ଏଣିକି ଆଉ ଚାଲିବନି ତିନି ଯୋଡ଼ା ଏକ୍ସପ୍ରେସ ଟ୍ରେନ୍

1 min read

ଭୁବନେଶ୍ୱର: କରୋନା ପାଇଁ ଚାଲୁଥିବା ତିନି ଯୋଡ଼ା ସାମୟିକ ବିଶେଷ ଏକ୍ସପ୍ରେସ ଟ୍ରେନ୍ ବାତିଲ । ଆସନ୍ତା ୧୫ତାରିଖରୁ ବିଶେଷ ଏକ୍ସପ୍ରେସ ଟ୍ରେନ୍ ଅପସାରଣ କରାଯାଇ ବିଶେଷ ପାସେଞ୍ଜର ଟ୍ରେନ ଚଳାଚଳ କରିବ । ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍, ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ଏବଂ ବିଶାଖାପାଟନମ୍-କିରାଣ୍ଡୁଲ-ବିଶାଖାପାଟନମ୍ ଟ୍ରେନ୍ ଅପସାରିତ ହେବ ।

କରୋନା ପାଇଁ ଏହି ଟ୍ରେନ ଗୁଡ଼ିକ ଚଳାଚଳ କରୁଥିଲା । ଏବେ ସ୍ଥିତିର ସମୀକ୍ଷା କରି ସାମୟିକ ଏକ୍ସପ୍ରେସ ଟ୍ରେନକୁ ଅପସାରଣ କରାଯାଇ ପାସେଞ୍ଜର ସ୍ପେଶାଲ୍ ଟ୍ରେନ୍ ଚଳାଚଳ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ୍ 15 ଜୁଲାଇ 2022 ଠାରୁ ବିଶାଖାପାଟନମ୍ରୁ ଏବଂ 16 ଜୁଲାଇ 2022 ଠାରୁ ରାୟଗଡାରୁ ଚଳାଚଳ କରିବ ।

ସେହିପରି ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ୍ ବିଶାଖାପାଟନମ୍ରୁ 15 ଜୁଲାଇଏବଂ ପଲାସା ଠାରୁ 16 ଜୁଲାଇରୁ ଚଳାଚଳ କରିବ । ଏହାଛଡ଼ା ବିଶାଖାପାଟନମ୍-କିରାଣ୍ଡୁଲ-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ୍ ବିଶାଖାପାଟନମ୍ରୁ 15 ଜୁଲାଇ ଏବଂ କିରାଣ୍ଡୁଲରୁ 16 ଜୁଲାଇରୁ ଚଳାଚଳ କରିବ ।