ଗୃହବନ୍ଦୀ ନାହାନ୍ତି ଚୀନ୍‌ ରାଷ୍ଟ୍ରପତି, କମ୍ୟୁନିଷ୍ଟ ପାର୍ଟିର କାର୍ଯ୍ୟକ୍ରମରେ ଯୋଗ ଦେଇ ଚର୍ଚ୍ଚାର ଅବସାନ କଲେ ଜିନପିଙ୍ଗ୍

ବେଜିଂ: ହାଉସ ଆରେଷ୍ଟ ହୋଇନାହାନ୍ତି ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍ । କିଛି ଦିନ ହେଲା ଜିନପିଙ୍ଗ୍ ହାଉସ ଆରେଷ୍ଟ ହୋଇ ଅଛନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ଏକ କାର୍ଯ୍ୟକ୍ରମରେ ସେ ଗତକାଲି ଯୋଗ ଦେଇଛନ୍ତି । କମ୍ୟୁନିଷ୍ଟ ପାର୍ଟି ଦ୍ୱାରା ଆୟୋଜିତ ଏକ ଏକ୍ସିବିସନରେ ଜିନପିଙ୍ଗ ଯୋଗ ଦେଇଥିଲେ । ଅନେକ ସମୟ ଧରି ସେଠାକାର ଲୋକଙ୍କ ସହ କଥାବାର୍ତ୍ତା ହୋଇଥିଲେ ।

ଏସସିଓ ବୈଠକ ପରେ ତାଙ୍କୁ କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନଥିଲା । ଆସନ୍ତା ମାସରେ ଦଳର ଗୁରୁତପୂର୍ଣ୍ଣ ବୈଠକ ଥିବାରୁ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଥିଲା । ପିପୁଲ୍ସ ଲିବରେସନ ଆର୍ମିର ମୁଖିଆ ପଦରୁ ଜିନପିଙ୍ଗଙ୍କୁ ହଟାଯାଇଥିବା ମଧ୍ୟ ଚର୍ଚ୍ଚା ହେଉଥିଲା ।