ଭାରତ ପାଇଁ ଖୁସି ଖବର, ଆହୁରି ଆସିବେ ଆଫ୍ରିକୀୟ ଚିତା

1 min read

ନାମ୍ବିଆ: ଭାରତ ପାଇଁ ଖୁସି ଖବର  । ଭାରତକୁ ଆହୁରି ଆସିବେ ଆଫ୍ରିକୀୟ ଚିତା  । ଆଗାମୀ ବର୍ଷ ମାନଙ୍କରେ ଭାରତକୁ ଅଧିକ ଚିତା ପଠାଇବ ନାମ୍ବିଆ  । କେବଳ ନାମ୍ବିଆ ନୁହେଁ ଦକ୍ଷିଣ ଆଫ୍ରିକାରୁ ବି ଚିତା ଆସିବା ନେଇ ଚାଲିଛି ଯୋଜନା  ।

ଚିତାଙ୍କ ବଂଶବୃଦ୍ଧି ପାଇଁ ଭାରତ ହିଁ ସର୍ବୋକୃଷ୍ଟ ସ୍ଥାନ  । ଏଠାରେ ଚିତାଙ୍କ ବଂଶବୃଦ୍ଧି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି କଞ୍ଜରଭେସନ ଫଣ୍ଡ ବା ସିସିଏଫର ବିଶେଷଜ୍ଞ ଲୌରି ମାର୍କର  ।

ଚିତାବାଘ ଆଣିବା ଲାଗି ପ୍ରଥମେ ୨୦୦୯ରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ନାମିବ୍ୟାର ସିସିଏଫ ବିଶେଷଜ୍ଞମାନେ ପ୍ରଥମେ ଭାରତକୁ ଏହି ପ୍ରସ୍ତାବ ଦେଇଥିଲେ । ପ୍ରାୟ ୧୨ ବର୍ଷ ମଧ୍ୟରେ ପ୍ରକଳ୍ପର ଅନୁଧ୍ୟାନ ଲାଗି ସିସିଏଫର ମୁଖ୍ୟ ଡକ୍ଟର ଲରି ମାର୍କର ବହୁଥର ଭାରତ ଆସିଥିଲେ । ଗତ ୨୦୨୦ ଜାନୁଆରୀରେ ଚିତା ପ୍ରକଳ୍ପକୁ ଅନୁମୋଦନ କରିଥିଲେ ସୁପ୍ରିମକୋର୍ଟ । ଫଳରେ ଜୁଲାଇ ୨୦୨୦ର ଭାରତ ଓ ନାମିବ୍ୟା ମଧ୍ୟରେ ଏକ ବୁଝାମଣା ଚୁକ୍ତି ହୋଇଥିଲା ।

ସ୍ୱତନ୍ତ୍ର ବିମାନରେ ଗତକାଲି ନାମିବ୍ୟାରୁ ଭାରତରେ ପହଁଚିଛନ୍ତି ୮ ଆଫ୍ରିକୀୟ ଚିତା ।  ଏକ ସ୍ବତନ୍ତ୍ର B-747 ଜୁମ୍ବୋ ଜେଟ ନାମିବ୍ୟା ରାଜଧାନୀ ଓ୍ୱିଣ୍ଡହୋକରୁ ଚିତାଙ୍କୁ ଆଣି ମଧ୍ୟପ୍ରଦେଶର ଗ୍ୱାଲିୟରରେ ଲ୍ୟାଣ୍ଡ କରିଛି   । ଚିତାଙ୍କ ତାପମାତ୍ରା ସହ୍ୟ କ୍ଷମତାକୁ ବିଚାରକୁ ନେଇ ସେମାନଙ୍କୁ ରାତିରେ ହିଁ ଅଣାଯାଇଥିଲା ।

ଚିତାଙ୍କ ମଧ୍ୟରେ ୫ଟି ମାଇ ଓ ୩ଟି ଅଣ୍ଡିରା ବାଘ ଥିବା ବେଳେ ସେମାନଙ୍କର ବୟସ ରହିଛି ୪ରୁ ସାଢେ ୫ ବର୍ଷ । ପ୍ରତି ଚିତାଙ୍କ ଦେହରେ ଗୋଟିଏ ଗୋଟିଏ ସାଟେଲାଇଟ କୋଲାର ଖଞ୍ଜାଯାଇଛି । ୮ଟି ଚିତା ମଧ୍ୟରୁ ଦୁଇ ଜଣ ଅଛନ୍ତି ଭାଇ । ସ୍ବତନ୍ତ୍ର ବିମାନଟି ଜୟପୁରରେ ଲ୍ୟାଣ୍ଡିଂ ପରେ ହେଲିକପ୍ଟରରେ ବାଘମାନଙ୍କୁ ଜବଲପୁର ପରେ ସେଓପୁର ଜିଲ୍ଲାସ୍ଥିତ କୁନୋ ଜାତୀୟ ଉଦ୍ୟାନକୁ ଚିତାଙ୍କୁ ନିଆଯାଇଛି  ।