spot_img
Home Blog Page 4172

ପୁରୁଷ ବନ୍ଧୁଙ୍କ ସହ ହେଲା ପାଟିତୁଣ୍ଡ, ନଦୀକୁ ଡେଇଁପଡିଲେ ଯୁବତୀ

ସମ୍ବଲପୁର: କୁଚିଣ୍ଡାରେ ଅଘଟଣ  । ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ  । କୁଚିଣ୍ଡା ସଇଡା ଭେଡେନ ନଦୀକୁ ଡେଇଁଲେ ଯୁବତୀ । ପୁରୁଷ ବନ୍ଧୁଙ୍କ ସହିତ ଝଗଡ଼ା ପରେ ଯୁବତୀ ଜଣକ ନଦୀକୁ ଡେଇଁ ପଡିଥିଲେ  ।

ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି କୁଚିଣ୍ଡା ପୋଲିସ  । ତେବେ ଆତ୍ମହତ୍ୟା ଉଦ୍ୟମର ପ୍ରକୃତ କାରଣ ଜଣାପଡିନାହିଁ  । ପୋଲିସ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।

 

ବର୍ଷିଲେ ବାବୁସାନ୍‌ଙ୍କ ଭଉଣୀ, ପ୍ରକୃତିଙ୍କୁ କହିଲେ ନିଜ ରାସ୍ତା ଦେଖ

ଭୁବନେଶ୍ବର: ବାବୁସାନଙ୍କ ବିବାଦରେ ମୁହଁ ଖୋଲିଲେ ଭଉଣୀ ତୃପ୍ତି ମହାନ୍ତି । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଉପରେ ବର୍ଷିଲେ ତୃପ୍ତି । ଭାଇର ସଂସାର ଯେତିକି ବରବାଦ୍‌ କରିବା କଥା କଲ  । ଏବେ ନିଜ ରାସ୍ତା ଦେଖ କହିଛନ୍ତି ତୃପ୍ତି । ପୁଣିଥରେ ପରିବାର ପାଖକୁ ଫେରିଆସି ସଂସାର ଗଢିବାକୁ ନିବେଦନ କରିଛନ୍ତି ତାଙ୍କ ଭଉଣୀ  ।

ନିଜ ଭୁଲ ବୁଝି ପୁଣିଥରେ ଜୀବନରେ ଆଗକୁ ବଢିବାରେ ଦର୍ଶକ ତାକୁ ସାହାଯ୍ୟ କରନ୍ତୁ  । ସଙ୍ଗଦୋଷ କଥାକୁ ବି ଦୋହରାଇଛନ୍ତି ବାବୁସାନ୍‌ଙ୍କ ଭଉଣୀ । ବାବୁସାନ୍‌ ଭୁଲ ସଙ୍ଗତରେ ଆସି ଖରାପ ବାଟକୁ ଚାଲି ଯାଇଛନ୍ତି  । ଯାହାକି ସମାଜରେ ଗ୍ରହଣୀୟ ନୁହେଁ ।

ଆଜି ସକାଳେ ବି ସ୍ତ୍ରୀ ଓ ପୁଅ ପାଖକୁ ପୁଣି ଥରେ ବାବୁସାନ୍‌ ଫେରି ନୂଆ ଆରମ୍ଭ କରୁ ବୋଲି ନିବେଦନ କରିଥିଲେ  ଅପରାଜିତା  । ଏବେ ପୁଣି ବାବୁସାନ୍‌ଙ୍କ ସଂସାର ସଜାଡି ହେଇଯାଉ ବୋଲି ତାଙ୍କ ଭଉଣୀ ସଭିଙ୍କୁ ଅନୁରୋଧ କରିଛନ୍ତି ।

ଦିଲ୍ଲୀରେ ପହଞ୍ଚିଲା ମଙ୍କିପକ୍ସ, ନାହିଁ କୌଣସି ବିଦେଶ ଯାତ୍ରା ରେକର୍ଡ

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବା ମଙ୍କିପକ୍ସ ଏବେ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି । ମୌଲାନା ଆଜାଦ ମେଡିକାଲ କଲେଜରେ ଜଣେ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଇଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ୩୧ ବର୍ଷୀୟ ଏହି ଆକ୍ରାନ୍ତଙ୍କ କୌଣସି ବିଦେଶ ଯାତ୍ରା ଇତିହାସ ରହିନାହିଁ  । କିନ୍ତୁ ପ୍ରବଳ ଜ୍ବର ସହ ତାଙ୍କ ଚର୍ମରେ ଫୋଟକା ହୋଇଥିବା ଦେଖିବାକୁ ମିଳିଛି ।

ପଶ୍ଚିମ ଦିଲ୍ଲୀରେ ରହୁଥିବା ଆକ୍ରାନ୍ତଙ୍କ ଠାରେ ମଙ୍କିପକ୍ସର ଲକ୍ଷଣ ଦେଖାଯିବାରୁ ତାଙ୍କୁ ତିନି ଦିନ ପୂର୍ବେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶନିବାର ତାଙ୍କ ନମୁନା ଏନଆଇବି ପୁଣେ ପଠାଯିବା ପରେ ସେ ସଂକ୍ରମିତ ଥିବା ଜଣାପଡିଛି । ନିକଟରେ ହିମାଚଳ ପ୍ରଦେଶର ମନାଲିରେ ଏକ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ ଆକ୍ରାନ୍ତ ବ୍ୟକ୍ତି । ଦିଲ୍ଲୀରେ ସଂକ୍ରମଣ ଜଣାପଡିବା ପରେ ଭାରତରେ ଏହା ଚତୁର୍ଥ ମଙ୍କିପକ୍ସ ମାମଲା ଅଟେ ।

ଗତ ଜୁଲାଇ ୧୪ରେ ପ୍ରଥମ ସଂକ୍ରମଣ ମାମଲା କେରଳରୁ ଚିହ୍ନଟ ହୋଇଥିଲା। ଦୁନିଆର ୭୦ ଦେଶକୁ ବ୍ୟାପିଥିବା ମଙ୍କିଫକ୍ସକୁ WHO ଅନ୍ତର୍ଜାତୀୟ ଜରୁରୀକାଳୀନ ସ୍ବସ୍ଥ୍ୟ ସଂକଟ ଘୋଷଣା କରିଛି  । ଶାରିରୀକ ସଂପର୍କରୁ ମଙ୍କିଫକ୍ସ ବ୍ୟାପିଥାଏ । ଦୂଷିତ ସାମଗ୍ରୀ ଯେପରିକି ଲିନେନ, ବିଛଣା, ଇଲେକ୍ରୋନିକ୍ସ ଓ କପଡାରୁ ବି ସଂକ୍ରମଣ ବ୍ୟାପୁଥିବା ନଜିର ରହିଛି ।

ପରଲୋକରେ ପୂର୍ବତନ ଲୋକସଭା ସାଂସଦ ସୁବାସ ଚନ୍ଦ୍ର ନାୟକ

କଳାହାଣ୍ଡି: କଳାହାଣ୍ଡିର ପୂର୍ବତନ ଲୋକସଭା ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ  । ଆଜି ସକାଳ 8ଟା 45 ମିନିଟରେ ଭବାନୀପାଟଣା ମେଡିକାଲରେ ପୂର୍ବତନ ସାଂସଦଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା ।

1991ରୁ 1995 ପର୍ଯ୍ୟନ୍ତ କଂଗ୍ରେସରୁ କଳାହାଣ୍ଡିର ସାଂସଦ ଥିଲେ । ବର୍ତ୍ତମାନ ବିଜେପି ସଦସ୍ୟ ଥିଲେ ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକ । ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ଅମର ଆତ୍ମାର ସଦଗତି କାମନା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ପୁଅ ଫେରି ଆସିବାକୁ ନିବେଦନ କଲେ ଅପରାଜିତା, ବୁଝାଇଲେ ବନ୍ଧୁତାର ସଂଜ୍ଞା

ଭୁବନେଶ୍ବର: ବାବୁସାନ ବିବାଦରେ ମୁହଁ ଖୋଲିଲେ ମା’ ଅପରାଜିତା ମହାନ୍ତି । ସ୍ତ୍ରୀ ଓ ପୁଅ ପାଖକୁ ପୁଣି ଥରେ ବାବୁସାନ୍‌ ଫେରି ନୂଆ ଆରମ୍ଭ କରୁ ବୋଲି ଆଶା ପ୍ରକାଶ କରିଛନ୍ତି ଅପରାଜିତା  ।

ବାବୁସାନ୍‌ ଓ ପ୍ରକୃତିଙ୍କ ବନ୍ଧୁତ୍ବ ବିଷୟରେ ଚାରିଆଡେ ଚର୍ଚ୍ଚା ଜୋର ଧରିଥିବା ବେଳେ ବନ୍ଧୁତାର ସଂଜ୍ଞା ବୁଝାଇଛନ୍ତି ଅପରାଜିତା । ପ୍ରକୃତ ବନ୍ଧୁ ହିଁ ଜଣେ ବନ୍ଧୁକୁ କେବେ ଅସୁବିଧାରେ ପକାଏ ନାହିଁ ବୋଲି ସେ କହିଛନ୍ତି । ଦୀର୍ଘ ଦେଢ ବର୍ଷ ହେବ ବାବୁସାନ୍‌ର ଆଚରଣ ଓ ଉଚ୍ଚାରଣରେ ପରିବର୍ତ୍ତନ ଆସିଥିବା ସେ କହିଛନ୍ତି  ।

ଭୁଲ ସଙ୍ଗତରେ ଆସି ବାବୁସାନ୍‌ର ସର୍ବନାଶ ହୋଇଛି। ଦେଢବର୍ଷ ଭିତରେ ସେ ଖୁବ୍‌ ବଦଳି ଯାଇଛି । ନିଜ ଲୋକଙ୍କୁ ଖୁବ ଭଲ ପାଉଥିବା ବାବୁସାନ୍‌ କେଉଁଟା ଖରାପ, କେଉଁଟା ଭଲ ବି ବୁଝିପାରିଲାନି  । ସେ ବହୁତ୍‌ ଭଲ ପିଲାଟିଏ ଓ ବହୁତ ଗେହ୍ଲା  ।  ବାପା, ମା’, ସ୍ତ୍ରୀ ଓ ଛୁଆଙ୍କୁ ସେ ବହୁତ ଭଲପାଏ ବୋଲି କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି ଅପରାଜିତା ।

ସେ ଆହୁରି ମଧ୍ୟ କହିଛନ୍ତି ‘ମୋ ପୁଅ ବହୁତ ଟ୍ୟାଲେଣ୍ଟେଡ  । ଓଡ଼ିଆ ଫିଲ୍ମ ପାଇଁ ସେ ବହୁତ କିଛି କରିବାକୁ ଚାହେଁ  । ପୂର୍ବଭଳି ଓଡିଆ ଦର୍ଶକ ତା ଭୁଲ କ୍ଷମା କରି ତାକୁ ସେହି ଭଲ ପାଇବା ଦିଅନ୍ତୁ’ ବୋଲି ନିବେଦନ କରିଛନ୍ତି ଅପରାଜିତା ।

 

 

ବିଚ୍‌ରାସ୍ତାରେ ପ୍ରେମ ନିବେଦନ କରୁଥିଲା ଦାଦା, ନ ମାନିବାରୁ ପୋଡି ମାରିଦେଲା

ବାଲେଶ୍ବର: ଏକତରଫା ପ୍ରେମର କରୁଣ ପରିଣତି । ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଅଭାବନୀୟ କାଣ୍ଡ ଘଟାଇଲା ଦାଦା । କିରୋସିନି ଢାଳି ଜୀଅନ୍ତା ପୋଡ଼ିଦେଲା ସମ୍ପର୍କୀୟ ଦାଦା । ବାଲେଶ୍ଵର ଜିଲ୍ଲା ଖଇରା ଥାନା ବାରିଙ୍ଗିଆ ଗାଁରେ ଘଟିଛି ଏଭଳି ଅଘଟଣ । ଗାଁର ଦୟାନିଧି ଜେନା ନାବାଳିକାଙ୍କୁ ଏକତରଫା ପ୍ରେମ କରୁଥିଲେ । ଯାହାକୁ ପ୍ରତ୍ୟାଖ୍ୟାନ କରିଥିଲେ ସମ୍ପର୍କୀୟ ଝିଆରୀ ।

ପିଲାବେଳୁ ଦୟାନିଧିଙ୍କ ଘରକୁ ଯିବା ଆସିବା କରନ୍ତି ନାବାଳିକା । ଦୟାନିଧିଙ୍କ ସ୍ତ୍ରୀ ତାଙ୍କୁ ପାଠ ପଢ଼ାଉଥିଲେ । ହେଲେ ହଠାତ୍ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ପରେ ଆଉ ତାଙ୍କ ଘରକୁ ଯାଉନଥିଲେ ନାବାଳିକା । ତଥାପି ଦୟାନିଧି ବିଚ୍ ରାସ୍ତାରେ ନାବାଳିକାଙ୍କୁ  ପ୍ରେମ ନିବେଦନ କରୁଥିବା ଅଭିଯୋଗ ହୋଇଛି । ତେଣୁ ପାନେ ଦେବାକୁ ସୁଯୋଗ ଅପେକ୍ଷାରେ ଥିଲେ ଦୟାନିଧି ।

ଆଜି ସକାଳୁ ସକାଳୁ ନାବାଳିକା ପାଇଖାନାରେ ଥିବା ବେଳେ ଦୟାନିଧି ଯାଇ ମୁହଁରେ ଲୁଗା ଘୋଡାଇ ବନ୍ଦ କରିବା ସହ ଚୁଟି କାଟିଦେଇଥିଲେ । ତାପରେ ନାବାଳିକାଙ୍କ ଦେହରେ କିରୋସିନ ଢାଳି ଜିଅନ୍ତା ଜାଳିଦେଇଥିଲା ନୃଶଂସ ଦୟାନିଧି । ପଡୋଶୀ ଆସି ଦେଖିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।

ହତ୍ୟାକାରୀ ଯୁବକକୁ ଗ୍ରାମବାସୀ କାବୁ କରି ଖଇରା ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଁଚି ଯୁବକକୁ ଅଟକ ରଖିବା ସହିତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଞ୍ଚଳରେ ଏବେବି ଉତ୍ତେଜନା ଲାଗି ରହିଛି ।

ଥାନାରେ ହାଜର ହେବେ ବାବୁସାନ୍‌ ପ୍ରକୃତି, ତୃପ୍ତିଙ୍କ ବିରୋଧରେ ଏହି ସବୁ ଦଫା

ଭୁବନେଶ୍ବର: ରାସ୍ତା ଉପରେ ଷ୍ଟାର ଦମ୍ପତିଙ୍କ ହାଇଡ୍ରାମା ଘଟଣାରେ ୭ ଜଣଙ୍କ ବୟାନ ରେକର୍ଡ କଲା ପୋଲିସ  । ଦୁଇଟି ମାମଲାରେ ୭ ଜଣଙ୍କ ବୟାନ ରେକର୍ଡ କରିଛି ଖାରବେଳ ନଗର ଥାନା ପୋଲିସ  । ବାବୁସାନ୍‌ଙ୍କ ପତ୍ନୀ ତୃପ୍ତି ଶତପଥୀଙ୍କ ଅଭିଯୋଗ କ୍ରମେ ଅପରାଜିତା ମହାନ୍ତି, ତୃପ୍ତି ଶତପଥୀ, ଲଳିତ ଶତପଥୀ, ମାଉସୀ ସଙ୍ଗୀତା ପ୍ରହରାଜ, ମଉସା  ଅଶୋକ ପ୍ରହରାଜଙ୍କ ବୟାନ ରେକର୍ଡ ହୋଇଛି ।

ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନ୍ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କୁ ନୋଟିସ ଜାରି କରାଯାଇଛି  । ଓଡିଶା ଆସିଲେ ତୁରନ୍ତ ଥାନାରେ ହାଜର ହୋଇ ପକ୍ଷ ରଖିବା ପାଇଁ କୁହାଯାଇଛି  । ଆଉ କିଛି ସମୟ ପରେ ତୃପ୍ତିଙ୍କ ଘରେ ପହଞ୍ଚିବେ ତଦନ୍ତକାରୀ ଅଧିକାରୀ  । ଘଟଣାର ବିଭିନ୍ନ ଦିଗକୁ ନେଇ ପଚରାଉଚରା କରିବ ପୋଲିସ ।

ସେପଟେ ପ୍ରକୃତି ରହୁଥିବା ଗେଷ୍ଟହାଉସର ମାଲିକ, କର୍ମଚାରୀ ଏବଂ ପ୍ରତକ୍ଷଦର୍ଶୀଙ୍କୁ ରାତିରେ ପୋଲିସ ପଚରାଉଚରା କରିଛି  । ଗେଷ୍ଟହାଉସ କାହା ନାମରେ ବୁକ୍ ଥିଲା ? କେତେ ଦିନ ହେବ ବୁକ୍ ହୋଇଥିଲା ? କିଏ କିଏ ରହୁଥିଲେ ? ବାବୁସାନ୍ ଏବଂ ପ୍ରକୃତି ମିଶ୍ର କେବେ ଠାରୁ ରହୁଥିଲେ ? ଏସବୁ ଦିଗକୁ ନେଇ ତଦନ୍ତ ପ୍ରକ୍ରିୟା ଆଗକୁ ବଢାଇବ ପୋଲିସ  । ଅନ୍ୟପଟେ ପ୍ରକୃତିଙ୍କ ମା’ କ୍ରିଷ୍ଣାପ୍ରିୟା ମିଶ୍ରଙ୍କ ଅଭିଯୋଗ କ୍ରମେ ମନ୍ମଥ ମିଶ୍ର ଓ କ୍ରିଷ୍ଣପ୍ରିୟା ମିଶ୍ରଙ୍କ ବୟାନ ରେକର୍ଡ ସରିଛି । ଜାଣନ୍ତୁ କାହା ବିରୁଦ୍ଧରେ ଲାଗିଛି କେଉଁ ଦଫା ?

ତୃପ୍ତି ଶତପଥୀ ଏବଂ ବାପା ଲଳିତ ଶତପଥୀଙ୍କ ବିରୋଧରେ ଲାଗିଥିବା ଦଫା

323 – ଶାରୀରିକ ନିର୍ଯ୍ୟାତନା

341- ରାସ୍ତାରେ ଅଟକାଇ ମାଡ ମାରିବା

506- ଅପରାଧିକ ଉଦ୍ଦେଶ୍ୟ ରଖି ଧମକ ଦେବା

294 – ସର୍ବସାଧାରଣ ଅସଭ୍ୟ ଭାଷାରେ ଗାଳି କରିବା

34 IPC- ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି

ବାବୁସାନ୍‌ଙ୍କ ବିରୋଧରେ 498A ଲାଗିଛି ।

ରାଉରକେଲା ଗସ୍ତରେ କ୍ରୀଡାମନ୍ତ୍ରୀ, ହକି ଷ୍ଟାଡିଅମର କରିବେ ଅନୁଧ୍ୟାନ

ରାଉରକେଲା: ଆଜି ରାଉରକେଲା ଗସ୍ତ କରିଛନ୍ତି ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା । ରାଉରକେଲା ବିମାନବନ୍ଦର ଠାରେ ପହଞ୍ଚିଵା ପରେ ସେ ହକି ଷ୍ଟାଡିୟମ୍ ଗସ୍ତ କରିଛନ୍ତି । ବିପିୟୁଟି ପରିସରରେ ନିର୍ମିତ ହେଉଥିବା ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବାକୁ ପହଞ୍ଚିଛନ୍ତି ମନ୍ତ୍ରୀ।

ଏହାସହ ଵିଶ୍ରା ଛକ ଠାରେ ନିର୍ମାଣ ହେଉଥିବା ଫୁଟବଲ ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ମଧ୍ୟ ସେ ଅନୁଧ୍ୟାନ କରିବେ। ପରେ ପ୍ରଶାସନିକ ଅଧିକାରୀ ଓ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ନିର୍ଦ୍ଧାରିତ ସମୟରେ ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଶେଷ ହେଵ ବୋଲି ଇଡକୋ ସିଜିଏମ ସିଭିଲ ଅଶ୍ବିନୀ କୁମାର ବିଶ୍ବାଳ ସୂଚନା ଦେଇଛନ୍ତି।

ପରିବାର ପାଇଁ ପ୍ରକୃତିଙ୍କୁ ନା କହିବେ ବାବୁସାନ୍‌, ରାତିଅଧରେ କଲେ ପୋଷ୍ଟ

ଭୁବନେଶ୍ବର: ବିବାଦ ପରେ ମୁହଁ ଖୋଲିଲେ ବାବୁସାନ୍ । ପରିବାର ପାଇଁ ପ୍ରକୃତିଙ୍କ ସହ ଆଉ ଫିଲ୍ମ କରିବେନି ବୋଲି କହିଛନ୍ତି ଅଭିନେତା ବାବୁସାନ୍‌ ମହାନ୍ତି । ଦରକାର ପଡ଼ିଲେ କୌଣସି ହିରୋଇନଙ୍କ ସହ ବି ଫିଲ୍ମ କରିବେନି ବୋଲି ସେ କହିଛନ୍ତି । ରାତି ଅଧରେ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଅଭିନେତା ବାବୁସାନ ।

ଭିଡିଓରେ ସେ କହିଛନ୍ତି ପରିବାରରେ ଯଦି ଏତେ ସମସ୍ୟା ରହୁଛି, ତେବେ ପ୍ରକୃତିଙ୍କ ସହ ଆଉ ଫିଲ୍ମ କରିବିନି । ଚେନ୍ନାଇ ଓଡ଼ିଆ ସମାଜ ପକ୍ଷରୁ ତାଙ୍କୁ ଉତ୍କଳ ଦିବସ ପାଇଁ ନିମନ୍ତ୍ରଣ କରାଯାଇଥିଲା । ଯେଉଁଠିକି ପ୍ରକୃତି ମିଶ୍ରଙ୍କୁ ବି ନିମନ୍ତ୍ରଣ କରାଯାଇଥିଲା । ନିକଟରେ ପ୍ରକୃତି ଓ ବାବୁସାନ୍‌ଙ୍କ ଫିଲ୍ମ ପ୍ରେମମ୍ ରିଲିଜ ହେବାକୁ ଯାଉଛି ।

ଯାହାର ପ୍ରମୋସନ ସହ ନୂଆ ଏକ ଫିଲ୍ମର ନାଁ ଘୋଷଣା କରିବାକୁ ସେ ଚେନ୍ନାଇ ଯାଉଥିଲେ । ହେଲେ ସେଠାକୁ ଯିବା ସମୟରେ ରାଜରାସ୍ତାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ବାବୁସାନ୍‌ ଓ ପ୍ରକୃତିଙ୍କ କାରକୁ ବିଚ୍‌ ରାସ୍ତାରେ ଅଟକାଇ ଅତର୍କିତ ଆକ୍ରମଣ କରିଥିଲେ ପତ୍ନୀ ତୃପ୍ତି  । ଯେଉଁଥିପାଇଁ ପ୍ରକୃତିଙ୍କ ପରିବାର ଓ ତୃପ୍ତିଙ୍କ ପକ୍ଷରୁ ଖାରବେଳ ନଗର ଥାନାରେ ଦୁଇ ଦୁଇଟି ମାମଲା ରୁଜୁ ହୋଇଛି।

 

ଦିନକ ପରେ ସରିବ କାର୍ଯ୍ୟକାଳ, ଆଜି ରାଷ୍ଟ୍ରପତିଙ୍କ ଶେଷ ସମ୍ବୋଧନ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ଶେଷ ସମ୍ବୋଧନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ସନ୍ଧ୍ୟା ୭ଟା ରେ ଦେଶକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି  । ଦିନକ ପରେ କାର୍ଯ୍ୟକାଳ ସରୁଥିବାରୁ ଦେଶ ଉଦ୍ଦେଶ୍ୟରେ ତାଙ୍କର ଅଭିଭାଷଣ ମହତ୍ତ୍ବ ରଖିବ। ଗତକାଲି ସଂସଦର ସେଣ୍ଟ୍ରାଲ ହଲରେ ପ୍ରଧାନମନ୍ତ୍ରୀଙ୍କ ସହ ସବୁ ସାଂସଦ ମାନେ ଉପସ୍ଥିତ ରହି ରାମନାଥ କୋବିନ୍ଦଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଥିଲେ ।

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିଭାଷଣ ଦେଇଥିଲେ । ଦଳଗତ ମନୋବୃତ୍ତିରୁ ଉପରକୁ ଉଠି ସବୁ ଦଳ କାମ କରିବା ଦରକାର ବୋଲି ରାମନାଥ କହିଛନ୍ତି । ସବୁ ସାଂସଦଙ୍କ ପ୍ରତି ତାଙ୍କର ସ୍ବତନ୍ତ୍ର ସମ୍ମାନ ରହିଛି । ଆସନ୍ତାକାଲି ରାଷ୍ଟ୍ରପତି ଭାବେ ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ସରୁଛି  । ଗତ ୨୫ ଜୁଲାଇ ୨୦୧୭ରେ ୧୪ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ରାମନାଥ କୋବିନ୍ଦ ।

ଦଳିତ ସମୁଦାୟ ରାଷ୍ଟ୍ରପତି ଭାବେ ସେବା ଯୋଗାଉଥିବା କେଆର ନାରାୟଣନଙ୍କ ପରେ ଦ୍ବିତୀୟ ବ୍ୟକ୍ତି ହେଉଛନ୍ତି କୋବିନ୍ଦ । ରାଷ୍ଟ୍ରପତି ହେବା ପୂର୍ବରୁ ୨୦୧୫ ରୁ ୨୦୧୭ ଯାଏଁ ବିହାର ରାଜ୍ୟପାଳ ଭାବେ ସେ ଦାୟିତ୍ବ ତୁଲାଇଥିଲେ । ଏହା ସହ ସେ ରାଜ୍ୟସଭାର ସଦସ୍ୟ ବି ରହିଛନ୍ତି । ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ୧୬ ବର୍ଷ ସେ ଆଇନକୁ ପେଷା କରିଥିଲେ । ସେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଓ ସୁପ୍ରିମକୋର୍ଟରେ ବି ଆଇନଜୀବୀ ରହିଛନ୍ତି  ।

ନୂଆ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୂର୍ମୁ ଶପଥ ନେବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଆସନ୍ତାକାଲି ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ ।