ଆମ୍ବୁଲାନ୍ସ ଭଙ୍ଗି ମୋବାଇଲ, ଟଙ୍କା ଲୁଟିଲେ

ଜଗତସିଂହପୁର: ବିରିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା । ଆମ୍ବୁଲାନ୍ସ ବିଳମ୍ବରେ ଆସିବା ଅଭିଯୋଗ । ଗାଡ଼ି ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ । ଏହାସହ ଆମ୍ବୁଲାନ୍ସରେ ଥିବା ଦୁଇଟି ସରକାରୀ ମୋବାଇଲ, ଡ୍ରାଇଭରଙ୍କ ମୋବାଇଲ, ପର୍ସ ଓ ଟଙ୍କା ଲୁଟ ଅଭିଯୋଗ । ଖବର ପାଇଁ ବିରିଡି ପୋଲିସ ପହଞ୍ଚି ଆମ୍ବୁଲାନ୍ସ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗ ଅନୁସାରେ, କଟକ ୪୨ ମୌଜାର କୁଳ ସରଚୁଆଁ ଗ୍ରାମର ଏକ ଗାଡି ବରଯାତ୍ରୀ ନେଇ ଜଗତସିଂହପୁର ବିରିଡି ଅଞ୍ଚଳ ଆସିଥିଲା । ହାଜିପୁରଠାରେ ଦୁର୍ଘଟଣାରେ ଗୁରୁପ୍ରସାଦ ମହାପାତ୍ର ନାମକ ଜଣେ ଯୁବକ ଦୁର୍ଘଟଣାରେ ଆହତ ହୋଇଥିଲେ । ତାଙ୍କୁ ବିରିଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ହେଲେ ମେଡିକାଲରେ ଆମ୍ବୁଲାନ୍ସ ନଥିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାପରେ ରଘୁନାଥପୁର ବ୍ଲକ ଅଞ୍ଚଳରୁ ଏକ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା । ହେଲେ ଉତ୍ତ୍ୟକ୍ତ ଲୋକେ ଗାଡିକୁ ଭଙ୍ଗାରୁଜା କରିଥିଲେ । ଆମ୍ବୁଲାନ୍ସ ଡ୍ରାଇଭର, ଫାର୍ମସିଷ୍ଟ ଓ ଆଟେଣ୍ଡାଣ୍ଟ ଜୀବନ ବଞ୍ଚାଇ ଦୌଡ଼ଇ ପଳାଇଥିଲେ । ଏହି ସମୟରେ ଗାଡ଼ିରୁ ୨ଟି ସରକାରୀ ମୋବାଇଲ, ଡ୍ରାଇଭରଙ୍କ ମୋବାଇଲ, ପର୍ସ, ଟଙ୍କା ଲୁଟ ହୋଇଥିଲା ।