୪୯ ବର୍ଷ ପରେ ଶକ୍ତିଶାଳୀ ଭୂକମ୍ପ, ବଙ୍କା ହେଇଗଲା ବଡ ବିଲ୍ଡିଂ

ତାଇପେଇ: ୪୯ ବର୍ଷ ପରେ ଦୋହଲିଗଲା ତାଇୱାନ  । ଭୁକମ୍ପ ଝଟକା ସମଗ୍ର ତାଇୱାନକୁ ଥରାଇ ଦେଇଛି  । ରାତି ୧୦ଟା ସମୟରେ ତାଇୱାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା  । ରିକ୍ଟର ସେଲରେ ଭୂକମ୍ପ ତୀବ୍ରତା ୬.୫ ରେକର୍ଡ କରାଯାଇଛି  । ଏହାର ଠିକ୍‌ ଅଧଘଣ୍ଟା ପରେ ପୁଣିଥରେ ୫.୩ ତୀବ୍ରତାର ସହ ଭୂକମ୍ପ ଅନୁଭୂତ ହୋଇଥିଲା  ।

ଭୂକମ୍ପ ଝଟକାରେ କେଉଁଠି କାନ୍ଥ ଭୁଶୁଡି ଯାଇଥିଲା ତ ପୁଣି କୋଠା ବଙ୍କା ହୋଇଯାଇଥିଲା  । ବିଦ୍ୟୁତ ସେବା ବିଚ୍ଛିନ୍ନ ହେବା ସହ ଖୁବ ଜୋରରେ ଶବ୍ଦ କରି ପାଣି ପାଇପ ଫାଟି ଯାଇଥିଲା  । ରେଳସେବା ମଧ୍ୟ ବ୍ୟାହତ ହୋଇଛି  । ତେବେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି  ।

ଦୀର୍ଘ ୪୯ ବର୍ଷ ପରେ ତାଇୱାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି  । ୧୦ କିଲୋମିଟର ଗଭୀରତା ସହ ୨୩.୦୫ ଡିଗ୍ରୀ ଉତ୍ତର ଓ ୧୨୧.୨୧ ଡିଗ୍ରୀ ଦକ୍ଷିଣରେ ଭୂକମ୍ପ କେନ୍ଦ୍ରସ୍ଥଳୀ ରହିଛି  ।