ଫୁଡ୍ ଡେଲିଭରି ବୟଙ୍କ ଦ୍ୱାରା ବୟଫ୍ରେଣ୍ଡଙ୍କୁ ଧରିଲେ ଗର୍ଲଫ୍ରେଣ୍ଡ୍

1 min read

ନୂଆଦିଲ୍ଲୀ: ଫୁଡ୍ ଡେଲିଭରି ବୟଙ୍କ ଦ୍ୱାରା ବୟଫ୍ରେଣ୍ଡଙ୍କୁ ଧରିଲେ ଗର୍ଲଫ୍ରେଣ୍ଡ୍ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଥାଇଲାଣ୍ଡରେ । ଜଣେ ଯୁବତୀ ତା’ର ବୟଫ୍ରେଣ୍ଡ ଆଉ କେଉଁ ଯୁବତୀ ସହ ସମ୍ପର୍କରେ ଥିବା ସନ୍ଦେହ ହୋଇଥିଲା । ଯାହା ଫଳରେ ସେ ଜଣେ ଡେଲିଭରି ବୟଙ୍କ ଦ୍ୱାରା ତାଙ୍କ ବୟଫ୍ରେଣ୍ଡର ଗୁଇନ୍ଦାଗିରି କରିଥିଲେ । ଥାଇଲାଣ୍ଡର ଏହି ଡେଲିଭରି ବୟ ଫେସବୁକରେ ଏହି ଘଟଣାର ଖୁଲାସା କରିଛନ୍ତି । ସୂଚନା ଅନୁସାରେ ଏହି ଡେଲିଭରି ବୟ ଜଣକ ଥାଇଲାଣ୍ଡର ନୋନ୍ଥାବୁରୀରେ LINE ନାମକ ଏକ କମ୍ପାନୀରେ କାର୍ଯ୍ୟରତ ଥିଲେ । ଫୁଡ୍, ଘର ଉପକରଣ, ପାର୍ସଲ ଡେଲିଭରି, ମେସେଞ୍ଜର ଓ ଟ୍ୟାକ୍ସି ସର୍ଭିସ ପ୍ରଦାନ କରନ୍ତି । କିନ୍ତୁ ନିକଟରେ ସେ ତାଙ୍କ ଏହି କାର୍ଯ୍ୟ ପରିବର୍ତ୍ତେ ଗୁଇନ୍ଦାଗିରି କରିଥିଲେ ।

ଏହି ଡେଲିଭରୀ ବୟ ଜଣକ କହିଛନ୍ତି କି ଏହି ଘଟଣା ଜୁଲାଇ ମାସର । ସେ ତାଙ୍କ କମ୍ପାନୀରେ ଦିନେ ନାଇଟ ସିଫ୍ଟରେ କାର୍ଯ୍ୟ କରୁଥିଲେ । ଏହି ସମୟରେ ଏକ ଖାଦ୍ୟ ଡେଲିଭରି ପାଇଁ ଅର୍ଡର ଆସିଥିଲା । ଏହାରି ମଧ୍ୟରେ ରାତି ପ୍ରାୟ ସାଢ଼େ ଗୋଟେ ସମୟରେ ଗ୍ରାହକଜଣଙ୍କର ଏକ ମେସେଜ ଆସିଥିଲା ’ ଦୟାକରି ଆପଣ ଏହି ଖାଦ୍ୟ ଖାଇ ଦିଅନ୍ତୁ’.. ରାସ୍ତାରେ ଏକ କାର ଅଛି କି ନାହିଁ ଆପଣ ଦେଖିପାରିବେ କି ? ଏହି ସମୟରେ ଉକ୍ତ ଯୁବତୀ ସେହି ଡେଲିଭରି ବୟଙ୍କୁ କାରର ଫଟୋ ଉଠେଇବାକୁ କହିଥିଲେ । ଫଟୋରେ ଥିବା କାର ଉକ୍ତ ଯୁବତୀଙ୍କ ବୟଫ୍ରେଣ୍ଡଙ୍କର ଥିଲା । ସେହି ଡେଲିଭରି ବୟ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଏସବୁରେ ଜଡ଼ିତ ହେବାକୁ ଚାହୁଁନଥିଲେ । କିନ୍ତୁ ଯଦି ସେ ଏହା କରିନଥାନ୍ତେ ତେବେ ତାଙ୍କ ଏହି ଅର୍ଡରଟି ସମ୍ପୂର୍ଣ୍ଣ ହୋଇନଥାନ୍ତା । ତାଙ୍କ ପାଖରେ ଆହୁରି ଅନେକ ଅର୍ଡର ପେଣ୍ଡିଂ ରହିଥିଲା, ତେଣୁ ସେ ଗ୍ରାହକଙ୍କ ଚାହିଦାକୁ ଶୀଘ୍ର ପୂରଣ କରି ପରବର୍ତ୍ତୀ ଅର୍ଡରରେ ଯିବାକୁ ଚାହୁଁଥିଲେ ।

ଏହି ଡେଲିଭରି ବୟ ଯୁବତୀଙ୍କ ସହ କରିଥିବା ବାର୍ତ୍ତାଳାପର ସ୍କ୍ରିନସଟ୍ ଫେସବୁକ୍ ଗ୍ରୁପରେ ସେୟାର କରିଥିଲେ । ଏହି ଗ୍ରୁପରେ LINEର ଅନେକ ଡେଲିଭରି ଡ୍ରାଇଭର ଅଛନ୍ତି । ତେବେ ଏହା ପ୍ରଥମ ଘଟଣା ନୁହେଁ ଯେତେବେଳେ କି ଏକ ଡେଲିଭରି ବୟକୁ ଭିନ୍ନ ପ୍ରକାରର କାମ କରିବାକୁ କୁହାଯାଇଛି । ଥାଇଲାଣ୍ଡରେ ହିଁ ଜୁନ୍ ମାସରେ LINEର ଡେଲିଭରି ବୟଙ୍କୁ ଦୁର୍ଲଭ ଆଲବିନୋ ରାକୁନ ପ୍ରଜାତିର ବିରଳ ପ୍ରାଣୀକୁ ବ୍ୟାଙ୍କକର ବାହାରକୁ ନେବାକୁ କୁହାଯାଇଥିଲା । ଏହାର ପ୍ରତିବଦଳରେ ତାଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ।