ସ୍ବତନ୍ତ୍ର ଉନ୍ନୟନ ପରିଷଦର ନୂଆ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତ

1 min read

ଭୁବନେଶ୍ୱର: ସ୍ବତନ୍ତ୍ର ଉନ୍ନୟନ ପରିଷଦର ନୂଆ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତ । ଅନୁସୂଚିତ ଜାତି/ଜନଜାତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାଇଁ ଗଠନ ହୋଇଛି ପରିଷଦ । ମୟୂରଭଞ୍ଜ SDCର ଅଧ୍ୟକ୍ଷ ହେଲେ ଡ. ଦେବାଶିଷ ମାରାଣ୍ଡି । ମୟୂରଭଞ୍ଜ SDCର ଉପାଧ୍ୟକ୍ଷ ରହିବେ କମଳା ତିରିଆ । ସେହିଭଳି କେନ୍ଦୁଝର SDCର ଅଧ୍ୟକ୍ଷ ଭାବେ ଲକ୍ଷ୍ମୀ ନାୟକଙ୍କୁ ନିଯୁକ୍ତି ମିଳିଥିବାବେଳେ ଉପାଧ୍ୟକ୍ଷ ହୋଇଛନ୍ତି ନାରାୟଣ ପୂର୍ତ୍ତୀ । ମାଲକାନଗିରି SDCର ଅଧ୍ୟକ୍ଷ ହୋଇଛନ୍ତି ଆଦମା ରବା, ଉପାଧ୍ୟକ୍ଷ ରାଏଲା ନାଏକଙ୍କୁ ନିଯୁକ୍ତି ମିଳିଛି ।

ଚନ୍ଦ୍ରଶେଖର ମାଝୀଙ୍କୁ କୋରାପୁଟ SDCର ଅଧ୍ୟକ୍ଷ ଦାୟିତ୍ବ ମିଳିଛି । ସେବକୋରାପୁଟ SDCର ଉପାଧ୍ୟକ୍ଷ ହେଲେ ଲକ୍ଷ୍ମୀ ହନ୍ତାଳ । ନବରଙ୍ଗପୁର SDCର ଅଧ୍ୟକ୍ଷ ହେଲେ ଉପେନ୍ଦ୍ର ଗୋଣ୍ଡା । ନବରଙ୍ଗପୁର SDCର ଉପାଧ୍ୟକ୍ଷ ହେଲେ ଭାନୁମତି ପୂଜାରୀ । ରାୟଗଡା SDCର ଅଧ୍ୟକ୍ଷ ହେଲେ ଅନସୂୟା ମାଝି । ରାୟଗଡା SDCର ଉପାଧ୍ୟକ୍ଷ ହେଲେ ବନମାଳୀ କାଡ୍ରାକା । ଗଜପତି SDC ଅଧ୍ୟକ୍ଷ-ମରିୟମ ରାଇତୋ, ଉପାଧ୍ୟକ୍ଷ- ଧନେଶ୍ୱର ଭୂୟାଁ । କନ୍ଧମାଳ SDC ଅଧ୍ୟକ୍ଷ- ରୋଦନ ମଲ୍ଲିକ, ଉପାଧ୍ୟକ୍ଷ-ନଳିନୀ କଁହର ।