ଆଜି ରାଜଧାନୀରେ ଚିତ୍ତାକର୍ଷକ ଏୟାର ସୂର୍ଯ୍ୟକିରଣ ଶୋ; ବଳ ଦେଖାଇବ ବାୟୁସେନା

1 min read

ଭୁବନେଶ୍ୱର: ଆଜି ରାଜଧାନୀରେ ଦମ୍ ଦେଖାଇବ ସୂର୍ଯ୍ୟକିରଣ । ଆୟୋଜିତ ହେବ ଚିତ୍ତାକର୍ଷକ ଏୟାର ସୂର୍ଯ୍ୟକିରଣ ଶୋ । ବଳ ଦେଖାଇବ ବାୟୁସେନା । ସମରକଳା ପ୍ରଦର୍ଶନ କରିବେ ବାୟୁସେନା ଅଧିକାରୀ । କୁଆଖାଇ ନଦୀପଠାରେ ପୂର୍ବାହ୍ନ ୧୦ଟା ୧୫ରୁ ୧୧ଟା ୧୫ ମିନିଟ ଏକ ଘଣ୍ଟାର ଶୋ’ । ମାର୍କ-୧୨୩ ଲଢୁଆ ବିମାନ ଜରିଆରେ ପ୍ରଦର୍ଶିତ ହେବ କଳାକୌଶଳ । ୨ଟି ଟିମରେ ମୋଟ ୧୬ ଜଣ ବାୟୁସେନା ଅଧିକାରୀ ରହିବେ । ଏକା ସାଥିରେ ଉଡ଼ିବ ୯ଟି ବିମାନ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେବେ ।

ଏୟାର ଶୋ’ରେ ୫୦ ହଜାରରୁ ଏକ ଲକ୍ଷ ଲୋକଙ୍କ ସମାଗମ ହେବା ସମ୍ଭାବନା ରହିଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏୟାର ଶୋ ହେବାକୁ ଥିବା ଅଞ୍ଚଳରେ ପକ୍ଷୀ ଯେଭଳି ନଉଡିବେ ସେଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି । ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୧୫ପ୍ଲାଟୁନ ପୋଲିସ ଫୋର୍ସ ଓ ୧୦୦ଜଣ ଅଧିକାରୀଙ୍କ ସହ ନଦୀପଠାରେ ଓଡ୍ରାଫ ଟିମ୍ ମୁତୟନ ହୋଇଛନ୍ତି । ପ୍ରଥମ ଥର ପାଇଁ ଏଭଳି ଚିତ୍ତାକର୍ଷକ ଶୋ’ ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଆସନ୍ତା ୧୮ତାରିଖରେ ପୁରୀରେ ହବ ସୂର୍ଯ୍ୟକିରଣ ଶୋ