spot_img
Home Blog Page 4076

ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୩୩୪ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ଦିନକରେ ୧୬ ଜିଲ୍ଲା ଓ ଷ୍ଟେଟପୁଲରୁ ୩୩୪ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୁନରୁ ୧୮ ବର୍ଷ ମଧ୍ୟରେ ୫୩ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱରେଣ୍ଟାଇନ୍‌ରୁ ୧୯୫, ଲୋକକାଲ କେସ୍ ୧୩୯ । ଖୋର୍ଦ୍ଧାରୁ ସର୍ବାଧିକ ୧୮୭, କଟକରୁ ୭୦, ଷ୍ଟେଟପୁଲରୁ ୩୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସମ୍ବଲପୁରରୁ ୭, ଜଗତସିଂହପୁରରୁ ୬, ନୂଆପଡ଼ାରୁ ୪, କଳାହାଣ୍ଡି, କୋରାପୁଟ ଓ ସୁନ୍ଦରଗଡ଼ରୁ ୩ଜଣ ଲେଖାଏଁ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, ନୟାଗଡ଼, ପୁରୀରୁ ୨ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାୟଗଡ଼ା ଓ ସୋନପୁରରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୨୯ । ଆକ୍ଟିଭ କେସ୍ ୧୬୯୫ ।

 

 

 

ରାଜ୍ୟରେ ସକ୍ରିୟ ମୌସୁମୀ ବାୟୁ; ୪ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ପରେ ରାଜ୍ୟରେ ଜାରି ରହିଛି ବର୍ଷା। ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ଉପତ୍ୟକା ଉପରେ କେନ୍ଦ୍ରୀଭୂତ ହୋଇଛି ଘୂର୍ଣ୍ଣିବଳୟ । ପ୍ରଭାବରେ ୫ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ୧୧୦ ମିଲିମିଟରରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୪ ଘଣ୍ଟା ପର୍ଯ୍ୟନ୍ତ ୪ ଜିଲ୍ଲାକୁ ଅରେଞ୍ଜ ଏବଂ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି । ସତର୍କ ରହିବା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସ୍ଆରସିଙ୍କ ଚିଠି ।

ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ତଳିଆ ଅଞ୍ଚଳରୁ ଜଳ ନିଷ୍କାସନ କରିବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡିକରେ ବର୍ଷା ଲାଗି ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ବୌଦ୍ଧ, ନୟାଗଡ, କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ପାଇଁ ଖୋର୍ଦ୍ଧା ପୁରୀ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏଥିସହିତ ପଢ଼ନ୍ତୁ: ଆଜି ହେରାପଞ୍ଚମୀ; ନନ୍ଦିଘୋଷ ରଥ ଭାଙ୍ଗିବେ କ୍ରାେଧ ଜର୍ଜରିତ ମାଆ ମହାଲକ୍ଷ୍ମୀ

ଆଜି ହେରାପଞ୍ଚମୀ; ନନ୍ଦିଘୋଷ ରଥ ଭାଙ୍ଗିବେ କ୍ରାେଧ ଜର୍ଜରିତ ମାଆ ମହାଲକ୍ଷ୍ମୀ

ପୁରୀ: ଆଜି ପବିତ୍ର ହେରା ପଞ୍ଚମୀ । ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗିବେ ରାଗ ଜର୍ଜରିତ ମାଆ ମହାଲକ୍ଷ୍ମୀ । ପ୍ରଭୁ ଶ୍ରୀ ଜଗନ୍ନାଥ ବଡ଼ ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଯାଇଥିବା ବେଳେ ଏଥିରେ ରାଗ ପରବସ ହୋଇଛନ୍ତି ମାଆ ଲକ୍ଷ୍ମୀ । ସନ୍ଧ୍ୟାଧୂପ ପରେ ମହାଲକ୍ଷ୍ମୀ ବିମାନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆସିବା ପରେ ପ୍ରଥମେ ନନ୍ଦିଘୋଷ ରଥ ନିକଟରେ ରହିଥାନ୍ତି । ସେଠାରେ ମହାଲକ୍ଷ୍ମୀଙ୍କୁ ମହାପ୍ରସାଦ ଲାଗି, ବନ୍ଦାପନା, ଚାମର ଆଲଟ ଆଦି ସହ ଦହି ପଟି ମଣୋହି ନୀତି ଅନୁଷ୍ଠିତ ହୋଇଥାଏ ।

ମା’ ଲକ୍ଷ୍ମୀ ସାଆନ୍ତାଣୀ ଗୋପନରେ ଶ୍ରୀଗୁଣ୍ଡିଚା ଯାତ୍ରା ଖବର ପାଇ ମହାପ୍ରଭୁ ବି ସଜେଇ ହୋଇଛନ୍ତି। ସୋମବାର ରାତିରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଛି। ସୋମବାର ରାତି ୭ଟାରେ ଦତ୍ତ ‌ପ୍ରବେଶ ନୀତି ପରେ ବନକଲାଗି ନୀତି ସମ୍ପନ୍ନ ହୋଇଛି। ବଡ଼ଦେଉଳ ସ୍ୱତ୍ତ୍ୱଲିପି ମୁତାବକ ହେରାପଞ୍ଚମୀରେ ଭଣ୍ଡାର ଘରେ ବିଜେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଳିଆ ମହାଜନ ସେବକ ମାଜଣା କରିବେ। ଏହା ପରେ ବନକଲାଗି, ପାଟ ଶାଢ଼ି, ଅଳଙ୍କାର ଆଭୂଷଣ ହୋଇ ପୂଜାପଣ୍ଡା ସେବକ ପନ୍ତି ଭୋଗ କରିବେ। ବଟବୃକ୍ଷ ତଳେ ବିଜେ ବିମାନରେ ବସି ମା’ ବଡ଼ଦାଣ୍ଡ ଦେଇ ଘଣ୍ଟ, ଛତା ପଟୁଆରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସାକ୍ଷାତ କରିବାକୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ। ହେରାପଞ୍ଚମୀ ନୀତି ନନ୍ଦିଘୋଷ ରଥ ପାଖରୁ ଆରମ୍ଭ ହୋଇ ନାକଚଣା ଦ୍ୱାର ନିକଟରେ ଶେଷ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଏଥିସହିତ ପଢ଼ନ୍ତୁ: ବର୍ଷାଙ୍କ ନିକଟକୁ ସ୍ୱାମୀ ଅନୁଭବ ପଠାଇଲେ ଭାଗବତ ଗୀତା

ଆମେରିକାର ସ୍ୱାଧୀନତା ଦିବସ ପରେଡ୍‌ରେ ଗୁଳିକାଣ୍ଡ; ୬ମୃତ

ଓ୍ୱାସିଂଟନ: ଫ୍ରିଡମ ଡେ’ ପରେଡ ବେଳେ ପଡିଲା ରକ୍ତ । ଆମେରିକା ଚିକାଗୋ ସହରରେ ବଡ଼ ଧରଣର ଗୁଳିକାଣ୍ଡ । ଗୁଳିମାଡ଼ରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ୨୪ରୁ ଅଧିକ ଲୋକ । ଚିକାଗୋ ଅନ୍ତର୍ଗତ ହାଇଲ୍ୟାଣ୍ଡ ପାର୍କ ନିକଟରେ ଆମେରିକା ସ୍ୱାଧୀନତା ଦିବସ ଅବସରରେ ପରେଡ ଚାଲିଥିବା ବେଳେ ଘଟିଥିଲା ଗୁଳିକାଣ୍ଡ ।

ଘଟଣାରେ ଜଣେ ସନ୍ଦିଗ୍ଧକୁ ଗିରଫ କରି ପଚରାଉଚରା କରୁଛି ପୋଲିସ । ୨୨ବର୍ଷୀୟ ରବର୍ଟ ଇ. କ୍ରିମୋକୁ ହେପାଜତକୁ ନେଇଛି ହାଇଲ୍ୟାଣ୍ଡ ପାର୍କ ପୋଲିସ । ପରେଡ ଉପରକୁ ଆଖିବୁଜା ଗୁଳିଚଳାଇବାରୁ ୬ଜଣ ପ୍ରାଣ ହରାଇଥିଲେ । ବନ୍ଧୁକଧାରୀଜଣକ ଏକ ରିଟେଲ ଷ୍ଟୋର ଉପରୁ ପରେଡ ସ୍ଥଳ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି । ଗୁଳିକାଣ୍ଡ ପରେ ଲୋକମାନେ ଆର୍ତ୍ତ ଚିତ୍କାର କରିବା ସହ ଏଣେତେଣେ ଦୌଡ଼ିବାରେ ଲାଗିଥିଲେ । ଘଟଣାକୁ ନେଇ ସାରା ଆମେରିକାରେ ହଇଚଇ ସୃଷ୍ଟି ହୋଇଛି । ଚିକାଗୋ ସହରରେ ଆଲର୍ଟ ଜାରି କରାଯାଇଥିବାବେଳେ ବିଭିନ୍ନ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଜାରି ରହିଛି ।

ଏଥିସହିତ ପଢ଼ନ୍ତୁ: ଦେଖିନଥିବେ ଏମିତି ବିବାହ: କୁମ୍ଭୀର କନ୍ୟା, ବର ମେୟର

 

ବାହୁଡ଼ା ଦେଖିବେ ଦିଲ୍ଲୀବାସୀ, ତୀର୍ଥଯାତ୍ରା ଯୋଜନାରେ ଆସିବେ ବରିଷ୍ଠ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ନୀତି ଆପଣାଇଲେ ଦିଲ୍ଲୀ ସରକାର । ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଲାଗି ବଢାଇଲେ ସହାୟତାର ହାତ । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଦେଖିବା ଲାଗି ବରିଷ୍ଠ ନାଗରିକଙ୍କୁ ପୁରୀ ପଠାଇବା ଲାଗି ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀ ସରକାରଙ୍କ ମାଗଣା ତୀର୍ଥଯାତ୍ରା ଯୋଜନା ଅନୁସାରେ ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ପୁରୀ ଆସିବା ଲାଗି ସୁଯୋଗ ମିଳିବ ।

ପୂର୍ବରୁ ଓଡିଶା ସରକାର ବରିଷ୍ଠ ନାଗରିକଙ୍କ ଲାଗି ମାଗଣା ତୀର୍ଥଯାତ୍ରା ଯୋଜନା କାର୍ଯ୍ୟକାରୀ କରିଥିଲେ । ଏହି ଯୋଜନାରେ ରାଜ୍ୟରେ ଶହ ଶହ ବୟସ୍କ ଦେଶର ବହୁ ତୀର୍ଥସ୍ଥଳ ପରିଦର୍ଶନ କରିବାର ସୁଯୋଗ ଲାଭ କରିଥିଲେ । ଆର୍ଥିକ ଦୁଃସ୍ଥିତି ଓ ଅନ୍ୟାନ୍ୟ କାରଣରୁ ବରିଷ୍ଠ ନାଗରିକମାନେ ତୀର୍ଥଯାତ୍ରା ସୁଯୋଗରୁ ବଞ୍ଚିତ ହେଉଥିଲେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଯୋଜନା କାର୍ଯ୍ୟକାରୀ କରିଥିଲେ । ମୁଖ୍ୟମନ୍ତ୍ରୀ ତୀର୍ଥ ଯାତ୍ରା ଯୋଜନାରେ ଆସନ୍ତା ଜୁଲାଇ ୧୧ ଓ ଜୁଲାଇ ୨୮ରେ ଦୁଇଟି ଟ୍ରେନ ଦିଲ୍ଲୀରୁ ପୁରୀ ଆସିବ ।

ଷ୍ଟାର୍ଟଅପ୍ ରାଙ୍କିଙ୍ଗ୍‌ ରିପୋର୍ଟରେ ଉପରକୁ ଉଠିଲା ଓଡ଼ିଶା

ଭୁବନେଶ୍ୱର: ଦେଶର ଷ୍ଟାର୍ଟଅପ୍ ରାଙ୍କିଙ୍ଗ୍‌ ରିପୋର୍ଟରେ ଉପରକୁ ଉଠିଲା ଓଡ଼ିଶା । ୨୦୧୯ ଅକ୍ଟୋବରରୁ ୨୦୨୧ ଜୁଲାଇ ମଧ୍ୟରେ ପ୍ରତିଷ୍ଠିତ ଷ୍ଟାର୍ଟଅପ୍ ଉଦ୍ୟୋଗକୁ ନେଇ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରାଳୟ ଏହି ରିପୋର୍ଟ ପ୍ରସ୍ତୁତ କରିଛି । ପୂର୍ବଥର ଓଡ଼ିଶା ଲିଡର୍ସ ଗ୍ରୁପରେ ଥିବା ବେଳେ ଏଥର ଉପରକୁ ଉଠି ଟପ୍ ପରଫର୍ମର ରହିଛି । ଏହି ଗ୍ରୁପରେ କେରଳ, ମହାରାଷ୍ଟ୍ର ସହ ଓଡ଼ିଶା ଥିବାବେଳେ ଏହା ପଛକୁ ରହିଛି ତେଲଙ୍ଗାନା । ବେଷ୍ଟ ପରଫର୍ମର ଗ୍ରୁପରେ ଗୁଜରାଟ ଓ କର୍ଣ୍ଣାଟକ ଅଛନ୍ତି । ଜାତୀୟ ସ୍ତରରେ ଷ୍ଟାର୍ଟଅପ୍ କ୍ଷେତ୍ରରେ ରାଜ୍ୟମାନଙ୍କ ପ୍ରଦର୍ଶନକୁ ନେଇ ୫ଟି ଗ୍ରୁପରେ ରାଜ୍ୟମାନଙ୍କୁ ବିଭକ୍ତ କରାଯାଇଥାଏ ।

ମନ୍ତ୍ରାଳୟ ଦ୍ବାରା ସ୍ଥିରୀକୃତ ୨୬ଟି ଆକ୍ସନ ପଏଣ୍ଟରୁ ସବୁଥିରେ ଭାଗ ନେଇଥିଲା ଓଡ଼ିଶା । ୨୦୧୯ ଅକ୍ଟୋବରରୁ ୨୦୨୧ ଜୁଲାଇ ମଧ୍ୟରେ ଓଡ଼ିଶାରେ ୧୩ ଶହରୁ ଅଧିକ ନୂଆ ଷ୍ଟାର୍ଟଅପ୍ ଉଦ୍ୟୋଗ ପ୍ରତିଷ୍ଠା ହୋଇଥିବା ବେଳେ ୫ଲକ୍ଷ ବର୍ଗଫୁଟ ଅଞ୍ଚଳରେ ୨୪ରୁ ଅଧିକ ଇନକ୍ୟୁବେଟର କରାଯାଇଛି । ଏଥିରେ ୨୦୦କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ହୋଇଛି । ଏଥିରୁ ୫୦୦ରୁ ଅଧିକ ଉଦ୍ୟୋଗ ମହିଳାମାନେ ପ୍ରତିଷ୍ଠା କରିଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ନୂଆ ଷ୍ଟାର୍ଟଅପ୍ ନୀତି ଅନୁସାରେ ବିଶ୍ବସ୍ତରୀୟ ଷ୍ଟାର୍ଟଅପ୍ ହବ୍ କରାଯାଇଛି ।

ଏହା ସହ ନୂଆ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଆଇସିଟି ନୀତି ୨୦୧୪, ଓଡ଼ିଶା ରାଜ୍ୟ ଡାଟା ସେଣ୍ଟର ନୀତି ୨୦୨୦, ପର୍ଯ୍ୟଟନ ନୀତି ୨୦୧୬ ଅନୁସାରେ କାମ ହେଉଛି । ଏହା ଓଡ଼ିଶା ଯୁବକମାନଙ୍କ ମଧ୍ୟରେ ନୂଆ ଆଇଡିଆ ପାଇଁ ସରକାର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ନୂଆ ଆଇଡିଆ ପାଇଁ ୫୦ହଜାର ଟଙ୍କା, ନୂଆ ପେଟେଣ୍ଟ ପାଇଁ ୧ଲକ୍ଷ ଟଙ୍କା ଏବଂ ନୂଆ ଉଦ୍ୟୋଗ ପାଇଁ ରାଜ୍ୟ ସରକାର ୩ଲକ୍ଷ ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ଦେଉଛନ୍ତି । ଏସବୁ କାରଣରୁ ଓଡ଼ିଶା ଷ୍ଟାର୍ଟଅପ୍ କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଲେ ରାଜ୍ୟରେ ବଢୁଛି ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଏକଥା ସ୍ବୀକାର କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ । ହେଲେ କରୋନାର ମୁକାବିଲା ପାଇଁ ପ୍ରସ୍ତୁତ ଅଛି ପ୍ରଶାସନ । ସବୁ ପ୍ରସ୍ତୁତି ଶେଷ ହୋଇଛି । ଲୋକମାନଙ୍କୁ ସଚେତନ କରାଯାଉଛି । ସ୍ଥିତି ଉପରେ ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ । ଦିନେ ଦୁଇ ଦିନ ଭିତରେ କୋଭିଡ ହସ୍ପିଟାଲ ଖୋଲିବା ଉପରେ ନିଷ୍ପତ୍ତି ନିଆଯିବ । ତେବେ ବଡ଼କଥା ହେଲା ଏଥର କୋଭିଡରେ କାହାର ମୃତ୍ୟୁ ହୋଇନି ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।

ସେପଟେ ଭୁବନେଶ୍ବରରେ ସଂକ୍ରମଣ ବଢୁଛି । ହେଲେ ସ୍ଥିତି ଚିନ୍ତାଜନକ ନୁହେଁ । ସତର୍କ ଓ ସଚେତନ ହୋଇ କୋଭିଡ ମାର୍ଗଦର୍ଶିକାକୁ ଅନୁପାଳନ କରିବାକୁ ହେବ ବୋଲି କହିଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ । ଲୋକଙ୍କ ସହଯୋଗ ଯୋଗୁଁ 3ଟି ଯାକ ଲହରକୁ ପ୍ରତିହତ କରାଯାଇଛି । ସଂକ୍ରମଣ ବୃଦ୍ଧି ରୋକିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ହସ୍ପିଟାଲରେ ଶଯ୍ୟା ସଂଖ୍ୟା 25ରୁ 90କୁ ବୃଦ୍ଧି କରାଯାଇଛି । ବର୍ତ୍ତମାନ ଦୈନିକ ମାତ୍ର 15ରୁ16ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ।

ଟେଷ୍ଟିଂ କ୍ଷେତ୍ରରେ ଲୋକେ ଅବହେଳା କରୁଛନ୍ତି । ସମସ୍ତ ସରକାରୀ ହସ୍ପିଟାଲରେ ଟେଷ୍ଟିଂ ସୁବିଧା ଥିବାବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । ବର୍ତ୍ତମାନ ସ୍ଥିତିରେ ଗୁରୁତର ରୋଗୀଙ୍କୁ ଅଧିକ ସଚେତନ ଓ ସତର୍କ ରହିବାକୁ ହେବ । ଜଣେ ବି ବ୍ୟକ୍ତିଙ୍କର ମୃତ୍ୟୁ ନହୁଏ ସେଥିପ୍ରତି ଧ୍ୟାନ ଦିଆଯାଉଛି । ଖୁବଶୀଘ୍ର ରେଳ ଷ୍ଟେସନ, ବସ ଷ୍ଟାଣ୍ଡ ଓ ବିମାନ ବନ୍ଦରରେ ଟେଷ୍ଟିଂ କରାଯିବ । ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ କରାଯାଇଛି ବୋଲି ବିଏମସି କମିଶନର କୁଲାଙ୍ଗେ କହିଛନ୍ତି ।.

ଚଢା ଦାମରେ ଔଷଧ ବିକ୍ରୀ କରିପାରିବେନି ଦୋକାନୀ, ଜାଣନ୍ତୁ କେଉଁ କେଉଁ ଔଷଧର ମୂଲ୍ୟ ବଦଳିଲା

ନୂଆଦିଲ୍ଲୀ: ଆଉ ଚଢା ଦାମରେ ଔଷଧ ବିକ୍ରି କରିପାରିବେ ନାହିଁ ଔଷଧ ଦୋକାନୀ । ଲୁଟ୍ ହେବ ନାହିଁ  ଗରିବଗୁରୁବାଙ୍କ ପକେଟ୍ । କାରଣ ଏ ଦିଗରେ ବଡ଼ ପଦକ୍ଷେପ ନେଇଛି ଔଷଧର ମୂଲ୍ୟ ନିର୍ଦ୍ଧାରଣକାରୀ ନିୟାମକ । ବଦଳିଯାଇଛି ପାରାସିଟାମଲ ଭଳି ଜରୁରୀ ଔଷଧର ମୂଲ୍ୟ  । ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ ୮୪ଟି ଜରୁରୀ ଔଷଧର ମୂଲ୍ୟ ପରିବର୍ତ୍ତନ କରିଛି ରାଷ୍ଟ୍ରୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ବା ଏନପିପିଏ । ଔଷଧ ମୂଲ୍ୟ ନିୟନ୍ତ୍ରଣ ନିର୍ଦ୍ଦେଶ-୨୦୧୩ ଆଧରରେ ଏନପିପିଏ ଏହି ଔଷଧଗୁଡିକର ଖୁଚୁରା ମୂଲ୍ୟ ନିର୍ଦ୍ଧାରଣ କରିଛି ।

ଦେଶରେ ଔଷଧ ଓ ଫର୍ମୁ୍ୟଲେସନର ମୂଲ୍ୟ ନିର୍ଦ୍ଧାରଣ କରିବା, ସେଗୁଡିକ ଉପରେ ନିୟନ୍ତ୍ରଣ ଓ ଉପଲବ୍ଧତା କାୟମ ରଖିବାର କାମ କରିଥାଏ । ଏଥିଅନୁସାରେ ଯଦି କୌଣସି ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଅଧିକ ମୂଲ୍ୟ ସଂଗ୍ରହ କରନ୍ତି । ତେବେ ପ୍ରାଧିକରଣ ତା’ଠାରୁ ଅସୁଲ କରିଥାଏ । ଏହାବ୍ୟତୀତ ଯେଉଁ ଔଷଧଗୁଡିକର ମୂଲ୍ୟ ନିୟନ୍ତ୍ରଣ ସୂଚୀରେ ନାହିଁ ଏଜେନ୍ସି ତାହାର ମଧ୍ୟ ତଦାରଖ କରିଥାଏ । ଏନପିପିଏ ନୋଟିଫିକେସନ ଅନୁସାରେ ଗୋଟିଏ ପାରାସିଟାମଲ-କଫିନ ଟାବ୍ଲେଟ ମୂଲ୍ୟ ୨.୮୮ ଟଙ୍କା  । ରୋସୁଓ୍ବାଷ୍ଟାନିନ ଏସ୍ପିରିନ ଓ କ୍ଲୋପିଡୋଗ୍ରେଲ କ୍ୟାପସୁଲ ମୂଲ୍ୟ ୧୩.୯୧ ଟଙ୍କା ଏବଂ ଭୋଗ୍ଲିବୋସ ଆଣ୍ଡ(ଏସଆର) ମେଟଫୋର୍ମିନ ହାଇଡ୍ରୋକ୍ଲୋରାଇଡ ଟାବ୍ଲେଟ ମୂଲ୍ୟ ୧୦.୪୭ ଟଙ୍କା ଧାର୍ଯ୍ୟ କରାଯାଇଛି । ଏଥିସହ ସିପ୍ଲା ଏବଂ ପିୟୋର ଆଣ୍ଡ କେୟାର ହେଲ୍ଥକେୟାର ଦ୍ବାରା କିବ୍ରି କରାଯାଉଥିବା ଏଣ୍ଟୋରଓ୍ବାଷ୍ଟେଟନ ଏବଂ ଫେନୋଫ୍ରିବ୍ରେଟ ଟାବଲେଟ ଏଣିକି ୧୩.୮୭ ଟଙ୍କାରେ ମିଳିବ । ଏହି ଔଷଧକୁ ହୃଦରୋଗ ଏବଂ ମଧୁମେହ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯାଇଥାଏ ।

ସେହିଭଳି ଓ୍ବଗ୍ଲିବୋସ ଆଣ୍ଡ ଏସଆର ମେଟଫର୍ମିନ ହାଇଡ୍ରୋକ୍ଲୋରାଇଡର ଏକ ଟାବଲେଟ ମୂଲ୍ୟ ଜିଏସଟିକୁ ଛାଡି ୧୦.୪୭ ଟଙ୍କା ରହିଛି । ସାଧାରଣ ଲୋକେ ଏଇଆ ଲାଭ ପାଇବେ ଯେ ଆଗକୁ କୌଣସି ଔଷଧ ଦୋକାନୀ ଅଧିକ ମୂଲ୍ୟରେ ଏହି ଜରୁରୀ ଔଷଧଗୁଡିକୁ ବିକ୍ରି କରିପାରିବେ ନାହିଁ । ଏନପିପିଏର ନୋଟିଫିକେସନ୍ ଅନୁସାରେ ଫାର୍ମା କମ୍ପାନୀଗୁଡିକୁ ଔଷଧର ପରିବର୍ତ୍ତିତ ମୂଲ୍ୟର ନିୟମକୁ ଔଷଧ ଦୋକାନୀମାନେ କଡ଼ାକଡ଼ି ଭାବେ ପାଳନ କରିବାର ଆବଶ୍ୟକତା ରହିଛି । ଏଭଳି ନକଲେ  ଦୋକାନୀ ଗ୍ରାହକଙ୍କଠାରୁ ନେଇଥିବା ଅତିରିକ୍ତ ମୂଲ୍ୟ ସହିତ ସୁଧା ବି ଜରିମାନା ଆକାରରେ ପୈଠ କରିବେ ।

ତେବେ ପ୍ରାଧିକରଣ ସ୍ପଷ୍ଟ କରିଛି ଯେ ଔଷଧଗୁଡିକର ମୂଲ୍ୟ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଏହା ଉପରେ ପୃଥକ ଭାବେ ଜିଏସଟି ଲାଗିବ । କିନ୍ତୁ ଔଷଧ କମ୍ପାନୀଗୁଡିକ ଯଦି ସରକାରଙ୍କୁ ଖୁଚୁରା ମୂଲ୍ୟରେ ଜିଏସଟି ପୈଠ କରିଥିବେ ତେବେ କମ୍ପାନୀଗୁଡିକ ଗ୍ରାହକଙ୍କଠାରୁ ଔଷଧର ନିର୍ଦ୍ଧାରିତ ମୂଲ୍ୟ ସହ ଜିଏସଟି ସଂଗ୍ରହ କରିପାରିବେ । ଯଦି କୌଣସି ବିକ୍ରେତା ଏହି ଔଷଧଗୁଡିକୁ ଅଧିକ ମୂଲ୍ୟରେ ବିକ୍ରି କରୁଥିବା ଜଣାପଡିଲା ତେବେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ । ଏହା ପୂର୍ବରୁ ଏପ୍ରିଲରେ ଏନପିପିଏ ୮୦୦ ଜରୁରୀ ଔଷଧର ମୂଲ୍ୟ ୧୦.୭% ବୃଦ୍ଧି କରିଥିଲା ।

ମନଇଚ୍ଛା ସେବା ଶୁଳ୍କ ନେଇପାରିବେନି ହୋଟେଲ ଓ ରାସ୍ତୋରାଁ

ନୂଆଦିଲ୍ଲୀ: ଏଣିକି ମନଇଚ୍ଛା ସେବା ଶୁଳ୍କ ନେଇ ପାରିବେନି ହୋଟେଲ ଓ ରେସ୍ତୋରାଁ । କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛି । ନିର୍ଦ୍ଦେଶରେ କୁହାଯାଇଛି ଯେ, କୌଣସି ବି ନାଁରେ ହୋଟେଲ ଏବଂ ରେସ୍ତୋରାଁ ସେବା ଶୁଳ୍କ ନେଇପାରିବେ ନାହିଁ ।

ସିସିପିଏ ନିର୍ଦ୍ଦେଶ ଜାରି କରି କହିଛି, ଖାଇବା ବିଲରେ ମଧ୍ୟ ସର୍ବିସ ଟ୍ୟାକ୍ସ ଯୋଡା ଯାଇପାରିବ ନାହିଁ । ଯଦି କୌଣସି ହୋଟେଲ ଖାଇବା ବିଲ୍ ରେ ସେବା ଶୁଳ୍କ ଯୋଡିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୂଚନାଥାଉକି, ଦୀର୍ଘ ଦିନ ହେବ ଅତିରିକ୍ତ ସେବା ଶୁଳ୍କକୁ ବିରୋଧ କରିଆସୁଥିଲେ ଲୋକମାନେ । ଏହାକୁ ବନ୍ଦ କରିବା ପାଇଁ ଦାବି କରି ଆସୁଥିଲେ ।ଉପଭୋକ୍ତାଙ୍କ ଅଧିକାରର ଉଲ୍ଲଙ୍ଘନ ଓ ବେଆଇନ ବ୍ୟବସାୟକୁ ରୋକିବା ପାଇଁ ସିସିପିଏ ଏହି ନିର୍ଦ୍ଦେଶ ଜାରି କରିଛି ।

ନିର୍ଦ୍ଦେଶରେ ପ୍ରାଧିକରଣ କହିଛି, କୌଣସି ବି ହୋଟେଲ ବା ରେସ୍ତୋରାଁ ଗ୍ରାହକଙ୍କୁ ସେବା ଶୁଳ୍କ ଦେବା ପାଇଁ ବାଧ୍ୟ କରିପାରିବେ ନାହିଁ । ଗ୍ରାହକ ଚାହିଁଲେ ଖୁସିରେ ଟିପ୍ ଆକାରରେ ଦେଇପାରିବେ । ସେବା ଶୁଳ୍କ ଦେବେ କି ନାହିଁ ଏହା ସମ୍ପୂର୍ଣ୍ଣ ଗ୍ରାହକଙ୍କ ଇଚ୍ଛା ଉପରେ ନିର୍ଭର କରିବ । ରେସ୍ତୋରାଁ ଏବଂ ହୋଟେଲର ବିଲରେ ଲାଗୁଥିବା ସ୍ୱତଃ ସେବା ଶୁଳ୍କକୁ ନେଇ କଟକଣା ଲଗାଇଛି ସିସିପିଏ । କୌଣସି ପ୍ରଡକ୍ଟକୁ କିଣିଲେ କିମ୍ବା କୌଣସି ସେବା ନେଲେ ସେଥିପାଇଁ ଆପଣଙ୍କୁ କିଛି ଚାର୍ଜ ଦେବାକୁ ପଡିଥାଏ  । ଏହି ସେବାକୁ ସେବା ଶୁଳ୍କ ବୋଲି କୁହାଯାଏ । ହୋଟେଲ ଓ ରେସ୍ତୋରାଁରେ ଗ୍ରାହକଙ୍କଠାରୁ ଖାଦ୍ୟ ପରସିବା ପାଇଁ ବା ଅନ୍ୟ କିଛି ସେବା ପାଇଁ ଏହି ଶୁଳ୍କ ନିଆ ଯାଇଥାଏ । କିନ୍ତୁ ଆଜିଠାରୁ ସିସିପିଏ ଏହା ଉପରେ କଟକଣା ଲଗାଇ ଦେଇଛି ।

ବର୍ଷାଙ୍କ ନିକଟକୁ ସ୍ୱାମୀ ଅନୁଭବ ପଠାଇଲେ ଭାଗବତ ଗୀତା

କଟକ: ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା । ଫ୍ୟାମିଲି କୋର୍ଟରେ ଆରମ୍ଭ ହୋଇଛି ଶୁଣାଣି । ଏହି ଶୁଣାଣି ଆସନ୍ତା ୨ ଦିନ ଧରି ଚାଲିବ । ଅନୁଭବ କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇ ପ୍ରତିପକ୍ଷ ଓକିଲଙ୍କ ଜେରାର ସମ୍ମୁଖୀନ ହୋଇଛନ୍ତି । ଜେରା ସରିବା ପରେ ବର୍ଷାଙ୍କୁ ତାଙ୍କ ଓକିଲ ଜରିଆରେ ଏକ ଶ୍ରୀମଦ୍ ଭଗବତ ଗୀତା ପୁସ୍ତକ ପ୍ରଦାନ କରିଛନ୍ତି । ପୁର୍ବରୁ ବର୍ଷା-ଅନୁଭବଙ୍କ ମଧ୍ୟରେ ସୋସିଆଲ ମିଡିଆରେ ପରସ୍ପର ବିରୋଧରରେ ଭର୍ତ୍ସନା କରିବା ପରେ, ବର୍ଷା କୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ମାମଲାରେ କୋର୍ଟ ଅନୁଭବଙ୍କୁ ମାମଲା ସରିବା ପର୍ଯ୍ୟନ୍ତ ସୋସିଆଲ ମିଡିଆରେ କୌଣସି ମନ୍ତବ୍ୟ ଦେବା ଉପରେ ରୋକ ଲଗାଇଥିଲେ । ଏହାପରେ ମଧ୍ୟ ଅନୁଭବ ସୋସିଆଲ ମିଡିଆରେ ବର୍ଷାଙ୍କ ବିରୋଧରେ ଭିଡିଓ କରି ପୋଷ୍ଟ କରିଥିଲେ । ଯାହାକୁ ନେଇ ବର୍ଷା ପୁଣି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସେହିପରି ଅନୁଭବଙ୍କ ଘରେ ବର୍ଷା ରହିବେ ନା, ବାହାରେ ଭଡାଘରେ ରହିବେ ସେ ନେଇ ପ୍ରଥମେ ଏସଡିଜେଏମ କୋର୍ଟରେ ମାମଲାର ଶୁଣାଣୀ ହୋଇଥିଲା ।

କୋର୍ଟ ବର୍ଷାଙ୍କୁ ଦୁଇମାସ ମଧ୍ୟରେ ଅନୁଭବଙ୍କ ଘର ଛାଡି ଭଡା ଘରେ ରହିବେ ଓ ମାସକୁ ୩୦ହଜାର ଟଙ୍କା ଦେବେ ବୋଲି ନିର୍ଦ୍ଦେଶ ଦେଇଥିଲେ । ପରେ ଜିଲ୍ଲା ଦୌରାଜଜ୍, ଏସଡିଜେମ୍ ଙ୍କ ରାୟକୁ ସ୍ଥଗିତ କରିବା ସହ, ବର୍ଷା ଅନୁଭବଙ୍କ ଘରେ ରହିପାରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ । ବର୍ଷାଙ୍କୁ ଛାଡପତ୍ର ଦେବାଲାଗି ପ୍ରଥମେ ନୂଆଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ ଅନୁଭବ । ଯାହା ପରବର୍ତ୍ତୀ ସମୟରେ କଟକ ସ୍ଥାନାନ୍ତର ହୋଇଥିଲା ।