ରାଜ୍ୟରେ ୫ଶହ ଟପିଲା ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଲଗାତର ୫୦୦ ଉପରେ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୦୯ ଆକ୍ରାନ୍ତ । କ୍ୱାରେଣ୍ଟାଇନ୍‌ରୁ ୨୯୯ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୨୧୦ । ସେହିପରି ଜନ୍ମରୁ ୧୮ ବର୍ଷ ବୟସ ମଧ୍ୟରେ ୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ୨୦୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୧୧୦, ସୁନ୍ଦରଗଡରୁ ୪୯, ଷ୍ଟେଟ୍ ପୁଲରୁ ୪୧, ପୁରୀରୁ ୧୪, ଯାଜପୁରରୁ ୧୦, ଜଗତସିଂହପୁର ଓ ନୟାଗଡ଼ରୁ ୯ ଜଣ ଲେଖାଏଁ, ସମ୍ବଲପୁର ଓ ମୟୂରଭଞ୍ଜରୁ ୮ ଜଣ ଲେଖାଏଁ, ଭଦ୍ରକରୁ ୭, କଳାହାଣ୍ଡି ଓ କେନ୍ଦ୍ରାପଡ଼ାରୁ ୬ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ବରରୁ ୫ ଜଣ, ନୂଆପଡ଼ାରୁ ୪, ଗଜପତିରୁ ୪, ଗଞ୍ଜାମ ଓ କେନ୍ଦୁଝରରୁ ୩ ଜଣ ଲେଖାଏଁ, କନ୍ଧମାଳ, କୋରାପୁଟ ଓ ବରଗଡ଼ରୁ ୨ଜଣ ଲେଖାଏ, ଢେଙ୍କାନାଳ, ମାଲକାନଗିରି, ନବରଙ୍ଗପୁର, ବଲାଙ୍ଗୀର ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଆସନ୍ତା ୨୪ଘଣ୍ଟାରେ ଆହୁରି ଘନୀଭୂତ ହେବ ଲଘୁଚାପ; ୨ଦିନ ଯାଏଁ ପ୍ରବଳ ବର୍ଷିବ