spot_img
Home Blog Page 4173

ପରିବାର ପାଇଁ ପ୍ରକୃତିଙ୍କୁ ନା କହିବେ ବାବୁସାନ୍‌, ରାତିଅଧରେ କଲେ ପୋଷ୍ଟ

ଭୁବନେଶ୍ବର: ବିବାଦ ପରେ ମୁହଁ ଖୋଲିଲେ ବାବୁସାନ୍ । ପରିବାର ପାଇଁ ପ୍ରକୃତିଙ୍କ ସହ ଆଉ ଫିଲ୍ମ କରିବେନି ବୋଲି କହିଛନ୍ତି ଅଭିନେତା ବାବୁସାନ୍‌ ମହାନ୍ତି । ଦରକାର ପଡ଼ିଲେ କୌଣସି ହିରୋଇନଙ୍କ ସହ ବି ଫିଲ୍ମ କରିବେନି ବୋଲି ସେ କହିଛନ୍ତି । ରାତି ଅଧରେ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଅଭିନେତା ବାବୁସାନ ।

ଭିଡିଓରେ ସେ କହିଛନ୍ତି ପରିବାରରେ ଯଦି ଏତେ ସମସ୍ୟା ରହୁଛି, ତେବେ ପ୍ରକୃତିଙ୍କ ସହ ଆଉ ଫିଲ୍ମ କରିବିନି । ଚେନ୍ନାଇ ଓଡ଼ିଆ ସମାଜ ପକ୍ଷରୁ ତାଙ୍କୁ ଉତ୍କଳ ଦିବସ ପାଇଁ ନିମନ୍ତ୍ରଣ କରାଯାଇଥିଲା । ଯେଉଁଠିକି ପ୍ରକୃତି ମିଶ୍ରଙ୍କୁ ବି ନିମନ୍ତ୍ରଣ କରାଯାଇଥିଲା । ନିକଟରେ ପ୍ରକୃତି ଓ ବାବୁସାନ୍‌ଙ୍କ ଫିଲ୍ମ ପ୍ରେମମ୍ ରିଲିଜ ହେବାକୁ ଯାଉଛି ।

ଯାହାର ପ୍ରମୋସନ ସହ ନୂଆ ଏକ ଫିଲ୍ମର ନାଁ ଘୋଷଣା କରିବାକୁ ସେ ଚେନ୍ନାଇ ଯାଉଥିଲେ । ହେଲେ ସେଠାକୁ ଯିବା ସମୟରେ ରାଜରାସ୍ତାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ବାବୁସାନ୍‌ ଓ ପ୍ରକୃତିଙ୍କ କାରକୁ ବିଚ୍‌ ରାସ୍ତାରେ ଅଟକାଇ ଅତର୍କିତ ଆକ୍ରମଣ କରିଥିଲେ ପତ୍ନୀ ତୃପ୍ତି  । ଯେଉଁଥିପାଇଁ ପ୍ରକୃତିଙ୍କ ପରିବାର ଓ ତୃପ୍ତିଙ୍କ ପକ୍ଷରୁ ଖାରବେଳ ନଗର ଥାନାରେ ଦୁଇ ଦୁଇଟି ମାମଲା ରୁଜୁ ହୋଇଛି।

 

ଦିନକ ପରେ ସରିବ କାର୍ଯ୍ୟକାଳ, ଆଜି ରାଷ୍ଟ୍ରପତିଙ୍କ ଶେଷ ସମ୍ବୋଧନ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ଶେଷ ସମ୍ବୋଧନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ସନ୍ଧ୍ୟା ୭ଟା ରେ ଦେଶକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି  । ଦିନକ ପରେ କାର୍ଯ୍ୟକାଳ ସରୁଥିବାରୁ ଦେଶ ଉଦ୍ଦେଶ୍ୟରେ ତାଙ୍କର ଅଭିଭାଷଣ ମହତ୍ତ୍ବ ରଖିବ। ଗତକାଲି ସଂସଦର ସେଣ୍ଟ୍ରାଲ ହଲରେ ପ୍ରଧାନମନ୍ତ୍ରୀଙ୍କ ସହ ସବୁ ସାଂସଦ ମାନେ ଉପସ୍ଥିତ ରହି ରାମନାଥ କୋବିନ୍ଦଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଥିଲେ ।

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିଭାଷଣ ଦେଇଥିଲେ । ଦଳଗତ ମନୋବୃତ୍ତିରୁ ଉପରକୁ ଉଠି ସବୁ ଦଳ କାମ କରିବା ଦରକାର ବୋଲି ରାମନାଥ କହିଛନ୍ତି । ସବୁ ସାଂସଦଙ୍କ ପ୍ରତି ତାଙ୍କର ସ୍ବତନ୍ତ୍ର ସମ୍ମାନ ରହିଛି । ଆସନ୍ତାକାଲି ରାଷ୍ଟ୍ରପତି ଭାବେ ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ସରୁଛି  । ଗତ ୨୫ ଜୁଲାଇ ୨୦୧୭ରେ ୧୪ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ରାମନାଥ କୋବିନ୍ଦ ।

ଦଳିତ ସମୁଦାୟ ରାଷ୍ଟ୍ରପତି ଭାବେ ସେବା ଯୋଗାଉଥିବା କେଆର ନାରାୟଣନଙ୍କ ପରେ ଦ୍ବିତୀୟ ବ୍ୟକ୍ତି ହେଉଛନ୍ତି କୋବିନ୍ଦ । ରାଷ୍ଟ୍ରପତି ହେବା ପୂର୍ବରୁ ୨୦୧୫ ରୁ ୨୦୧୭ ଯାଏଁ ବିହାର ରାଜ୍ୟପାଳ ଭାବେ ସେ ଦାୟିତ୍ବ ତୁଲାଇଥିଲେ । ଏହା ସହ ସେ ରାଜ୍ୟସଭାର ସଦସ୍ୟ ବି ରହିଛନ୍ତି । ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ୧୬ ବର୍ଷ ସେ ଆଇନକୁ ପେଷା କରିଥିଲେ । ସେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଓ ସୁପ୍ରିମକୋର୍ଟରେ ବି ଆଇନଜୀବୀ ରହିଛନ୍ତି  ।

ନୂଆ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୂର୍ମୁ ଶପଥ ନେବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଆସନ୍ତାକାଲି ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ ।

ବିଶ୍ବ ଚାମ୍ପିଅନସିପରେ ରୌପ୍ୟ ଜିତିଲେ ଗୋଲ୍ଡେନ ବଏ ନୀରଜ

ନୂଆଦିଲ୍ଲୀ: ରୌପ୍ୟ ଜିତିଲେ ସୁନା ପୁଅ । ବିଶ୍ବ ଆଥଲେଟିକ ଚାମ୍ପିଅନସିପରେ ଭାରତ ରଚିଲା ଇତିହାସ । ଜାଭିଲିନ ଥ୍ରୋରେ ଗୋଲ୍ଡେନ ବଏ ନୀରଜ ଚୋପ୍ରାଙ୍କୁ ମିଳିଲା ରୌପ୍ୟ ପଦକ । ଚତୁର୍ଥ ରାଉଣ୍ଡରେ ୮୮ ଦଶମିକ ୧୩ ମିଟର ଜାଭିଲନ ଫିଙ୍ଗି ରୌପ୍ୟ ପଦକ ଜିତିଛନ୍ତି ନିରୋଜ ଚୋପ୍ରା । ଅଞ୍ଜୁ ବବି ଜର୍ଜଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ଜିତିଲେ ନୀରଜ ।

ଟୋକିଓ ଅଲମ୍ପିକ ଚାମ୍ପିଅନ ନୀରଜ ବିଶ୍ବ ଚମ୍ପିଆନସିପରେ ଦ୍ବିତୀୟ ସ୍ଥାନରେ ରହି ରୌପ ପଦକ ନିଜ ନାମରେ କରିପାରିଛନ୍ତି । ୯୦.୪୬ ମିଟର ଶ୍ରେଷ୍ଠ ଥ୍ରୋ ସହ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ଏଣ୍ଡରସନ ପିଟର୍ସ । ପ୍ରାରମ୍ଭିକ କ୍ଷେତ୍ରରେ ଆଣ୍ଡରସନ ଲଗାତାର ଦୁଇଥର ୯୦ ମିଟରରୁ ଅଧିକ ଥ୍ରୋ କରିଛନ୍ତି ।

ଫାଇନାଲରେ ନୀରଜଙ୍କ ବ୍ୟତୀତ ଆହୁରି ଜଣେ ଭାରତୀୟ ରୋହିତ ଯାଦବ ବି ରହିଥିଲେ । କିନ୍ତୁ ଆରମ୍ଭରୁ ତିନୋଟି ଥ୍ରୋ ପରେ ଟପ୍‌ ୮ରେ ସେ ରହିବା ପାଇଁ ଅସମର୍ଥ ହେବା ସହ ମେଡାଲ ରେସରୁ ବାଦ୍‌ ପଡିଥିଲେ ।

ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା, ୨୬ ପରେ ବଦଳିବ ପାଗ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ବର୍ଷା । ଘୂର୍ଣ୍ଣିବଳୟ ଓ ସକ୍ରିୟ ମୌସୁମୀ ଟ୍ରପଲାଇନ ପ୍ରଭାବରେ ଭିଜୁଛି ଓଡ଼ିଶା । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁରରେ ସର୍ବାଧିକ ୭୦ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ପ୍ରବଳ ବର୍ଷା ହୋଇପାରେ ।

ଆଜି ଓ ୨୫ ତାରିଖରେ ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ, ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ  ଜାରି କରାଯାଇଛି । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ । ତଳି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଏଥିପାଇଁ ସତର୍କ ରହିବାକୁ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସ୍ଥିତି ସଙ୍ଗୀନ ହୋଇପାରେ । ଝାଡ଼ଖଣ୍ଡ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଏବେ ମୌସୁମୀ ଟ୍ରପଲାଇନ୍ ସକ୍ରିୟ ରହିଛି । ଏହାର ପ୍ରଭାବରେ ବର୍ଷା ଜାରି ରହିଛି । ୨୬ ତାରିଖ ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ମହୁମାଛି ଆକ୍ରମଣରେ National Geographic ଚ୍ୟାନେଲର ୪ ଗୁରୁତର

ଗଜପତି: ମହୁମାଛି ଆକ୍ରମଣରେ ୪ ଗୁରୁତର । National Geographic ଚ୍ୟାନେଲ ସୁଟିଂ ସମୟରେ ମହୁମାଛି ଆକ୍ରମଣ କରିଥିଲା । ରା ଉଦୟଗିରି ଅଞ୍ଚଳରେ ଆଦିବାସୀଙ୍କ ଡକ୍ୟୁମେଣ୍ଟାରୀ ସୁଟିଂ କରୁଥିବାବେଳେ ଜଙ୍ଗଲରେ ଆକ୍ରମଣ କରିଥିଲା ମହୁମାଛି । geography channelର ଏକ ୧୭ ଜଣିଆ ଟିମ୍ ଗଜପତି ଜିଲ୍ଲାର ଆଦିବାସୀ ସଂପ୍ରଦାୟର ଲୋକଙ୍କ ଜୀବନଶୈଳୀ ଉପରେ ଫଟୋ ଭିଡିଓ ସୁଟିଂ କରୁଥିଲେ । ଟିମର କିଛି କର୍ମଚାରୀ ପାହାଡ଼ରୁ ତଳକୁ ଆସୁଥିବାବେଳେ ଏକ ଗଛରେ ଥିବା ମହୁମାଛି ତାଙ୍କ ଉପରେ ଆକ୍ରମଣର କରିଥିଲେ ‌। ଏଥିରେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଧଉଁରାଭଟା ଗାଁରେ ବାଘ ଆତଙ୍କ, ବଳଦ ମାରି ଖାଇଥିବା ଅଭିଯୋଗ

ନୂଆପଡ଼ା: ନୂଆପଡା ଜିଲ୍ଲା କୋମନା ରେଞ୍ଜ ଅନ୍ତର୍ଗତ ଧଉଁରାଭଟା ଗାଁରେ ବାଘ ଆତଙ୍କ । ଗାଁରେ ଏକ ଗୁହାଳରୁ ବଳଦ ମାରି ଖାଇଥିବା ଅଭିଯୋଗ ହୋଇଛି । ଗାଁର ଭୋକୋ ଜଗତଙ୍କ ବଳଦକୁ ଶୁକ୍ରବାର ରାତିରେ ବାଘ ଗୁହାଳରେ ପଶି ଖାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଲିଖିତ ଅଭିଯୋଗ ପରେ କୋମନା ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଲୋକଙ୍କୁ ସଚେତନ କରିବା ସହ ଗାଁ ମୁଣ୍ଡରେ ଥିବା ଗଛରେ କ୍ୟାମେରା ଲଗାଯାଇଛି । ତେବେ ବଳଦକୁ ବାଘ ନା ଅନ୍ୟ କେହି ବନ୍ୟଜନ୍ତୁ ଖାଇଛି ତାହା ସ୍ପଷ୍ଟ ହୋଇନାହିଁ । ଏହି ଘଟଣା ପରେ ଗାଁରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ । ସଂଧ୍ୟା ହେଲେ ଘର କବାଟ ବନ୍ଦ ହୋଇଯାଉଛି ।

ଶୀଘ୍ର ଭାଙ୍ଗିବ ଶିନ୍ଦେ ସରକାର: ଆଦିତ୍ୟ ଠାକରେ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ନାଟକ ଥମିବାର ନାଁ ନେଉନାହିଁ । ଶିବସେନାରେ ଗୃହଯଦ୍ଧ ଲାଗି ରହିଛି । ବିଦ୍ରୋହ କରି ଉଦ୍ଧବ ଠାକରେଙ୍କୁ ଗାଦିଚ୍ୟୁତ କରି ନିଜେ ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ଶିନ୍ଦେ ଲଗାତାର ଶିବସେନାରେ ନିଜ ଆଧିପତ୍ୟ ଜାହିର କରିବା ପାଇଁ ଲାଗିପଡିଛନ୍ତି । ପ୍ରଥମେ ଉଦ୍ଧବଙ୍କଠାରୁ ବିଧାୟକଙ୍କ ସମର୍ଥନ ଛଡାଇବା ପରେ ନିକଟରେ ୧୨ ସାଂସଦଙ୍କୁ ନିଜ ଆଡକୁ କରି ଦେଇଛନ୍ତି ଶିନ୍ଦେ । ଏପରି ସ୍ଥିତିରେ ଶିବସେନାର ପ୍ରକୃତ ନେତା କିଏ ହେବ ତାକୁ ନେଇ ଟଣା ଓଟରା ଚାଲିଛି ।

ଏହାରି ମଧ୍ୟରେ ଶିବସେନାର ନେତା ତଥା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ଶନିବାର ସେ ଦାବି କରି କହିଛନ୍ତି, ଏକନାଥ ଶିନ୍ଦେ ନେତୃତ୍ୱାଧୀନ ସରକାର ଖୁବଶୀଘ୍ର ଭାଙ୍ଗିଯିବ ଏବଂ ମଧ୍ୟମ ଅବଧି ନିର୍ବାଚନ ହେବ । ଶିବ ସମ୍ବାଦ ଯାତ୍ରା କାର୍ଯ୍ୟକ୍ରମର ତୃତୀୟ ଦିନରେ ପୈଠନରେ ଦଳର କର୍ମକର୍ତ୍ତାଙ୍କ ଏକ ସଭାରେ ଯୋଗ ଦେଇ ସେ ଏହି କଥା କହିଛନ୍ତି ।

ଆଦିତ୍ୟ ଆଗକୁ କହିଥିଲେ ଶିବସେନାର ବିଦ୍ରୋହୀ ବିଧାୟକ ତାଙ୍କ ବାପା ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସେ ସମୟରେ ଧୋକା ଦେଇଥିଲେ, ଯେତବେଳେ ସେ ଅସୁସ୍ଥ ଥିଲେ । ଶିବସେନା ବିଧାୟକ ସନ୍ଦୀପନ ଭୁମରେଙ୍କ ବିଧାନସଭା କ୍ଷେତ୍ର ହେଉଛି ପୈଠନ  । ସେ ଏକନାଥ ଶିନ୍ଦେଙ୍କ ନେତୃତ୍ୱ ଶିବସେନାର ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହୋଇଯାଇଥିଲେ ।

ପ୍ରକୃତିଙ୍କ ନାଁରେ ଅଭିଯୋଗ କଲେ ବାବୁସାନଙ୍କ ପତ୍ନୀ, ସକାଳେ ପ୍ରକୃତିଙ୍କ ମା’ କରିଥିଲେ ଅଭିଯୋଗ

ଭୁବନେଶ୍ୱର: ଓଡିଆ ସେଲିବ୍ରେଟି ବାବୁସାନ ମହାନ୍ତିଙ୍କ ଘରୋଇ କଳି ରାସ୍ତାରେ ପଡି ଦାଣ୍ଡରେ ଗଡିଲାଣି । ବାବୁସାନଙ୍କ ପତ୍ନୀ ତୃପ୍ତି ଆଜି ସକାଳେ ବାବୁସାନ ଓ ତାଙ୍କ କଥିତ ପ୍ରେମିକା ପ୍ରକୃତି ମିଶ୍ରଙ୍କୁ ରେଡ ହ୍ୟାଣ୍ଡ ଧରିଥିଲେ । ଉଭୟ ଗାଡିରେ ଯିବା ସମୟରେ ତୃପ୍ତି ଗାଡି ଅଟକାଇ ପ୍ରକୃତିଙ୍କୁ ମାର ଧର କରିଥିଲେ । ତୃପ୍ତିଙ୍କ ଅଭିଯୋଗ ଅନୁଯାୟୀ ପ୍ରକୃତି ସ୍ୱାମୀ ବାବୁସାନଙ୍କୁ ବସ କରି ତାଙ୍କ ପରିବାର ଭାଙ୍ଗିବାକୁ ପ୍ରୟାସ କରୁଛନ୍ତି । ଏହାପରେ ମହା ନାକଟ ଆରମ୍ଭ ହୋଇଥିଲା । ପ୍ରକୃତିଙ୍କ ବାପା ଓ ମା ସକାଳେ ତୃପ୍ତିଙ୍କ ବିରୋଧରେ ଖାରବେଳ ନଗର ଥାନାରେ ମାମଲା ରୁଜୁ କରିଥିଲେ । ସର୍ବ ସାଧାରଣ ସ୍ଥାନରେ ଆକ୍ରମଣ ଓ ସମ୍ମାନ ହାନି ହୋଇଥିବାରୁ ପ୍ରକୃତିଙ୍କ ବାପା ମା ଅଭିଯୋଗ କରିଥିଲେ ।

ଏତେ ସବୁ ହଙ୍ଗାମା ପରେ ଅପରାହ୍ନରେ ବୋହୂ ତୃପ୍ତିଙ୍କ ଘରେ ପହଞ୍ଚିଥିଲେ ଶାଶୂ ତଥା ବାବୁସାନଙ୍କ ମା ଅପରାଜିତା ମହାନ୍ତି । ପରେ ସେ ତୃପ୍ତି ଓ ତାଙ୍କ ମାଉସୀ ସଂଗୀତାଙ୍କୁ ଧରି ଖାରବେଳ ନଗର ଥାନାରେ ପହଞ୍ଚିଥିଲେ । ଶାଶୂଙ୍କ ଉପସ୍ଥିତିରେ ତୃପ୍ତି ପ୍ରକୃତିଙ୍କ ବିରୋଧରେ ଏତଲା ଦେଇଛନ୍ତି । ତାଙ୍କୁ ଏବେ ଘଟଣାର ସମାଧାନ କରିବାକୁ ଦିଅ । ପରେ ସବୁ କଥା ଗଣମାଧ୍ୟମକୁ ନିଜେ କହିବି ବୋଲି ପ୍ରତିକ୍ରିୟା ରଖିଛନ୍ତି ଅପରାଜିତା । ସେପଟେ ଦୁଇଟି ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ଧାରା ୧୬୧ରେ ୪ ଜଣଙ୍କ ବୟାନ ରେକର୍ଡ ହୋଇଛି ବୋଲି କହିଛନ୍ତି ପୋଲିସ ଅଧିକାରୀ ।

ମାମଲାକୁ ନେଇ ଖାରବେଳ ନଗର ଥାନା ଅଧିକାରୀ ଅରୁଣ ସ୍ୱାଇ ପ୍ରତିକ୍ରିୟା ଦେଇଥିଲେ । ସେ କହିଛନ୍ତି ୨ଟି କେସ୍ ରୁଜୁ ହୋଇଛି, ସକାଳେ ଗୋଟି ଏବେ ଗୋଟେ । ଦୁଇଟି ଯାକ କେସର ତଦନ୍ତ ଚାଲିଛି, କାର୍ଯ୍ୟାନୁଷ୍ଠାନ ହେବ। ପ୍ରଥମ ଅଭିଯୋଗ ପ୍ରକୃତି ମିଶ୍ରଙ୍କ ମା କରିଥିଲେ । ପରେ ବାବୁସାନଙ୍କ ପତ୍ନୀ ତୃପ୍ତି ଆଉ ଏକ ଅଭିଯୋଗ କରିଛନ୍ତି । ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ବୟାନ ରେକର୍ଡ କରିଛି ପୋଲିସ । ୧୬୧ ଧାରାରେ ୪ଜଣଙ୍କ ବୟାନ ରେକର୍ଡ ହୋଇଛି ।

ଅନ୍ୟପକ୍ଷରେ ତୃପ୍ତି କହିଛନ୍ତି, ପ୍ରକୃତି ମୋତେ ଏବଂ ବାବୁସାନଙ୍କୁ ବ୍ଲାକମେଲିଂ କରିଆସୁଥିଲେ । ନିଜକୁ ଆଘାତ ଦେଇ ସୁଇସାଇଡ କରିବାକୁ ସେ ଧମକ ଦେଇଆସୁଥିଲେ । ଯେଉଁଥିପାଇଁ ସ୍ବାମୀଙ୍କୁ ନିଜ ପାଖକୁ ଫେରାଇ ଆଣିବାକୁ ସଫଳ ହୋଇନଥିଲେ ବୋଲି ଥାନାରେ ଅଭିଯୋଗ କରିଛନ୍ତି ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ । ଏପରିକି ଅସୁସ୍ଥ ପୁଅର ଚିକିତ୍ସା ସମୟରେ ବି ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ଧମକ ଦେଇଥିଲେ । ପ୍ରକୃତି ମିଶ୍ରଙ୍କ ଆସିବା ପରେ ସେମାନଙ୍କ ବୈବାହିକ ଜୀବନରେ ଆସିଥିଲା ଝଡ଼ । ଲକଡାଉନରେ ବାବୁସାନଙ୍କ କ୍ୟାରିଅରରେ ମାନ୍ଦାବସ୍ଥା ଆସିଥିଲା ।

ସେହିସମୟରେ ସୁଯୋଗ ନେଇ ପ୍ରକୃତି ବାବୁସାନଙ୍କ ସହ ଘନିଷ୍ଠ ହୋଇଥିଲେ । ବାବୁସାନ ସବୁବେଳେ ନିଶାଗ୍ରସ୍ତ ହୋଇ ଘରକୁ ଆସୁନଥିଲେ କି ଆର୍ଥିକ ସହଯୋଗ କରୁନଥିଲେ । ଏତିକିବେଳେ ସେ ପ୍ରକୃତିଙ୍କ ସହ ଘନିଷ୍ଠତା ନେଇ ଜାଣିବାକୁ ପାଇଥିଲେ । ଆଜି ସେ ଚେନ୍ନାଇ ଯିବାବେଳେ ତାଙ୍କୁ ପୁଣି ଥରେ ରେଡ ହ୍ୟାଣ୍ଡ ଧରିଥିଲେ । ଗାଡିରୁ ସ୍ବାମୀଙ୍କୁ ଆଣିବାବେଳେ ପ୍ରକୃତି ଏଥିରେ ବାଧା ଦେଇଥିଲେ । ସେଥିପାଇଁ ସେ ପ୍ରକୃତିକୁ ଆକ୍ରମଣ କରିଥିଲେ ବୋଲି ଥାନାରେ ଅଭିଯୋଗ କରିଛନ୍ତି ।

ମଙ୍କିପକ୍ସକୁ ଅନ୍ତର୍ଜାତୀୟ ଜରୁରୀକାଳୀନ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କଲା WHO

ନୂଆଦିଲ୍ଲୀ: ମଙ୍କିପକ୍ସ ମାମଲା ବିଶ୍ୱରେ ଧୀରେ ଧୀରେ ବଢିବାରେ ଲାଗିଛି । ଏହାକୁ ଗୁରୁତର ସହ ନେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) । ସଂକ୍ରମଣକୁ ଦୃଷ୍ଟିରେ ରଖି ମଙ୍କିପକ୍ସକୁ ଅନ୍ତର୍ଜାତୀୟ ଜରୁରୀକାଳୀନ ସ୍ୱାସ୍ଥ୍ଯ ସଙ୍କଟ ଘୋଷଣା କରିଛି ଡବ୍ଲୁଏଚଓ । ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ଡବ୍ଲୁଏଚଓର ନିର୍ଦ୍ଦେଶକ ଡା. ଟେଡ୍ରସ ଏହି ଘୋଷଣା କରିଛନ୍ତି ।

ଗୁରୁବାର ମଙ୍କିପକ୍ସ ବିଶେଷଜ୍ଞ ଏକ ଜରୁରୀ ବୈଠକରେ ମଙ୍କିପକ୍ସ ସଂକ୍ରମଣକୁ ଏକ କ୍ୟାଟେଗୋରୀ କରିବା ପାଇଁ ଡବ୍ଲୁଏଚଓକୁ ପରାମର୍ଶ ଦେଇଥିଲେ । ସୂଚନାଥାଉକି ବର୍ତ୍ତମାନ ୮୦ ଦେଶରେ ମଙ୍କିପକ୍ସ ସଂକ୍ରମଣ ବ୍ୟାପିଯାଇଛି । ଭାରତରେ ମଧ୍ୟ ତିନୋଟି କେସ୍ ସାମ୍ନାକୁ ଆସିସାରିଛି । କରୋନା ଭଳି ଏହା ମହାମାରୀର ରୂପ ନେବା ପୂର୍ବରୁ ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ଏହି ଘୋଷଣା କରିଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ।

ପୂର୍ବରୁ ଦୁଇଟି ମାମଲା ଭାରତରେ ଚିହ୍ନଟ ପରେ କେନ୍ଦ୍ର ସରକାର ଅନ୍ତର୍ଜତୀୟ ବିମାନବନ୍ଦରରେ ସବୁ ବିଦେଶ ଫେରନ୍ତାଙ୍କ ସ୍କ୍ରିନିଂ କରିବାର କଡା ନିର୍ଦ୍ଦେଶ ଦେଇଥିଲେ । ଏବେ ବିଦେଶ ଫେରନ୍ତାଙ୍କ ସ୍କ୍ରିନିଂ ପରେ ଘରକୁ ଛଡାଯାଉଛି । ଯାହାଙ୍କଠାରେ ସଂକ୍ରମଣ ଦେଖାଯାଉଛି ସେମାନଙ୍କୁ ମେଡିକାଲ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା କରାଯାଇଛି । ଭାରତରେ ତିନୋଟି ଯାକ ମାମଲା କେରଳରୁ ହିଁ ସାମ୍ନାକୁ ଆସିଥିଲା ।

୪ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ, ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ

ଭୁବନେଶ୍ୱର: ଆଜିଠୁ ୪ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୨୫ ତାରିଖରେ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପରେ ବିଜେଡି ତାଙ୍କୁ ସହଯୋଗ କରିବ ବୋଲି ଘୋଷଣା କରିଥିଲେ ନବୀନ ।

ନିର୍ବାଚନରେ ଯେପରି ଓଡ଼ିଶାରୁ କୌଣସି ଭୋଟ୍ ନାକଚ ନହୁଏ ସେଥିପ୍ରତି ସେ ଧ୍ୟାନ ଦେଇଥିଲେ । ଦଳମତ ନିର୍ବିଶେଷରେ ସବୁ ଦଳ ଓଡ଼ିଆ ଝିଅଙ୍କୁ ଭୋଟ୍ ଦେବାକୁ ଆହ୍ୱାନ କରିଥିଲେ ନବୀନ ପଟ୍ଟନାୟକ । ଦିଲ୍ଲୀ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରିବେ । ୨୬ ତାରିଖରେ ଭୁବନେଶ୍ବର ଫେରିବେ ମୁଖ୍ୟମନ୍ତ୍ରୀ ।