କେତେଦୂର ଠିକ୍ ଥିଲା ୨୦୧୬ର ବିମୁଦ୍ରୀକରଣ, ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ୨୦୧୬ରେ ଦେଶରେ ହୋଇଥିବା ବିମୁଦ୍ରୀକରଣକୁ ଚ୍ୟାଲେଞ୍ଜ । ଆଜି ସୁପ୍ରିମକୋର୍ଟରେ ହେବ ମାମଲାର ଶୁଣାଣି । ଆବେଦନ ଅନୁସାରେ କେନ୍ଦ୍ର ସରକାର ଦେଶରେ ପ୍ରଚଳିତ ହେଉଥିବା ଏକ ହଜାର ଓ ୫ ଶହ ଟଙ୍କିଆ ବନ୍ଦ କରିବା ପରେ ଲୋକଙ୍କ ଜୀବନ ବଞ୍ଚିବାର ଅଧିକାର ଏବଂ ବ୍ୟବସାୟ କରିବାର ଅଧିକାର କ୍ଷୁର୍ଣ୍ଣ ହୋଇଥିଲା । ସରକାରଙ୍କର ନିଷ୍ପତ୍ତି କୋଟି କୋଟି ଲୋକଙ୍କୁ ଅଯଥାରେ ଅଡ଼ୁଆରେ ପକାଇଥିଲା ।

କଳାଧନ ଉପରେ ବ୍ରେକ୍ ଲଗାଇବା ପାଇଁ ସରକାର ନେଇଥିବା ନିଷ୍ପତ୍ତି କେତେ ଦୂର ସାମ୍ବିଧାନିକ ବୋଲି ଆବେଦନରେ କୁହାଯାଇଛି । ଆଜି ପାଞ୍ଚ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଜଷ୍ଟିସ ରାମସୁବ୍ରମଣିୟମ, ଜଷ୍ଟିସ ବିଆର ଗାଭାଇ, ଜଷ୍ଟିସ, ଅବଦୁଲ ନାଜିର, ଜଷ୍ଟିସ ଏସ ବୋପାନ୍ନା, ଜଷ୍ଟିସ ନାଗରଥାନା ମାମଲାର ଶୁଣାଣି କରିବେ ।