୨୮ରେ ବେଙ୍ଗାଲୁରୁରେ ଓଡ଼ିଶା ନିବେଶକ ସମ୍ମିଳନୀ

ଭୁବନେଶ୍ୱର: ମୁମ୍ବାଇ ପରେ ୨୮ ତାରିଖରେ ବେଙ୍ଗାଲୁରୁରେ ହେବ ଓଡ଼ିଶା ନିବେଶକ ସମ୍ମିଳନୀ । ଏଥିପାଇଁ ୨୮ ତାରିଖରୁ ଦୁଇ ଦିନିଆ ବେଙ୍ଗାଳୁରୁ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟୋଗପତିମାନଙ୍କୁ ସିଧାସଳଖ ଭେଟିବା ସହ ସେମାନଙ୍କୁ ମେକ ଇନ ଓଡିଶା କନକ୍ଲେଭ ପାଇଁ ନିମନ୍ତ୍ରଣ କରିବେ ।

ବେଙ୍ଗାଲୁରୁରେ ହେବାକୁ ଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବେ ବୋଲି ଜଣାପଡିଛି । ବିଶେଷ କରି ଆଇଟି ଏବଂ ଅଟୋ ମୋବାଇଲ କ୍ଷେତ୍ରରେ ରାଜ୍ୟରେ ଯେପରି ଅଧିକ ପୁଞ୍ଜି ନିବେଶ ହୋଇପାରିବ, ସେ ନେଇ ନିବେଶକଙ୍କ ସହ ଆଲୋଚନା କରିବେ ନବୀନ । ଏହା ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ ପୁଞ୍ଜିନିବେଶ ନେଇ ଶିଳ୍ପପତିଙ୍କ ସହ ଆଲୋଚନା କରାଯିବ । ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମଧ୍ୟ ବେଙ୍ଗାଳୁରୁ ଗସ୍ତ କରିବେ ।