ଭିସୋର୍ଡସ କ୍ଷେପଣାସ୍ତ୍ରର ଦୁଇରାଉଣ୍ଡ ସଫଳ ପରୀକ୍ଷଣ

1 min read

ଚାନ୍ଦିପୁର: ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ ୩ ନଂ ଲଞ୍ଚ ପ୍ୟାଡ଼ର ପୋର୍ଟେବଲ୍ ଲଞ୍ଚରରୁ ଭେରି ସର୍ଟ ରେଞ୍ଜ ଏୟାର ଡିଫେନ୍ସ ସିଷ୍ଟମ ‘ଭିସୋର୍ଡସ’ କ୍ଷେପଣାସ୍ତ୍ରର ଦୁଇ ରାଉଣ୍ଡ ସଫଳ ପରୀକ୍ଷଣ । DRDO ତରଫରୁ ଆଜିଏହି ପରୀକ୍ଷଣ କରାଯାଇଛି । ‘ଭିସୋର୍ଡସ’ରେ ମିନିଟ୍ରାଇଜଡ୍ ପ୍ରତିକ୍ରିୟା ନିୟନ୍ତ୍ରଣ ସିଷ୍ଟମ୍, ଇଣ୍ଟିଗ୍ରେଟେଡ୍ ଆଭିଏସନ୍‌ ସିଷ୍ଟମ କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ ସଫଳତାର ସହିତ କାର୍ଯ୍ୟ କରିଥିବା ପ୍ରମାଣିତ ହୋଇଛି ।

ସ୍ବଳ୍ପ ରେଞ୍ଜରେ ସ୍ବଳ୍ପ ଉଚ୍ଚତାରେ ଟାର୍ଗେଟ୍‌କୁ ହିଟ୍‌ କରିପାରୁଥିବା ଏୟାରଡ଼ିଫେନ୍ସ ସିଷ୍ଟମରେ ଦୁଇଟି ମୋଟର ଖଞ୍ଜା ଯାଇଛି । ପ୍ରଥମଟି ମିସାଇଲକୁ ଲଞ୍ଚରରୁ ଉପରକୁ ଉତ୍‌କ୍ଷେପଣ କରିବାପରେ କ୍ଷେପଣାସ୍ତ୍ରରେ ଖଞ୍ଜା ଯାଇଥିବା ମୋଟର କାର୍ଯ୍ୟକ୍ଷମ ହୋଇଥାଏ | ଶତୃପକ୍ଷ୍ୟରୁ ଆସୁଥିବା ମିସାଇଲକୁ ଏହି ଏୟାର ଡ଼ିଫେନ୍ସ ସିଷ୍ଟମ ଚିହ୍ନଟକରି ଅଟୋମେଟିକ୍‌ ଉତ୍‌କ୍ଷେପଣ ହୋଇ ପାରିବ । ଏଥିସହିତ ଶତୃପକ୍ଷ୍ୟର କ୍ଷେପଣାସ୍ତ୍ରକୁ ଧ୍ବଂସ କରିବାରେ ସଫଳ ହୋଇପାରିବ ବୋଲି ପ୍ରତିରକ୍ଷା ବୈଜ୍ଞାନିକମାନେ ଦାବି କରିଛନ୍ତି ।