spot_img
Home Blog Page 4107

ଆଜି ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହୋଡିଂରେ ସଜେଇ ହୋଇଛି ଦୁବାଇ ରାଜରାସ୍ତା

ଭୁବନେଶ୍ୱର: ଆଜି ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁବାଇରେ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ । ଏଥିପାଇଁ ସଜେଇ ହୋଇଛି ଦୁବାଇର ରାଜରାସ୍ତା । ଲାଗିଛି ମେକ୍-ଇନ୍-ଓଡ଼ିଶାର ହୋର୍ଡିଂ । ୨୯ ତାରିଖରେ ମଧ୍ୟପ୍ରାଚ୍ୟର ପୁଞ୍ଜିପତିଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ । କରୋନା ସମୟରେ ବି ରାଜ୍ୟରେ ରେକର୍ଡ ପରିମାଣର ପୁଞ୍ଜିନିବେଶ ହୋଇଛି ।

ଦୁବାଇରେ ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ସହିତ ପେଟ୍ରୋକେମିକାଲ୍ସ, ପେଟ୍ରୋଲିୟମ ସେକ୍ଟର ଏବଂ ଡାଉନଷ୍ଟ୍ରିମ ଇଣ୍ଟଷ୍ଟ୍ରୀ ଉପରେ ଫୋକସ ରହିବ । ଓଡ଼ିଶାରେ ଥିବା ଶିଳ୍ପ ଅନୁକୂଳ ବାତାବରଣ, ଲ୍ୟାଣ୍ଡ ବ୍ୟାଙ୍କ, ଇନଭେଷ୍ଟମେଣ୍ଟକୁ ଗ୍ରାଉଣ୍ଡ ଜିରୋରେ ରୂପାୟନ ପର୍ଯ୍ୟନ୍ତ ସରକାରଙ୍କ ସହଜ ଓ ସମୟ ଉପଯୋଗୀ ବ୍ୟବସ୍ଥା ବାବଦରେ ମୁଖ୍ୟମନ୍ତ୍ରୀ ଓ ଟିମ୍ ଓଡ଼ିଶା ପୁଞ୍ଜପତିଙ୍କ ସହ ଆଲୋଚନା କରିବେ । ଜୁନ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଦୁବାଇରୁ ଦିଲ୍ଲୀ ଫେରି ସେହିଦିନ ରାତିରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି ।

ଆମେରିକାରେ ଗର୍ଭପାତ ଉପରେ ରୋକ୍

ୱାସିଂଟନ୍ : ଆମେରିକାରେ ଗର୍ଭପାତ ଉପରେ ରୋକ୍ । ସୁପ୍ରିମକୋର୍ଟଙ୍କ ନିଷେଧାଦେଶକୁ ନେଇ ଦେଶବ୍ୟାପୀ ଝଡ଼ । ୧୯୭୩ ଜାନେ ରୋ ବନାମ ହେନେରୀ ଓ୍ବାଡେ ମାମଲାର ରାୟକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ପ୍ରାୟ ୫୦ ବର୍ଷ ପରେ ଗର୍ଭପାତକୁ ନେଇ ରହିଥିବା ଅଧିକାର ଉପରେ ଲାଗିଛି ରୋକ୍ । ସୁପ୍ରିମକୋର୍ଟଙ୍କ ଏହି ରାୟ ଆସିବା କ୍ଷଣି ବିଭିନ୍ନ ଷ୍ଟେଟରେ ବନ୍ଦ ହୋଇଛି ଗର୍ଭପାତ । ତେବେ କିଛି ଷ୍ଟେଟ ସୁପ୍ରିମକୋର୍ଟ ରାୟକୁ ନ ମାନି ଗର୍ଭପାତକୁ ଆଇନସମ୍ମତ କରିବା ବ୍ୟବସ୍ଥା ମଧ୍ୟ ରଖିଛନ୍ତି । ବଡ଼ କଥା ହେଉଛି ସୁପ୍ରିମକୋର୍ଟଙ୍କ ଏହି ରାୟକୁ ବିରୋଧ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ଦେଶ ଓ କୋର୍ଟ ଇତିହାସ ଲାଗି ଏହା ଏକ ଦୁଃଖଦ ଦିବସ ଏବଂ ଏହି ରାୟ ଆମେରିକାକୁ ୧୫୦ ବର୍ଷ ପଛକୁ ନେଇଛି ବୋଲି ସେ କହିଛନ୍ତି । ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ସୁପ୍ରିମକୋର୍ଟଙ୍କ ରାୟକୁ ସମାଲୋଚନା କରିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟର କିଛି ଗୋପନ ତଥ୍ୟ ମାସେ ତଳେ ଲିକ୍ ହେବା ପରେ ଦେଶବ୍ୟାପୀ ଚହଳ ସୃଷ୍ଟି କରିଥିଲା । ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଆଇନକୁ କାର୍ଯ୍ୟକାରୀ କରିଥିବା ଷ୍ଟେଟର ଗର୍ଭବତୀମାନଙ୍କ ନିକଟରେ ତିନିଟି ବିକଳ୍ପ ରହିଛି । ସେମାନେ ଗର୍ଭଧାରଣ କରି ରହିବେ, କିମ୍ବା ଗୋପନୀୟ ଭାବେ ଗର୍ଭପାତ କରିବେ କିମ୍ବା ଆଇନକୁ କାର୍ଯ୍ୟକାରୀ କରି ନଥିବା କିଛି ଷ୍ଟେଟକୁ ପଳାୟନ କରିବେ ।

ସୁପ୍ରିମକୋର୍ଟଙ୍କ ଏହି ରାୟ ଯୋଗୁ ଗରିବ ମହିଳା ଓ ସ୍ପେନ ଭାଷାଭାଷୀ ମହିଳା ଗଭୀର କ୍ଷତିର ସମ୍ମୁଖୀନ ହେବେ ବୋଲି କହିଛନ୍ତି କିଛି ଗର୍ଭପାତ ସପକ୍ଷବାଦୀ ସଂଗଠନ । ସୁପ୍ରିମକୋର୍ଟଙ୍କ ଏହି ରାୟ ସମଲିଙ୍ଗୀ ବିବାହ ଓ ଗର୍ଭନିରୋଧ ବ୍ୟବସ୍ଥା ପ୍ରତି ଚାଲେଞ୍ଜ ସୃଷ୍ଟି କଲା ବୋଲି ବିଭିନ୍ନ ମହଲ କହିଛନ୍ତି । ଏବେ ନଜର ପକାଇବା କଣ ଥିଲା ସେହି ବିତର୍କିତ ଇତିହାସ । ଟେକ୍ସାସର ଦୁଇ ଆଟର୍ଣ୍ଣିଂ ସାରା ଓ୍ବେଡିଙ୍ଗଟନ ଓ ଲିଣ୍ଡା କଫି ୧୯୭୦ ଦଶକରେ ଚିନ୍ତା କରିଥିଲେ ଦେଶରେ ଗର୍ଭପାତକୁ ଆଇନସମ୍ମତ କରାଯାଉ । ତାଙ୍କ ପ୍ରଚେଷ୍ଟାରେ ଏକ ମାମଲା ତିଆରି କରିବା ଲାଗି ଯୋଜନା ହୋଇଥିଲା ।

ଜୁନ ୧୯୬୯ରେ ୨୧ ବର୍ଷ ବୟସ୍କା ତଥା ତୃତୀୟ ଥର ଗର୍ଭବତୀ ନର୍ମା ମ୍ୟାକୋର୍ଭେ ମାମଲା ରୁଜୁ ଲାଗି ଆଗ୍ରହୀ ହୋଇଥିଲେ । ପରେ ୧୯୭୦ରେ ଛଦ୍ମନାମ ଜାନେ ରୋ ନାମରେ ଟେକ୍ସାସ କୋର୍ଟରେ ମାମଲା ଦାୟର କରିଥିଲେ । ଏହାର ପ୍ରତିପକ୍ଷରେ ଥିଲେ ଆଟର୍ଣ୍ଣି ହେନେରୀ ଓ୍ବାଡେ । ମାମଲାର ଶୁଣାଣି କ୍ରମେ ୧୯୭୩ ଜାନୁଆରୀରେ ସୁପ୍ରିମକୋର୍ଟ ଗର୍ଭପାତକୁ ଆଇନସମ୍ମତ କରିଥିଲେ । ସୁପ୍ରିମକୋର୍ଟ କହିଥିଲେ- ନିଜ ଶରୀର ଉପରେ ମହିଳାଙ୍କ ନିଜର ଅଧିକାର ରହିଛି ଏବଂ ସେମାନେ ଗର୍ଭପାତ କରିପାରିବେ । ମାତ୍ର ବର୍ତ୍ତମାନ ସେହି ରାୟକୁ ରଦ୍ଦ କରି ବର୍ତ୍ତମାନ ସୁପ୍ରିମକୋର୍ଟ କହିଛନ୍ତି- ଗର୍ଭପାତ ନେଇ ସମ୍ବିଧାନରେ ନାହିଁ କୌଣସି ନିର୍ଦ୍ଦେଶ ।

ଗଜପତି ମହାରାଜଙ୍କୁ ଦିଆଗଲା ଶ୍ରୀଜିଉ ସୁସ୍ଥ ହେବା ଖବର

ପୁରୀ: ମହାପ୍ରଭୁ ସୁସ୍ଥ ହେବା ସମ୍ପର୍କରେ ଗଜପତି ମହାରାଜାଙ୍କୁ ଅବଗତ କରାଯାଇଛି । ସମ୍ପନ୍ନ ହୋଇଛି ରାଜପ୍ରସାଦ ବିଜେନୀତି । ମହାରାଜାଙ୍କୁ ଦଇତାପତି ସେବାୟତମାନେ ଶ୍ରୀଜିଉଙ୍କ ସୁସ୍ଥ ହେବା ଶୁଭ ଖବର ଜଣାଇବା ସହିତ ଅଣସର ପ୍ରସାଦ ଭେଟି ଦେଇଛନ୍ତି । ସେପଟେ ରଥଯାତ୍ରା ପାଇଁ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ରଥଖଳାରେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ରଥ ନିର୍ମାଣ ।

ସ୍ନାନଯାତ୍ରାରେ ୧୦୮ କଳସୀ ଜଳରେ ସ୍ନାନ କରି ଜ୍ବରରେ ପଡ଼ିଥିଲେ ମହାବାହୁ । ଅଣସର ଘରେ ଚାଲିଥିଲା ଗୁପ୍ତସେବା । ଶ୍ରୀଜିଉ ସୁସ୍ଥ ହେବା ଖବର ଗଜପତିଙ୍କୁ ଜଣାଇବା ସହିତ ସେବାୟତମାନେ ଶ୍ରୀଚନ୍ଦନ, କରାଳ, ପାଟବସ୍ତ୍ର ଆଦି ରୁପା ଥାଳି ନେଇ ଗଜପତିଙ୍କୁ ଭେଟି ଦେଇଛନ୍ତି । ଏହି ଅବସରରେ ରଥଯାତ୍ରା ନେଇ ଆଲୋଚନା ହୋଇଛି ।

ଏପଟେ ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି । ରଥଯାତ୍ରା ସମୟରେ ପୁରୀରେ ୧୮୦ ପ୍ଲାଟୁନ ପୋଲିସ ମୁତୟନ ସହ ଶ୍ରୀମନ୍ଦିର, ଶ୍ରୀଗୁଣ୍ଡିଚା ମନ୍ଦିର ଓ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ଲଗାଯାଉଛି ୫୦ରୁ ଅଧିକ ସିସି କ୍ୟାମେରା । ଭିଡ଼ ନିୟନ୍ତ୍ରଣ, ଆମ୍ବୁଲାନ୍ସ ଓ ଜରୁରିକାଳୀନ ପରିସ୍ଥିତି ପାଇଁ ଗ୍ରୀନ୍ କରିଡର କରାଯିବ । ସେପଟେ ରଥଖଳାରେ ତିନିରଥର ନିର୍ମାଣ ପ୍ରାୟ 90 ପ୍ରତିଶତ ଶେଷ ହୋଇଛି । ରଥରେ ଠେକେରା ବାଡ଼ ବାଡିଆ ହୋଇଛି । ଚିତ୍ରକର ସେବକମାନେ ଶେଷ ସ୍ପର୍ଶ ଦେଉଛନ୍ତି ।

ସିନ୍ଦେଙ୍କ ଦଳର ନାଁ ହୋଇପାରେ ‘ଶିବସେନା ବାଲାସାହେବ’

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଛି ରାଜନୈତିକ ଅଚଳାବସ୍ଥା । ଶିବସେନାର ଦୁଇ ଗୋଷ୍ଠୀ ମଧ୍ୟରେ ଜାରି ରହିଛି ଛକାପଞ୍ଝା । ଏକନାଥ ସିନ୍ଦେ ଗୋଷ୍ଠୀ ପକ୍ଷରୁ ବଡ ଆହ୍ବାନ ସୃଷ୍ଟି ହୋଇଥିବା ବେଳେ ଶିବସେନାର ଜାତୀୟ କାର୍ଯ୍ୟକାରିଣୀ ବସିଛି । ଏକନାଥ ଆଉ ଏକ ନୂଆ ଦଳ ଗଢିବା ନେଇ ସୂଚନା ମିଳିଛି  । ମିଳିଥିବା ସୂଚନା ମୁତାବକ ଶିବସେନା ବାଲାସାହେବ ନାମରେ ଦଳ ଗଢିପାରନ୍ତି ଏକନାଥ ସିନ୍ଦେ  । ସେପଟେ କାର୍ଯ୍ୟକାରିଣୀ ପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି ଟିମ୍ ଉଦ୍ଧବ । ବିଦ୍ରୋହୀ ଶିବସେନା ବିଧାୟକଙ୍କ ବିରୋଧରେ ଯେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଉଦ୍ଧବ ଠାକ୍ରେଙ୍କୁ ଅଧିକାର ଦିଆଯାଇଥିଲା । ଏହାଛଡା ବିଦ୍ରୋହୀ ନେତାଙ୍କୁ ଶିବସେନା ଓ ବାଲାସାହେବ ଠାକ୍ରେଙ୍କ ନାଁ ବ୍ୟବହାର ନ କରିବାକୁ ଗୃହୀତ ହୋଇଛି ପ୍ରସ୍ତାବ ।

ରାଜନୈତିକ ସଂକଟ ମଧ୍ୟରେ ବିଦ୍ରୋହୀଙ୍କୁ ଲାଗିଛି ଏକ ବଡ ଝଟକା । ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତିଙ୍କ ବିରୋଧରେ ଏକନାଥ ସିନ୍ଦେ ଗୋଷ୍ଠୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଯାଇଛି । ୩୩ ବିଦ୍ରୋହୀ ବିଧାୟକ ସ୍ବାକ୍ଷର କରି ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । କିନ୍ତୁ ଏହି ପ୍ରସ୍ତାବ କୌଣସି ବିଧାୟକ ଉପବାଚସ୍ପତିଙ୍କ କାର୍ଯ୍ୟାଳୟକୁ ପଠାଇ ନ ଥିଲେ । ଏକ ଅଜଣା ଇମେଲ ଆଇଡିରୁ ଆସିଥିଲା ଅନାସ୍ଥା ପ୍ରସ୍ତାବ । ଏହାଛଡା ଅନାସ୍ଥା ପ୍ରସ୍ତାବ ଶିବସେନା ଲେଟରହେଡରେ ଆସିଥିବାରୁ ତାହା ଖାରଜ ହୋଇଥିବା ସୂତ୍ରରୁ ଜଣାପଡିଛି । କାରଣ ବିଧାନସଭା ରେକର୍ଡ ଅନୁସାରେ ଏକନାଥ ସିନ୍ଦେ ନୁହନ୍ତି ବରଂ ଅଜୟ ଚୌଧୁରୀ ହିଁ ବିଧାନସଭାରେ ବର୍ତ୍ତମାନ ଶିବସେନା ବିଧାୟକ ଦଳ ନେତା ।

ଏଣେ ଆଉ ଏକ ଘଟଣାରେ ଶିବସେନାର ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନୋଟିସ ପଠାଇଛନ୍ତି ଉପବାଚସ୍ପତି । ଏଥିପାଇଁ ଅନୁରୋଧ କରିଥିଲେ ଟିମ୍ ଉଦ୍ଧବ । ଆସନ୍ତା ସୋମବାର ସୁଦ୍ଧା ବ୍ୟକ୍ତିଗତ ହାଜିରା ବା ଓକିଲଙ୍କ ଦ୍ବାରା ପକ୍ଷ ରଖିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ରୋହୀଙ୍କ ପ୍ରତି ଟିମ୍ ଉଦ୍ଧବ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ବିଦ୍ରୋହୀ ଏକନାଥ ସିନ୍ଦେ ଶିବସେନା ବାଲାସାହେବ ଠାକ୍ରେ ନାମରେ ଅଲଗା ଦଳ ଗଠନ କରିବେ ବୋଲି ସଂକେତ ଦେଇସାରିଛନ୍ତି ।ଏଯାଏଁ ୪୦ରୁ ଅଧିକ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି ଏକନାଥ ସିନ୍ଦେ ।

ଶିବସେନାରେ ସଂକଟ ଜାରି ରହିଥିବା ବେଳେ ପୁଣେରେ ବିଦ୍ରୋହୀ ବିଧାୟକ ତାନାଜୀ ସାଓ୍ବନ୍ତ ସିନ୍ଦେଙ୍କ ଅଫିସରେ ଭଙ୍ଗାରୁଜା କରିଛନ୍ତି ଶିବସେନା କର୍ମୀ । ଏହି ଘଟଣା ପରେ ପୁଣେରେ ଶିବସେନା ନେତାଙ୍କ ସଂପର୍କିତ ସବୁ କାର୍ଯ୍ୟାଳୟରେ ସୁରକ୍ଷା ନିଶ୍ଚିତ କରିବାକୁ ସହରର ସବୁ ପୋଲିସ ଷ୍ଟେସନକୁ ଆଲର୍ଟ ଜାରି କରିଛି ପୁଣେ ପୋଲିସ । କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ମୁମ୍ବାଇରେ ଜାରି କରାଯାଇଛି ୧୪୪ ଧାରା ।

ରାଇମୋହନ ଆତ୍ମହତ୍ୟା ମାମଲା: ପତ୍ନୀ ଓ ଦୁଇ ଝିଅଙ୍କୁ ଅଢେଇ ଘଣ୍ଟା ପଚରାଉଚରା

ଭୁବନେଶ୍ବର: ରାଇମୋହନ ପରିଡ଼ା ଆତ୍ମହତ୍ୟା ମାମଲାରେ ଆରମ୍ଭ ହେଲା ବିଧିବଦ୍ଧ ତଦନ୍ତ ପ୍ରକ୍ରିୟା । ଅଢେଇ ଘଣ୍ଟାରୁ ଅଧିକ ସମୟ ପରେ ଘରୁ ବାହାରିଲା ତଦନ୍ତକାରୀ ଟିମ୍ । ବିଭିନ୍ନ ଦିଗକୁ ନେଇ ପତ୍ନୀ ଏବଂ ଦୁଇ ଝିଅଙ୍କୁ ପଚରାଉଚରା କରାଯାଇଥିବା କହିଲେ ମଞ୍ଚେଶ୍ବର ଥାନା ଆଇଆଇସି ।

ମୋବାଇଲ ସିଡିଆର ଯାଞ୍ଚ କରାଯାଉଛି । କେବଳ ଆତ୍ମହତ୍ୟା ନୁହେଁ ଅନ୍ୟ ଦିଗ ପ୍ରତି ମଧ୍ୟ ଚାଲିଛି ତଦନ୍ତ । ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯିବ । ରାଇମୋହନ ଆତ୍ମହତ୍ୟା କରିବା ପୂର୍ବରୁ ଶେଷ କଲ ତାଙ୍କ ପତ୍ନୀଙ୍କୁ କରିଥିଲେ । ପତ୍ନୀ ଏବଂ ଦୁଇ ଝିଅଙ୍କୁ ବାଏ ମେସେଜ ଲେଖିଥିଲେ । ବାଏ କାହିଁକି ଲେଖିଥିଲେ ସେ ନେଇ ପଚରାଉଚରା କରିଛି ପୋଲିସ୍ । ଆଗକୁ ଆଉ କିଛି ସମ୍ପର୍କୀୟଙ୍କୁ ପଚରାଉଚରା କରାଯିବ । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ସବିଶେଷ ତଥ୍ୟ ମିଳିବ । ସେପଟେ ଆତ୍ମହତ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶୁଭେଚ୍ଛୁ । ରାଇମୋହନଙ୍କ ଶତ୍ରୁତା କାହା ସହ ରହିଥିଲା କି ? ସେ ନେଇ ମଧ୍ୟ ତଦନ୍ତ କରୁଛି ପୋଲିସ୍ ।

ରାଷ୍ଟ୍ରପତି ହେଲେ କେତେ ଟଙ୍କା ଦରମା ପାଇବେ ଦ୍ରୌପଦୀ ?

ନନ୍ଦିଘୋଷ ବ୍ୟୁରୋ: ଭାରତର ୧୫ ତମ ମହାମହିମ ହେବାକୁ ଯାଉଛନ୍ତି ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁ  । ପ୍ରଥମ ଆଦିବାସୀ ଭାବେ ସମ୍ଭାଳିବେ  ସର୍ବୋଚ୍ଚ ପଦ  । ଗରିମାମୟ ପଦବୀରେ ଅଭିସିକ୍ତ ହେବେ ମୟୁରଭଞ୍ଜରେ ଜନ୍ମିତ ମୁର୍ମୁ  । ତେବେ ପ୍ରଥମ ଓଡିଆ ଝିଅ ରାଷ୍ଟ୍ରପତି ହେବାକୁ ଯାଉଥିବାବେଳେ ଓଡିଶାବାସୀଙ୍କ ମନରେ ଦେଖିବାକୁ ମିଳିଛି ଉତ୍ସାହ ଏବଂ ଉତ୍ସୁକତା  । ରାଷ୍ଟ୍ରପତି ହେବାପରେ ଦ୍ରୌପଦୀଙ୍କୁ ମିଳିବ କଣ ସବୁ ସୁବିଧା  । କେତେ ଜଣ ସୁରକ୍ଷାକର୍ମୀ ନିୟୋଜିତ ହେବେ ଏବଂ  ମାସକୁ କେତେ ଟଙ୍କା ପାଇବେ ଦରମା ?

ରାଷ୍ଟ୍ରପତି ଯଦିବା ଦେଶର ସର୍ବ୍ବୋଛ ସାମ୍ବିଧାନିକ ପଦବୀ  । କିନ୍ତୁ ଦରମା ଓ ଭତ୍ତାର ନିଷ୍ପତ୍ତି ସଂସଦ ନେଇଥାଏ  । ଅର୍ଥାତ ସାଂସଦ ମାନଙ୍କ ଅନୁମୋଦନ କ୍ରମେ ରାଷ୍ଟ୍ରପତିଙ୍କ ଦରମା ବୃଦ୍ଧି ଘଟିଥାଏ  । ଆଉ ଏହି କ୍ରମରେ ଦେଖିବାକୁ ଗଲେ ଭାରତର ରାଷ୍ଟ୍କପତିଙ୍କ ଦରମା ଏବେ ରହିଛି ୫ ଲକ୍ଷ ଟଙ୍କା  । ଅର୍ଥାତ ଭାବୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାସକୁ ପାଇବେ ୫ ଲକ୍ଷ ଟଙ୍କା  । ଏହାବାଦ ସମସ୍ତ ଗସ୍ତ, ଖାଦ୍ୟ  ପରିଧାନ ଏବଂ ପରିପାଟ୍ଟି ସରକାର ବହନ କରିଥାନ୍ତି  । କେବଳ ସେତିକି ନୁହେଁ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ସର୍ବଦା ନିୟୋଜିତ ରହିଥାନ୍ତି ସ୍ୱତନ୍ତ୍ର ଡାକ୍ତରୀ ଦଳ  ।

ରାଷ୍ଟ୍ପପତିଙ୍କ ଗସ୍ତ ପାଇଁ ଏକ ସ୍ୱତନ୍ତ୍ର ଗାଡି ଯୋଗାଇ ଦିଆୟାଇଥାଏ  । ଏହା ସହିତ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଏକଦମ କଡ଼ାକଡ଼ି ରହିଥାଏ । ଏବଂ ସମସ୍ତ ଗାଡିରେ ସୁରକ୍ଷାକର୍ମୀ ଏବଂ ସୁରକ୍ଷା ବ୍ୟବସ୍ଥା ରହିଥାଏ । ସୁରକ୍ଷା ପାଇଁ କଷ୍ଟମ-ବିଲ୍ଟ ବ୍ଲାକ ମର୍ସିଡିଜ ବେଞ୍ଚ ଏସ୬୦୦ ପୁଲମୃାନ ଗାର୍ଡର ବ୍ୟବସ୍ଥା ରହିଛି । ରାଷ୍ଟ୍ରପତିଙ୍କ ସହ ସୁସଜ୍ଜିତ ଅସ୍ତ୍ରଶସ୍ତ୍ର ଗାଡି ଲିମୋଜିନ ବି ରହିଛି  ।

ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଶେଷ ହେଲା ପରେ ଭତ୍ତା ମଧ୍ୟ  ମିଳିଥାଏ । ଭତ୍ତା ଆକାରରେ ଭାରତ ସରକାର ମାସିକ ଦେଢ ଲକ୍ଷ ଟଙ୍କା ପ୍ରରାଦନ କରିଥାନ୍ତି  । ଏହାବାଦ୍ ମାଗଣା ଚିକିତ୍ସା ମିଳିଥାଏ । ସେହିପରି ରାଷ୍ଟ୍ରପତିଙ୍କ  ନୋମିନୀଙ୍କୁ ମାସିକ ୩୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥାଏ ।  ଅବସର ପରେ ମଧ୍ୟ ରାଷ୍ଟପତିଙ୍କୁ ମାଗଣା ବିମାନ ସେବା ମିଳିଥାଏ  ।

 

 

ଏକନାଥ ସିନ୍ଦେ: ଅଟୋ ବାଲାରୁ ଅକୁଣ୍ଠ ଶିବସୈନିକଙ୍କ ନେତା..

ନନ୍ଦିଘୋଷ ବ୍ୟୁରୋ: ଏକନାଥ ସାମ୍ବାଜୀ ସିନ୍ଦେ ବା ଏକନାଥ ସିନ୍ଦେ । ମହାରାଷ୍ଟ୍ର ମହାଭାରତର ମହାନାୟକ । ଉଦ୍ଧବ ସରକାର ପତନ ଘଟାଇବାକୁ ଯାଉଥିବା କଠୋର ଶିବ ସୈନିକ । ଅଟୋ ଚାଳକରୁ ଅକୁଣ୍ଠ ଅନୁଗାମୀଙ୍କ ନେତା । ଶିବସେନାର ସୁପ୍ରିମୋ ଉଦ୍ଧବ ହୋଇପାରନ୍ତି କିନ୍ତୁ ଶିବସୈନିକଙ୍କ ନେତା ଏକନାଥ । ତେବେ ସାଧାରଣ ପରିବାରରୁ ଜନ୍ମିତ ଏକନାଥ କେମିତି ବାଲା ସାହେବଙ୍କ ବିଶ୍ୱସ୍ତ ସାଜିଲେ । ଆଉ ହାଇଟେକ ସିଟି ମୁମ୍ବାଇରେ ରାଜନୌତିକ ମାଷ୍ଟରମାଇଣ୍ଡ ବନିଗଲେ ଦେଖନ୍ତୁ ଆମର ଏହି ସ୍ୱତନ୍ତ୍ର କାହାଣୀ- ‘ସିନ୍ଧେଙ୍କ ସାଙ୍ଘାତିକ ସତ’

ମାଟ୍ରିକ ହିଡ ଡେଇ ନାହାଁନ୍ତି । ପରିବାରର କଷାଘାତରେ ସ୍ଖୁଲ ଛାଡନ୍ତି । ଆଉ ଅଟୋ ଡ୍ରାଇଭର ସାଜନ୍ତି ଏକନାଥ ସାମ୍ବାଜୀ ସିନ୍ଧେ । ଶିବସେନା ନେତା ଆନନ୍ଦ ଦିଘେଙ୍କ ସହ ସମ୍ପର୍କ ହୁଏ । ଆଉ ଦିଘେଙ୍କ ବିଶ୍ୱସ୍ତ ସାଜନ୍ତି ସିନ୍ଧେ । ୧୯୮୦ ମସିହାରେ ଶିବସେନାର ପ୍ରାଥମିକ ସଦସ୍ୟତା ଗ୍ରହଣ କରନ୍ତି ଏକନାଥ । ପରେ କିଶନ ନଗର ଶାଖା ପ୍ରମୁଖ ସାଜନ୍ତି । ଜଣେ ସଚ୍ଚା ଶିବସୈନିକ ଭାବେ ଦଳ ପାଇଁ କାର୍ଯ୍ୟ କରିଚାଲନ୍ତି । ୨୦୦୦ ମସିହାରେ ପ୍ରଥମ ଥର ପାଇଁ ଦଳୀୟ ଟିକେଟରେ କର୍ପୋରେଟର ଭାବେ ନିର୍ବାଚିତ ହୁଅନ୍ତି ଏକନାଥ ସିନ୍ଧେ । ସେପଟେ ସିନ୍ଧେଙ୍କ ରାଜନୈତିକ ପରାକାଷ୍ଠା ଏବଂ ଦଳପ୍ରିତି ତାଙ୍କୁ କେଉଁଠି ନା କେଉଁଠି ବାଲାସାହେବଙ୍କ ପ୍ରିୟ ଭାଜନ କରେ । ପରବର୍ତ୍ତୀ ସମୟରେ ଶିବସେନାରେ ବଢେ ସିନ୍ଧେଙ୍କ କ୍ରେଜ ।

ସିନ୍ଧେଙ୍କ ରାଜନୈତିକ ଭବିଷ୍ୟତର ଉତଥାନ ସମୟରେ ମାଡି ଆସିଥିଲା ମହାପ୍ରଳୟ । ଏକ ଦୁର୍ଘଟଣା ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା । କହିବାକୁ ଗଲେ ମାନସିକ ଭାରସ୍ୟମ ହରାଇ ବସିଲେ ସିନ୍ଧେ । ତିନି ସନ୍ତାନଙ୍କ ମଧ୍ୟରୁ ୨ ଜଣ ପାଣିରେ ବୁଡି ଯାଇଥିଲେ । ୨ ପୁତ୍ରଙ୍କ ଦେହାନ୍ତ ସିନ୍ଧେଙ୍କୁ ମର୍ମାହତ କରିଥିଲା । ଫଳରେ ରାଜନୀତିରୁ ଏକପ୍ରକାର ସନ୍ୟାସ ନେଇଯାଇଥିଲେ ସିନ୍ଧେ । ପରବର୍ତ୍ତୀ ସମୟରେ ସିନ୍ଧେଙ୍କ ଘନିଷ୍ଠ ତଥା ରାଜନୈତିକ ଗୁରୁ ଆନନ୍ଦ ଦିଘେଙ୍କ ପରାମର୍ଶ କ୍ରମେ ପୁନର୍ବାର ରାଜନିତୀକୁ ଏଣ୍ଟ୍ରି କରନ୍ତି । ପରିବାରର ଦଃଖକୁ ପାସୋରି ପୁଣି କାର୍ଯ୍ୟ କରିବା ଆରମ୍ଭ କରନ୍ତି । କିନ୍ତୁ ଏହି ସମୟରେ ପୁଣି ସିନ୍ଧେଙ୍କୁ ମିଳେ ଶକ୍ତ ଆଘାତ । ୨୦୦୧ ମସିହାରେ ଆନନ୍ଦ ଦିଘେଙ୍କ ମୃତ୍ୟୁ ଖବର ଆସେ । ଆନନ୍ଦଙ୍କ ରହସ୍ୟ ଜନକ ମୃତ୍ୟୁ ସିନ୍ଧେଙ୍କୁ ଚକିତ କରିଦିଏ । ସିନ୍ଧେଙ୍କ ମୁଣ୍ଡ ଉପରୁ ଆଶୀର୍ବାଦର ହାତ ଟି ଉଠିଯାଏ । ଧର୍ଯ୍ୟର ସହ ପରିସ୍ଥିତିକୁ ମୁକାବିଲା କରନ୍ତି । ଆଉ ରାଜନୀତିରେ ସାଜନ୍ତି ଚାଣକ୍ୟ ।

ମହାରାଷ୍ଟ୍ର ଅଟୋଷ୍ଟାଣ୍ଡରୁ ବାଲା ସାହେବଙ୍କ ବାସସ୍ଥାନ, ସବୁଠି ସୃଷ୍ଟି ହୁଏ ସ୍ୱତନ୍ତ୍ର ପରିଚୟ । ଅଭିଜ୍ଞତା-ଅନୁଭୂତି-ନିସ୍ୱାର୍ଥ ଓ ନିଷ୍ଠାପର କାର୍ଯ୍ୟ ଶିବସେନାରେ ଛାଡେ ସ୍ୱତନ୍ତ୍ର ଛାପ । ପ୍ରଥମଥର ପାଇଁ ୨୦୦୪ ମସିହାରେ ବିଧାନସଭା ନିମନ୍ତେ ସିନ୍ଧେଙ୍କୁ ପ୍ରାର୍ଥୀ କରେ ଶିବସେନା । ବିପୁଳ ବିଜୟ ରଚେ ରେକର୍ଡ । ମହାରାଷ୍ଟ୍ର ରାଜନୀତିରେ ସିନ୍ଦେଙ୍କ ସକ୍ସେସ ସାଜେ ଚର୍ଚ୍ଚା । ଲଗାତାର ୨୦୦୯, ୧୪ ଏବଂ ୧୯ ନିର୍ବାଚନରେ ମଧ୍ୟ ବାଜିଗର ସାଜନ୍ତି ସିନ୍ଦେ । ଏହାପରଠାରୁ ସିନ୍ଦେ ସାଜନ୍ତି ସୁପର ମ୍ୟାନ । ଯଦିବା ପୂର୍ବରୁ ବିଜେପି ଏବଂ ଶିବସେନା ନେତୃତ୍ୱରେ ସରକାର ଗଠନ ହୋଇଥିଲା । କିନ୍ତୁ ୨୦୧୯ରେ ଏଥିରେ ଦେଖିବାକୁ ମିଲିଥିଲା ବିରାଟ ବ୍ୟତିକ୍ରମ । ଆସନ ବୁଝାମୁଣାରେ ଦୁଇ ଦଳ ନିର୍ବାଚନ ବୈତରଣୀ ପାର ହୋଇଥିବାବେଳେ । ସରକାର ଗଠନ କରିବାକୁ ଉଭୟେ ସମର୍ଥ ଥିଲେ । କିନ୍ତୁ ପଦବୀର ଭାଗବଣ୍ଟା ଏବଂ ମୁଖ୍ୟମନ୍ତ୍ରୀ ଚୌକିର ମହାତାଣ୍ଡବ ଶିବସେନା – ବିଜେପି ଭିତରେ ସୃଷ୍ଟି କରିଥିଲା ଫାଟ । ଯେଉଁ ବିଚାରକୁ ନେଇ ବାଲା ସାହେବ ଶିବସେନାର ସୃଷ୍ଟି କରିଥିଲେ, ତାହାର ତ୍ରୁଟି କରିଥିଲେ ପୁତ୍ର ଉଦ୍ଧବ ଠାକେର । ବିଜେପିକୁ ଛାଡି NCP ଓ କଂଗ୍ରହେସର ହାତ ଧରିଥିଲେ ଉଦ୍ଧବ । କିନ୍ତୁ ଉଦ୍ଧବଙ୍କ ଏହି ନିଷ୍ପତିରେ ଖୁସ ନଥିଲେ ସିନ୍ଧେ । ଏନେଇ ଦଳର ସୁପ୍ରିମୋଙ୍କୁ ଚିଠି ଲେଖିଥିଲେ । ତଥାପି ଦଳର ବରିଷ୍ଠ ନେତା ସିନ୍ଦେଙ୍କ ଅସନ୍ତୋଷଙ୍କୁ ଦୃଷ୍ଟି ଆକ୍ଷେପ କରିନଥିଲେ । ଶାନ୍ତି କରିବାକୁ ପ୍ରତିବଦଳରେ ମନ୍ତ୍ରୀପଦ ଏବଂ ବିଧାୟକ ଦଳ ନେତା ପଦବୀ ଦିଆଯାଇଥିଲା ।

କିନ୍ତୁ ସେଦିନ ସିନ୍ଦେଙ୍କ ମନରେ କୁହୁଳିଥିବା ନିଆଁ ତିନି ବର୍ଷ ଜଳିବା ପରେ ବିସ୍ଫୋରଣ ଘଟାଇଛନ୍ତି । ଶିବସେନାର ସୁପ୍ରିମୋ ପରିବର୍ତ୍ତନ କରିବାକୁ ମାଷ୍ଟରପ୍ଲାନ ଆରମ୍ଭ କରିଛନ୍ତି । ସମୁଦାୟ ୫୫ ବିଧାୟକଙ୍କ ମଧ୍ୟରୁ ୪୦ରୁ ଅଧିକ ବିଧାୟକଙ୍କୁ ନେଇ ଗୌହାଟୀରେ କ୍ୟାମ୍ପ କରିଛନ୍ତି । ଉଦ୍ଧବଙ୍କ ବିରୋଧରେ ବିଦ୍ରୋହର ବହ୍ନି ପ୍ରଜ୍ୱଳିତ କରିଛନ୍ତି । ଆଉ ମହାଅଘାଡ଼ି ମେଣ୍ଟ ଭାଙ୍ଗି ପୁଣି ପଦ୍ମ ସହ ପାଦ ମିଶାଇ ବାଟ ଚାଲିବାକୁ ଇଶାରେ ଦେଇଛନ୍ତି ଏକନାଥ ସାମ୍ବାଜୀ ସିନ୍ଧେ ।

ଥମୁନି ଆସାମ ଜଳ ବିପତ୍ତି, ସ୍ଥିତି ସଙ୍ଗୀନ

ଗୌହାଟୀ:  ଥମୁନି ଆସାମ ଜଳ ବିପତ୍ତି । ଭୟଙ୍କର ବନ୍ୟା, ଭୂସ୍ଖଳନ ଯୋଗୁ ସ୍ଥିତି ସଙ୍ଗୀନ ହୋଇଛି । ଚାରିଆଡେ ପାଣି ଆଉ ପାଣି । ବନ୍ୟାପାଣି ଘେରରେ ରହିଛନ୍ତି ୪୫ଲକ୍ଷରୁ ଉର୍ଦ୍ଧ୍ବ ଲୋକ । ଚଳିତବର୍ଷ ବନ୍ୟା ଓ ଭୂସ୍ଖଳନରେ ଶହେରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି । ଲଗାତାର ବର୍ଷା ଜାରି ରହିଥିବାରୁ ସ୍ଥିତି ସୁଧୁରିବା ନାଁ ଧରୁନି । ଅନେକ ଅଞ୍ଚଳରେ ଘରଗୁଡ଼ିକ ଛାତ ପର୍ଯ୍ୟନ୍ତ ବନ୍ୟାପାଣିରେ ବୁଡ଼ି ରହିଛି ।

ବନ୍ୟା ଯୋଗୁ ୨୮ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି । ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଥିବା ବେଳେ ଅନେକ ଚାଷ ଜମି ଜଳମଗ୍ନ ହୋଇଛି । ବର୍ତ୍ତମାନ ସୁଦ୍ଧା ୧୧୭ ଲୋକ ବନ୍ୟାରେ ପ୍ରାଣ ହରାଇଲେଣି । ସବୁଠାରୁ ଅଧିକ ଧ୍ବସ୍ତବିଧ୍ବସ୍ତ ହୋଇଛି ସିଲଚର । ସହରର ପ୍ରାୟ ୮୦ ଭାଗ ଅଞ୍ଚଳ ଜଳମଗ୍ନ ହୋଇଛି । ରାଜ୍ୟରେ ବ୍ୟାପକ ପାନୀୟ ଜଳ, ଖାଦ୍ୟ ଓ ମେଡିସିନର ଅଭାବ ଦେଖାଦେଇଛି । ହଜାର ହଜାର ଲୋକ ଜଳବନ୍ଦୀ ଥିବାବେଳେ ସେମାନଙ୍କ ଉଦ୍ଧାର ଲାଗି ଏନଡିଆରଏଫ ମୁତୟନ କରାଯାଇଛି । କେତେକ ସ୍ଥାନରେ ଭାରତୀୟ ବାୟୁସେନା ପକ୍ଷରୁ ସହାୟତା ଦିଆଯାଇଛି ।

ବନ୍ଧୁକ ହିଂସା ନିୟନ୍ତ୍ରଣ ବିଧେୟକରେ ବାଇଡେନଙ୍କ ସ୍ୱାକ୍ଷର

ୱାସିଂଟନ୍ : ଏକ ଐତିହାସିକ ପଦକ୍ଷେପରେ ବନ୍ଧୁକ ହିଂସା ନିୟନ୍ତ୍ରଣ ସଂପର୍କିତ ବିଧେୟକରେ ସ୍ବାକ୍ଷର କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ନିକଟରେ ଟେକ୍ସାସର ଏକ ସ୍କୁଲରେ ଗୁଳିକାଣ୍ଡରେ ୧୯ ଛାତ୍ରଛାତ୍ରୀ ଓ ୨ ଶିକ୍ଷକଙ୍କ ମୃତ୍ୟୁ ପରେ ବନ୍ଧୁକ ଆଇନ ଆହୁରି କ଼଼ଡାକଡି କରିବା ପାଇଁ ସ୍ବର ଉଠିଥିଲା । ବନ୍ଧୁକ ହିଂସା ନିୟନ୍ତ୍ରଣ ପାଇଁ ନୂଆ ବିଧେୟକ ପୂର୍ଣ୍ଣାଙ୍ଗ ନ ହେଲେ ମଧ୍ୟ ଏହା ମୂଲ୍ୟବାନ ଜୀବନ ବଂଚଇବାରେ ସହାୟକ ହୋଇପାରିବ ବୋଲି ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି ।

ବିଲ୍ ଶୁକ୍ରବାର ଦିନ ଆମେରିକୀୟ ପ୍ରତିନିଧି ସଭାର ଅନୁମୋଦନ ହାସଲ କରିଥିଲା । ପୂ୍ର୍ବରୁ ସିନେଟ ଏହାକୁ ମଞ୍ଜୁରୀ ଦେଇଥିଲା । ବାଇଡେନଙ୍କ ସ୍ବାକ୍ଷର ପରେ ବିଧେୟକ ଆଇନରେ ପରିଣତ ହୋଇଛି । ନୂଆ ଆଇନ କାର୍ଯ୍ୟାକାରୀ ହେବା ପରେ ଆମେରିକାରେ ଏଣିକି ବନ୍ଧୁକ କିଣୁଥିବା ଯୁବକମାନଙ୍କ ବ୍ୟାକଗ୍ରାଉଣ୍ଡ କଡାକଡି ଚେକ୍ କରାଯିବ । ଏହାଛଡା ବିଲରେ ଅନ୍ୟାନ୍ୟ କଡା ନିୟମ ମଧ୍ୟ ରହିଛି ।

ଦ୍ରୌପଦୀଙ୍କୁ ନେଇ ରାଜ୍ୟ କଂଗ୍ରେସ ଦୁଇଫାଳ

ଭୁବନେଶ୍ବର: ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ନେଇ ରାଜ୍ୟ କଂଗ୍ରେସ ଦୁଇଫାଳ । ମାଟିର ଝିଅ ଆଗ ନା ପାର୍ଟିର ନିର୍ଦ୍ଦେଶ । ଏମିତି ପ୍ରଶ୍ନରେ ଘଶଟି ହେଉଛନ୍ତି କଂଗ୍ରେସ ନେତା । ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବୁ ନାହିଁ ବୋଲି ପିସିସି ସଭାପତି ଓ କଂଗ୍ରେସ ବିଧାୟକ ଦଳ ନେତା କହୁଥିବା ବେଳେ ରାଜନୀତିରୁ ହଟି ଦଳର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ଦୌପଦୀଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ସେତିକି ନୁହେଁ, ଦ୍ରୌପଦୀଙ୍କୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ କରିବା ପାଇଁ ସୋନିଆ ଗାନ୍ଧୀଙ୍କ ପାଖରେ ପ୍ରସ୍ତାବ ରଖିବେ ବୋଲି ମଧ୍ୟ କହିଛନ୍ତି ।

ଦୌପଦୀଙ୍କୁ ସମର୍ଥନ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ବିଧାୟକ ସୁର ରାଉତରାୟ । ଦୌପଦୀଙ୍କୁ ନିର୍ଦ୍ବନ୍ଦ୍ବରେ ଜିତାଇବାକୁ ସୋନିଆଙ୍କୁ ସୁର ପ୍ରସ୍ତାବ ଦେବା ମନ୍ତବ୍ୟକୁ ବ୍ୟକ୍ତିଗତ ନିଷ୍ପତ୍ତି କହି ଏଡ଼ାଇ ଯାଇଛି ଦଳ । ରାଷ୍ଟ୍ରପତି ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ଏ ପ୍ରସଙ୍ଗକୁ ନେଇ କଂଗ୍ରେସ ରାଜନୀତି ଉଷ୍ମ ହେବାରା ଲାଗିଛି । ଦୌପଦୀ ମୁର୍ମୁଙ୍କୁ ସମର୍ଥନକୁ ନେଇ  ରାଜ୍ୟ କଂଗ୍ରେସ ଦୁଇଫାଳ ହୋଇଛି । ବିଜେପିର ପ୍ରାର୍ଥୀଙ୍କୁ କଂଗ୍ରେସ କେବେ ସମର୍ଥନ କରିବ ନାହିଁ ବୋଲି ପିସିସି ସଭାପତି ଓ କଂଗ୍ରେସ ବିଧାୟକ ଦଳ ନେତା ଯୁକ୍ତି ବାଢୁଛନ୍ତି  । କିନ୍ତୁ ଏହାକୁ ନେଇ ଦଳର ନେତାଙ୍କ ମଧ୍ୟରେ ସହମତି ହୋଇପାରୁନାହିଁ । ଦଳର ବରିଷ୍ଠ ବିଧାୟକ ସୁରେଶ ରାଉତରାୟଙ୍କ ଯୁକ୍ତି ହେଉଛି ଦୌପଦୀ ନିର୍ଦ୍ବନ୍ଦ୍ବରେ ଜିତିବା ନିଶ୍ଚିତ । ତେଣୁ  ସୋନିଆ ଗାନ୍ଧୀଙ୍କୁ ସେ ଓଡିଆ ଝିଅକୁ ସର୍ବସହମତରେ ଜିତାଇବା ପାଇଁ ପ୍ରସ୍ତାବ ରଖିବେ ବୋଲି କହିଛନ୍ତି । ତେବେ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାହା ସେ ଅକ୍ଷରେ ଅକ୍ଷରେ ପାଳନ କରିବେ ବୋଲି ମଧ୍ୟ କହିଛନ୍ତି ।

ସେପଟେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଧାନସଭାର ୧୪୭ ଜଣ ବିଧାୟକଙ୍କୁ ଦଳମତ ନିର୍ବିଶେଷରେ ଭୋଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ । ଏହାକୁ ଯଦି ଅନ୍ୟ ଦଳର ବିଧାୟକମାନେ ଗ୍ରହଣ କରନ୍ତି ତାହା ସ୍ବାଗତ ଯୋଗ୍ୟ ବୋଲି ବିଜେଡି କହିଛି । ଅନ୍ୟପଟେ ପିସିସି ସଭାପତି କିନ୍ତୁ ସୁରଙ୍କ ବୟାନକୁ ବ୍ୟକ୍ତିଗତ ବୟାନ କହିବା ସହ ବିଜେପି ମାଟି ଓ ପାର୍ଟି ରାଜନୀତିକୁ କଡ଼ା ସମାଲୋଚନା କରିଛନ୍ତି ।

ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦୌପଦୀ ମୁର୍ମୁ ନିଜର ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି ।