ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିଶନ ଶକ୍ତି ମା’, ସୁବିଧା-ଅସୁବିଧା ପଚାରି ବୁଝିଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଲେ ମିଶନ ଶକ୍ତି ସଦସ୍ୟା  ।  ବାଲେଶ୍ୱର, ମୟୂରଭଞ୍ଜ ଓ ଜଗତସିଂହପୁର ଜିଲ୍ଲାରୁ ଆସିଥିବା ମିଶନ ଶକ୍ତିର ମା’ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ  ।  ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଲେ  ।

ଜାତୀୟ ପତାକା ପ୍ରସ୍ତୁତିଠୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ମା’ମାନେ ଉଲ୍ଲେଖନୀୟ କାର୍ଯ୍ୟ ଜାରି ରଖିଥିବାରୁ ଖୁସି ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।  ବିଭିନ୍ନ ସମୟରେ ମିଶନ ଶକ୍ତିର ମାଆ ମାନଙ୍କ କାର୍ଯ୍ୟ ସମସ୍ତଙ୍କୁ ପ୍ରରଣା ଯୋଗାଇଛି  ।

ଦେଶ ସ୍ୱାଧନତାର ୭୫ ବର୍ଷ ପୂର୍ତ୍ତିରେ ମିଶନ ଶକ୍ତିର ମାଆ ମାନେ ଜାତୀୟ ପତାକା ପ୍ରସ୍ତୁତ କରି ପ୍ରତି ପଞ୍ଚାୟତରେ ପହଁଚାଇଥିଲେ  । ଘରେ ଘରେ ପ୍ରଦାନ କରିଥିଲେ  । ସେହିପରି କୋଭିଡ ସମୟରେ ମଧ୍ୟ ଗାଁ ଗଣ୍ଡାରେ ପହଁଚି ଜନ ସାଧାରଣଙ୍କୁ ମାସ୍କ ପ୍ରଦାନ କରିଥିଲେ  ।