ଭୁବନେଶ୍ୱର: ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ଡ୍ରାଇଭର ଓ କଣ୍ଡକ୍ଟରକୁ ଗୋଡେଇ ଗୋଡେଇ ହାଣିଲେ ଅନ୍ୟ ବସର କର୍ମଚାରୀ । ପୋଲିସ ସାମ୍ନାରେ ହାଣି ରକ୍ତାକ୍ତ କଲେ । ରକ୍ତ ଜୁଡୁବୁଡୁ ହୋଇ ଡ୍ରାଇଭର ଓ କଣ୍ଡକ୍ଟର ବସ ଷ୍ଟାଣ୍ଡ ସାରା ଦୌଡ଼ିଥିଲେ ବି କେହି ଉଦ୍ଧାର କରିନଥିଲେ । ତେବେ ଘଟଣା ସ୍ଥଳରେ ପହଞ୍ଚିଛି ଭରତପୁର ଥାନା ପୋଲିସ । ଗାଡି ପାର୍କିଂକୁ ନେଇ ଡ୍ରାଇଭର ଓ କଣ୍ଡକ୍ଟରକୁ ବସ ଷ୍ଟାଣ୍ଡର ଅନ୍ୟ ବସର କର୍ମଚାରୀମାନେ ହାଣିଥିବା ସୂଚନା ମିଳିଛି । ତେବେ ଆହତ ଦୁଇ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଧିମା ପଡ଼ିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ସମ୍ପୂର୍ଣ୍ଣ ଓଡ଼ିଶା ଛୁଇଁବାକୁ ଲାଗିବ ଆହୁରି ୫ ଦିନ
ଭୁବନେଶ୍ୱର: ସମ୍ପୂର୍ଣ୍ଣ ଓଡ଼ିଶାକୁ ମୌସୁମୀ ଛୁଇଁବାକୁ ଆହୁରି ୫ ଦିନ ଲାଗିବ । ଦକ୍ଷିଣ ଓଡ଼ିଶାରେ ମୌସୁମୀ ସକ୍ରିୟ ପରେ ଏବେ ଧିମା ହୋଇଯାଇଛି ମୌସୁମୀ । ପାଗ ଅନୁକୂଳ ହେଲେ ବି ଆଗକୁ ବଢୁନି ମୌସୁମୀ । ୧୬ ତାରିଖରେ ଦକ୍ଷିଣ ଓଡ଼ିଶା ଛୁଇଁଥିଲା ମୌସୁମୀ । ହେଲେ ୨ ଦିନ ହେବ ଦୁର୍ବଳ ହୋଇଯାଇଛି । ଫଳରେ ଅନ୍ୟ ଜିଲ୍ଲାକୁ ଅଗ୍ରସର ହୋଇପାରିନାହିଁ । ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପ ପାଇଁ କେବଳ ଘଡ଼ଘଡ଼ ବିଜୁଳି ସହ କିଛି ଜିଲ୍ଲାରେ ବର୍ଷା ହେଉଛି । ଏବେ ବି ରାଜ୍ୟରେ ୬୩ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।
ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ୩ଟି ଜିଲ୍ଲା ଅନୁଗୁଳ, କେନ୍ଦୁଝର ଏବଂ ମୟୂରଭଞ୍ଜକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ଉତ୍ତର ଏବଂ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ତେବେ ବର୍ଷା ହେଲେ ମଧ୍ୟ ଚାଷ ପାଇଁ ତାହା ପର୍ଯ୍ୟାପ୍ତ ହେବା ସମ୍ଭାବନା କମ୍ ରହିଛି । କାରଣ ଆସନ୍ତା ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନାହିଁ ।
ଏହି ଚାରୋଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଲାଗିରହିବ ଅଶାନ୍ତି
ମେଷ : ଜୀବନସାଥୀଙ୍କ ସହ ମତଭେଦ ଦେଖାଦେଇପାରେ । ସୁସ୍ଥ ପ୍ରେମ ଜୀବନ ଅତିବାହିତ କରିବେ । କୌଣସି ତୃତୀୟ ବ୍ୟକ୍ତିଙ୍କ ପାଇଁ ବିବାହିତ ଦମ୍ପତିଙ୍କ ମଧ୍ୟରେ କଳହ ଦେଖାଦେଇପାରେ ।
ବୃଷ : ଅବିବାହିତଙ୍କ ପାଇଁ ବିବାହ ଯୋଗ ରହିଛି । ଗୃହସ୍ଥ୍ୟ ଜୀବନରେ ସୁଖ-ସମୃଦ୍ଧି ବଜାୟ ରହିବ । ପ୍ରେମ ଜୀବନରେ କୌଣସି ନିଷ୍ପତ୍ତି ନେବା ପାଇଁ ଏହା ଅନୁକୂଳ ସମୟ ।
ମିଥୁନ : ପ୍ରେମ ଜୀବନ ସଫଳ ହେବ । ଦାମ୍ପତ୍ୟ ଜୀବନ ଆନନ୍ଦଉଲ୍ଲାସରେ ଭରିଯିବ । କୌଣସି କାର୍ଯ୍ୟ ଧୈର୍ଯ୍ୟ ସହକାରେ କରନ୍ତୁ ନିଶ୍ଚିତ ସଫଳ ହେବେ ।
କର୍କଟ : ସାମାନ୍ୟ ଭୁଲ୍ ବୁଝାମଣା ହେତୁ ଦାମ୍ପତ୍ୟ ଜାବନରେ କଳହ ଦେଖାଦେଇପାରେ । ଧୈର୍ଯ୍ୟହରା ନ ହୋଇ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରନ୍ତୁ । କାର୍ଯ୍ୟକ୍ଷେତ୍ରରେ ଉନ୍ନତି କରିବେ । ବ୍ୟବସାୟିକ ବ୍ୟକ୍ତି ବେପାରରେ ଅଗ୍ରଗତି କରିବେ ।
ସିଂହ : ଜୀବନସାଥୀଙ୍କ ସହ ଲାଗିରହିଥିବା ବିବାଦ ଦୂର ହେବ । ବିବାହିତ ଦମ୍ପତି କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି । ଏଥିସହ ପରସ୍ପର ଏକାନ୍ତରେ ସମୟ ଅତିବାହିତ କରିବେ ।
କନ୍ୟା : ପ୍ରେମ ଜୀବନ ସଫଳ ହେବ । ଦାମ୍ପତ୍ୟ ଜୀବନ ଆନନ୍ଦଉଲ୍ଲାସରେ ଭରିଯିବ । କୌଣସି କାର୍ଯ୍ୟ ଧୈର୍ଯ୍ୟ ସହକାରେ କରନ୍ତୁ ନିଶ୍ଚିତ ସଫଳ ହେବେ ।
ତୁଳା :ଚାକିରି କ୍ଷେତ୍ରରେ ଅସନ୍ତୋଷ ଦେଖାଦେଇପାରେ । ନୂତନ ଗୃହ କ୍ରୟ କରିବାକୁ ଯୋଜନା କରିପାରନ୍ତି । ବାଇଗଣୀ ଏବଂ ସବୁଜ ରଙ୍ଗ ଶୁଭ । ଶ୍ରୀ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ । ଗାଈଙ୍କୁ ଗୁଡ଼ ଭୋଜନ କରାନ୍ତୁ ।
ବିଛା ରାଶି : ବ୍ୟାଙ୍କିଙ୍ଗ୍ ଯିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଫଳଦାୟକ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ୟାରିୟରକୁ ମନରେ ଉତ୍ସାହ ଭରିରହିବ । ତେଲ ଏବଂ ଗୁଡ଼ ଦାନ କରନ୍ତୁ । ସବୁଜ ଏବଂ ନୀଳ ରଙ୍ଗ ଶୁଭ ।
ଧନୁ ରାଶି : ପରିସ୍ଥିତି ଅନୁକୂଳ ହେତୁ ବ୍ୟବସାୟରେ ସଫଳତା ପ୍ରାପ୍ତି ହେବ । ଅଟକିରହିଥିବା ଧନ ବା ଅର୍ଥ ମିଳିବାର ସମ୍ଭାବନା ରହିଛି । ହଳଦିଆ ଓ ନାରଙ୍ଗୀ ରଙ୍ଗ ଶୁଭ ।
ମକର ରାଶି : ଶିକ୍ଷାରେ ଲାଭ ମିଳିପାରେ । ଚାକିରିରେ ସଫଳତା ମିଳିପାରେ । ପିତାଙ୍କ ଆଶିର୍ବାଦ ଗ୍ରହଣ କରନ୍ତୁ । ଲାଭ ମିଳିବାର ସମ୍ଭାବନା ରହିଛି । ଶ୍ରୀ ଶୁକ୍ତ ପାଠ କରନ୍ତୁ । ଧଳା ଏବଂ ନୀଳ ରଙ୍ଗ ଶୁଭ ।
କୁମ୍ଭ ରାଶି : ଏହି ରାଶିରେ ଶନି ଦେବତାଙ୍କ ଚଳନ ହେତୁ ବ୍ୟବସାୟିକ ଚିନ୍ତାଧାରା ବିସ୍ତାରଲାଭ କରିବ । ଚାକାରିରେ ସଫଳତା ମିଳିବା ସହ ଆର୍ଥିକ ଲାଭ ମିଳିପାରେ । ସବୁଜ ଏବଂ ବାଇଗଣୀ ରଙ୍ଗ ଶୁଭ ।
ମୀନ ରାଶି : ରାଜନୀତିରେ ଲାଭ ମିଳିପାରେ । ଧନ ପ୍ରାପ୍ତି ହୋଇପାରେ । ହଳଦିଆ ଫଳ ଦାନ କରନ୍ତୁ । ଲାଲି ଏବଂ ସବୁଜ ରଙ୍ଗ ଶୁଭ ।
ବ୍ରିଜ ତଳକୁ ଖସିପଡିଲା ବରଯାତ୍ରୀ କାର, ୭ ଆହତ
ଜୟପୁର: ଜୟପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟମା । ଉମୁରି ନିକଟରେ ଘଟିଛି ଏହି ସଡକ ଦୁର୍ଘଟଣା । ଜଗଦଲପୁର ଅଭିମୁଖେ ଯାଉଥିବା ବେଳେ ଜୟପୁର ଉମୁରି ବ୍ରିଜ ନିକଟରେ ଘଟିଛି ଘଟଣା । ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିଛି କାର ।
ମିଳିଥିବା ସୂଚନା ମୁତାବକ କାରରେ 7 ଜଣ ଯାତ୍ରୀ ଥିବା ବେଳେ ସମସ୍ତେ ଆହତ ହୋଇଛନ୍ତି । ଖବର ପାଇ ସ୍ଥାନୀୟ ଲୋକେ ଏବଂ ପ୍ରଶାସନ ସମସ୍ତଙ୍କୁ ଉଦ୍ଧାର କରି ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି । ସେମାନଙ୍କ ଚିକିତ୍ସା ଜାରି ରହିଛି ।

