spot_img
Home Blog Page 4067

ଭାରତ-ଜାପାନ ସମ୍ପର୍କ ସୁଦୃଢ କରିବାରେ ଶିଞ୍ଜୋଙ୍କର ଥିଲା ମୁଖ୍ୟ ଭୂମିକା

ଭୁବନେଶ୍ୱର: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ କରି ଶୋକପ୍ରକାଶ କରିଛନ୍ତି । ନବୀନ କହିଛନ୍ତି, ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ହତ୍ୟା ଖବର ଶୁଣି ମୁଁ ଗଭୀର ମର୍ମାହତ ।  ସେ ଭାରତର ଜଣେ ଭଲ ବନ୍ଧୁ ଥିଲେ  । ଭାରତ-ଜାପାନ ସମ୍ପର୍କକୁ ସୁଦୃଢ କରିବା ଦିଗରେ ତାଙ୍କର କାର୍ଯ୍ୟ ଉଲ୍ଲେଖନୀୟ । ଶୋକସନ୍ତପ ପରିବାର ଏବଂ ଜାପାନର ଜନସାଧାରଣଙ୍କୁ ଏହି ଦୁଃଖଦ ସମୟରେ ଭଗବାନ ସହାସ ଓ ଧର୍ଯ୍ୟ ପ୍ରଦାନ କରନ୍ତୁ  ।

ସୂଚନାଥାଉକି, ଆଜି ସକାଳେ ୱେଷ୍ଟର୍ଣ୍ଣ ଜାପାନର ନାରା ସହରରେ ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରଚାର କରୁଥିବା ସମୟରେ ଜଣେ ଦୁର୍ବୁର୍ତ୍ତ ପଛପଟୁ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲା  । ତାଙ୍କ ଶରୀରରେ ଦୁଇଟି ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା । ହେଲେ ଡାକ୍ତରମାନେ ତାଙ୍କୁ ବଞ୍ଚାଇବାରେ ସଫଳ ହୋଇନଥିଲେ  । ତାଙ୍କର ମୃତ୍ୟୁ ପରେ ସାରା ବିଶ୍ୱରେ ଶୋକ ଦେଖା ଦେଇଛି  ।

ଶିଞ୍ଜୋ ଆବେଙ୍କ ସମ୍ମାନରେ ଆସନ୍ତାକାଲି ଦିନିକିଆ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ଅକାଳ ବିୟୋଗ ପରେ ତାଙ୍କୁ ସମ୍ମାନ ଦେବା ପାଇଁ ଭାରତ ସରକାର ରାଷ୍ଟ୍ରୀୟ ଶୋକପ୍ରକାଶ ପାଇଁ ଘୋଷଣା କରିଛନ୍ତି । ଆସନ୍ତାକାଲି ଅର୍ଥାତ ଶନିବାର ଆବେଙ୍କ ସମ୍ମାନରେ ସାରାଦେଶରେ ଶୋକ ପାଳନ କରାଯିବ । ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପାତାକା ଉଡିବନି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନରେ ଏକ ଟ୍ୱିଟ କରି ଶୋକ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ସମ୍ମାନରେ ଆସନ୍ତାକାଲି ରାଷ୍ଟ୍ରୀୟ ଶୋକ ପାଳନ କରାଯିବ । ପ୍ରକାଶଯୋଗ୍ୟ, ଭାରତ ସହ ଶିଞ୍ଜୋ ଆବେଙ୍କ ସମ୍ପର୍କ ବହୁତ ଘନିଷ୍ଠ ଥିଲା  । ଶିଞ୍ଜୋ ପ୍ରଧାନମନ୍ତ୍ରୀ ଥିବା ସମୟରେ ଭାରତ ସହ ଅନେକ ଚୁକ୍ତିନାମା କରିଥିଲେ  । ତାଙ୍କର ମୃତ୍ୟୁ ପରେ ଭାରତ ଜଣେ ସଚ୍ଚା ବନ୍ଧୁ ହରାଇଛି  ।

 

ଅନ୍ୟ ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି କହିଛନ୍ତି, ମୁଁ ନିଜର ସବୁଠୁ ପ୍ରିୟ ବନ୍ଧୁ ଶିଞ୍ଜୋ ଆବେଙ୍କ ଅକାଳ ବିୟୋଗରେ ସ୍ତବ୍ଧ ଏବଂ ଦୁଃଖିତ  । ସେ ଏକ ବିଶ୍ୱ ରାଜନେତା ଏବଂ ଉଲ୍ଲେଖନୀୟ ପ୍ରଶାସକ ଥିଲେ  । ସେ ଜାପାନ ଏବଂ ବିଶ୍ୱକୁ ଏକ ଉତ୍ତମ ସ୍ଥାନ ବନାଇବା ପାଇଁ ନିଜର ଜୀବନ ସମର୍ପିତ କରିଥିଲେ  । ସୂଚନାଥାଉକି, ଆଜି ସକାଳେ ୱେଷ୍ଟର୍ଣ୍ଣ ଜାପାନର ନାରା ସହରରେ ଲିବେରାଲ ଡେମୋକ୍ରାଟିକ ଦଳ ପାଇଁ ପ୍ରଚାର କରିବା ସମୟରେ ଜଣେ ଦୁର୍ବୁର୍ତ୍ତ ତାଙ୍କ ଉପରକୁ ଗୁଳି ମାରି ଥିଲା  ।

ସିଞ୍ଜୋଙ୍କୁ ପଛପଟୁ ଦୁଇଟି ଗୁଳି ବାଜିଥିଲା  । ତେବେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ମେଡିକାଲ ନେଇଯାଇଥିଲେ  । ଦୀର୍ଘ ଘଣ୍ଟାର ସଂଘର୍ଷ ପରେ ପ୍ରାଣ ତ୍ୟାଗ କରିଥିଲେ ଶିଞ୍ଜୋ ଆବେ  । ତାଙ୍କୁ ଗୁଳି କରିଥିବା ୪୧ ବର୍ଷୀୟ ୟାମାଗାମୀ ତେସ୍ତୁୟାଙ୍କୁ ସୁରକ୍ଷାକର୍ମୀ ଗିରଫ କରିଛନ୍ତି  । କୁହାଯାଉଛି ସିଞ୍ଜୋଙ୍କ ଚିନ୍ତାଧାରା ସହ ସେ ସହମତ ନଥିଲେ ସେଥିପାଇଁ ଗୁଳି କରି ହତ୍ୟା କରିଛି  । ୬୭ ବର୍ଷୀୟ ଶିଞ୍ଜୋ ଜାପାନର ପ୍ରଧାନମନ୍ତ୍ରୀ ଭାବେ ସବୁଠୁ ଅଧିକ ସମୟ ୯ ବର୍ଷ ଦାୟିତ୍ୱ ତୁଲାଇଥିଲେ । ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଅଗଷ୍ଟ ୨୮ ତାରିଖ ୨୦୨୦ରେ ପ୍ରଧାନମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇଥିଲେ । ସେ ପ୍ରଧାନମନ୍ତ୍ରୀ ଥିବା ସମୟରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ  ।

କଲେଜରେ ସୀମା ଟପୁଛନ୍ତି ସିନିୟର, ରାଗିଂ ଯୋଗୁଁ ଆତ୍ମହତ୍ୟା କଲେ ଘରୋଇ ନର୍ସିଂ ହୋମର ଛାତ୍ରୀ

ବାଲେଶ୍ୱର: ଥମୁନି ରାଗିଂ । କଲେଜରେ ସୀମା ଟପୁଛନ୍ତି ସିନିୟର । ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଆଖି ବୁଜିଛନ୍ତି ବାଲେଶ୍ୱରର ଆଉ ଜଣେ ଛାତ୍ରୀ । କଲେଜରେ ରାଗିଂ ଯୋଗୁ ବାଲେଶ୍ୱର ସୋର ଥାନା ଅଞ୍ଚଳର ଗଙ୍ଗାଧର ବେହେରାଙ୍କ ଝିଅ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏକ ଘରୋଇ ନର୍ସିଂ ହୋମରେ ଦ୍ୱିତୀୟ ବର୍ଷ ଛାତ୍ରୀ ଥିଲେ ଲିପ୍ସା । ଗତ ତିନି ତାରିଖରେ ହଷ୍ଟେଲ ରୁମରେ ଫ୍ୟାନରେ ଆଫ୍ରନ ଲଗାଇ ଆତ୍ମହତ୍ୟା କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ୫ ତାରିଖରେ ପରିବାର ଲୋକେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ ।

କଲେଜରେ ରାଗିଂ ଯୋଗୁ ଲିପ୍ସା ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ନିବେଦନ କରିଛନ୍ତି ପରିବାର ଲୋକେ । ଘଟଣା ଦିନ ସନ୍ଧ୍ୟା ୭ରେ ଲିପ୍ସା ପରିବାର ଲୋକଙ୍କ ସହ କଥା ହୋଇଥିଲେ । ହେଲେ ରାତି ୯ଟାରେ ସେ ଗୁରୁତର ଥିବା ପରିବାର ଲୋକଙ୍କୁ ଫୋନ ଯୋଗେ ସୂଚନା ଦିଆଯାଇଥିଲା । ସବୁ କିଛି ଠିକ୍ ଥିବା ସତ୍ତ୍ୱେ ଝିଅ କ’ଣ ପାଇଁ ଏଭଳି ନିଷ୍ପତ୍ତି ନେଲା ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି ।

ଭିଜିଲାନ୍ସ ଜାଲରେ ତହସିଲଦାର, ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

କରଞ୍ଜିଆ: ଭିଜିଲାନ୍ସ ଜାଲରେ ତହସିଲଦାର। କରଞ୍ଜିଆ ରରୁଆଁ ତହସିଲଦାର ସତ୍ୟସୁନ୍ଦର ରାଉତ ଜମି ପଟ୍ଟା କରିବା ପାଇଁ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଜମି ପଟ୍ଟା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେବାକୁ ଚୁକ୍ତି କରିଥିଲେ । ଆଗରୁ ୨୫ ହଜାର ଟଙ୍କା ନେଇଥିବା ବେଳେ ଆଜି ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ତାଙ୍କୁ ରେଡ୍‌ ହ୍ୟାଣ୍ଡେଡ୍ ଧରିଛି । ଲାଞ୍ଚ କାରବାର ପାଇଁ ମଧ୍ୟସ୍ଥି ସାଜିଥିଲେ ଅମିନ କମଳ ପାତ୍ର । ଚକ୍ରଧର ମହାନ୍ତଙ୍କଠାରୁ ଜମି ପଟ୍ଟା କରିବା ପାଇଁ ଟଙ୍କା ନେଉଥିବାବେଳେ ଧରାପଡ଼ିଛନ୍ତି ତହସିଲଦାର ସତ୍ୟସୁନ୍ଦର ରାଉତ । ଏହାପରେ ଏକକାଳୀନ କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି ।

ଗୁଳିମାଡ଼ରେ ସିଞ୍ଜୋ ଆବେଙ୍କ ମୃତ୍ୟୁ

ଟୋକିଓ: ଆରପାରିରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ । ଗୁଳିମାଡ଼ରେ ମୃତ୍ୟୁବରଣ କରିଛନ୍ତି ସିଞ୍ଜୋ ଆବେ । ଓ୍ୱେଷ୍ଟର୍ଣ୍ଣ ଜାପାନର ନାରା ସହରରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ଆବେଙ୍କ ଉପରେ ଆକ୍ରମଣ ହୋଇଥିଲା । ଷ୍ଟେଜ ଉପରେ ଭାଷଣ ଦେଉଥିବାବେଳେ ପଛପଟୁ ଗୁଳିମାଡ଼ ହୋଇଥିଲା । ଛାତିରେ ଗୁଳି ବାଜିଥିବା ବେଳେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ପୋଲିସ ଗିରଫ କରିଛି । ଏହି ଆକ୍ରମଣରେ ଆବେଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିଲା ।

ସୂଚନା ଅନୁସାରେ ଜାପାନର ନାରା ସହରର ଏକ କାର୍ଯ୍ୟକ୍ରମରେ ସିଞ୍ଜୋ ଆବେ ଭାଷଣ ଦେଉଥିଲେ । ଏହି ସମୟରେ ହଠାତ୍ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା । ଜାପାନରେ ସର୍ବାଧିକ ସମୟ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ଆବେ । ସେ ୨୦୦୬ରୁ ୨୦୦୭ ଓ ୨୦୧୨ରୁ ୨୦୨୦ ଯାଏ ପ୍ରଧାନମନ୍ତ୍ରୀ ଥିଲେ । ତେବେ କେଉଁ କାରଣରୁ ତାଙ୍କ ଉପରକୁ ଗୁଳିମାଡ଼ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

 

ନବୀନ ନିବାସରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ନବୀନ ନିବାସରେ ପହଞ୍ଚିଲେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ସେଠାରେ ସେ ୨୦ ମିନିଟରୁ ଅଧିକ ସମୟ ରହିବାର କାର୍ଯ୍ୟକ୍ରମ ରହିଛି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟାହ୍ନ ଭୋଜନ କରିବେ ଦ୍ରୌପଦୀ ମୁର୍ମୁ । ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବା ପରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ଏବଂ ସେଠାରୁ ସେ ଅନ୍ୟ ରାଜ୍ୟକୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଭିକ୍ଷା କରିବାକୁ ଯିବେ ।

ସୂଚନା ଅନୁସାରେ ଆଜି ଦିନିକିଆ ଗସ୍ତରେ ଓଡ଼ିଶା ଆସିଛନ୍ତି NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଉଭୟ ବିଜେଡି ଓ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ ଦିଆଯାଇଥିଲା । ସେଠାରୁ ସେ ଅତିଥି ଭବନ ଯାଇଥିଲେ । ଅତିଥି ଭବନରୁ ବିଧାନସଭା ଆସିଥିଲେ ଦ୍ରୌପଦୀ । ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭବ୍ୟ ସ୍ୱାଗତ କରିବା ସହ ସମ୍ମଳନୀ କକ୍ଷଙ୍କୁ ପାଛୋଟି ନେଇଥିଲେ । ବିଧାନସଭାର ସମ୍ମିଳନୀ କକ୍ଷରେ ବିଜେଡି ସାଂସଦ ଓ ବିଧାୟକଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ ଦ୍ରୌପଦୀ । ବିଧାନସଭାରୁ ରାଜ୍ୟ ଅତିଥି ଭବନ ଯାଇ ବିଜେପି ସାଂସଦ ଓ ବିଧାୟକଙ୍କ ସହ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ।

 

ନବୀନ ମୋ ଭାଇ: ଦ୍ରୌପଦୀ

ଭୁବନେଶ୍ୱର: ଓଡ଼ିଶାରେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ ଦ୍ରୌପଦୀ ମୁର୍ମୁ । ଏହା ପରେ ସେ ଅତିଥି ଭବନ ଯାଇଥିଲେ ଓ ସେଠାରୁ ବିଧାନସଭା ଆସିଥିଲେ । ବିଧାନସଭାରେ ଭବ୍ୟ ସ୍ୱାଗତ କରି ସମ୍ମିଳନୀ କକ୍ଷକୁ ପାଛୋଟି ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାନସଭାର ସମ୍ମିଳନୀ କକ୍ଷରେ ବିଜେଡି ସାଂସଦ ଓ ବିଧାୟକଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲେ ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଭାଇ କହି ସମ୍ବୋଧନ କରିଥିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଏହା ସହ ସେ ଆହୁରି କହିଥିଲେ କି “ମୁଁ ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲି । ବିଦେଶରେ ଥାଇ ମୋ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ମୁଁ ଗାଁର ଝିଅ, ମନ୍ତ୍ରୀ ଥିବାବେଳେ ବହୁ କାମ କରିଛି । ଆହୁରି କାମ ବାକି ଅଛି, ଆପଣଙ୍କ ସହଯୋଗ ଦରକାର । ଆମ ଗାଁର ଅବସ୍ଥା ସୁଧୁରିବ ଓ ଓଡ଼ିଶା ସୁନ୍ଦର ଭାବରେ ବଢ଼ିବ” ବୋଲି କହିଥିଲେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଏହା ସହ ସମସ୍ତଙ୍କୁ ଧନ୍ୟବାଦ ଦେଲେ ଦ୍ରୌପଦୀ ମୁର୍ମୁ । ତେବେ ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଆ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ ।

ବିଧାନସଭାରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ, ସମ୍ମିଳନୀ କକ୍ଷକୁ ପାଛୋଟି ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ପହଞ୍ଚିଲେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିଧାନସଭାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିଥିଲେ । ବିଧାନସଭାର ସମ୍ମିଳନୀ କକ୍ଷକୁ ଦ୍ରୌପୀ ମୁର୍ମୁଙ୍କୁ ପାଛୋଟି ନେଲେ ମୁଖ୍ୟମନ୍ତ୍ରୀ, ବିଜେଡି ସାଂସଦ ଓ ବିଧାୟକ ।

ବିଧାନସଭାର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାୟକ, ସାଂସଦଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଛି  ବିଧାନସଭାର ସମ୍ମିଳନୀ କକ୍ଷରେ ବିଜେଡି ସାଂସଦ ଓ ବିଧାୟକଙ୍କ ସହ ପ୍ରାୟ ୩୦ ମିନିଟ ଧରି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ । ଏହା ପରେ ରାଜ୍ୟ ଅତିଥି ଭବନ ଯିବେ ଓ ସେଠାରେ ବିଜେପି ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କରିବେ । ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ।

ରାଜ୍ୟସଭା ସାଂସଦ ଭାବରେ ଶପଥ ନେଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ । ନବ ନିର୍ବାଚିତ ସାଂସଦ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ନିଜ ନିଜ ପରିବାର ସହିତ ୨ ସାଂସଦ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ । ସାଂସଦ ମାନସ ମଙ୍ଗରାଜ ନିଜ ପରିବାର ସହ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଛନ୍ତି । ମାନସ ମଙ୍ଗରାଜ ଓ ସୁଲତା ଦେଓ ଆଜି ଶପଥ ନେଉଥିବାବେଳେ, ପରବର୍ତ୍ତି ସମୟରେ ରାଜ୍ୟସଭା ସାଂସଦ ଭାବେ ଶପଥ ନେବେ ସସ୍ମିତ ପାତ୍ର । ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ । ପରେ ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇଥିଲେ । ବିରୋଧୀ କୌଣସି ପ୍ରାର୍ଥୀ ଦେଇନଥିବାରୁ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ ।

ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ବିମାନବନ୍ଦରରେ ଭବ୍ୟ ସ୍ୱାଗତ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ଦ୍ରୌପଦୀ । ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପାରମ୍ପରିକ ନୃତ୍ୟ ଗୀତରେ ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ କରାଯାଇଥିଲା । ବିମାନବନ୍ଦରରୁ ଉଭୟ ବିଜେଡି ଓ ବିଜେପି ନେତା ତାଙ୍କୁ ପାଛୋଟି ନେଇଥିଲେ । ବିମାନବନ୍ଦରରୁ ଶୋଭାଯାତ୍ରାରେ ଦ୍ରୌପଦୀଙ୍କୁ ଅତିଥି ଭବନ ନିଆଯାଇଛି । ଦେଶର ୧୬ ତମ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମାଟିରୁ ପୂର୍ଣ୍ଣ ସମର୍ଥନ ପାଇଁ ଆସିଛନ୍ତି ଦ୍ରୌପଦୀ ।

ଦ୍ରୌପଦୀଙ୍କୁ ଭୋଟ ଦେବା ପାଇଁ ବହୁ ଆଗରୁ ଅପିଲ କରି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅତିଥି ଭବନରେ ପହଞ୍ଚିବା ପରେ ସେଠାରୁ ବିଦାନସଭା ଯିବେ ଦ୍ରୌପଦୀ ମୁର୍ମୁ । ବିଧାନସଭାର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାୟକ, ସାଂସଦଙ୍କ ବୈଠକ ବସିବ । ଅନୁଷ୍ଠିତ ବୈଠକରେ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ବିଜେଡି ବିଧାୟକ ଓ ସାଂସଦଙ୍କୁ ଭେଟିବେ । ଆୟୋଜିତ ଏହି ବୈଠକରେ ଦଳ ଦ୍ରୌପଦୀଙ୍କୁ ସ୍ୱାଗତ କରିବେ ।