spot_img
Home Blog Page 4114

କ୍ରୀଡ଼ା ମନ୍ତ୍ରଣାଳୟ ରାଷ୍ଟ୍ରୀୟ କର୍ମଶାଳାରେ ସାମିଲ ହେବାକୁ ଗୁଜରାଟରେ ତୁଷାରକାନ୍ତି

ଭୁବନେଶ୍ବର: ଇଲେକଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଦୁଇଦିନିଆ ଗୁଜରାଟ ଗସ୍ତରେ ଯାଇ କେଭେଡ଼ିଆଠାରେ ପହଞ୍ଚିଛନ୍ତି । ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ କର୍ମଶାଳାରେ ଓଡ଼ିଶା ପକ୍ଷରୁ କରିବେ ପ୍ରତିନିଧିତ୍ବ । କର୍ମଶାଳାରେ ଖେଲୋ ଇଣ୍ଡିଆ ଯୋଜନାକୁ ଓଡିଶା କିପରି ଭାବେ ଆଗେଇ ନେଇଛି ସେ ସମ୍ପର୍କରେ ବିସ୍ତୃତ ବିବୃତ୍ତି ରଖିବେ ।

ଏହାସହ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା କ୍ରୀଡ଼ାକୁ ପ୍ରାଧାନ୍ୟ ଦେଇ କ’ଣ ସବୁ ପଦକ୍ଷେପ ଗ୍ରହଣ କରିଛି ସେ ସମ୍ପର୍କରେ ଅବଗତ କରିବେ ।  ଉନ୍ନତ କ୍ରୀଡା ଭିତ୍ତିଭୂମିଠାରୁ ଆରମ୍ଭ କରି ତୃଣମୂଳସ୍ତରରୁ ପ୍ରତିଭା ଚୟନ, ଉନ୍ନତ ତାଲିମ, ଖେଳାଳିଙ୍କ କ୍ରୀଡ଼ା ଦକ୍ଷତା ବୃଦ୍ଧି ପାଇଁ ଆଧୁନିକ ଜ୍ଞାନ କୌଶଳର ଉପଯୋଗ ଆଦି ବିଭିନ୍ନ ବିଷୟରେ ଓଡ଼ିଶା କ’ଣ ସବୁ ପଦକ୍ଷେପ ଗ୍ରହଣ କରିଛି ସେ ଉପରେ ନିଜର ମତ ରଖିବେ I

କର୍ମଶାଳା ଦ୍ୱାରା ବିଭିନ୍ନ ରାଜ୍ୟ ମଧ୍ୟରେ ଭାବ ବିନିମୟ ହେବା ସହିତ ଆଞ୍ଚଳିକ ସ୍ତରରେ କ୍ରୀଡ଼ାକୁ ଅଧିକ ସମୃଦ୍ଧ କରିବା ନେଇ ପଥ ଦେଖାଇବ ବୋଲି ମନ୍ତ୍ରୀ କହିଛନ୍ତି । ସେ ଆଗକୁ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ସ୍ପୋର୍ଟ୍ସ ଫର ୟୁଥ ଏବଂ ୟୁଥ ଫର ଫ୍ୟୁଚର’କୁ ନେଇ ଯେଉଁ ବାର୍ତ୍ତା ଦେଇଛନ୍ତି ତାକୁ ସାରା ଦେଶରେ ପ୍ରଚାର କରିବା ସହ ଓଡିଶାକୁ ଆଗାମୀ ଦିନରେ ବିଶ୍ୱର ସର୍ବଶ୍ରେଷ୍ଠ କ୍ରୀଡ଼ା ହ ରେ ପରିଣତ କରିବା ନେଇ ସବୁ ପ୍ରକାର କାର୍ଯ୍ୟପନ୍ଥା ହାତକୁ ନିଆଯିବ ।’ ସୂଚନାଯୋଗ୍ୟ, ଏହି ଦୁଇ ଦିନିଆ କର୍ମଶାଳାରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ସହ ସମସ୍ତ ରାଜ୍ୟର କ୍ରୀଡ଼ାମନ୍ତ୍ରୀ ଏବଂ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି I

ରଶ୍ମିରେଖା ମୃତ୍ୟୁ ମାମଲା: ବୟଫ୍ରେଣ୍ଡ ମୁହଁରେ ବ୍ରେକଅପ୍ କାହାଣୀ

ଭୁବନେଶ୍ବର: ଟେଲି ଅଭିନେତ୍ରୀ ରଶ୍ମିରେଖା ସୁଇସାଇଡ୍ ସସପେନ୍ସ । ଏକ୍ସ ବୟଫ୍ରେଣ୍ଡ ରାଜାଙ୍କୁ ୨ ଘଣ୍ଟା ମାରାଥନ ଜେରା କରିଛି ନୟାପଲ୍ଲୀ ଥାନା ପୋଲିସ । ଜେରା ବେଳେ ରଶ୍ମି ଓ ରାଜାଙ୍କ ମଧ୍ୟରେ ଥିବା ସମ୍ପର୍କ ନେଇ ପଚରାଉଚରା କରିଛି ପୋଲିସ । ନୋଟିସ ପରେ ରାଜା ଥାନାରେ ହାଜର ହୋଇ ବୟାନ ରଖିଥିବା ବେଳେ ଏବେ ବି ଫେରାର ଅଛନ୍ତି ସନ୍ତୋଷ ପାତ୍ର । ପୋଲିସ ହାତରେ ଲାଗିଛି ରଶ୍ମିରେଖାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ପୁଣି ଥରେ ରାଜାଙ୍କୁ ଥାନାରେ ହାଜର ହେବାକୁ କୁହାଯାଇଥିବା ବେଳେ ଘଟଣାରେ ଆଉ କିଛି ଲୋକଙ୍କୁ ନୋଟିସ ଦେଇଛି ପୋଲିସ ।

ବୟଫ୍ରେଣ୍ଡ ରାଜା ମୁହଁରେ ବ୍ରେକଅପ୍ କାହାଣୀ । ରାଜା ଖୋଲିବେ ରଶ୍ମିରେଖା ଆତ୍ମହତ୍ୟାର ରାଜ୍ । ରଶ୍ମିରେଖାଙ୍କ ସହ ରାଜାଙ୍କ ସମ୍ପର୍କ କ’ଣ ?  କେବେଠାରୁ ରଶ୍ମିରେଖାଙ୍କୁ ଜାଣିଥିଲେ ? ରଶ୍ମିରେଖା ସନ୍ତୋଷଙ୍କୁ ବିବାହ କରିବା ପରେ ଭିଡିଓ କଲ କରୁଥିଲେ କି ରାଜା ? ଯଦି କରୁଥିଲେ ତେବେ ଏହା ରଶ୍ମିରେଖାଙ୍କ ମାନସିକ ଚାପର କାରଣ କି ? ରଶ୍ମିରେଖାଙ୍କ ଏକ୍ସ ବୟଫ୍ରେଣ୍ଟ ରାଜାଙ୍କୁ ଏଭଳି ଅନେକ ପ୍ରଶ୍ନ କରିଛି ପୋଲିସ ।

ସେପଟେ ସାମ୍ନାକୁ ଆସିଛି ରଶ୍ମିରେଖାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ଏଥିରେ ରଶ୍ମିରେଖା ଆତ୍ମହତ୍ୟା କରିଥିବା ଉଲ୍ଲେଖ କରାଯାଇଛି । ତେବେ ଏପର୍ଯ୍ୟନ୍ତ ଆତ୍ମହତ୍ୟା ପଛର କାରଣ ଜଣାପଡିନି । ସେଥିପାଇଁ ତାଙ୍କର ଦୁଇ ପୁରୁଷ ବନ୍ଧୁଙ୍କୁ ନୋଟିସ କରାଯାଇଛି । ରାଜାଙ୍କୁ ଆଜି  ପଚରାଉଚରା କରାଯାଇଥିବା ବେଳେ ସନ୍ତୋଷକୁ ମଧ୍ୟ ଖୁବଶୀଘ୍ର ଜେରା କରାଯିବ ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି । ତେବେ ଆତ୍ମହତ୍ୟା ପୂର୍ବରୁ ରଶ୍ମିରେଖା ଗର୍ଭବତୀ ଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ।

ସେପଟେ ଝିଅର ମୃତ୍ୟୁ ପରେ ବାପା ମାଆଙ୍କ ଆଖିରୁ ଲୁହ ଶୁଖୁନି । ରଶ୍ମିରେଖାଙ୍କ ଆତ୍ମହତ୍ୟା ପାଇଁ ଦାୟୀ କିଏ ? ସତ କ’ଣ ସାମନାକୁ ଆଣିବାକୁ ଅଭିନେତ୍ରୀଙ୍କ ବାପା ରଞ୍ଜନ ଓଝା କହିଛନ୍ତି । ଘଟଣାରେ ଦୁଇ ପୁରୁଷ ବନ୍ଧୁ ରାଜା ଏବଂ ସନ୍ତୋଷ ପାତ୍ରଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ରଞ୍ଜନ ।

ଆତ୍ମହତ୍ୟା ପୂର୍ବରୁ ରଶ୍ମିଙ୍କ ଶେଷ ଭିଡିଓ ସାମନାକୁ ଆସିଛି । ଏକ ବାରରେ ମନଖୋଲି ନାଚି ଥିଲେ ରଶ୍ମିରେଖା । କୌଣସି କାରଣରୁ ମାନସିକ ଚାପରେ ଥିବାରୁ ମନ ହାଲକା କରିବା ପାଇଁ ବାରକୁ ଯାଇଥିବା ଜଣାପଡିଛି ।

ବିପର୍ଯ୍ୟୟ ମୁକାବିଲା ପାଇଁ ଆକ୍ସନ୍ ପ୍ଲାନ୍: ୨୪ ଘଣ୍ଟାରେ ରାସ୍ତା ସଫା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଆକ୍ସନ୍ ପ୍ଲାନ୍ ଦେଲା ପୂର୍ତ୍ତ ବିଭାଗ । ବିପର୍ଯ୍ୟୟର ୨୪ ଘଣ୍ଟା ଭିତରେ ରାସ୍ତା ସଫା କରି ଉଦ୍ଧାର ଓ ରିଲିଫ୍ କାମକୁ ତ୍ବରାନ୍ବିତ କରିବା ଉପରେ ଦିଆଯାଇଛି ଗୁରୁତ୍ବ । ପୁନଃ ଥଇଥାନ ପାଇଁ ଜିଲ୍ଲା ପ୍ରଶାସନ, ଓଡ୍ରାଫ, ଏନଡିଆରଏଫ୍ ଓ ଅନ୍ୟ ବୈଷୟିକ ବିଭାଗ ସହ ସମନ୍ବୟ ରଖି କାମ କରାଯିବ । କ୍ଷୟକ୍ଷତିର ଫଟୋକୁ ଜିଓ ଟ୍ୟାଗିଂ କରି ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ପାଖରେ ରିପୋର୍ଟ ଦାଖଲ କରାଯିବ । ଆବଶ୍ୟକ ସ୍ଥଳେ ପୂର୍ତ୍ତ ବିଭାଗର ତାଲିକାଭୁକ୍ତ ଠିକାଦାରଙ୍କ ସହଯୋଗ ନିଆଯିବ ।

ବର୍ଷା ପରେ ବନ୍ୟା । ଅକ୍ଟୋବର ଆସିଲେ ବାତ୍ୟା ଭୟ । ଭୂକମ୍ପ ବି ଦେଇପାରେ ଝଟକା । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କ୍ବିକ୍ ରେସପନସ୍ ଟିମ ବା କ୍ୟୁଆରଟି ଗଠନ କରିବ ପୂର୍ତ୍ତ ବିଭାଗ । ପ୍ରଥମେ ଅପରେଟିଂ ଗ୍ରୁପ୍ ଟ୍ରି କଟର୍, ଜେସିବି ଓ ସ୍ଥାନୀୟ ଶ୍ରମିକଙ୍କ ଜରିଆରେ ଯାତାୟତ ଅବରୋଧ କରୁଥିବା ଗଛର ଶାଖା କାଟିବେ । ୨୪ଘଣ୍ଟା ଭିତରେ ୩ ମିଟର ଓସାର ରାସ୍ତା ସଫା କରି ରିଲିଫ କାମ ଆରମ୍ଭ ହେବ । ପୁରୁଣା ଭଙ୍ଗା ବ୍ରିଜ୍ ନିକଟରେ ହ୍ୟୁମ୍ ପାଇପ୍ ବିଛାଯିବ । ଏଥିରେ ବାଲି ବ୍ୟାଗ୍ ବା ମୋରମ ଆଚ୍ଛାଦିତ କରି ଟ୍ରାଫିକ୍ ପୁନରୁଦ୍ଧାର ହେବ । ସେହିପରି ପାହାଡ଼ ପାଖରେ ସଠିକ୍ ସ୍ଲୋପ ପାଇଁ ଅସ୍ଥାୟୀ କାନ୍ଥ ନିର୍ମାଣ କରି ଭୂସ୍ଖଳନର ମୁକାବିଲା କରାଯିବ ।

ଜଳ ନିଷ୍କାସନକାରୀ ପମ୍ପ, ଜେନେରେଟର, ସିଡ଼ି, ଦଉଡ଼ି, ବନ୍ୟା ଲାଇଟ୍, ହାତୁଡ଼ି ସହ ମାନବ ସମ୍ବଳ ଜରୁରିକାଳୀନ ସମୟରେ ବ୍ୟବହାର କରାଯାଇ ପାରିବ । ଜଳମଗ୍ନ ରାସ୍ତାରେ ବନ୍ଦ ରହିବ ଯାତାୟତ । ସମ୍ବେଦନଶୀଳ ସ୍ଥାନ ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯିବ । ଜରୁରିକାଳୀନ ପରିସ୍ଥିତିରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯିବ । ଯାନବାହାନର ଯାତାୟତ ପାଇଁ ପାହାଡ଼ ପାର୍ଶ୍ବରେ ବ୍ୟାରିକେଡ୍ ସୃଷ୍ଟି କରାଯିବ । ଓଡ୍ରାଫ ଓ ଏନଡିଆରଏଫର ଉଦ୍ଧାର କାର୍ଯ୍ୟ ନେଇ ସଚେତନ କରାଯିବ ।

ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାର ମନିଟରିଂ କରାଯିବ । ପ୍ରାକ୍ ଓ ପରବର୍ତ୍ତୀ ସ୍ଥିତିର ଦୈନିକ ସୂଚନା ପାଇଁ ଜରୁରିକାଳୀନ ସେଲ ଓ ହ୍ବାଟ୍ସଆପ୍ ଗ୍ରୁପ ଖୋଲାଯିବ ।

ସ୍ଥାନୀୟ ଶିଳ୍ପକୁ ପ୍ରୋତ୍ସାହନ, ଗୋଟିଏ ସ୍ଥାନରେ ମିଳିବ ସବୁ ଦ୍ରବ୍ୟ

ଭୁବନେଶ୍ବର: ଟ୍ୱିନସିଟିରେ ଉନ୍ମୋଚିତ ହେଲା ଗୋଟିଏ ଷ୍ଟେସନ ଗୋଟିଏ ଉତ୍ପାଦ ଷ୍ଟଲ୍  । ଏହାର ଲକ୍ଷ୍ୟ ରେଳ ଷ୍ଟେସନକୁ ଏକ ପ୍ରମୋସନାଲ୍ ହବ୍ ଏବଂ ଏକ ସ୍ଥାନୀୟ ଉତ୍ପାଦ ପାଇଁ ପ୍ରଦର୍ଶନ ଗନ୍ତବ୍ୟସ୍ଥଳ କରିବା  । ଫଳରେ ସ୍ଥାନୀୟ ଶିଳ୍ପଗୁଡିକ ଏକ ପ୍ରମୁଖ ଉତ୍ସ ହେବ | ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ “ବେଲ୍ ମେଟାଲ୍ ଉତ୍ପାଦ” ଭୁବନେଶ୍ୱର ରେଳ ଷ୍ଟେସନରେ ଉପଲବ୍ଧ ହେବ | ସେହିପରି କଟକ ଜିଲ୍ଲାର ପ୍ରସିଦ୍ଧ “ସିଲଭର ଫିଲିଗ୍ରି ହସ୍ତତନ୍ତ ଏବଂ ହ୍ୟାଣ୍ଡଲୁମ୍ ଉତ୍ପାଦ” କଟକ ରେଳ ଷ୍ଟେସନରେ ଉପଲବ୍ଧ ହେବ |

ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି (ORMAS), ପୁରୀ ସହିତ ମିଳିତ ଭାବରେ ଏହି ଷ୍ଟଲ୍ ଖୋଲାଯାଇଛି | ଗୋଟିଏ ଷ୍ଟେସନ୍- ଗୋଟିଏ ଉତ୍ପାଦ ଯୋଜନା ସ୍ଥାନୀୟ କାରିଗର, କୁମ୍ଭକାର, ବୁଣାକାର / ହ୍ୟାଣ୍ଡଲୁମ୍ ବୁଣାକାର, ଆଦିବାସୀ ମାନଙ୍କର ଜୀବିକା ବୃଦ୍ଧି ତଥା କଲ୍ୟାଣ ଉଦ୍ଦେଶ୍ୟରେ ଭାରତ ସରକାର ନିକଟରେ ବଜେଟରେ ଘୋଷଣା କରିଥିଲେ | ଏହି ଯୋଜନା ଅଧୀନରେ ରେଳ ଷ୍ଟେସନରେ ସ୍ଥାନୀୟ କାରିଗରମାନଙ୍କୁ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳ ସମ୍ବନ୍ଧୀୟ ପ୍ରସିଦ୍ଧ ସ୍ଥାନୀୟ ଉତ୍ପାଦଗୁଡିକ ପ୍ରଦର୍ଶନ ଏବଂ ବିକ୍ରୟ ପାଇଁ ଷ୍ଟଲ୍ ଯୋଗାଇ ଦିଆଯାଉଛି | ଖୋର୍ଦ୍ଧା ରୋଡ଼ ର ମଣ୍ଡଳ ରେଳ ପ୍ରବନ୍ଧକ ରିଙ୍କେଶ ରାୟ ଯାତ୍ରୀମାନଙ୍କୁ ଷ୍ଟଲଗୁଡିକର ସୁବିଧା ନେବାକୁ ଏବଂ ରେଳ ଷ୍ଟେସନରେ ସ୍ଥାନୀୟ ଉତ୍ପାଦର ସାମଗ୍ରୀ ଗୁଡ଼ିକ ଦେଖିବାକୁ ଅନୁରୋଧ କରିଛନ୍ତି ।

ନବୀନ କହିବେ ଓଡ଼ିଶା ସଫଳତାର କାହାଣୀ, ଶୁଣିବ ସାରା ଦୁନିଆ

ଭୁବନେଶ୍ବର: ସାରା ବିଶ୍ବରେ ଶୁଭିବ ଓଡ଼ିଶାର ସ୍ବର । ରାଜ୍ୟକୁ ମିଳିବ ସ୍ବତନ୍ତ୍ର ପରିଚୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତିସଂଘ ୱାର୍ଲ୍ଡ ଫୁଡ କାର୍ଯ୍ୟକ୍ରମରେ ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନାରେ କ୍ଷେତ୍ରରେ ରାଜ୍ୟର ସଫଳତା କଥା କହିବେ । ବିଶ୍ବ ଖାଦ୍ୟ ଯୋଜନାର ମୁଖ୍ୟଙ୍କ ନିମନ୍ତ୍ରଣ କ୍ରମେ ମୁଖ୍ୟମନ୍ତ୍ରୀ ଗତ ୨୨ ବର୍ଷରେ ଓଡ଼ିଶାର ରୂପାନ୍ତରଣର ବାସ୍ତବତା ବିଶ୍ବବାସୀଙ୍କୁ ଜଣାଇବେ ।

ଖାଦ୍ୟ କ୍ଷେତ୍ରରେ ନିଅଣ୍ଟିଆ ରାଜ୍ୟରୁ ଆଜି ବଳକା ରାଜ୍ୟ ପାଲଟିଛି ଓଡ଼ିଶା । ଅନ୍ୟ ରାଜ୍ୟକୁ ବି ଖାଦ୍ୟ ଶସ୍ୟ ଯୋଗାଇବାକୁ ସକ୍ଷମ । ଖାଦ୍ୟ ସୁରକ୍ଷାରେ ଓଡ଼ିଶା ଏବେ ଅଗ୍ରଣୀ ରାଜ୍ୟ । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସୃଷ୍ଟି କରିଛି ବିଶ୍ବ ପାଇଁ ଉଦାହରଣ । ୧୯୯୯ ମହାବାତ୍ୟା ମହାତାଣ୍ଡବ ପରେ କେବଳ ଓଡ଼ିଶା ବିପର୍ଯ୍ୟୟକୁ ମୁକାବିଲା କରିବା ଶିଖିଲା ନାହିଁ, ବରଂ ଅନ୍ୟମାନଙ୍କୁ ଶିଖାଇଲା । ନିଜ ସମ୍ବଳର ସଠିକ ଉପଯୋଗ, ଟେକ୍ନୋଲୋଜିର ସଠିକ୍ ବ୍ୟବହାର, ଟିମ୍ ଓ୍ବାର୍କ, ଜିରୋ କାଜୁଆଲଟି ନୀତି ସହ ଓଡ଼ିଶା ସରକାରଙ୍କ ପ୍ରବଳ ଇଚ୍ଛାଶକ୍ତି ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାକୁ ସାରା ବିଶ୍ବ ମାନ୍ୟତା ଦେଉଛି । ଏସବୁ ସଫଳତା ବାବଦରେ ମୁଖ୍ୟମନ୍ତ୍ରୀ ଜାତିସଂଘର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ବବାସୀଙ୍କୁ ଉଦବୋଧନ ଦେବେ ।

୨୦୦୦ ମସିହାରେ ରାଜ୍ୟ ଶାସନ ଭାର ନବୀନ ପଟ୍ଟନାୟକ ସମ୍ଭାଳିବା ବେଳେ ରାଜ୍ୟର ସ୍ଥିତି କିପରି ଥିଲା ? ୨୨ ବର୍ଷ ଭିତରେ କେମିତି ଆସିଲା ବ୍ୟାପକ ପରିବର୍ତ୍ତନ ? କିପରି ବିପର୍ଯ୍ୟୟ ପରିଚାଳନାରେ ମାଷ୍ଟର ହୋଇଗଲା ଓଡ଼ିଶା ? ରାଜ୍ୟ ସରକାରଙ୍କ ୫-ଟି ମନ୍ତ୍ର ସାମଗ୍ରିକ ଟ୍ରାନ୍ସଫର୍ମେସନରେ କେଉଁ ଭୂମିକା ତୁଲାଉଛି ? ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ଗ୍ରାଉଣ୍ଡ ଜିରୋରେ କିପରି କାର୍ଯ୍ୟକାରୀ କରୁଛନ୍ତି ଜନ ପ୍ରତିନିଧି ଓ ପ୍ରଶାସକ ? ୧୯୯୯ ମହାବାତ୍ୟାରେ ହଜାର ହଜାର ଜୀବନ ଯାଇଥିବା ଓଡ଼ିଶାରେ କିପରି କାମ କରୁଛି ମିଶନ ଜିରୋ କାଜୁଆଲିଟି ? ଜାତିସଂଘ ବିଶ୍ବ ଖାଦ୍ୟ ଯୋଜନାର ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ଏସବୁ କଥା କହିବା ବେଳେ ଓଡ଼ିଶା ନୂଆ ପରିଚୟ ପାଇବ ବୋଲି ବିଶେଷଜ୍ଞ କହିଛନ୍ତି ।

ୟୁରୋପ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ୨୬ ତାରିଖରେ ଦୁବାଇ ଗସ୍ତ କରି ୨୯ ତାରିଖରେ ମଧ୍ୟପ୍ରାଚ୍ୟର ପୁଞ୍ଜିପତିଙ୍କ ସହ ଶିଳ୍ପାୟନ ପାଇଁ ରାଜ୍ୟରେ ଥିବା ଅପାର ସୁଯୋଗ ଓ ସମ୍ଭାବନା ବାବଦରେ ଆଲୋଚନା କରିବା ସହ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ସେମାନଙ୍କୁ ମନାଇବାକୁ ଉଦ୍ୟମ କରିବେ । ଉଭୟ ରୋମ ଓ ଦୁବାଇରେ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡିଆଙ୍କ ସହ ମଧ୍ୟ ଆଲୋଚନା କରିବେ ।

ଫ୍ଲୋର ଟେଷ୍ଟ ପାଇଁ ପ୍ରସ୍ତୁତ, ଯାହାପାଖରେ ବହୁମତ ଥିବ ସେ ସରକାର ଗଢ଼ିବ: ଶରଦ ପୱାର

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି  । ପ୍ରତି ଘଣ୍ଟାରେ ନୂଆ ନୂଆ ଟ୍ବିଷ୍ଟ ଦେଖିବାକୁ ମିଳୁଛି  । ଗୋଟିଏ ପଟେ ୪୦ରୁ ଉର୍ଦ୍ଧ୍ୱ ବିଧାୟକଙ୍କ ସମର୍ଥନ ସହ ଏକନାଥ ସିନ୍ଦେ ଗୌହ୍ବାଟିର ଏକ ହୋଟେଲରେ ରହିଛନ୍ତି  । ସେଇଠୁ ହିଁ ସେ ଶକ୍ତି ପ୍ରଦର୍ଶନ କରିବା ସହ ଗୋଟି ଚାଳନା କରୁଛନ୍ତି  । ସୂତ୍ରରୁ ପ୍ରକାଶ ସେ ଖୁବଶୀଘ୍ର ସମର୍ଥକଙ୍କୁ ନେଇ  ଅନ୍ୟ ଏକ ଦଳ ସହ ମିଶି ବହୁମତ ସାବ୍ୟସ୍ତ କରି ସରକାର ଗଢିବାକୁ ଯୋଜନା କରୁଛନ୍ତି  । ଅନ୍ୟପକ୍ଷରେ ଅସହାୟ ହୋଇ ଶିବସେନା ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭଗବାନ ଭରସାରେ ସବୁକିଛି ଛାଡି ଦେଇଛନ୍ତି  । ସେ କହିଛନ୍ତି ବିଦ୍ରୋହୀ ବିଧାୟକଙ୍କ ପାଇଁ ଦ୍ବାର ଖୋଲା ଅଛି ସେମାନେ ଯେତବେଳେ ଚାହିଁବେ ଆସିପାରିବେ  ।

ମହାରାଷ୍ଟ୍ର ସରକାରର ଅନ୍ୟ ଦୁଇ ମେଣ୍ଟ ଦଳ କଂଗ୍ରେସ ଓ ଏନସିପି ସ୍ଥିତି ସମାଧାନ ପାଇଁ ଶିବସେନା ଉପରେ ସବୁ ଛାଡି ଦେଇଛନ୍ତି  । ଶିବସେନା ଯାହା ନିଷ୍ପତ୍ତି ନେବ ସେଥିରେ ସେମାନେ ସମ୍ମତି ପ୍ରକାଶ କରିବେ ବୋଲି କହିଛନ୍ତି  । ଏହାରି ମଧ୍ୟରେ ବରିଷ୍ଠ ନେତା ତଥା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବଡ ବୟାନ ସାମ୍ନାକୁ ଆସିଛି  । ସେ କହିଛନ୍ତି ଆମେ ରାଜନୈତିକ ସଙ୍କଟର ସାମ୍ନା କରିବୁ ଏବଂ ଲଢିବୁ  । ଏବେ ବିଧାନସଭାରେ ଫ୍ଲୋର ଟେଷ୍ଟରୁ ନିର୍ଣ୍ଣୟ ହୋଇଯିବ କାହା ପାଖରେ ବହୁମତ ଅଛି ଏବଂ ସେ ହିଁ ସରକାର ଗଢିବ  ।

ସୁସ୍ଥ ହେଉଛି ରାହୁଲ, ଖୁବଶୀଘ୍ର ଘରକୁ ଫେରିବ

ବିଳାଶପୁର: ଖୁବଶୀଘ୍ର ଘରକୁ ଯିବ ରାହୁଲ । ପୂର୍ବରୁ ବୋରୱେଲରେ ସଂଗ୍ରାମ କରି ଜିତିବା ପରେ ଏବେ ହସ୍ପିଟାଲରେ ଖରାପ ସ୍ବାସ୍ଥ୍ୟ ସହ ଲଢେଇ ଜାରି ରଖିଛି ରାହୁଲ । ଧୀରେ ଧୀରେ ସୁସ୍ଥ ମଧ୍ୟ ହେଉଛି  । ବିଳାଶପୁର ସ୍ଥିତ ଆପୋଲୋ ହସ୍ପିଟାଲରେ ଚାଲିଛି ଚିକିତ୍ସା । ଆଉ ଦିନେ ଦୁଇ ଦିନ ପରେ ହସ୍ପିଟାଲରୁ ଘରକୁ ଯିବ ରାହୁଲ । ଧୀରେ ଧୀରେ ଚାଲିବା ସହ ଡାକ୍ତରଙ୍କ ସହ ହସ୍ପିଟାଲରେ ଖେଳୁଛି ଓ ପାଠପଢୁଛି । ହସ୍ପିଟାଲରେ ରାହୁଲ ଫ୍ରୁଟ ଜୁସ୍ ଓ ଫ୍ରୁଟ ସାଲାଡ୍ ଖାଉଛି ।

ଜ୍ବର କିମ୍ବା ଇନଫେକସନ ନଥିବାରୁ ଦିନେ ଦୁଇଦିନ ପରେ ହସ୍ପିଟାଲରୁ ଡିସଚାର୍ଜ କରାଯିବ । ଇଞ୍ଜେକ୍ସନ ବନ୍ଦ କରାଯାଇ କେବଳ ଟାବଲେଟ ଓ ସିରପ ଦିଆଯିବା ସହ ଫିଜିଓଥେରାପି ଜାରି ରହିଛି  । ଏନେଇ ରାହୁଲଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଇନ୍ଦିରା ମିଶ୍ର ସୂଚନା ଦେଇଛନ୍ତି । ରାହୁଲ ସୁସ୍ଥ ହୋଇ ଘରକୁ ଫେରୁଥିବା ଜାଣିବା ପରେ ଘରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ପ୍ରଭୁ ଜଗନ୍ନାଥଙ୍କ ରଥ କରି ଡିଜେ ବଜାଇ ରାହୁଲଙ୍କୁ ଗ୍ରାମବାସୀ ସ୍ବାଗତ କରିବେ ବୋଲି ରାହୁଲଙ୍କ ଵାପା କହିଛନ୍ତି ।

ମହଙ୍ଗା ପଡ଼ିଲା ଓଭର ଲୋଡ୍: ରାସ୍ତା ଉପରେ ଦୁଇ ସ୍କୁଲ ବସ୍ ସିଜ୍ କଲେ ମନ୍ତ୍ରୀ

ଆନନ୍ଦପୁର: ଆକ୍ସନ ମୁଡ଼ରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ରାସ୍ତା ଉପରେ ଦୁଇ ସ୍କୁଲ୍ ବସ୍ ଉପରେ ଅନ୍ ଦି ସ୍ପଷ୍ଟ ଆକ୍ସନ୍ । କ୍ଷମତାଠାରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେବା ଅଭିଯୋଗରେ ଦୁଇ ସ୍କୁଲ୍ ବସ୍ ସିଜ୍ । ଘଟଣା ଘଟିଛି ଆନନ୍ଦପୁର ଅଞ୍ଚଳରେ । ସିଜ୍ ହୋଇଥିବା ଦୁଇଟି ବସ୍ ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲର ବୋଲି ଜଣାପଡ଼ିଛି ।

ମନ୍ତ୍ରୀ ସମୀର ଦାସ ଆନନ୍ଦପୁର ଗସ୍ତରେ ଥିଲେ । ବାଟରେ ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲର ଦୁଇଟି ବସ୍ ଯାଉଥିବା ବେଳେ ମନ୍ତ୍ରୀଙ୍କ ନଜର ପଡ଼ିଥିଲା । ବସକୁ ଅଟକାଇ ସେଥିରେ କ୍ଷମତାଠାରୁ ଅଧିକ ଛାତ୍ରଛାତ୍ରୀ ଥିବା ଦେଖି ନିକଟସ୍ଥ ପୋଲିସ ଷ୍ଟେସନକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ଟିମ୍ ପହଞ୍ଚି ବସ୍ ଦୁଇଟିକୁ ଜବତ କରିଛି । ଏହାସହ ଗାଡ଼ିର କାଗଜପତ୍ର ମଧ୍ୟ ଯାଞ୍ଚ କରାଯାଇଛି ।

ସୂଚନା ଅନୁସାରେ, ପୂର୍ବରୁ ବିଦ୍ୟାଳୟର ବସକୁ ନେଇ ଅନେକ ଥର ଅଭିଯୋଗ ହୋଇ ଆସୁଥିଲା । ହେଲେ ଏଥିପ୍ରତି ସ୍କୁଲ କର୍ତ୍ତୃପକ୍ଷ କି ସ୍ଥାନୀୟ ପ୍ରଶାସନ କର୍ଣ୍ଣପାତ କରୁ ନଥିଲେ ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏପଟେ ମନ୍ତ୍ରୀଙ୍କ ଅନ୍ ଦି ସ୍ପଷ୍ଟ ଆକ୍ସନକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।

ଟ୍ବିଟର୍ ଆଣିଲା ଏଡିଟ୍ ଅପସନ: ଭୁଲ ପୋଷ୍ଟ ଡିଲିଟ୍ କରିବାକୁ ପଡ଼ିବନି

ନୂଆଦିଲ୍ଲୀ: ଫେସବୁକ ଓ ଅନ୍ୟ ସୋସିଆଲ ସାଇଟ୍ ପରି ଟ୍ବିଟରରେ ଏଡିଟ୍ ଅପସନ ନଥିଲା । ଯଦି କୌଣସି ପୋଷ୍ଟରେ କିଛି ଭୁଲ ରହି ଯାଉଥିଲା, ୟୁଜର୍ସଙ୍କୁ ପାଖରେ ଉକ୍ତ ପୋଷ୍ଟ ଏଡିଟ୍ କରିବାର କୌଣସି ବିକଳ୍ପ ନଥିଲା । ଫଳରେ ୟୁଜର୍ସ ବାଧ୍ୟ ହୋଇ ପୋଷ୍ଟକୁ ଡିଲିଟ୍ କରି ନୂଆ ପୋଷ୍ଟ କରୁଥିଲେ । ଏମିତି ସମସ୍ୟାର ସମାଧାନ ପାଇଁ ଟ୍ବିଟରରେ ଏଡିଟ ଅପସନ ରଖିବାକୁ ବହୁଦିନ ହେଲା ଦାବି ହୋଇ ଆସୁଥିଲା । ଯାହା ଏବେ ପୂରଣ ହୋଇଛି । ଟ୍ବିଟର ଏବେ ପୋଷ୍ଟରେ ଏଡିଟ୍ ଅପସନ ଆଡ କରିଛି । ତେବେ ଏହା ବର୍ତ୍ତମାନ କିଛି ନିର୍ଦ୍ଦିଷ୍ଟ ୟୁଜର୍ସଙ୍କୁ ଉବଲବ୍ଧ ହୋଇଛି ।

ଟିପ୍ସଟର ମୁକୁଲ ଶର୍ମାଙ୍କ ଅନୁସାରେ, ମାଇକ୍ରୋ ବ୍ଲଗିଂ ସାଇଟ ଏକ ନୂଆ ଫିଲ୍ଟର ଜାରି କରିଛି । ଏଥିରେ ୟୁଜର୍ସ ଆପତ୍ତିଜନକ ଟ୍ବିଟକୁ ଡିଲିଟ କରିବା ବଦଳରେ ଏଡିଟ୍ କରି ପାରିବେ । ଏହି ଫିଚର୍, ଟ୍ବିଟ୍ ପୋଷ୍ଟ କରିବା ପୂର୍ବରୁ ଆପତ୍ତିଜନକ ଶବ୍ଦକୁ ଏଡିଟ୍ କରିବାକୁ ସୂଚନା ଦେବ ।  ଏହାର ଅର୍ଥ ପୋଷ୍ଟ ପୂର୍ବରୁ ଆପତ୍ତିଜନକ ଶବ୍ଦ ଉପରେ ନଜର ରଖିବ ଟ୍ବିଟର୍ । ଫଳରେ ଯଦି କୌଣସି ୟୁଜର୍ସ ନିଜ ଟ୍ବିଟ ପୋଷ୍ଟରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବେ ତେବେ ତାଙ୍କୁ ଏଡିଟ ଟ୍ବିଟ୍, ଡିଲିଟ ଟ୍ବିଟ୍ ଓ ପୋଷ୍ଟ ଟ୍ବିଟ୍ ଅପସନ ଦେଖାଇବ । ଏହାବାଦ ଯଦି ୟୁଜର୍ସ ଏହି ୩ଟି ଅପସନରେ ସନ୍ତୁଷ୍ଟ ନଥିବେ ସେମାନଙ୍କୁ ଫିଡବ୍ୟାକ୍ ସେୟାର କରିବାକୁ ଅପସନ ମଧ୍ୟ ଦିଆଯାଇଛି । ରିପୋର୍ଟ ଅନୁସାରେ ଟ୍ବିଟର୍, ଏଡିଟ୍ ବଟମ୍ ବ୍ୟତୀତ ଟ୍ବିଟର ନୋଟିଫିକେସନ ପ୍ୟାନେଲରେ ଲାଇକ ଓ ଡିସଲାଇକ୍ ଅପସନ ଦେଉଛି ।

ଏହା ପୂର୍ବରୁ ଟ୍ବିଟର ତରଫରୁ ଡାଉନଭୋଟ୍ ଅପସନ ଟେଷ୍ଟ କରାଯାଇଥିଲା । ଏବେ ଏହି ଅପସନଟି ଲାଇକ ଅପସନ ସହ ନୋଟିଫିକେସନ୍ ପ୍ୟାନେଲରେ ରହିଛି । ଏଥିରେ ୟୁଜର୍ସଙ୍କୁ କୌଣସି ଟ୍ବିଟକୁ ଖୋଲି ଲାଇକ ଓ ଡିସଲାଇକ କରିବାକୁ ପଡୁନାହିଁ ।

ସୂଚନାଯୋଗ୍ୟ, କମ୍ପାନୀ ତରଫରୁ ଏହି ଦୁଇ ଫିଚରକୁ ନେଇ କୌଣସି ସ୍ପଷ୍ଟ କରାଯାଇନାହିଁ । ତେବେ ଏଡିଟ୍ ବଟମକୁ ନେଇ ଦାବି ହୋଇ ଆସୁଥିବା ବେଳେ ଏହା ଶୀଘ୍ର ସବୁ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ ବୋଲି ଅନୁମାନ କରାଯାଉଛି ।

ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବନି ରାଜ୍ୟ କଂଗ୍ରେସ

ଭୁବନେଶ୍ବର: ଓଡ଼ିଆ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି । ଯାହାକୁ ବିଜେଡି ସମର୍ଥନ କରିଛି । ତେବେ ରାଜ୍ୟ କଂଗ୍ରେସ ମାଟିର ଝିଅକୁ ସମର୍ଥନ ଦେବ କି ବିରୋଧ କରିବ ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଉଥିଲା । ଆଶା ଥିଲା ଯେହେତୁ କୌଣସି ଓଡ଼ିଆ, ତାହା ପୁଣି ଜଣେ ଆଦିବାସୀ ମହିଳା ଦେଶର ପ୍ରଥମ ନାଗରିକ ନିର୍ବାଚନକୁ ଓହ୍ଲାଉଛନ୍ତି, ରାଜ୍ୟ କଂଗ୍ରେସ ସମର୍ଥନ ଦେବ । ହେଲେ ରାଜ୍ୟ କଂଗ୍ରେସ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ନାହିଁ ବୋଲି ସ୍ପଷ୍ଟ କରିଛି । ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଏହା ସ୍ପଷ୍ଟ କରିଛନ୍ତି ।

ସେ କହିଛନ୍ତି, ‘ଓଡ଼ିଶା କଂଗ୍ରେସ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ କିମ୍ବା ସମର୍ଥନ ଦେବନି । ବ୍ୟକ୍ତି ଯେତେ ଭଲ ହୋଇଥାନ୍ତୁ କିମ୍ବା ଆଚରଣ ବ୍ୟବହାର ତଥା ଉପଲବ୍ଧି ଯାହା ହୋଇଥାଉ, ସେ ଯଦି ଆରଏସଏସ ଓ ବିଜେପି ଚିନ୍ତାଧାରାର ଲୋକ କଂଗ୍ରେସ ସମର୍ଥନ ଦେବ ନାହିଁ I କଂଗ୍ରେସ ଯଶଓ୍ବନ୍ତ ସିହ୍ନାଙ୍କୁ ସମର୍ଥନ କରିଛି, ତାଙ୍କୁ ହିଁ ଭୋଟ୍ ଦେବୁ ।’

ଆଗକୁ ସେ କହିଛନ୍ତି, ‘ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଜଣେ ଭଲ ରାଜନୀତିଜ୍ଞ, ଭଲ ବ୍ୟକ୍ତିତ୍ବ । କିନ୍ତୁ ତାଙ୍କର ବିଜେପି ଚିନ୍ତାଧାରା ରହିଛି I ତେଣୁ କଂଗ୍ରେସ ତାଙ୍କୁ ସମର୍ଥନ ଦେବ ନାହିଁ ।’