୟାସନାଲ ପଦକ ମଧ୍ୟ ହାସଲ କରିଛନ୍ତି ରିଙ୍କୁ । ଏହାପରେ ଗୁରୁ ଗୋବିନ୍ଦ ସିଂ ସ୍ପୋର୍ଟସ କଲେଜରେ ନାମ ଲେଖାଇଥିଲେ । ୨୦୦୮ ମସିହାରେ ରିଙ୍କୁ ମିଲିୟନ ଡଲାର୍ସ ଆର୍ମ ନାମକ ଏକ ଭାରତୀୟ ଟିଭି ରିୟଲିଟି ଶୋ’ରେ ଭାଗ ନେଇ ପରିଚିତ ହାସଲ କରିଥିଲେ । ଯଦି ସେ ବେସବଲ ଫିଙ୍ଗା ପ୍ରତିଯୋଗିତାରେ ପ୍ରଥମ କରି ଭାଗ ନେଇଥିଲେ, କିନ୍ତୁ ନିଜର ସୁଗଠିତ ଶରୀର ଓ କଠୋର ପରିଶ୍ରମ ବଳରେ ସମସ୍ତ ଖେଳାଳିଙ୍କୁ ପଛରେ ପକାଇ ଦେଇଥିଲେ । ପରବର୍ତ୍ତୀ ସମୟରେ ଆମେରିକାରେ ରହି ଅଧିକ ବେସ ବଲ ଖେଳ ପ୍ରାକ୍ଟିସ କରିବା ସହ ପ୍ରଥମ ଭାରତୀୟ ଭାବେ ଅନେକ ପ୍ରତିଯୋଗିତାରେ ଭାଗ ନେଇଥିଲେ ।

ସେପଟେ ଭାରତୀୟ ଖେଳାଳି ସୌରଭ ଗୁର୍ଜରଙ୍କ ସହ WWE NXTରେ ଭାଗ ନେଇଥିଲେ । ଦ ଏଣ୍ଡସ ସେର ନାମରେ ଗ୍ରୁପ ଗଢିଥିଲେ । ପ୍ରତିଯୋଗିତାରେ ପ୍ରଥମରୁ ରିଙ୍କୁ ନାମରେ ଚର୍ଚ୍ଚା ସାଉଁଟିଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ଟିମରେ ଯୋଡି ହୋଇଥିଲେ ଜିନ୍ଦର ନାମକ ଜଣେ ସଦସ୍ୟ । ଏହି ଟିମ୍ ଲଗାତାର ୧୨ଟି ମୁକାବିଲା ଜିତିବାକୁ ସଫଳ ହୋଇଥିଲା ଏବଂ ରିଙ୍କୁରୁ ବୀର ନାମରେ ଫେମସ ହୋଇଗଲେ ଭାରତୀୟ ବଡ଼ି ବିଲଡର ।

USର ଧାର୍ମିକ ସ୍ୱାଧୀନତା ରିପୋର୍ଟକୁ ଇଣ୍ଡୋଫୋବିକ୍‌-ହିନ୍ଦୁଫୋବିକ୍‌ କହିଲେ ହିନ୍ଦୁ ସଙ୍ଗଠନ

ଓ୍ୱାଶିଂଟନ୍‌: ଓ୍ୱାଶିଂଟନରେ ଏକ ହିନ୍ଦୁ ସଙ୍ଗଠନ ଧାର୍ମିକ ସ୍ୱାଧୀନତା ଉପରେ USCRIFର ରିପୋର୍ଟକୁ ନେଇ ନାରାଜ ହୋଇ ଯାଇଛନ୍ତି । ରିପୋର୍ଟକୁ ନେଇ ସଙ୍ଗଠନ ଏହା ହିନ୍ଦୁଫୋବିକ୍‌ ବୋଲି କହିଛନ୍ତି । କିନ୍ତୁ ମୁସଲିମ୍‌ ସଙ୍ଗଠନ ଏହାକୁ ପ୍ରଶଂସା କରିଛନ୍ତି ।

ସୂଚନାଯୋଗ୍ୟ, ଏହି ରିପୋର୍ଟରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନକୁ ଧାର୍ମିକ ସ୍ୱାଧୀନତାର ମାନ୍ୟତା ସମ୍ବଦ୍ଧରେ ଭାରତ, ଚୀନ୍‌, ପାକିସ୍ତାନ୍‌, ଆଫଗାନିସ୍ତାନ୍ ଏବଂ ଅନ୍ୟ ୧୧ଟି ଦେଶକୁ ବିଶେଷ ଚିନ୍ତାଶୀଳ ଦେଶ ଭାବରେ ଗଣନା କରିବାକୁ କୁହାଯାଇଛି । ଅବଶ୍ୟ ଆମେରିକା ସରକାର ଏହାକୁ ମାନିବାକୁ ବାଧ୍ୟ ନୁହଁନ୍ତି ।

ହିନ୍ଦୁପ୍ୟାକ୍ଟ ଏକ ବୟାନରେ କହିଛିଯେ,USCRIFକୁ  ଇଣ୍ଡୋଫୋବିକ୍‌ ଏବଂ ହିନ୍ଦୁଫୋବିକ୍‌ ସଦସ୍ୟ ନିଜ ନିୟନ୍ତ୍ରଣକୁ ନେଇ ଯାଇଛନ୍ତି ।  ଅନ୍ୟପଟେ ଆମେରିକାନ୍‌ ମୁସଲିମ୍‌ ଇନଷ୍ଟିଚ୍ୟୁସନ ଏବଂ ସହଯୋଗୀ ସଙ୍ଗଠନ ଏହାକୁ ପ୍ରଶଂସା କରି କହିଛନ୍ତିଯେ ଭାରତରେ  ୨୦୨୧ରେ  ଧାର୍ମିକ ସ୍ୱାଧୀନତା ସ୍ଥିତି ଖୁବ୍‌ ବିଗିଡ଼ି ଯାଇଛି ।

ଆମେରିକା ସ୍ଥିତ  ନିତି ଅନୁସନ୍ଧାନ ଏବଂ ଜାଗ୍ରତ ସଂସ୍ଥାନ ‘ଫାଉଣ୍ଡେସନ୍‌ ଫର୍‌ ଇଣ୍ଡିଆ ଆଣ୍ଡ୍‌ ଇଣ୍ଡିଆନ୍‌  ଷ୍ଟଡିଜ୍‌’ର ସଦସ୍ୟ ଖଣ୍ଡେରାଓ କଣ୍ଡ ଅଭିଯୋଗ ଆଣିଛନ୍ତିଯେ, ଭାରତ ଉପରେ USCRIF ରିପୋର୍ଟ  ପକ୍ଷପାତପୂର୍ଣ୍ଣ  ଅଟେ । ସେ ଏହା ମଧ୍ୟ କହିଛନ୍ତିଯେ, ଭାରତର ନାଗରିକ ସଂଶୋଧନ ଅଧିନିୟମ ଏଭଳି କାନୁନ ଯିଏ ପାକିସ୍ତାନ, ଆଫଗାନିସ୍ତାନ ତଥା ବାଂଲାଦେଶରୁ ଧାର୍ମିକ ରୂପରେ ପ୍ରତାଡ଼ିତ ହୋଇଥିବା ସଦସ୍ୟ ନାଗରିକତାର ମାନ୍ୟତା ଦେଇଥାଏ । ଏହା ଗ୍ରହଣ କରିବା ପରିବର୍ତ୍ତେ ଭାରତକୁ ନାଗରିକତା ଛଡ଼ାଇ ନେଉଥିବା ନଜରରେ ଦେଖାଯାଉଛି ।

ଅମାନିଆ ଅପରାଜିତାଙ୍କୁ ନିଜ ଦଳରୁ ତୀବ୍ର ବିରୋଧ: ତେରେଛା ବାଣ ମାରିଲେ ମୁଖପାତ୍ର ସୋନାଲି ସାହୁ

ଭୁବନେଶ୍ବର: ବିଜେପିର ଅମାନିଆ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଭାରି ପଡିବାରେ ଲାଗିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ରାଜନୀତି କରିବା । ପୁରୀବାସୀ ଓ ଶ୍ରୀମନ୍ଦିର ସେବାୟତ କଥା ଛାଡନ୍ତୁ, ନିଜ ଦଳରୁ ମଧ୍ୟ ସାଂସଦ ମାଡ୍ୟାମଙ୍କ ଏହି କାମକୁ ତୀବ୍ର ସମାଲୋଚନା କରାଯାଇଛି । ପୁରୀ ଓ ଶ୍ରୀମନ୍ଦିର ବିକାଶରେ ଅପରାଜିତା କେଁ ପୂରାଇବାକୁ ନେଇ ବିଜେପି ମୁଖପାତ୍ର ସୋନାଲି ସହୁ ଚେରଛା ବାଣ ମାରିଥିବା ବେଳେ ସ୍ଥାନୀୟ ବିଧାୟକ ବିକାଶକୁ ବିରୋଧ କରିବା ଠିକ ନୁହେଁ ବୋଲି କହିଛନ୍ତି । ସେହିପରି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଲା ମଲ୍ଲିକ ମ୍ୟାଡାକ ଶୋ’ବାଜି କରୁଥିବା କହି ଟାର୍ଗେଟ କରିଥିବା ବେଳେ କପଟ କଲେ ମହାପ୍ରଭୁ ଜବାବ ଦେବେ ବୋଲି କହିଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ।

‘ଅପରାଜିତାଙ୍କ କୁତ୍ସିତ ରାଜନୀତିକୁ ଘୃଣା କରୁଛି’

ଗୁରୁତ୍ବପୂର୍ଣ୍ଣ କଥା ହେଲା ବଡଦାଣ୍ଡ ରାଜରାସ୍ତାରେ ଗତକାଲି ଅପରାଜିତା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ଡ୍ରାମା କରିଛନ୍ତି । ଶୋ’ବାଜି କରି ଚର୍ଚ୍ଚାରେ ରହିବାକୁ ସାଂସଦଙ୍କ ଏହି ଉଦ୍ୟମକୁ ନିଜ ଦଳ ମଧ୍ୟରୁ ବିରୋଧ କରାଯାଉଛି । ସାଂସଦଙ୍କ ଏମିତି କାମକୁ ନେଇ ତେରେଛା ବାଣ ମାରିଛନ୍ତି ମୁଖପାତ୍ର ସୋନାଲି ସାହୁ । କହିଛନ୍ତି, ‘ଜଗନ୍ନାଥ ଆମ ମୁରବି, ତାଙ୍କ ବିଷୟରେ ଯାହା କହିବା ଠିକ୍ କହିବା । ଜଗନ୍ନାଥଙ୍କ ଉପରେ ଟିପ୍ପଣୀ କରିବା ଧୃଷ୍ଟତା ହେବ । ଭଗବାନଙ୍କ ନାଁରେ ଅପରାଜିତାଙ୍କ କୁତ୍ସିତ ରାଜନୀତିକୁ ଘୃଣା କରୁଛି ।’

ସେ ଆଗକୁ କହିଛନ୍ତି, ‘ବିଜେପିର ଆଭିମୁଖ୍ୟ ଏକଦମ ସ୍ପଷ୍ଟ । ଦଳ କୌଣସି ନିର୍ମାଣ ବା ବିକାଶମୂଳକ କାମକୁ ବିରୋଧ କରୁନି । ଜଣେ ଅଣ ଓଡ଼ିଆଙ୍କୁ ଆମେ ନିର୍ବାଚିତ କରିଛୁ ଓ ସଂସଦକୁ ପଠାଇଛୁ । ଜଣେ ଅଣ ଓଡ଼ିଆଙ୍କୁ ସଂସଦକୁ ପଠାଇବା ଆମ ସିଷ୍ଟାଚାର ।

‘ମହାପ୍ରଭୁଙ୍କ ବିକାଶ କାମକୁ ବିରୋଧ ଠିକ ନୁହେଁ’

ସେପଟେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପୁରୀ ଗସ୍ତକୁ ତୀବ୍ର ବିରୋଧ କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ସେ କହିଛନ୍ତି, ‘ଅପରାଜିତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ଥାନାରେ ଏତଲା ଦିଆଯାଇଛି । ଏହି ଘଟଣାକୁ ଆଗକୁ ନବଢ଼ାଇ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରାଯିବା ଉଚିତ । ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ସାମୁହିକ ବିକାଶ ନେଇ କାର୍ଯ୍ୟ କରାଯାଉଥିବା ବେଳେ ଏହାକୁ ବିରୋଧ କରିବା ଠିକ କଥା ନୁହେଁ ।’

ଏହାସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗକୁ ନେଇ  ଏଏସଆଇକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ପୁରୀ ବିଧାୟକ । ସେ କହିଛନ୍ତି, ‘ଏଏସଆଇ ଜାଣତରେ ସବୁ କିଛି ହେଉଛି । ବିକାଶ କାମକୁ ବିରୋଧ କରୁନୁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଯେଉଁ କାମ ଚାଲିଛି ତାହା ବହୁ ବର୍ଷ ଆଗକୁ ଲକ୍ଷ୍ୟ ରଖି କରାଯାଉଛି। ବାତ୍ୟାରେ ଯେମିତି ପ୍ରଭାବିତ ନହେବ ସେମିତି କରାଯାଉଛି । କେବଳ ଏଏସଆଇର ଅନୁମତିକୁ ନେଇ ଅସୁବିଧା ରହିଛି । ସେ ବିକାଶ ପାଇଁ କାମ କରୁଛନ୍ତି, ଯିଏ ରାଜନୀତି କରୁଛନ୍ତି କରନ୍ତୁ । ସ୍ବର୍ଗଦ୍ବାରଠାରୁ ଆରମ୍ଭ କରି ଶ୍ରୀକ୍ଷେତ୍ର ଚାରିପାଖ ସବୁଠି ବିକାଶ ହେଉଛି । ସ୍ଥାନୀୟ ବିଧାୟକ ଭାବେ ପୁରୀରେ ଦ୍ରୁତ ବିକାଶ ହେଉଥିବା ଅନୁଭବ କରୁଛି ।’

‘ଅପରାଜିତାଙ୍କ ପଦଯାତ୍ରା କେବଳ ଶୋ ବାଜି’

କେବଳ ନିଜ ଦଳରୁ ନୁହେଁ ବଡଦାଣ୍ଡରେ ଅପରାଜିତାଙ୍କ ପଦଯାତ୍ରା ପଲିଟିକ୍ସକୁ ଶାସକ ଦଳ ବିଜେଡି ପକ୍ଷରୁ ମଧ୍ୟ ତୀବ୍ର ସମାଲୋଚନା କରାଯାଇଛି । ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଅପରାଜିତାଙ୍କ ଶ୍ରୀମନ୍ଦିର ଦରଦକୁ ଶୋ’ବାଜି କହିଛନ୍ତି । ଅପରାଜିତାଙ୍କୁ ଟାର୍ଗେଟ କରି ପ୍ରମିଳା କହିଛନ୍ତି, ‘ତାଙ୍କୁ ନିଜ ଦଳ ମଧ୍ୟ ସମର୍ଥନ ମିଳୁନି । ପ୍ରଶାସନର ବାରଣ ପରେ ତାଙ୍କର ପୁରୀ ଯିବା ଉଚିତ୍ ନଥିଲା । ନିଜର ଆଡଭାଟାଇଜ କରିବାକୁ ଚାହୁଁଛନ୍ତି । ନୂଆ ନୂଆ ରାଜନୀତିକୁ ଆସିଛନ୍ତି । ଶଷା’ବାଜି ନକଲେ ତିଷ୍ଠି ପାରିବେନି ।’

ସେ ଆଗକୁ କହିଛନ୍ତି, ‘ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାମ ବେଆଇନ କି ଆଇନଗତ ତାହା ପ୍ରଶାସନର ଦାୟିତ୍ବ । ଗଜପତି ଏବଂ ସେବାୟତମାନେ ଏହାକୁ ସମର୍ଥନ କରୁଛନ୍ତି । ସେ ଜଣେ ବ୍ୟକ୍ତି ଯିଏ କହୁଛନ୍ତି ଭୁଲ କାମ ହେଉଛି । ଶ୍ରୀଜଗନ୍ନାଥଙ୍କଚ ନେଇ ସେ ଏତେ ବଡ କଥା କହୁଥିବା ବେଳେ ତାଙ୍କୁ ନିଜ ଦଳର ସମର୍ଥନ ମିଳୁନଥିବାରୁ ଲଜ୍ଜାବୋଧ କରିବା କଥା ।’

‘କପଟର ଜବାବ ମହାପ୍ରଭୁ ଦେବେ’

ସେହିପରି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ଅପରାଜିତାଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ‘ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଯିଏ କପଟ କରିବେ, ତାହାର ଜବାବ ମହାପ୍ରଭୁ ଦେବେ । ଗଜପତି ବିବୃତି ଦେଲେ ଶ୍ରୀମନ୍ଦିର ସୁରକ୍ଷିତ ଅଛି । ଶ୍ରୀମନ୍ଦିର ସେବାୟତମାନେ ବିକାଶ କାମକୁ ବିରୋଧ ନକରିବାକୁ ବାରମ୍ବାର ଅନୁରୋଧ କରୁଛନ୍ତି । ପୁରୀବାସୀ ନିର୍ମାଣ କାମକୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି । ଏମିତି ସ୍ଥିତିରେ ପରିକ୍ରମା ପ୍ରକଳ୍ପକୁ କେହି ବିରୋଧ କରିବା ଉଚିତ ନୁହେଁ ।’

ଶ୍ରୀମନ୍ଦିର ପ୍ରକଳ୍ପକୁ ଯେଉଁମାନେ ବିରୋଧ କରୁଛନ୍ତି, ସେମାନଙ୍କୁ ସେମାନଙ୍କ ଲୋକେ ହିଁ ଉତ୍ତର ଦେଉଛନ୍ତି । ଯେଉଁ ଲୋକମାନେ ଭୋଟ ଦେଇ ସରକାର ଗଢଛନ୍ତି ସେମାନେ ହିଁ ଜାଣିଛନ୍ତି ଯେ କିଏ ଓଡ଼ିଶା ପାଇଁ କେତେ ଉନ୍ନତି କରୁଛନ୍ତି ଓ କିଏ ବିରୋଧ କରୁଛନ୍ତି । ଠିକ ସମୟରେ ଲୋକେ ତାହାର ଜବାବ ଦେବେ । ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ କାର୍ଯ୍ୟରେ ରାଜନୀତି କରିବା କଥା ନୁହେଁ । ମିଥ୍ୟା ପ୍ରଚାର କରିବା ଅନୁଚିତ ବୋଲି ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି ଅନନ୍ତ ।

ଅନ୍ୟପଟେ ଖୁବ୍‌ ଶୀଘ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ କରିବ ବିଧାନସଭା ଗୃହ କମିଟି । ଏନେଇ କର୍ତ୍ତୃପକ୍ଷଙ୍କଠାରୁ ରିପୋର୍ଟ ନେଉଛି, ଅନୁଧ୍ୟାନ ପରେ ରିପୋର୍ଟ ଦେବେ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଶ୍ରୀମନ୍ଦିର ପ୍ରତି ବିପଦ ଅଛି ବୋଲି କିଛି କହୁଛନ୍ତି। ବହୁତ ଲୋକ ବହୁତ କଥା କହୁଛନ୍ତି। ରାଜନୀତି ସରିବା ପରେ ବିଧାନସଭା ଗୃହ କମିଟି ଅନୁଧ୍ୟାନ ପାଇଁ ଯିବ ବୋଲି ବାଚସ୍ପତି କହିଛନ୍ତି ।

ଶାହାରୁଖଙ୍କ ସ୍ଥାନ ନେବେ ୟଶ୍‌ !  ରାଜନୀତିରେ, ଆସିବା ପରେ….

ବାଙ୍ଗାଲୁରୁ:  KGF 2 ବ୍ଲକବଷ୍ଟର ହେବାପରେ ୟଶ୍‌ ସବୁଠାରୁ ଅଧିକ ଇନକମ୍‌ କରୁଥିବା ତାରକାଙ୍କ ତାଲିକାରେ ସାମିଲ ହୋଇ ସାରିଛନ୍ତି । KGF1 ଏବଂ KGF 2 ଉଭୟର ରିଲିଜ ପରେ ପେନ୍‌ ଇଣ୍ଡିଆରେ ନିଜ ସ୍ଥାନ ନେଇ ସାରିଛନ୍ତି ।  ଅଭିନେତାଙ୍କ ବାସ୍ତବ ନାଁ ହେଉଛି ନବୀନ କୁମାର ଗୌଡ଼ା । ସେ ରାଧିକା ପଣ୍ଡିତଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ନିକଟରେ ତାଙ୍କୁ ନେଇ ଭବିଷ୍ୟବାଣୀ କରିଛନ୍ତି ଜଣେ ଜ୍ୟୋତିଷ ।

ସୂଚନା ଅନୁସାରେ ବାଙ୍ଗାଲୁରୁର ଜ୍ୟୋତିଷ ପଣ୍ଡିତ ଜଗନ୍ନାଥ ଗୁରୁଜୀ ଆଜି ପର୍ଯ୍ୟନ୍ତ ଯେଉଁ ମଧ୍ୟ ଭବିଷ୍ୟବାଣୀ କରିଛନ୍ତି ତାହା ସତ ହୋଇଛି । ଏବେ ସେ ୟଶଙ୍କ ଭବିଷ୍ୟକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ଜ୍ୟୋତିଷଙ୍କ କହିବା ହେଉଛି ବର୍ତ୍ତମାନ ଶାହାରୁଖ ଖାନ୍‌ ଯେଉଁ ସ୍ଥାନରେ ଅଛନ୍ତି କେଜିଏଫ୍‌ ଷ୍ଟାର ମଧ୍ୟ ଦିନେ ସେହି ସ୍ଥାନ ନେବେ । ସେ ଖୁବଶୀଘ୍ର ୟୁନିଭର୍ସାଲ ଷ୍ଟାର ହେବାକୁ ଯାଉଛନ୍ତି । ଆଗାମି ଦିନରେ ୟଶ୍‌ ନିଜର ପ୍ରଡକ୍ସନ ହାଉସ୍‌ ଆରମ୍ଭ କରିବେ ।

ୟଶଙ୍କୁ ନେଇ ପଣ୍ଡିତ ଏହା ମଧ୍ୟ କହିଛନ୍ତିଯେ, ୟଶ୍‌ ରାଜନୀତିରେ ମଧ୍ୟ ଚମକିବେ । ତାଙ୍କ କ୍ୟାରିଅର ଗ୍ରାଫ୍‌ କହୁଛି ସେ ଫିଲ୍ମ ପରେ ରାଜନୀତିରେ ପାଦ ରଖିବେ  ଏବଂ ପରୋପକାରୀ କାମ କରିବେ ।

ଲୁଚକାଳି ଖେଳ ହେଲା କାଳ,ଆଇସକ୍ରିମ୍ ବକ୍ସରେ ଲୁଚି ଦୁଇ ଶିଶୁ ମୃତ

0

ବାଙ୍ଗାଲୁରୁ: କର୍ଣ୍ଣାଟକରେ ହୋଇଥିବା ଏକ ଦୁର୍ଘଟଣାରେ ଦୁଇ ପିଲାଙ୍କ ଜୀବନ ଯାଇଛି । ଲୁଚକାଳି ଖେଳୁ ଖେଳୁ ଘଟିଗଲା ଦୁର୍ଘଟଣା । ସୂଚନା ଅନୁସାରେ ମଇଶୁରରେ ନଞ୍ଜନଗୁଡ଼ ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । କାବ୍ୟା ନାୟକ ଏବଂ ଭାଗ୍ୟା ନାୟକ ନାମକ ଦୁଇ ପିଲା ଚିରଦିନ ଆଖି ବୁଜିଛନ୍ତି । ଜଣକ ବୟସ ୫ ବର୍ଷ ଏବଂ ଅନ୍ୟ ଜଣଙ୍କର ୧୧ ବର୍ଷ ।  ଘଟଣା ବୁଧବାର ସକାଳ ସମୟର ।

ଖବର ଅନୁସାରେ ଦୁଇ ପିଲା ପଡ଼ୋଶୀ ସାଙ୍ଗ ମାନଙ୍କ ସହ ଲୁଚକାଳି ଖେଳୁଥିଲେ । ଘର ନିକଟରେ ଏକ ଆଇସକ୍ରିମ୍‌ ଠେଲା ଗାଡ଼ି ଛିଡ଼ା ହୋଇଥାଏ । ଯାହା ପ୍ରାୟ ୬ ମାସ ଧରି ଅକାମି ହୋଇ ପଡ଼ିଛି । ଲୁଚିବା ପାଇଁ ଦୁଇ ପିଲା ଆଇସକ୍ରିମ୍‌ ଠେଲା ଗାଡ଼ି ମଧ୍ୟରେ ପଶିଗଲେ । ଉଭୟଙ୍କୁ ଏହା ମଧ୍ୟରେ ପ୍ରବେଶ କରିବାବେଳେ ଅନ୍ୟ କୌଣସି ପିଲା ମଧ୍ୟ ଦେଖିନଥିଲେ ।  ଶେଷରେ ସେହି ବକ୍ସ ହିଁ ସେମାନଙ୍କ ମୃତ୍ୟୁର କାଳ ସାଜିଲା ।

ପୋଲିସର କହିବା ହେଉଛି, ଆଇସକ୍ରିମ ବକ୍ସରେ ହୁଏତ ପୂର୍ବରୁ ବିଷାକ୍ତ ଗ୍ୟାସ୍‌ ଥାଇପାରେ । ଏହା ମଧ୍ୟ ହୋଇପାରେଯେ, ଅଧିକ ପବନ ହେତୁ ଠେଲାର ଦ୍ୱାର ବନ୍ଦ ହୋଇ ଯାଇଥିବ । ଯେଉଁଥିପାଇଁ ପିଲାମାନେ ବାହାରକୁ ଆସିପାରିନଥିବେ ।

ଏୟାର ଇଣ୍ଡିଆ ପରେ ଏୟାର ଏସିଆ କିଣିବ ଟାଟା, ୧୦୦ ପ୍ରତିଶତ ଅଂଶଧନ କିଣିବାକୁ କମ୍ପାନୀର ପ୍ରସ୍ତାବ

ନୂଆଦିଲ୍ଲୀ: ଏୟାର ଏସିଆ କିଣିବାକୁ ଟାଟାର ପ୍ରସ୍ତାବ । ଆଭିଏସନ କ୍ଷେତ୍ରରେ ସେବାକୁ ଆହୁରି ବଢ଼ାଇବାକୁ ପ୍ରୟାସ ଆରମ୍ଭ କରିଛି ଟାଟା ଗ୍ରୁପ । ଗତ ଡିସେମ୍ବରରେ ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିବା ପରେ ଏବେ ଏୟାର ଏସିଆର ଶହେ ପ୍ରତିଶତ ଅଂଶଧନ କିଣିବାକୁ କମ୍ପାନୀ ପ୍ରସ୍ତାବ ଦେଇଛି । ଏ ନେଇ କମ୍ପାନୀ କମ୍ପିଟିସନ କମିସନ ଅଫ୍ ଇଣ୍ଡିଆ ବା CCIର ଅନୁମୋଦନ ଲୋଡ଼ିଛି ।

ଏୟାର ଏସିଆ ଇଣ୍ଡିଆର ୮୩.୬୭ ପ୍ରତିଶତ ସେୟାର ଟାଟା ସନ୍ସ ପ୍ରାଇଭେଟ ଲିମିଟେଡ ପାଖରେ ରହିଛି । ବଳକା ଅଂଶଧନ ମାଲେସିଆର ଏୟାର ଏସିଆ ଗ୍ରୁପ ପାଖରେ ରହିଛି । ଟାଟା ପକ୍ଷରୁ ଚାରିଟି ଯାକ ଏୟାରଲାଇନ୍ସକୁ ଏକାକୃତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଯାହାଫଳରେ ଏୟାର ଇଣ୍ଡିଆ, ଭିସ୍ତାରା, ଏୟାର ଇଣ୍ଡିଆ ଏକ୍ସପ୍ରେସ ଓ ଭିସ୍ତାରା ଗୋଟିଏ ବିଲ୍ଡିଂରୁ ପରିଚାଳିତ ହେବ । ଏ ନେଇ ହରିୟାଣାରେ ୭୦ହଜାର ବର୍ଗଫୁଟର ଏକ ସ୍ଥାନକୁ ଟାଟା ଲିଜରେ ନେଇଥିବା ସୂଚନା ମିଳିଛି ।

ଦେଶରେ ପୁଣି ଉପରମୁହାଁ ଦୈନିକ ସଂକ୍ରମଣ, ୪୬ ଦିନ ପରେ ୩ ହଜାରରୁ ଅଧିକ ଦୈନିକ କେସ୍‌

ନୂଆଦିଲ୍ଲୀ: ଦେଶରେ ବିଗୁଡ଼ୁଛି କରୋନା ସ୍ଥିତି । ୪୬ ଦିନ ପରେ ପୁଣି ଥରେ ଦେଶରେ ତିନି ହଜାରୁ ଉର୍ଦ୍ଧ୍ବ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଛି । ଗୋଟିଏ ଦିନରେ ୩ ହଜାର ୩୦୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ରାଜଧାନୀ ଦିଲ୍ଲୀରେ ସ୍ଥିତି ବେଶି ଚିନ୍ତାଜନକ ହୋଇଛି । ଦିଲ୍ଲୀରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ରହିଛି । ତେବେ ଦିଲ୍ଲୀରେ ବର୍ତ୍ତମାନ ହସ୍ପିଟାଲରେ ବହୁ କମ୍ ସଂଖ୍ୟକ ଆକ୍ରାନ୍ତ ଆଡମିଟ ହେଉଛନ୍ତି । କୋଭିଡ୍ ମୁକାବିଲା ଲାଗି ଦିଲ୍ଲୀରେ ୧୦ହଜାର ବେଡ୍ ପ୍ରସ୍ତୁତ ଥିବା ବେଳେ ମାତ୍ର ଶହେ ବେଡ୍ରେ ରୋଗୀ ଆଡମିଟ ହୋଇଛନ୍ତି ।

ସେପଟେ ବୁଷ୍ଟର ଡୋଜ୍ ଟିକାକରଣକୁ ତ୍ବରାନ୍ବିତ କରିବାକୁ ବ୍ୟବସ୍ଥା ଚାଲିଛି ବୋଲି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ କହିଛନ୍ତି । ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ଶହେଟି କଣ୍ଟେନମେଣ୍ଟ ଜୋନ୍ କରାଯାଇଛି । ଅନ୍ୟପଟେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ଦ୍ବିତୀୟ ଡୋଜ ଓ ବୁଷ୍ଟର ଡୋଜ୍ ମଧ୍ୟରେ ଥିବା ବ୍ୟବଧାନ କମ୍ କରିପାରେ । ଏହାକୁ ୯ ମାସରୁ କମାଇ ୬ ମାସ କରାଇ ଦିଆଯାଇପାରେ ବୋଲି ସୂଚନା ମିଳିଛି ।

୩୧ ପଇସା ବାକି ରହି ଯାଇଥିବାରୁ NOC ଦେଲାନି SBI

0

ଅହମଦାବାଦ:  ଋଣ ନେବା ଏବଂ ସୁଝିବା ଏକ ବିରାଟ ସମସ୍ୟା । ଯେପର୍ଯ୍ୟନ୍ତ ଋଣ ଜଣେ ସୁଝି ନାହାଁନ୍ତି ମୁଣ୍ଡ ଉପରେ ପାହାଡ଼ ଲଦି ହୋଇଥିବାଭଳି ମନେ ହୁଏ । କିନ୍ତୁ ସମସ୍ତ ଋଣ ସୁଝିପାରିବା ପରେ ସାମାନ୍ୟ କିଛି କାରଣ ପାଇଁ ଯଦି ହଟହଟା ହେବାକୁ ପଡ଼େ, ଚିନ୍ତା ଅଧିବ ବଢ଼ିଯାଏ । ନିକଟରେ ସେହିଭଳି ଏକ ଘଟଣା ଘଟିଛି ଜଣେ କୃଷକଙ୍କ ସହିତ ।  ଜଣେ କୃଷକ ବ୍ୟାଙ୍କରୁ ଋଣ ନେଇଥିଲେ  ଏବଂ ଧାର ଟଙ୍କା ମଧ୍ୟ ସୁଝିଦେଲେ । ପୀଡ଼ିତ ଚାଷୀ ଭାବିଲେ ସେ ବ୍ୟାଙ୍କର ସମସ୍ତ ଧାର ସୁଝି ସାରିଛନ୍ତି । ଯାହାପରେ ସେ ନୋ ଡ୍ୟୁଜ୍‌ ସାର୍ଟିଫିକେଟ୍ ବା NOC ପାଇଁ ସିଧା ପହଞ୍ଚିଲେ ବ୍ୟାଙ୍କରେ । କିନ୍ତୁ ସେଠାରେ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ କର୍ମଚାରୀ ଯେଉଁ ଜବାବ ଦେଲେ ତାହା ଶୁଣି ଚାଷୀ ଜଣକ ଆଶ୍ଚର୍ଯ୍ୟ ହୋଇଗଲେ ।  ବ୍ୟାଙ୍କ୍‌ କହିଲାଯେ ୩୧ ପଇସା ସେ ସୁଝିନାହାଁନ୍ତି । ଯେଉଁଥିପାଇଁ ସାର୍ଟିଫିକେଟ୍‌ ଦିଆଯାଇପାରିବ ନାହିଁ ।  ମାମଲା ଗୁଜୁରାଟ ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଲା । ମାମଲା ଶୁଣିବା ପରେ ବିଚାରକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ନ୍ୟାୟାଳୟର କହିବା ହେଉଛି ଏତେ କମ୍‌ ରାଶି ପାଇଁ NOC ନ ଦେବା କୌଣସି ଉତ୍ପୀଡ଼ନଠାରୁ କମ୍‌ ନୁହେଁ ।

ରିପୋର୍ଟ ଅନୁସାରେ, ବିଚାରପତି କରିୟା ବ୍ୟାଙ୍କ୍‌ ପ୍ରତିନିଧିତ୍ୱ କରୁଥିବା ଓକିଲଙ୍କୁ କହିଲେଯେ, କ’ଣ ଆପଣ ଜାଣିନାହାଁନ୍ତିଯେ ୫୦ ପଇସାରୁ କମ୍‌ ହେଲେ ତାହାକୁ ଅଣଦେଖା କରାଯାଏ ବୋଲି ।  ତେବେ ବିଚାରପତି ବ୍ୟାଙ୍କ୍‌ ଉପରେ ରାଗି ଯାଇଛନ୍ତି । ଏବେ ଏହି ମାମଲାର ଶୁଣାଣି ମେ ୨ରେ ହେବାକୁ ଯାଉଛି ।

ସୂଚନା ଅନୁସାରେ  ଅହମଦାବାଦର ଖୋରାଜ ଗାଁରୁ ଜଣେ ବ୍ୟକ୍ତିଙ୍କ ଠାରୁ କୃଷକ ଜଣକ ଜମି କିଣିଥିଲେ । ଜମି ବିକ୍ରି କରିଥିବା ବ୍ୟକ୍ତି ବ୍ୟାଙ୍କ୍‌ ଠାରୁ ଋଣ ନେଇଥିଲେ ।  ଋଣ ସୁଝିବା ପୂର୍ବରୁ ଉକ୍ତ ପରିବାର ଜମି ବିକ୍ରି କରି ଦେଇଥିଲେ । କିନ୍ତୁ ଜମି କିଣିଥିବା କୃଷକଙ୍କ ନାଁରେ ଜମି ହୋଇପାରିଲା ନାହିଁ । ଯେଉଁଥିପାଇଁ ୨୦୨୦ରେ ସେ ଅଦାଲତର ସାହାରା ନେଇଥିଲେ । ପରେ ସେ ସମସ୍ତ ଋଣ ସୁଝିଦେଲେ । କିନ୍ତୁ ୩୧ ପଇସା ପାଇଁ ତାଙ୍କୁ ହଟହଟା ହେବାକୁ ପଡ଼ିଲା ।

ଆଜି ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ଅସହ୍ୟ ଗରମରେ କଲବଲ ହେଉଛି ଓଡ଼ିଶା । ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତିରୁ ମୁକ୍ତି ମିଳିବନି ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଦିନ ୧୧ଟା ୩୦ ସୁଦ୍ଧା ୪୦.୮ ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା । ଝାରସୁଗୁଡ଼ା ବ୍ୟତୀତ କେନ୍ଦୁଝରରେ ୪୦.୪ ଡିଗ୍ରୀ, ସମ୍ବଲପୁରରେ ୩୯.୬ ଡିଗ୍ରୀ, ହୀରାକୁଦରେ ୩୮.୪ ଡିଗ୍ରୀ, ଚାନ୍ଦବାଲିରେ ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଆଜି ଦିନ ୧୧ଟା ୩୦ ସୁଦ୍ଧା ଭୁବେନଶ୍ୱରରେ ୩୬.୮ ଡିଗ୍ରୀ, ବାଲେଶ୍ବରରେ ୩୬.୬ ଡିଗ୍ରୀ, ପୁରୀରେ ୩୨.୪ ଡିଗ୍ରୀ, ପାରାଦୀପରେ ୩୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ୪ ଦିନ ଅସହ୍ୟ ତାତି ହେବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବାୟୁମଣ୍ଡଳରେ ବାୟୁ ପ୍ରବାହରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନଥିବାରୁ ବଢ଼ିବ ତାତି । ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ୮ ଜିଲ୍ଲାକୁ ହିଟ ଓ୍ବେଭ୍ ଜାରି କରାଯାଇଛି । ତେବେ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୪୭ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା କରାଯାଉଛି ।