spot_img
Home Blog Page 4101

ରାଇମୋହନଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସନ୍ଦେହ; ପୂର୍ବରୁ ବେକରେ ରହିଛି ଆଘାତ

ଭୁବନେଶ୍ୱର: ଅଭିନେତା ରାଇମୋହନ ପରିଡ଼ା ସୁଇସାଇଡ ମାମଲା । ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ଖୋଲିଲା ସାଂଘାତିକ ତଥ୍ୟ । ଶ୍ୱାସରୁଦ୍ଧରୁ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି । ହାଙ୍ଗିଂ ଯୋଗୁ ଶ୍ୱାସରୁଦ୍ଧ ହୋଇ ରାଇମୋହନଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ବେକରେ ପୂର୍ବରୁ ଏକ ଆଘାତ ରହିଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ଅଛି । ତେବେ ରାଇମୋହନଙ୍କ ବେକରେ କିପରି ଆସିଲା ଏହି ଦାଗ । ହତ୍ୟା ନା ଆତ୍ମହତ୍ୟା । ଆହୁରି ବଢ଼ିଲା ସସପେନ୍ସ । ଏହି ରିପୋର୍ଟକୁ ପୋଲିସକୁ ହସ୍ତାନ୍ତର କରାଯାଇଥିବା କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ତେବେ ରାଇମୋହନଙ୍କ ଭିସେରା ରିପୋର୍ଟ ଫରେନ୍ସିକ ଲ୍ୟାବ୍‌କୁ ଯାଇଛି ।

ସୂଚନା ଯୋଗ୍ୟ ଯେ, ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ମାମଲାରେ ୟୁଡ଼ି କେସ ରୁଜୁ କରି ତଦନ୍ତ କରୁଛି ପୋଲିସ । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣାପଡ଼ିଛି । ଏହି ମାମଲାରେ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ସିଡିଆର ଯାଞ୍ଚ ଚାଲିଛି, କାହା ସହ କଥା ହୋଇଛନ୍ତି ତାହା ଜଣାପଡ଼ିବ । ତେବେ ଆତ୍ମହତ୍ୟା ପୂର୍ବରୁ ପତ୍ନୀ ଓ ଦୁଇ ଝିଅକୁ ବାଏ ମେସେଜ ଲେଖିଥିଲେ ରାଇମୋହନ । ରାଇମୋହନ ଆତ୍ମହତ୍ୟା ମାମଲାରେ ପଡ଼ୋଶୀଙ୍କୁ ମଧ୍ୟ ପଚରାଉଚରା କରିବ ପୋଲିସ ।

ଏଥିସହିତ ପଢ଼ନ୍ତୁ: ରାଇମୋହନଙ୍କ ଆତ୍ମହତ୍ୟା ମାମଲା: ୟୁଡି କେସ୍ ରୁଜୁ କରି ତଦନ୍ତ କରୁଛି ପୋଲିସ୍

ନିଜ ଜନ୍ମଦିନରେ ନବୀନଙ୍କ ଫ୍ୟାନ୍‌ଙ୍କୁ ବାଇକ୍ ଉପହାର ଦେଲେ ପ୍ରଣବ

ଭୁବନେଶ୍ୱର: ଭିନ୍ନ ଢ଼ଙ୍ଗରେ ନିଜ ଜନ୍ମଦିନ ପାଳିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଫ୍ୟାନ୍ ତଥା ବିଜୁ ଜନତା ଦଳର ଦୃଢ଼ ସମର୍ଥକ ଖଗେଶ୍ୱରଙ୍କୁ ଏକ ମୋଟର ସାଇକେଲ ଗିଫ୍ଟ କରିଛନ୍ତି ପ୍ରଣବ । ବିଜେଡି ସାଂଗଠନିକ ସମ୍ପାଦକଙ୍କ ଠାରୁ ଏହି ଗିଫ୍ଟ ପାଇଁ ଖଗେଶ୍ୱର ବେଶ୍ ଖୁସି ହୋଇଥିବା ବେଳେ ଅନ୍ୟକର୍ମୀଙ୍କୁ ମଧ୍ୟ ଏହା ବେଶ୍ ଉତ୍ସାହିତ କରିଛି ।

May be an image of 3 people, people standing and outdoors

ସମସ୍ତଙ୍କ ନିକଟରେ ନବୀନଙ୍କ ଫ୍ୟାନ୍‌ ଭାବେ ପରିଚିତ ଖଗେଶ୍ୱର ସର୍ବଦା ବିଜେଡିର ଲୋଗୋ ଏବଂ ବିଜୁ ଜନତା ଦଳ ଲେଖା ଥିବା ପୋଷାକ ପିନ୍ଧୁଥିବା ବେଳେ ସେ ବ୍ୟବହାର କରୁଥିବା ବାଇକ୍ ମଧ୍ୟ ବିଜେଡି ପତାକା ରଙ୍ଗର । ସେ ଦଳର କୌଣସି ପଦ ପଦବୀରେ ନଥିଲେ ମଧ୍ୟ ଦଳୀୟ ସମାବେଶ ଓ ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳେ । ହାତରେ ବିଜେଡି ପତାକା ଧରି ନବୀନଙ୍କ ଗୁଣଗାନ କରୁଥିବା ପ୍ରାୟ ସମସ୍ତେ ଶୁଣିଛନ୍ତି ଓ ଦେଖିଛନ୍ତି । ଏଭଳି ଜଣେ ନିସ୍ୱାର୍ଥପର ସମର୍ଥକଙ୍କୁ ପ୍ରଣବଙ୍କ ଏହି ଉପହାର ଅନ୍ୟ କର୍ମୀ ଓ ଖଗେଶ୍ୱରଙ୍କୁ ବେଶ୍ ଉତ୍ସାହିତ କରିଛି । ଅପରପକ୍ଷରେ ଏହି ଫଟୋଟି ସୋସିଆଲ ମିଡିଆରେ ମଧ୍ୟ ଲୋକଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଛି । ଏଭଳି କାର୍ଯ୍ୟକୁ ସାମାଜିକ ଗଣମାଧ୍ୟମାରେ ଲୋକେ ବେଶ୍ ପ୍ରଶଂସା କରିଥିବା ବେଳେ ପ୍ରଣବଙ୍କୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

May be an image of 2 people, motorcycle and outdoors

 

ମାଲ୍ ବୋଝେଇ ପିକଅପ୍‌କୁ ପିଟିଲା ଆମ୍ୱୁଲାନ୍ସ;୨ଜଣ ଗୁରୁତର

ଭଦ୍ରକ: ମାଲ ବୋଝେଇ ପିକଅପକୁ ପଛରୁ ପିଟିଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ଆମ୍ବୁଲାନ୍ସର ୨ ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାହାଞ୍ଜ ଛକ ନିକଟରେ ଘଟିଛି ଦୁର୍ଘଟଣା । ରାଜପଥ କଡ଼ରେ କାଠ ବୋଝେଇ ହୋଇଥିବା ଏକ ପିକ ଅପ ଭ୍ୟାନ୍ ଠିଆ ହୋଇଥିବା ବେଳେ ଆମ୍ବୁଲାନ୍ସଟି ପଛରୁ ଧକ୍କା ଦେଇଥିଲା । ଆମ୍ବୁଲାନ୍ସ ଧକ୍କାରେ ପିକଅପଟି ରାଜପଥ କଡ଼ ନାଳକୁ ଖସି ପଡିଥିଲା । ଦୁର୍ଘଟଣାରେ ଆମ୍ବୁଲାନ୍ସର ଡ୍ରାଇଭର ଓ କର୍ମଚାରୀ ଚାପି ହୋଇ ଯାଇଥିବା ବେଳେ ଭଦ୍ରକ ପୋଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରି ମେଡିକାଲକୁ ପଠାଇଛି । ଆମ୍ବୁଲାନ୍ସର ଦୁଇ କର୍ମଚାରୀଙ୍କ ପରିଚୟ ମିଳିପାରି ନାହିଁ ।

 

 

୩୦ପରେ ରାଜ୍ୟର ଉତ୍ତର ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଆହୁରି ବଢ଼ିବ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ମୌସୁମୀ । ଦକ୍ଷିଣ ଛତିଶଗଡ଼ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଜାରି ରହିଛି ବର୍ଷା । ଏହାର ପ୍ରଭାବରେ ଅଧିକାଂଶ ଅଞ୍ଚଳରେ ପାଗ ମେଘୁଆ ରହିବା ସହିତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେଉଛି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବିଶେଷକରି ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପ୍ରଭାବ ସାମାନ୍ୟ ଅଧିକ ରହିବାର ଆକଳନ କରାଯାଇଛି । ୩୦ ତାରିଖ ପରେ ବର୍ଷା ବଢିବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଏକ ଟ୍ରପଲାଇନ ସୃଷ୍ଟି ହୋଇପାରେ । ଏହା ସହିତ ଘୂର୍ଣ୍ଣିବଳୟ ଓ ସକ୍ରିୟ ମୌସୁମୀ ବର୍ଷା ପରିମାଣ ବଢାଇବ । ଆସନ୍ତା ୨୪ଘଣ୍ଟାରେ ବର୍ଷା ନେଇ ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଓ ଭଦ୍ରକକୁ ସତର୍କତା ଜାରି ହୋଇଛି ।

ଏଥିସହିତ ପଢ଼ନ୍ତୁ: ରଥଯାତ୍ରା ପାଇଁ ସ୍ବାସ୍ଥ୍ୟ ବିଭାଗର ବଡ଼ ପଦକ୍ଷେପ, କୋଭିଡ୍‌ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ପୁରୀ ମନା       

ରହସ୍ୟ ଘେରରେ ରାଇମୋହନ ଆତ୍ମହତ୍ୟା ମାମଲା: ଆଜି ଆସିବ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର: ଏବେ ବି ସସପେନ୍ସରେ ଅଭିନେତା ରାଇମୋହନ ପରିଡ଼ା ସୁଇସାଇଡ୍ ମାମଲା । ଏଯାଏ ମୃତ୍ୟୁ ଉପରୁ ହଟିନି ପରଦା । କାହିଁକି ଆତ୍ମହତ୍ୟା କଲେ ରାଇମୋହନ । କାହିଁକି ଡିପ୍ରେସନରେ ଥିଲେ ଏହି ଅଭିନେତା । ମୃତ୍ୟୁର ପ୍ରକୃତ କାରଣ କ’ଣ । ଏନେଇ ଆଜି ଆସିବ ସ୍ପଷ୍ଟ ସୂଚନା । ଆଜି ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ପ୍ରକୃତ ସତ ସାମ୍ନାକୁ ଆସିବ । ମୃତ୍ୟୁ ପୂର୍ବରୁ ରାଇମୋହନ ମାନସିକ ଅବସାଦରେ ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ।

ତେବେ ମାନସିକ ଅବସାଦ ପଛର କାରଣ କଣ ? ପାରିବାରିକ, ଆର୍ଥିକ ନା ଆଉ କିଛି ? ଯଦି ପାରିବାରିକ, ତେବେ କଣ ଏମିତି ଘଟିଥିଲା, ଯାହାକୁ ନେଇ ଚରମ ନିଷ୍ପତ୍ତି ନେଲେ ରାଇମୋହନ। ଏନେଇ ପରିବାର ଲୋକ, ଡ୍ରାଇଭର ଓ ପଡୋଶୀଙ୍କୁ ପଚରାଉଚୁରା କରୁଛି ପୋଲିସ । ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ । ଅନ୍ୟପଟେ ସପ୍ତାହେ ତଳେ ରାଇମୋହନ କୌଣସି କାରଣରୁ ମଞ୍ଚେଶ୍ୱର ଥାନାକୁ ଯାଇଥିବା ସୂଚନା ମିଳିଛି । ତେବେ କେଉଁ କାରଣକୁ ନେଇ ଥାନାକୁ ଯାଇଥିଲେ ରାଇମୋହନ ? ମଞ୍ଚେଶ୍ୱର ଥାନାକୁ ଯିବା ସହ ଆତ୍ମହତ୍ୟାର କିଛି ଲିଙ୍କ ରହିଛି କି ? ଏଭଳି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ ।

ଏଥିସହିତ ପଢ଼ନ୍ତୁ: ରାଜଧାନୀ ଉପକଣ୍ଠରେ ବଡ଼ ଧରଣର ଡକାୟତି, ଲୁଟିନେଲେ ଅଧାକିଲୋ ସୁନା ଓ ୧୨ ଲକ୍ଷ ଟଙ୍କା

 

 

 

 

ମୋଦିଙ୍କୁ ସାକ୍ଷାତ କରିବାକୁ ବାଇଡେନ ଉତ୍ସାହିତ, ଦେଖନ୍ତୁ ଭିଡିଓ

ସ୍କଲସ ଏମଲାଓ: ଜି-୭ ସମ୍ମିଳନୀରେ ଯୋଗ ଦେବା ପାଇଁ ଦୁଇ ଦିନିଆ ଜର୍ମାନୀ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ବିତୀୟ ଦିନରେ ଜର୍ମାନୀରେ ମୋଦିଙ୍କ ଜୋରଦାର ସ୍ବାଗତ କରିଥିଲେ ପ୍ରବାସୀ ଭାରତୀୟ । ଏଥି ମଧ୍ୟରେ ଜର୍ମାନୀରେ ବିଶ୍ବନେତାଙ୍କ ସହ ଜାରି ଫଟୋରେ ପିଏମଙ୍କ ପ୍ରତି ସମ୍ମାନ ଓ ଭାରତର ବଢୁଥିବା ଲୋକପ୍ରିୟତା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜର୍ମାନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ ମୈକ୍ରୋ ଓ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ ସାକ୍ଷାତ କରିଛନ୍ତି ।

ଏହି ସାକ୍ଷାତ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଆମେରିକା ରାଷ୍ଟ୍ରପତି ବାଇଡେନ ମୋଦିଙ୍କ ସହ ହାତ ମିଶାଇବା ପାଇଁ ଅତି ଉତ୍ସାହର ସହ ଆସୁଛନ୍ତି । ଭିଡିଓରେ ଦେଖାଯାଇଛି ଯେ ସେହି ସମୟରେ ମୋଦି କାନାଡା ରାଷ୍ଟ୍ରପତି ଟ୍ରୁଡୋଙ୍କ ସହ କଥାବାର୍ତ୍ତାରେ ବ୍ୟସ୍ତ ଥିବାବେଳେ ବାଇଡେନ ତାଙ୍କ ନିକଟରେ ପହଞ୍ଚିଛନ୍ତି । ସେଠାରେ ଅନେକ ଶକ୍ତିଶାଳୀ ଦେଶର ନେତା ଉପସ୍ଥିତ ଥିବା ସତ୍ତ୍ବେ ବାଇଡେନ ସିଧା ମୋଦିଙ୍କ ନିକଟରେ

ଦୁଇଥର ଇସ୍ତଫା ଦେବାକୁ ଚାହୁଁଥିଲେ ଉଦ୍ଧବ, ମେଣ୍ଟର ଜଣେ ଶୀର୍ଷ ନେତା ଅଟକାଇଥିଲେ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତି ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ମନସ୍ଥ କରିଥିଲେ । ସେ ଦୁଇଥର ଇସ୍ତଫା ଦେବାକୁ ଚିନ୍ତା କରିଥିଲେ, କିନ୍ତୁ ଦୁଇଥର ଯାକ ମେଣ୍ଟ ନେତା ତାଙ୍କୁ ଅଟକାଇଥିଲେ । ଯେଉଁଦିନ ଏକନାଥ ସିନ୍ଦେ ନିଜ ସମର୍ଥକଙ୍କ ସହ ସୁରଟ ଯାଇଥିଲେ, ସେହିଦିନ ସନ୍ଧ୍ୟା ୫ଟାରେ ଫେସବୁକ ଲାଇଭରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନସ୍ଥ କରିଥିଲେ  । କିନ୍ତୁ ମହାବିକାଶ ଅଘାଡି ସରକାରର ଜଣେ ବରିଷ୍ଠ ନେତାଙ୍କ ଅନୁରୋଧ ପରେ ଇସ୍ତଫା ଦେଇନଥିଲେ  । ଏହି କାରଣରୁ ଫେସବୁକ୍ ଲାଇଭ ଅଧଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା  ।

ପୁଣିଥରେ ଦ୍ୱିତୀୟ ଦିନ ସନ୍ଧ୍ୟା ୪ଟାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନସ୍ଥ କରିଥିଲେ  । ଏଥିପାଇଁ ସେ ସଚିବଙ୍କ ବୈଠକ ଡକାଇଥିଲେ, ଯାହାଫଳରେ ସେମାନଙ୍କୁ ଅନ୍ତିମ ଧନ୍ୟବାଦ ଦେଇପାରିବେ । କିନ୍ତୁ ମହାବିକାଶ ଅଘାଡିର ସେହି ନେତାଙ୍କୁ ଏବିଷୟରେ ଜଣାପଡିବା କ୍ଷଣି ସେ ବୁଝାଇଥିଲେ ଏବଂ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାରୁ ଅଟକାଇଥିଲେ  । ମହାବିକାଶ ଅଘାଡିର ସେହି ନେତା ଏନସିପି ସୁପ୍ରିମୋ ଶରଦ ପୱାର ହୋଇଥିବା କୁହାଯାଉଛି । ସୂଚନାଥାଉକି ମହାରାଷ୍ଟ୍ର ରାଜନୈତିକ ସଙ୍କଟ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଗଲାଣି  । ଉପବାଚସ୍ପତିଙ୍କ ବିଦ୍ରୋହୀଙ୍କୁ ଅଯୋଗ୍ୟ ଘୋଷଣା କରିବା ନୋଟିସ୍ ଉପରେ କୋର୍ଟ ରୋକ ଲଗାଇଛନ୍ତି  । ଆସନ୍ତା ୧୧ ତାରିଖ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି  । କୋର୍ଟଙ୍କ ଶୁଣାଣି ପରେ ବିଦ୍ରୋହୀ ବିଧାୟକଙ୍କୁ ଆଶ୍ୱସ୍ତି ମିଳିଛି  ।

ଜାଲରେ ପଡିଲା ଦାମୀ ମାଛ

ମେଦିନୀପୁର: ସମୁଦ୍ର ମଝିରେ ଜାଲରେ ପଡିଲା ତେଲିଆ ମାଛ। ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲା ଓଲ୍ଡ ଦୀଘା ମୋହନା ସମୁଦ୍ରରୁ ମିଳିଛି ମହିଳା ତେଲିଆ ଭୋଲା ମାଛ । ମତ୍ସ୍ୟଜୀବୀ କାର୍ତ୍ତିକ ବେରାଙ୍କ ଜାଲରେ ଧରା ପଡ଼ିଛି ଏହି ବିରଳ ମାଛ । ଯାହାକୁ ନେଇ ମତ୍ସ୍ୟଜୀବୀ ମୋହନା ମାଛ ମାର୍କେଟ କମ୍ପ୍ଲେକ୍ସରେ ପହଞ୍ଚିଥିଲେ। ଏହି ତେଲିଆ ଭୋଲା ମାଛକୁ କିଣିବା ପାଇଁ ବହୁ ବ୍ୟବସାୟୀ ଦର ଲଗାଇ ଥିଲେ ।

ମାଛର ଓଜନ ପ୍ରାୟ ୭୦ କେଜିରୁ ଊର୍ଦ୍ଧ୍ବ ହେବ। ମାଛଟି ୧୮ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ଏହି ତୋଲିଆ ଭୋଲା ମାଛ ତିନି ପ୍ରକାରର ପୁରୁଷ, ମହିଳା ଓ ଖଚ୍ଚର୍  । ମହିଳା ତୋଲିଆ ଭୋଲା ମାଛ ବୋଲି ଏହାର ଦର ସବୁଠାରୁ ବେଶୀ ବୋଲି ଜଣା ପଡିଛି  ।

ସାଧାରଣ ପରିବାରରୁ କରିବେ ଲଣ୍ଡନ ଯାତ୍ରା, ଫେସବୁକରୁ ମିଳିଲା ଜବ ଅଫର

ନୂଆଦିଲ୍ଲୀ: କଥାରେ ଅଛି ସଫଳତା ଦେଖେନି ଧନୀ କି ଗରିବ  । ଦକ୍ଷତା ଓ ପ୍ରତିଭା ଆଧାରରେ ବ୍ୟକ୍ତିକୁ ସଫଳତା ମିଳିଥାଏ  । ଆମେ ଆଜି ଏପରି ଜଣେ ଭାରତୀୟ ଛାତ୍ରଙ୍କ କଥା କହିବୁ ଯାହାଙ୍କୁ ଫେସବୁକ୍ ୧.୮ କୋଟିର ପ୍ୟାକେଜ ଅଫର କରିଛି । ଛାତ୍ର ଜଣକ ଏହି ଅଫରକୁ ସ୍ୱୀକାର ମଧ୍ୟ କରିଛନ୍ତି  । ତାଙ୍କର ଏହି ସଫଳତାର କାହାଣୀ ଶୁଣିଲେ ଅନେକ ଯୁବଗୋଷ୍ଠୀ ପ୍ରଭାବିତ ହେବେ  ।

କୋଲକାତାର ଏକ ସାଧାରଣ ପରିବାରରେ ଜନ୍ମିତ ଛାତ୍ର ହେଉଛନ୍ତି ବିଶାଖ ମଣ୍ଡଳ । ତାଙ୍କ ମା ଜଣେ ଅଙ୍ଗନୱାଡି କର୍ମଚରୀ  । ତାଙ୍କ ପୁଅର ଏହି ସଫଳତାକୁ ଦେଖି ମାର ଆଖିରେ ଖୁସିର ଅଶ୍ରୁ ଦେଖିବାକୁ ମିଳିଛି । ଯେତବେଳେ ଗଣମାଧ୍ୟମ ତାଙ୍କୁ ପୁଅର ଏହି ସଫଳତା ବିଷୟରେ ପଚାରିଥିଲା ସେ କହିଥିଲେ ପୁଅ ପାଇଁ ମୁଁ ଗର୍ବିତ  । କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ବିଶାଖ ମଣ୍ଡଳ କମ୍ପ୍ୟୁଟର ସାଇନ୍ସର ଚତୁର୍ଥ ବର୍ଷର ଛାତ୍ର । ଚଳିତ ବର୍ଷ ସେପ୍ଟେମ୍ବରରେ ସେ ଫେସବୁକରେ କାମ କରିବା ପାଇଁ ଲଣ୍ଡନ ଯିବେ ।

ବିଶାଖ ମିଡିଆ ସାକ୍ଷାତକାରରେ କହିଛନ୍ତି, ମୋତେ ମଙ୍ଗଳବାର ଜବ୍ ଅଫ ମିଳିଛି । କରୋନା ମହାମାରୀ ସମୟରେ ଗତ ଦୁଇ ବର୍ଷରେ, ମୋତେ ଅନେକ ସଂସ୍ଥାରେ ଇଣ୍ଟର୍ଣ୍ଣସିପ୍ କରିବାର ସୁଯୋଗ ମିଳିଲା ଏବଂ ଏହାଦ୍ୱାରା ମୋତେ ପାଠ ବାହାରେ ବି ଜ୍ଞାନ ଆରୋହଣରେ ସହାୟତା ମିଳିଲା  । ତେବେ ମଣ୍ଡଳଙ୍କୁ ଗୁଗଲ ଏବଂ ଆମାଜନ ଠାରୁ ମଧ୍ୟ ଜବ ଅଫର ମିଳିଥିଲା, କିନ୍ତୁ ସେ ଫେସବୁକର ଅଫରକୁ ସ୍ୱୀକାର କରିବା ଉଚିତ ମଣେ କଲେ  । କାରଣ ଫେସବୁକର ବାର୍ଷିକ ପ୍ୟାକେଜ ଅନ୍ୟ ଦୁଇ ଜଣଙ୍କ ତୁଳନାରେ ଅଧିକ ରହିଥିଲା  । ସେ କହିଛନ୍ତି ମୁଁ ସେପ୍ଟେମ୍ବରରେ ଫେସବୁକରେ ଜଏନ କରିବି  ।

ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାର ରାମପୁରହଟରେ ତାଙ୍କ ଘର ଏବଂ ସେ ଏକ ସାମାନ୍ୟ ପରିବାରରୁ ବିଲଙ୍ଗ କରୁଛନ୍ତି । ତାଙ୍କ ମା ଶିବାନୀ ମଣ୍ଡଳ ଅଙ୍ଗନବାଡିରେ କାମ କରନ୍ତି  । ସେ କହିଛନ୍ତି ତାଙ୍କ ପୁଅ ସବୁବେଳେ ପଢିବାରେ ବହୁତ ଦ୍ରୁତ ଥିଲା ଏବଂ ନିଜ ପୁଅର ଏହି ସଫଳତା ଦ୍ୱାରା ସେ ବହୁତ ଖୁସି ଅଛନ୍ତି  । ପରିବାର ପାଇଁ ଏହା ଗର୍ବର ବିଷୟ  । ତାକୁ ସଫଳ ହେବାକୁ ଦେଖିବା ପାଇଁ ଆମେ ବହୁତ ସଂଘର୍ଷ କରିଛୁ  । ସେ ନିଜ ପାଠପଢାକୁ ନେଇ ସବୁବେଳେ ଚିନ୍ତାଶୀଳ ଥିଲା  । ଦ୍ୱାଦଶରେ ଭଳ ନମ୍ବର ଏବଂ ଜେଇଇ ପରୀକ୍ଷାରେ ଭଲ ରାଙ୍କ ପରେ ତାକୁ ଯାଦବପୁର ବିଶ୍ୱବିଦ୍ୟାଳୟରେ ଆଡମିଶନ ମିଳିଥିଲା  ।

ନିବେଶକଙ୍କୁ ନିମନ୍ତ୍ରଣ ଦେବେ ନବୀନ, ଓଡିଶା ମୁହାଁଇବେ କର୍ପୋରେଟ କମ୍ପାନୀ

ଆବୁଧାବି: ଦୁବାଇରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟିମ୍ ଓଡ଼ିଶା। ଆଗାମୀ ୨୯ ରେ ଆୟୋଜନ ହେବ ମେକ ଇନ ଓଡ଼ିଶା କନକ୍ଲେଭ  । ଏଥିପାଇିଁ ଆରମ୍ଭ ହୋଇଛି କାଉଣ୍ଟଡାଉନ  । ମଧ୍ୟପ୍ରାଚ୍ୟର ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଖାଦ୍ୟ ପ୍ରକ୍ରିୟାକରଣରୁ ନେଇ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରିରେ ବ୍ୟାପକ ପୁଞ୍ଜିନିବେଶ ପାଇଁ ନବୀନ ଆମନ୍ତ୍ରଣ କରିବେ  । ସୌର ଶକ୍ତି କ୍ଷେତ୍ରରେ ବି ପୁଞ୍ଜି ନିବେଶର ଆଶା ରହିଛି । ସରକାରଙ୍କ ସିଙ୍ଗଲ ଉଇଣ୍ଡୋ ଯୋଗୁଁ କିପରି ଓଡ଼ିଶା ଏବେ ଇନଭେଷ୍ଟମେଣ୍ଟ ହବ୍‌ରେ ପରିଣତ ହୋଇଛି ସେ ନେଇ ବୁଝାଇ କହିବେ ନବୀନ  । ଇନଭେଷ୍ଟର ମିଟ୍ ପରେ ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓ ଟିମ୍ ଓଡ଼ିଶା ଆଲୋଚନା ବି କରିବେ ।

ମୁଖ୍ୟମନ୍ତ୍ରୀଙ୍କ ଓ୍ବାନ ଟୁ ଓ୍ବାନ ପୂର୍ବରୁ ଅଧିକାରୀମାନେ ବିଭିନ୍ନ କର୍ପୋରେଟ କମ୍ପାନୀ ସହ ପୁଞ୍ଜିନିବେଶର ବାସ୍ତବତା, ସମ୍ଭାବନା ଓ ସୁଯୋଗ ଆଲୋଚନା କରି ଖସଡ଼ା ପ୍ରସ୍ତୁତ କରୁଛନ୍ତି । ଏଥିସହ ଓଡ଼ିଶା କାହିଁକି ଉତ୍ତମ ବିକଳ୍ପ ସେକଥା କହିବେ ରାଜ୍ୟରେ ସଫଳତାର ସହ ପୁଞ୍ଜିନିବେଶ କରିଥିବା ଶିଳ୍ପପତିଙ୍କ ପ୍ରତିନିଧି ଦଳ ।

ପୁଞ୍ଜିନିବେଶ କ୍ଷେତ୍ରରେ ଶୂନରୁ ଶୀର୍ଷରେ ପହଞ୍ଚିଛି ଓଡ଼ିଶା  । ୨୨ ବର୍ଷରେ ବଦଳିଛି ଚିତ୍ର  । ଶିଳ୍ପ ଆଉ ସ୍ବପ୍ନ ନୁହେଁ  । ନିବେଶ ପାଇଁ ଓଡ଼ିଶା ନାଁ ହିଁ କାଫି  । ଏସବୁ ସମ୍ଭବ ହୋଇପାରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଜନ ଓ ପ୍ଲାନ ପାଇଁ  । କେବଳ ଜାତୀୟ ନୁହେଁ ଅନ୍ତର୍ଜାତୀୟ ସ୍ତରର ବଡ଼ ବଡ଼ କର୍ପୋରେଟ କମ୍ପାନୀ ଏବେ ଓଡ଼ିଶା ମୁହାଁ  । ମଧ୍ୟପ୍ରାଚ୍ୟରେ ମେକ ଇନ ଓଡ଼ିଶା କନକ୍ଲେଭ ବି ରାଜ୍ୟ ଶିଳ୍ପ ଅଭିବୃଦ୍ଧି ପାଇଁ ଆଣିବ ବଡ଼ ସୁଯୋଗ  । କନକ୍ଲେଭ ପରେ ୟୁନାଇଟେଡ଼୍ ଆରବ ଏମିରେଟ୍ସର ୭ଟି ଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ  ମୁଖ୍ୟମନ୍ତ୍ରୀ ଓ ଟିମ୍ ଓଡ଼ିଶା ରାଜ୍ୟର କଳା,ସଂସ୍କୃତିରେ ଭାବ ବିନିମୟ ନେଇ ଆଲୋଚନା କରିବେ ।

ପୁଞ୍ଜିନିବେଶ ପାଇଁ ବଡ଼ ପ୍ଲାଟଫର୍ମ ସାଜିବ ମେକ ଇନ ଓଡ଼ିଶା କନକ୍ଲେଭ  । ଏହାଦ୍ବାରା ଓଡ଼ିଶାରେ ବ୍ୟାପକ ନିଯୁକ୍ତି ସୁଯୋଗ ପାଇଁ ବାଟ ଫିଟିବ  । ୨୯ରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ ଯୋଗଦେବା ପରେ ୩୦ରେ ଦିଲ୍ଲୀରେ ପହଞ୍ଚିବେ। ସେହିଦିନ ରାତିରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି।