ପ୍ରତାରଣା ସନ୍ଦେହରେ ପ୍ରେମିକାକୁ ହତ୍ୟାକରି ନିଜେ ବିଷ ପିଇଲା ପ୍ରେମିକ

ସୁନ୍ଦରଗଡ଼: ପ୍ରେମରେ ପ୍ରତାରଣା ସନ୍ଦେହରେ ପ୍ରେମିକାକୁ ହତ୍ୟାକରି ନିଜେ ବିଷ ପିଇଲା ପ୍ରେମିକ । ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ଭୁଲତା ଗାଁରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା  । ପ୍ରେମିକାକୁ ହତ୍ୟା କରିବା ପରେ ବିଷ ପିଇ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛି ପ୍ରେମିକ । ଭୂଲତା ଗାଁର ଶାନ୍ତି ଲାକ୍ରା, ଓ ଶୁକୃ ଓରାମଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା  ।

ପ୍ରେମିକାର ଚରିତ୍ରକୁ ସନ୍ଦେହ କରି ପ୍ରେମିକ ଆଜି ଏଭଳି କାଣ୍ଡ ଭିଆଇଛି । ଏକ ଧାରୁଆ ଅସ୍ତ୍ରରେ ବେକ କାଟି ପ୍ରମୀକାଙ୍କୁ ହତ୍ୟା କରିବା ପରେ ନିଜେ ବିଷ ପିଇ ଦେଇଥିଵା ଅଭିଯୋଗ ହୋଇଛି । ଗ୍ରାମବାସୀ ଘଟଣା ସମ୍ପର୍କରେ ଚାନ୍ଦିପୋଷ ଥାନାକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାରୀ ଶୁକୃ ଏବେ ଡାକ୍ତରଖାନାରେ ପୋଲିସ ହେପାଜତରେ ଚିକିତ୍ସାଧୀନ ଅଛି  ।