spot_img
Home Blog Page 4100

ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ସୁନାବେଡ଼ା: ବେକରେ ଚୁନି ଲଗାଇ ଆତ୍ମହତ୍ୟା କଲେ ଆଦିବାସୀ କଲେଜ ଛାତ୍ରୀ । ସୁନାବେଡା ପୌରଅଞ୍ଚଳ ଅଧିନସ୍ଥ ନେହୁରୁ ନଗର ଜୟପୁର ମହିଳା ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷ ଛାତ୍ରୀ । କିଛିଦିନ ତଳେ ତାମିଲନାଡୁ ଦାଦନ ଖଟିବା ପାଇଁ ଯାଇଥିଲେ  । ପୁଣି ସେଠାରୁ ଫେରି ସିମିଳିଗୁଡାର ଏକ ରୁଟି ଫ୍ୟାକ୍ଟ୍ରିରେ କିଛିଦିନ ହେବ କାମ କରୁଥିଲେ  । ଛାତ୍ରୀ ଜଣକ କୌଣସି କାରଣରୁ ଘରେ କେହି ନଥିବା ସୁଯୋଗ ନେଇ ପଙ୍ଖାରେ ନିଜ ଚୁନି ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି ।

ଏହି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ସିମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ପଂଚାୟତର ପୁଟସିଲ ଗ୍ରାମରେ  । ମୃତ ଛାତ୍ରୀଙ୍କ ନାଁ ରଚନା ସାଉଁତା ବୋଲି ଜଣା ପଡିଛି  । ଖବର ପାଇ ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ, ଜିଲ୍ଲାପରିଷଦ ମୋହନ ଜାନି ଘଟଣା ସ୍ଥଳକୁ ଯାଇ ପୋଲିସକୁ ଖବର ଦେଇଥିଲେ  । ସୁନାବେଡା ପୋଲିସ ପହଁଞ୍ଚି ଝୁଲନ୍ତା ଶବ ଉଦ୍ଧାର କରିବା ସହ ମନିପ୍ରସରେ ଥିବା ଅଜଣା ଯୁବକଙ୍କ ପାସପୋର୍ଟ ଫଟୋ ଓ ମୋବାଇଲ ଜବତ କରିଛି  । ସେଥିରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ହସପିଟାଲ ଶବ ବ୍ୟବଛେଦ କରି ପରିବାରକୁ ଶବ ହସ୍ତାନ୍ତର କରାଯାଇଛି  । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁ କି ଆତ୍ମହତ୍ୟା ତାହା ଜଣା ପଢିବ । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ପାଣି ବୋତଲ ଚୋରି କରିଥିଲେ, ମାସେ ହେଲାଣି ମିଳୁନି ପତ୍ତା

ରାଉରକେଲା: ଏକ ମାସ ଧରି ୩ ନାବାଳକ ନିଖୋଜ ।  ସେମାନଙ୍କ ପତ୍ତା ମିଳୁନଥିବା ବେଳେ ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଛି । ରାଉରକେଲା ମାଲଗୋଦାମ ବସ୍ତିର ୩ ଶିଶୁ ନିଖୋଜ ହୋଇଯାଇଛନ୍ତି । ମାଡ଼ ଭୟରେ କେଉଁ ଆଡେ ଫେରାର ହୋଇ ଯାଇଥିବା ଅଭିଯୋଗ କରିଛନ୍ତି ପରିବାର।

ମାଲଗୋଦାମ ବସ୍ତିର ଏକ ଦୋକାନରୁ ପାଣି ବୋତଲ ଚୋରି କରିଥିବା ସନ୍ଦେହରେ ଦୋକାନୀ ଶିଶୁଙ୍କୁ ମାଡ ମାରିବା ସହ ସେମାନଙ୍କ ସାଇକେଲ ଛଡ଼ାଇ ରଖିଥିଵା ଅଭିଯୋଗ ହୋଇଛି । ଚୋରି ସମ୍ପର୍କରେ ଘରେ ଜାଣିଦେବା ଓ ମାଡ଼ ଭୟରେ ଗତମାସ ୨୮ ତାରିଖରୁ ତିନି ଜଣ ଶିଶୁ କେଉଁଆଡେ ଚାଲିଯାଇଛନ୍ତି ।

ନିଖୋଜ ନେଇ ଉଦିତନଗର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ପକ୍ଷରୁ ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି।  ନିଖୋଜ ତିନି ଶିଶୁ ହେଲେ ଦୁଇଭାଇ ୧୩ ବର୍ଷୀୟ ସୁରଜ ମୁଣ୍ଡାରୀ, ୧୦ ବର୍ଷୀୟ ଆକାଶ ମୁଣ୍ଡାରୀ ଏବଂ ଅନ୍ୟଜଣେ ୧୦ ବର୍ଷୀୟ ସୁବାସ ସର୍ଗୀପାଦୀୟ  ।

ଆରବ ସାଗରରେ ଜରୁରୀକାଳୀନ ଲ୍ୟାଣ୍ଡିଂ କଲା ଓଏନଜିସି ହେଲିକପ୍ଟର

ମୁମ୍ବାଇ: ଜରୁରୀକଳୀନ ଅବତରଣ କଲା ଓଏନଜିସି ହେଲିକପ୍ଟର । ଆରବ ସାଗର ନିକଟରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଛି ହେଲିକପ୍ଟର  । ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ହେଲିକପ୍ଟରରେ ୯ ଜଣ ଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ହେଲିକପ୍ଟରରେ ୭ ଜଣ ଯାତ୍ରୀ ଓ ଦୁଇ ପାଇଲଟ ଥିଲେ  ।

ତେବେ ଜରୁରୀକାଳୀନ ଅବତରଣର କାରଣ ଜଣାପଡି ନାହିଁ । ପାସେଞ୍ଜରଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ସମୁଦ୍ର ଉପକରଣ ଯୋଗାଇ ଦିଆଯାଇଥିବା ଭାରତୀୟ କୋଷ୍ଟଗାର୍ଡ ସୂଚନା ଦେଇଛି ।

ଆରବ ସାଗରରେ ଓଏନଜିସିର ଅନେକ ରିଗ୍ ଏବଂ ଇନଷ୍ଟଲେସନ୍ ଅଛି ଯାହା ସମୁଦ୍ର ତଳେ ଅବସ୍ଥିତ ଜଳଭଣ୍ଡାରରୁ ତୈଳ ଏବଂ ଗ୍ୟାସ୍ ଉତ୍ପାଦନ ପାଇଁ ବ୍ୟବହୃତ ହୁଏ  । ଆଜି ସେଠାକୁ କିଛି ଉପକରଣ ନେଇ କଣ୍ଟ୍ରାକ୍ଟରଙ୍କ ସମେତ ୯ ଜଣକୁ ନେଇ ପହଞ୍ଚିଥିଲା ଓଏନଜିସି ହେଲିକପ୍ଟର  ।

 

୧୪ ଦିନ ପରେ ଜଗାକୁ ଦେଖିବେ ଭକ୍ତ, କାଲି ନବଯୌବନ ଦର୍ଶନ

ପୁରୀ: ଆସନ୍ତାକାଲି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ । ସକାଳ ୮ରେ ତାଟି ଫିଟିବା ପରେ ପ୍ରଥମେ ଏକ ଘଣ୍ଟା ପରମାଣିକ ଦର୍ଶନ ପାଇଁ ଧାର୍ଯ୍ୟ ହୋଇଛି । ସକାଳ ୯ରୁ ୧୦ଟା ୩୦ ସର୍ବସାଧାରଣ ଦର୍ଶନ ହେବ । ସେହିପରି ଅପରାହ୍ନ ୨ଟାରୁ ୩ଟା, ସନ୍ଧ୍ୟା ୬ରୁ ସାଢେ ୬, ରାତି ୯ରୁ ୧୦ଟା ୩୦ ଓ ରାତି ୧୧ଟା ୩୦ରୁ ୧୨ଟା ୩୦ ଯାଏ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ । ବିଶେଷ ନୀତି ପାଇଁ ସକାଳ ୧୦ଟା ୩୦ରୁ ଅପରାହ୍ନ ୨ଟା, ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ଓ ସନ୍ଧ୍ୟା ୬ଟା ୩୦ରୁ ରାତି ୯ ଟା ଯାଏ ଏବଂ ରାତି ୧୦ଟା ୩୦ରୁ ୧୧ଟା ୩୦ ଯାଏ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ ।

ସେହିପରି ପରଦିନ ଉଭାଯାତ୍ରା ।  ସକାଳ ୪ରୁ ୬ଟା ୩୦, ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ଗୋଟାଏ ୩୦ ଓ ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୫ଟା ଯାଏ ଜଗାଦର୍ଶନ କରିପାରିବେ ଭକ୍ତ । ସକାଳ ୬ଟା ୩୦ରୁ ଦିନ ୧୨ଟା ୩୦, ଅପରାହ୍ନ ଗୋଟାଏ ୩୦ରୁ ୩ଟା ୩୦ ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀଗୁଣ୍ଡିଚା ଯାତ୍ରା ନୀତିକାନ୍ତି ତଥା ନିର୍ଦ୍ଧାରିତ ସମୟରେ ପହଣ୍ଡି ସମ୍ପାଦନ ପାଇଁ ପ୍ରସ୍ତୁତି ପାଇଁ ଉଭାଯାତ୍ରା ଦିନ ସନ୍ଧ୍ୟା ୫ଟା ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ବନକଲାଗି ନୀତି । ସ୍ବତନ୍ତ୍ର ନୀତିକାନ୍ତି ସହ ଅଣସରର ଅନ୍ତିମ ଦିନରେ ମହାପ୍ରଭୁଙ୍କ ବନକଲାଗି ନୀତି ହେଉଛି । କଳା, ଧଳା, ନାଲି, ହରିତାଳ ଆଦି ପାରମ୍ପରିକ ରଙ୍ଗରେ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ । ଦୁଇଦିନ ପରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ପୁରୀ ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ମକଡ୍ରିଲ କରିଛି ପୋଲିସ । ରଥଟଣା, ଭିଡ଼ ନିୟନ୍ତ୍ରଣ‌ ଓ ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପର୍କରେ ଦିଆଯାଇଛି ପ୍ରଶିକ୍ଷଣ ।

କାର୍‌ରେ ଅଚେତ ହୋଇପଡ଼ିଥିଲେ ମହିଳା; ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ EOW ଏସ୍‌ପି

ଭୁବନେଶ୍ୱର: ଦେବଦୂତ ସାଜିଲେ ଇଓଡବ୍ଲ୍ୟୁ ଏସପି ।  ଇଓଡବ୍ଲ୍ୟୁ ଏସପି ଦିଲ୍ଲୀପ କୁମାର ତ୍ରିପାଠୀଙ୍କ ମାନବିକତା ଯୋଗୁଁ ନୂଆ ଜୀବନ ପାଇଲେ ଜଣେ ମହିଳା । ବଞ୍ଚିଗଲା ଗାଡ଼ି ଭିତରେ ଅଚେତ ହୋଇପଡ଼ିଥିବା ମହିଳାଙ୍କ ଜୀବନ । ଘଟଣାନୁଯାୟୀ ଗତକାଲି ଅଫିସରୁ ଘରକୁ ଫେରିବା ବାଟରେ ଦିଲ୍ଲୀପଙ୍କ ଅଫିସ ଗାଡ଼ିକୁ ୨ଜଣ ଅଟକାଇଥିଲେ ଏବଂ ଅନ୍ୟ ଏକ କାର୍ ଆଡ଼କୁ ଇସାରା କରିଥିଲେ । ଯାହାକୁ ଦେଖି ଗାଡ଼ି ଅଟକାଇଥିଲେ ଏସପିଙ୍କ ଡ୍ରାଇଭର । ଗାଡ଼ି ଅଟକାଇବା ପରେ ନିଜ ଡ୍ରାଇଭରଙ୍କ ସହ ସେହି ଗାଡ଼ି ନିକଟକୁ ଯାଇଥିଲେ ଦିଲ୍ଲୀପ । ଗାଡ଼ି ନିକଟକୁ ପହଞ୍ଚି ଦେଖିଲା ବେଳେ ୩୦ ବର୍ଷୀୟ ଜନୈକ ମହିଳା ସେହି ଗାଡ଼ି ଭିତରେ ଅଚେତ ହୋଇପଡ଼ିଥିବା ଦେଖିବାକୁ ପାଇଥିଲେ । ଏହାପରେ ସେଠାରେ ଉପସ୍ଥିତ ଲୋକ ଓ ଡ୍ରାଇଭରଙ୍କ ସହାୟତାରେ ତାଙ୍କୁ କାର୍ ଭିତରୁ ଉଦ୍ଧାର କରିବା ସହ ନିକଟସ୍ଥ ହସ୍ପିଟାଲର ଜରୁରୀକାଳୀନ ସେବା ବିଭାଗରେ ଭର୍ତ୍ତି କରାଇଥିଲେ । ଆବଶ୍ୟକ ଚିକିତ୍ସା ପରେ ମହିଳାଙ୍କ ଚେତା ଫେରିଥିଲା । ଏବଂ ଅଳ୍ପ ସମୟ ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସିଥିଲା । ତେବେ ଘଟଣା ସମ୍ପର୍କରେ ଅବଗତ ହେବା ପରେ ହସ୍ପିଟାଲରେ ପହଞ୍ଚିଥିଲେ ମହିଳାଙ୍କ ପରିବାର ଲୋକେ । ସେମାନଙ୍କୁ ମହିଳାଙ୍କ ମୋବାଇଲ ଫୋନ୍ ଓ ଭ୍ୟାନିଟ୍ ବ୍ୟାଗ୍ ପ୍ରଦାନ କରିଥିଲେ ଏସପି । ତେବେ ମହିଳାଙ୍କ ଜଣଙ୍କ ହେଉଛନ୍ତି ରଘୁନାଥପୁର ମୋନାଲିସା ରଥ । ନିଜ ପୁଅକୁ ଟ୍ୟୁସନରୁ ଫେରାଇ ଆଣିବାକୁ ଯାଉଥିବା ବେଳେ ବାଟରେ ଅଚେତ ହୋଇପଡ଼ିଥିଲେ ।

            ଘଟଣାଟି ରେଳ ସଦନ ନିକଟରେ ଘଟିଥିବା ବେଳେ ମହିଳାଙ୍କୁ ଉଦ୍ଧାର କରିବା ଏବଂ ମେଡିକାଲରେ ଭର୍ତ୍ତି କରାଇବାରେ ସହାଯ୍ୟ କରିଥିବା ସ୍ଥାନୀୟ ପରିବା ବିକାଳୀ ମହିଳା ଓ ଅନ୍ୟ ଜଣେ ଗାଡ଼ି ଚାଳକ ସଦାଶିବଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହାସହିତ ନିଜ ଡ୍ରାଇଭରଙ୍କୁ ମଧ୍ୟ ସବାସୀ ଜଣାଇଛନ୍ତି ଏସପି । ଏବଂ ଏ ପୂରା ଘଟଣାକୁ ସାମାଜିକ ଗଣମାଧ୍ୟମ ଜରିଆରେ ଶ୍ରୀ ତ୍ରିପାଠୀ ପ୍ରକାଶ କରିବା ସହ ଏଭଳି କାର୍ଯ୍ୟ ତାଙ୍କ ମଧ୍ୟରେ ଦିବ୍ୟ ଆନନ୍ଦ ଭରିଦେଇଥିବା ଲେଖିଛନ୍ତି ।

ଗୁରୁବାର ଉଭାଯାତ୍ରା, ଜାଣନ୍ତୁ କେଉଁ ସମୟରେ କରିପାରିବେ ଦର୍ଶନ

ପୁରୀ:  ସୁସ୍ଥ ହୋଇଛନ୍ତି ଶ୍ରୀଜିଉ । ମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ଅଣସରର ଅନ୍ତିମ ଦିନରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଛି । କଳା, ଧଳା, ନାଲି, ହରିତାଳ ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ । ଗତକାଲି ମଧ୍ୟ ଚତୁର୍ଦ୍ଦଶୀ ତିଥିରେ ଶ୍ରୀଜିଉଙ୍କ ପୟର ମୁଦା ସହ ବନକ ଲାଗି ନୀତି ହୋଇଥିଲା ।

ଆସନ୍ତାକାଲି ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଦୁଇବର୍ଷ ପରେ ଭକ୍ତଙ୍କୁ ମିଳିବ ଶ୍ରୀଜିଉଙ୍କ ଦୁର୍ଲଭ ଦର୍ଶନର ସୁଯୋଗ ।

ଆସନ୍ତା ୩୦ ତାରିଖ ଗୁରୁବାର ଉଭାଯାତ୍ରା ଦିନ ସକାଳ ୪ଟାରୁ ସକାଳ ୬ ଟା ୩୦ ଯାଏଁ, ମଧ୍ୟାହ୍ନ ୧୨ ଟା ୩୦ରୁ ଅପରାହ୍ନ ୧ଟା ୩୦ ଯାଏଁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ  । ସେହିପରି ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୫ଟା ସାଧାରଣ ଦର୍ଶନ ମିଳିବ  । କିନ୍ତୁ ସକାଳ ୬ ଟା ୩୦ ରୁ ଦିନ ପ୍ରାୟ ୧୨ ଟା ୩୦ ଓ ୧ଟା ୩୦ ରୁ ୩ଟା ୩୦ ଯାଏଁ ଦର୍ଶନ ବନ୍ଦ ରହିବ  । ଶ୍ରୀଗୁଣ୍ଡିଚା ଯାତ୍ରା ନୀତିକାନ୍ତି ତଥା ନିର୍ଦ୍ଧାରିତ ସମୟରେ ପହଣ୍ଡି ସମ୍ପାଦାନ ପ୍ରସ୍ତୁତି ପାଇଁ ଉଭାଯାତ୍ରା ଦିନ ସନ୍ଧ୍ୟା ୫ଟା ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ ନାହିଁ  ।

ରଥଯାତ୍ରା ଲାଗି ପୁରୀରେ ପୋଲିସର ମକଡ୍ରିଲ; ଶ୍ରୀମନ୍ଦିରରେ ଚାଲିଛି ବନକଲାଗି ନୀତି

ପୁରୀ: ଦୁଇଦିନ ପରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ପୁରୀ ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ପୋଲିସର ମକଡ୍ରିଲ । ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମାଙ୍କ ନେତୃତ୍ୱରେ କରାଯାଉଛି ମକଡ୍ରିଲ । ରଥଟଣା, ଭିଡ଼ ନିୟନ୍ତ୍ରଣ‌ ଓ ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପର୍କରେ ଦିଆଯାଉଛି ପ୍ରଶିକ୍ଷଣ ।‌ ବରିଷ୍ଠ ପୋଲିସ ଅଧିକାରୀ ଓ ମାଜିଷ୍ଟ୍ରେଟ ଉପସ୍ଥିତ ଅଛନ୍ତି ।

ଅନ୍ୟପକ୍ଷରେ ଆଜି ହେଉଛି ଶ୍ରୀଜିଉଙ୍କ ବନକଲାଗି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ଅଣସରର ଅନ୍ତିମ ଦିନରେ ମହାପ୍ରଭୁଙ୍କ ବନଲାଗି ନୀତି ଅନୁଷ୍ଠିତ ହେଉଛି । କଳା, ଧଳା, ନାଲି, ହରିତାଳ ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ । ଗତକାଲି ମଧ୍ୟ ଚତୁର୍ଦ୍ଦଶୀ ତିଥିରେ ଶ୍ରୀଜିଉଙ୍କ ପୟର ମୁଦା ସହ ବନକ ଲାଗି ନୀତି ହୋଇଥିଲା । ଆସନ୍ତାକାଲି ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଦୁଇବର୍ଷ ପରେ ଭକ୍ତଙ୍କୁ ମିଳିବ ଶ୍ରୀଜିଉଙ୍କ ଦୁର୍ଲଭ ଦର୍ଶନର ସୁଯୋଗ ।

ଏଥିସହିତ ପଢ଼ନ୍ତୁ: ଶୃଙ୍ଖଳିତ ରଥଯାତ୍ରା ପାଇଁ ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ

 

ମୁମ୍ୱାଇରେ ଭୁଶୁଡ଼ିଲା ୪ମହଲା ବିଶିଷ୍ଟ କୋଠା;ଜଣେ ମୃତ

ମୁମ୍ବାଇ: ମୁମ୍ୱାଇରେ ଭୁଶୁଡ଼ିଲା ୪ ମହଲା କୋଠା । ୧୨ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ବି ୨୦ରୁ ୨୫ ଜଣ ଫସି ରହିଥିବା ସୂଚନା ରହିଛି । ସୋମବାର ବିଳମ୍ବିତ ରାତିରେ କୁର୍ଲାର ନାଏକ ନଗର ସୋସାଇଟିରେ ଥିବା ଏକ ୪ମହଲା ବିଶିଷ୍ଟ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିଲା । ପୋଲିସ, ବିଏମସି କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଘଟଣାସ୍ଥଳରେ ପହଞ୍ଚିଛନ୍ତି ମନ୍ତ୍ରୀ ଆଦିତ୍ୟ ଠାକରେ । ଭୁଶୁଡ଼ି ପଡ଼ିଥିବା କୋଠାକୁ ବିପଦସଂକୁଳ ଦର୍ଶାଯାଇ ଏହାକୁ ଭାଙ୍ଗିବାକୁ ବିଏମସି ପକ୍ଷରୁ ୨୦୧୩ରୁ ନୋଟିସ ଜାରି କରାଯାଇଥିଲା । ବିଏମସି ନୋଟିସକୁ ବେଖାତିର କରି ଲୋକମାନେ ଏଠାରେ ରହୁଥିଲେ ବୋଲି ବ୍ରିହାନ ମୁମ୍ବାଇ କର୍ପୋରେସନ ପକ୍ଷରୁ କୁହାଯାଇଛି । ।

ସୋମବାର ରାତିରେ ନାଇକ୍ ନଗରରେ ଘଟଣା ଘଟିଥିବା ବେଳେ କୋଠାର ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପ୍ରାୟ ୨୦ରୁ ୨୫ ଜଣ ଲୋକ ମାଟି ତଳେ ଚାପି ହୋଇଥିବା ସନ୍ଦେହ କରାଯାଉଛି ।

ଏଥିସହିତ ପଢ଼ନ୍ତୁ: ରାଜଧାନୀ ଉପକଣ୍ଠରେ ବଡ଼ ଧରଣର ଡକାୟତି, ଲୁଟିନେଲେ ଅଧାକିଲୋ ସୁନା ଓ ୧୨ ଲକ୍ଷ ଟଙ୍କା

ନୀଳ କୁର୍ତ୍ତା ପିନ୍ଧି ଶେଖ୍ ଜାଏଦ ମସଜିଦ୍ ବୁଲିଲେ ନବୀନ

ଭୁବନେଶ୍ୱର: ବିଦେଶଗସ୍ତ ଅବସରରେ ଆବୁଧାବିର ଐତିହ୍ୟ ସ୍ମାରକୀ ଶେଖ୍ ଜାଏଦ ମସଜିଦ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ଥର ଲାଗି ନୀଳ କୁର୍ତ୍ତା ପରିଧାନ କରିଥିବା ନବୀନ ବେଶ୍ ସ୍ମାର୍ଟ ଦିଶିବା ସହ ଭାବପ୍ରବଣ ହୋଇଥିଲେ । ମୋଗଲ ସ୍ଥାପତ୍ୟର ଉତ୍କର୍ଷତା ବୋଲି ଏହାକୁ ଦର୍ଶାଇବା ସହ ସ୍ଥପତି ଓ ଶିଳ୍ପୀଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ ନବୀନ । ଏହି ପ୍ରଖ୍ୟାତ ସ୍ମାରକୀ ନିର୍ମାଣ ଲାଗି ରାଜସ୍ଥାନର ମକ୍ରାନରୁ ମାର୍ବଲ ପ୍ରସ୍ତର ଓ କାରିଗର ଆସିଥିବା ବେଳେ ସବୁଠି ଭାରତର ଛାପ ଥିବା ଟ୍ୱିଟରରେ ଲେଖିଛନ୍ତି ନବୀନ ।

ତେବେ ୟୁଏଇ ସହ ସମ୍ପର୍କକୁ ଅଧିକ ଶକ୍ତିଶାଳୀ କରିବା ଲାଗି ସେ ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ୟୁଏଇକୁ ଗସ୍ତ କରିବାରେ ନବୀନ ହେଉଛନ୍ତି ପୂର୍ବ ଭାରତୀୟ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ । ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ନିବେଶକ ସମ୍ମିଳନୀ ପରିପ୍ରେକ୍ଷୀରେ ବଢିଛି ନବୀନଙ୍କ କ୍ରେଜ । ଦୁବାଇର ହାଇ ପ୍ରୋଫାଇଲ ଶେଖ ଜାୟେଦ ରୋଡ ଓ ଅଲ ଖେଲ ରୋଡରେ ନବୀନଙ୍କ ଗସ୍ତକୁ ନେଇ ବିଶାଳ ହୋର୍ଡିଂ ଲଗାଯାଇଛି । ଗଲଫ ନ୍ୟୁଜକୁ ଏକ ସାକ୍ଷାତକାର ଅବସରରେ ନବୀନ କହିଛନ୍ତି, ୟୁଏଇ ଓ ମଧ୍ୟପ୍ରାଚ୍ୟ ଓ ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ବା ମେନା ସହ ଦୃଢ଼ ସାମାଜିକ ଓ ସାଂସ୍କୃତିକ ସମ୍ପର୍କ ପ୍ରତିଷ୍ଠା କରିବା ଲାଗି ଓଡ଼ିଶା ସରକାର ଆଗ୍ରହୀ । ଏଥିଲାଗି ସେ ନିଜେ ଓ ତାଙ୍କ ସରକାରର ବରିଷ୍ଠ ପଦାଧିକାରୀମାନେ ଦୁବାଇ ଗସ୍ତ କରିଛନ୍ତି । ନବୀନ କହିଛନ୍ତି, ୟୁଏଇରେ ୧ ଲକ୍ଷରୁ ଅଧିକ ଓଡ଼ିଆ ବାସ କରିବା ସହ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଗତ କିଛି ବର୍ଷ ଧରି ୟୁଏଇ ଓ ମଧ୍ୟପ୍ରାଚ୍ୟରେ ଓଡ଼ିଆଙ୍କ ସଂଖ୍ୟା ବଢିଛି । ବହୁ ଦକ୍ଷ ଓ ଉଚ୍ଚକୁଶଳୀ ଓଡ଼ିଆଙ୍କ ଲକ୍ଷ୍ୟସ୍ଥଳୀରେ ପରିଣତ ହୋଇଛି ଦୁବାଇ । ପ୍ରତିବର୍ଷ ୟୁଏଇ ଓ ମଧ୍ୟପ୍ରାଚ୍ୟରେ ଓଡିଆମାନେ ଉତ୍କଳ ଦିବସ ପାଳନ କରୁଥିବାରୁ ଖୁସିବ୍ୟକ୍ତ କରିଛନ୍ତି ନବୀନ । ଏହାସହ ନିବେଶକ ସମ୍ମିଳନୀ ପରେ ଆସନ୍ତାକାଲି ସନ୍ଧ୍ୟାରେ ପ୍ରବାସୀ ଓଡ଼ିଆଙ୍କୁ ନବୀନ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ନିବେଶକ ସମ୍ମିଳନୀ ଓଡ଼ିଶା ସରକାର ଓ ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଦ୍ୱାରା ମିଳିତ ଭାବେ ଆୟୋଜିତ ହେବ । ନବୀନ ଆହୁରି କହିଛନ୍ତି, ୟୁଏଇର ପେଟ୍ରୋଲିୟମ ଓ ହାଇଡ୍ରୋକାର୍ବନ ପରି ଓଡିଶାରେ ଖଣିଜ ପଦାର୍ଥ ଭରପୂର ରହିଛି । ଏହାର ସୁଯୋଗ ନେବା ଲାଗି ଆହ୍ୱାନ ଦେଇଛନ୍ତି ନବୀନ ।

ଏଥିସହିତ ପଢ଼ନ୍ତୁ: ନିଜ ଜନ୍ମଦିନରେ ନବୀନଙ୍କ ଫ୍ୟାନ୍‌ଙ୍କୁ ବାଇକ୍ ଉପହାର ଦେଲେ ପ୍ରଣବ

ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ବାସଭବନ ଉପରେ ଚଢ଼ାଉ

ଭୁବନେଶ୍ୱର: ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ନାଁରେ ଠକେଇ ଅଭିଯୋଗ । ଅର୍ଦ୍ଧେନ୍ଦୁ ଦାଶଙ୍କ ନାଁରେ ୯୨ ଲକ୍ଷ ୪୭ ହଜାର ୭୦ ଟଙ୍କାର ଠକେଇ ଅଭିଯୋଗ ହୋଇଛି । ଦିଲ୍ଲୀର ସଲ୍ୟୁସନ୍ ବ୍ରଡକାଷ୍ଟ୍ର ପ୍ରୋପାଇଟର୍ ଗଗନଦୀପ ସିଂହ ଚାଓ୍ୱଲା ଏ ନେଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ବା EOWରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି EOW ଗତ ୨୩ ତାରିଖରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗ ମୁତାବକ, ବଡ଼ଗଡ଼ ଟଙ୍କପାଣିରେ ଏକ ଓଡ଼ିଆ ଟିଭି ଚାନେଲ୍ ପ୍ରତିଷ୍ଠା କରିବା ପାଇଁ ୨୦୨୦ ମସିହାରେ ତାଙ୍କ ସହ ଅର୍ଦ୍ଧେନ୍ଦୁ ଯୋଗାଯୋଗ କରିଥିଲେ । ବୈଦ୍ୟୁତିକ ଯନ୍ତ୍ରାଂଶ ଯୋଗାଇଦେବା ପାଇଁ କୋଟିଏ ୪୭ ହଜାର ୭୦ ଟଙ୍କାର ଚୁକ୍ତି ହୋଇଥିଲା । ଏଥିପାଇଁ ଅଗ୍ରୀମ ବାବଦକୁ ଅର୍ଦ୍ଧେନ୍ଦୁ ତାଙ୍କୁ ୧୦ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ । ୨୦୨୦ ଅକ୍ଟୋବର ୨୧ ପରଠାରୁ ଗଗନଦୀପଙ୍କ ସଂସ୍ଥା ଭିଏଲ୍ କାର୍ଗୋ ଜରିଆରେ ନିର୍ଦ୍ଧାରିତ ଟଙ୍କାର ବୈଦ୍ୟୁତିକ ଯନ୍ତ୍ରାଂଶ ପଠାଇଥିଲେ । ୬ ମାସ ମଧ୍ୟରେ ବାକି ଥିବା ୯୨ ଲକ୍ଷ ୪୭ ହଜାର ୭୦ ଟଙ୍କା ପୈଠ କରିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଯନ୍ତ୍ରାଂଶ ଲଗାଯିବା ପରେ ଅର୍ଦ୍ଧେନ୍ଦୁ ଆଉ ଟଙ୍କା ଦେଇନଥିଲେ । ୨୦ ମାସ ବିତିବା ପରେ ଗଗନଦୀପ ବାଧ୍ୟ ହୋଇ EOWର ଦ୍ୱାରସ୍ଥ ହୋଇଥିଲେ । ଏହା ପୂର୍ବରୁ ହାଜର ହେବାକୁ ୨ ଥର ନୋଟିସ କରିଥିଲା EOW । ହେଲେ ସେ ହାଜର ହୋଇନଥିଲେ । ଆଜି ଭୋରୁ ତାଙ୍କ ବାସଭବନ ଉପରେ ଚଢ଼ାଉ କରିଥିଲା EOW । ଚଢ଼ାଉ ବେଳେ ସେ ଘରେ ନଥିଲେ । ସେ ଫେରାର ଥିବା EOW ପକ୍ଷରୁ ସୂଚନା ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ରାଇମୋହନଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସନ୍ଦେହ; ପୂର୍ବରୁ ବେକରେ ରହିଛି ଆଘାତ