ନଦୀ ମଝିରେ ଚିତ୍କାର କଲେ ୨୫ ଯାତ୍ରୀ, ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

କଳାହାଣ୍ଡି: ନଇ ମଝିରେ ଫସିଲା ଡଙ୍ଗା । ଦେବଦୂତ ସାଜିଲେ ୧୦୮ ବୋଟ୍ ଆମ୍ବୁଲାନ୍ସ କର୍ମଚାରୀ । ସମସ୍ତ ଯାତ୍ରୀଙ୍କୁ କଲେ ଉଦ୍ଧାର । କଳାହାଣ୍ଡି ଇଦ୍ରାବତୀ ଜଳଭଣ୍ଡାରରେ ଘଟିଛି ଏହି ଘଟଣା । ଗୁଞ୍ଜମାଳି ଗାଁର ପ୍ରାୟ ୨୫ ଜଣ ଗ୍ରାମବାସୀ ଏକ ଦେଶୀ ଡଙ୍ଗାରେ ଇଦ୍ରାବତୀ ଜଳଭଣ୍ଡାର ପାର ହୋଇ ବାରିଆହାଟକୁ ହାଟ କରିବା ପାଇଁ ଯାଇଥିଲେ ।

ହେଲେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗାଟି ନଇ ମଝିରେ ଅଟକି ଯାଇଥିଲା । ଫଳରେ ଲୋକେ ଆତଙ୍କିତ ହୋଇ ଚିତ୍କାର କରିବାକୁ ଲାଗିଥିଲେ । ଏହି ସମୟରେ ବାରିଆହାଟ ଘାଟି ଠାରେ ନିୟୋଜିତ ଥିବା ୧୦୮ ବୋଟ୍ ଆମ୍ବୁଲାନ୍ସ ଦେଶୀ ଡଙ୍ଗା ନିକଟରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲେ ।