ଶିବସେନା ନିର୍ବାଚନୀ ଚିହ୍ନ ମାମଲାରେ ନିଷ୍ପତ୍ତି ନେବେ ନିର୍ବାଚନ କମିଶନ: ସୁପ୍ରିମକୋର୍ଟ

ମୁମ୍ବାଇ: ଶିବସେନା ନିର୍ବାଚନୀ ଚିହ୍ନ ବିବାଦ ମାମଲାର ଆସିଲା ସୁପ୍ରିମ ରାୟ । ଉଦ୍ଧବ ଗୋଷ୍ଠୀକୁ ଝଟକା, ସିନ୍ଧେ ଗୋଷ୍ଠୀ ଆଶ୍ବସ୍ଥ । କିଏ ପ୍ରକୃତ ଶିବସେନା, ସେ ନିଷ୍ପତ୍ତି ନେବେ ନିର୍ବାଚନ କମିଶନ । ଦଳୀୟ ନାମ ଓ ଚିହ୍ନକୁ ନେଇ ନିର୍ବାଚନ କମିଶନ ରାୟ ଶୁଣାଇପାରିବେ । ଇସିଙ୍କ ନିଷ୍ପତ୍ତି ଉପରେ କୌଣସି ରୋକ ନାହିଁ ବୋଲି ସର୍ବୋଚ୍ଚ କୋର୍ଟ ସ୍ପଷ୍ଟ କରିଛନ୍ତି । ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିରେ ରୋକ ଲଗାଇବାକୁ ଉଦ୍ଧବ ଗୋଷ୍ଠୀଙ୍କ ପକ୍ଷରୁ ପିଟିସନ ଦାଏର ହୋଇଥିଲା । ଏହି ପିଟିସନକୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି । ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପିଟିସନର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି ।