କାର୍ -ଅଟୋ ମୁହାଁମୁହିଁ ଧକ୍କା; ୩ମୃତ, ୫ଗୁରୁତର

1 min read

ସୋନପୁର: ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର୍ ଓ ଅଟୋ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କ ଗୁରୁତରଙ୍କୁ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଧାନ ତଳି ବିକ୍ରି ପାଇଁ ବଲାଙ୍ଗୀରରୁ ସୋନପୁର ଆସୁଥିବା ବେଳେ ଖାରୀ ନିକଟରେ ଘଟିଥିଲା ଅଘଟଣ ।

ମୃତକ ହେଲେ ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକ ରାଘବପାଲି ଗ୍ରାମର ଗୁଆବତି ଜାଇ, ସତ୍ୟ ପ୍ରଧାନ ଓ ପ୍ରାଣନାଥ ବିଶ୍ୱାଳ । କାରଟି ସୁନ୍ଦରଗଡ଼ ଜିଲ୍ଲାର ହୋଇଥିବା ବେଳେ ଗାଡ଼ି ଭିତରୁ ଜଣେ ପୋଲିସ ଇନ୍ସପେକ୍ଟରଙ୍କ ପୋଷାକ ମିଳିଛି l ଦୁର୍ଘଟଣା ପରେ ଘଟଣାସ୍ଥଳରୁ କାରରେ ଥିବା ଯାତ୍ରୀ ଫେରାର ହୋଇ ଯାଇଛନ୍ତି । ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ୫ଶହ ଟପିଲା ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା