ଚାଲିଛି ବରମୁଣ୍ଡା ବସ୍ ଟର୍ମିନାଲ ନିର୍ମାଣ କାର୍ଯ୍ୟ, ସ୍ଥିତି ଅନୁଧ୍ୟାନ କଲେ 5T ସଚିବ

1 min read

ଭୁବନେଶ୍ୱର: ବରମୁଣ୍ଡା ବସ ଷ୍ଟାଣ୍ଡରେ ପହଁଚିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍  । ନୂତନ କରି ନିର୍ମାଣ ହେଉଥିବା ବରମୁଣ୍ଡା ବସଷ୍ଟାଣ୍ଡର ସ୍ଥିତି ସମୀକ୍ଷା କରିଛନ୍ତି  । 180 କୋଟି ଖର୍ଚ୍ଚରେ ଚାଲିଛି ନୂଆ ବସ ଟର୍ମିନାଲ ନିର୍ମାଣ  । 11 ଏକର ପରିମିତ ଜମିରେ ଚାଲିଛି ବିଶ୍ୱସ୍ତରୀୟ ଟର୍ମିନାଲ ନିର୍ମାଣ କାର୍ଯ୍ୟ  ।  ଭବିଷ୍ୟତ ସମ୍ପ୍ରସାରଣ ପାଇଁ ରହିଛି ସାଢେ 4 ଏକର ଜମି  । ଏକ୍ସାଭେଟର, ଏଲିଭେଟର, ଓ୍ବାଇଫାଇ ସହ ବର୍ଜ୍ୟ ଜଳ ବିଶୋଧନ ବ୍ୟବସ୍ଥା  ମଧ୍ୟ ଏଠାରେ କରାଯିବ  ।

ନିର୍ମାଣଧିନ ନୂତନ ଟର୍ମିନାଲରେ ଦୈନିକ 2ହଜାର ବସ ଚଳାଚଳ କରିବାର  ଲକ୍ଷ୍ୟ ରଖାଯାଇଛି  । ଅଣ୍ଡରଗ୍ରାଉଣ୍ଡ ପାର୍କିଂ ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି  ।
ସମ୍ପୂର୍ଣ୍ଣ ବସ ଟର୍ମିନାଲ ସୌର ଶକ୍ତି ଦ୍ୱାରା ପରିଚାଳିତ ହେବ  । ବସ ଷ୍ଟାଣ୍ଡରେ ମିଳିବ ବିମାନବନ୍ଦରରେ ମିଳୁଥିବା ସୁବିଧା  । ଏଭଳି ଏକ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ ହେଲା ଭଳି ବ୍ୟବସ୍ଥା ଏଠାରେ ମିଳିବ  । ରାଜ୍ୟ ସରକାର ୨୦୨୦ ଡିସେମ୍ବର ମାସରେ ଏହାର ରୂପରେଖ ପ୍ରସ୍ତୁତ କରିଥିଲେ  । ନିର୍ମାଣ କାର୍ଯ୍ୟକୁ ନେଇ ଆଜି 5T ସଚିବ ଭିକେ ପାଣ୍ଡିଆନ୍ ସମାୀକ୍ଷା କରିଛନ୍ତି  ।

ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ରେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ ( 5T ) ଭିକେ ପାଣ୍ଡିଆନ ଆଜି ଅପରାହ୍ନରେ BDA ଉପାଧ୍ୟାକ୍ଷ  ସଞ୍ଜୟ ସିଂହଙ୍କ ସହ ବରମୁଣ୍ଡା ଯାଇ ISBT ଓ ବସ ଡିପୋ କାମର ଅଗ୍ରଗତି ସମୀକ୍ଷା କରିଥିଲେ . ଆସନ୍ତା ମାର୍ଚ୍ଚ 2023 ସୁଦ୍ଧା ISBT କାମ ଶେଷ କରିବାକୁ ସେ ନିର୍ଦେଶ ଦେଇଥିଲେ  । ଵସ ଡିପୋ କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ISBT କାମ ର ଅଗ୍ରଗତି ସନ୍ତୋଷ ଜନକ ରହିଁଛି  ।

ଯାତ୍ରୀଙ୍କ ସୁବିଧା କୁ ଦୃଷ୍ଟିରେ ରଖି 180 କୋଟି ଟଙ୍କା ବ୍ୟୟ ରେ 11.48 ଏକର ଜମି ଉପରେ ନିର୍ମିତ ISBT ବରମୁଣ୍ଡା ରେ ପାର୍କିଙ୍ଗ ATM, food court,shop restaurant, commercial space ଅତ୍ୟାଧୁନିକ ବ୍ୟବସ୍ଥା କରାଯାଉଛି  । ସେଠାରୁ ଶହେ ରୁ ଅଧିକ ଵସ ଚଳାଚଳ ର ବ୍ୟବସ୍ଥା କରାଯାଇଛି