spot_img
Home Blog Page 4024

ମଙ୍କିପକ୍ସକୁ ଅନ୍ତର୍ଜାତୀୟ ଜରୁରୀକାଳୀନ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କଲା WHO

ନୂଆଦିଲ୍ଲୀ: ମଙ୍କିପକ୍ସ ମାମଲା ବିଶ୍ୱରେ ଧୀରେ ଧୀରେ ବଢିବାରେ ଲାଗିଛି । ଏହାକୁ ଗୁରୁତର ସହ ନେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) । ସଂକ୍ରମଣକୁ ଦୃଷ୍ଟିରେ ରଖି ମଙ୍କିପକ୍ସକୁ ଅନ୍ତର୍ଜାତୀୟ ଜରୁରୀକାଳୀନ ସ୍ୱାସ୍ଥ୍ଯ ସଙ୍କଟ ଘୋଷଣା କରିଛି ଡବ୍ଲୁଏଚଓ । ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ଡବ୍ଲୁଏଚଓର ନିର୍ଦ୍ଦେଶକ ଡା. ଟେଡ୍ରସ ଏହି ଘୋଷଣା କରିଛନ୍ତି ।

ଗୁରୁବାର ମଙ୍କିପକ୍ସ ବିଶେଷଜ୍ଞ ଏକ ଜରୁରୀ ବୈଠକରେ ମଙ୍କିପକ୍ସ ସଂକ୍ରମଣକୁ ଏକ କ୍ୟାଟେଗୋରୀ କରିବା ପାଇଁ ଡବ୍ଲୁଏଚଓକୁ ପରାମର୍ଶ ଦେଇଥିଲେ । ସୂଚନାଥାଉକି ବର୍ତ୍ତମାନ ୮୦ ଦେଶରେ ମଙ୍କିପକ୍ସ ସଂକ୍ରମଣ ବ୍ୟାପିଯାଇଛି । ଭାରତରେ ମଧ୍ୟ ତିନୋଟି କେସ୍ ସାମ୍ନାକୁ ଆସିସାରିଛି । କରୋନା ଭଳି ଏହା ମହାମାରୀର ରୂପ ନେବା ପୂର୍ବରୁ ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ଏହି ଘୋଷଣା କରିଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ।

ପୂର୍ବରୁ ଦୁଇଟି ମାମଲା ଭାରତରେ ଚିହ୍ନଟ ପରେ କେନ୍ଦ୍ର ସରକାର ଅନ୍ତର୍ଜତୀୟ ବିମାନବନ୍ଦରରେ ସବୁ ବିଦେଶ ଫେରନ୍ତାଙ୍କ ସ୍କ୍ରିନିଂ କରିବାର କଡା ନିର୍ଦ୍ଦେଶ ଦେଇଥିଲେ । ଏବେ ବିଦେଶ ଫେରନ୍ତାଙ୍କ ସ୍କ୍ରିନିଂ ପରେ ଘରକୁ ଛଡାଯାଉଛି । ଯାହାଙ୍କଠାରେ ସଂକ୍ରମଣ ଦେଖାଯାଉଛି ସେମାନଙ୍କୁ ମେଡିକାଲ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା କରାଯାଇଛି । ଭାରତରେ ତିନୋଟି ଯାକ ମାମଲା କେରଳରୁ ହିଁ ସାମ୍ନାକୁ ଆସିଥିଲା ।

୪ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ, ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ

ଭୁବନେଶ୍ୱର: ଆଜିଠୁ ୪ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୨୫ ତାରିଖରେ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପରେ ବିଜେଡି ତାଙ୍କୁ ସହଯୋଗ କରିବ ବୋଲି ଘୋଷଣା କରିଥିଲେ ନବୀନ ।

ନିର୍ବାଚନରେ ଯେପରି ଓଡ଼ିଶାରୁ କୌଣସି ଭୋଟ୍ ନାକଚ ନହୁଏ ସେଥିପ୍ରତି ସେ ଧ୍ୟାନ ଦେଇଥିଲେ । ଦଳମତ ନିର୍ବିଶେଷରେ ସବୁ ଦଳ ଓଡ଼ିଆ ଝିଅଙ୍କୁ ଭୋଟ୍ ଦେବାକୁ ଆହ୍ୱାନ କରିଥିଲେ ନବୀନ ପଟ୍ଟନାୟକ । ଦିଲ୍ଲୀ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରିବେ । ୨୬ ତାରିଖରେ ଭୁବନେଶ୍ବର ଫେରିବେ ମୁଖ୍ୟମନ୍ତ୍ରୀ ।

ରାଷ୍ଟ୍ରପତି କୋବିନ୍ଦଙ୍କୁ ବିଦାୟୀକାଳିନ ସମ୍ବର୍ଦ୍ଧନା: ଦଳଗତ ମନୋବୃତ୍ତିରୁ ଉର୍ଦ୍ଧ୍ୱକୁ ଯାଇ ସବୁ ଦଳ କାମ କରିବା ଦରକାର

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ରବିବାର ମଧ୍ୟରାତ୍ରୀରେ ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଏଥିପାଇଁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବିଦାୟୀ ସମ୍ବର୍ଧନା ଦିଆଯାଇଛି । ସଂସଦର ସେଣ୍ଟ୍ରାଲ ହଲରେ ପ୍ରଧାନମନ୍ତ୍ରୀଙ୍କ ସହ ସବୁ ସାଂସଦ ମାନେ ଉପସ୍ଥିତ ରହି ରାମନାଥ କୋବିନ୍ଦଙ୍କୁ ବିଦାୟୀ କାଳିନ ସମ୍ବର୍ଧନା ଦେଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିଭାଷଣ ଦେଇଥିଲେ । ଦଳଗତ ମନୋବୃତ୍ତିରୁ ଉପରକୁ ଉଠି ସବୁ ଦଳ କାମ କରିବା ଦରକାର ବୋଲି ରାମନାଥ କହିଛନ୍ତି । ସବୁ ସାଂସଦଙ୍କ ପ୍ରତି ତାଙ୍କର ସ୍ବତନ୍ତ୍ର ସମ୍ମାନ ରହିଛି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଦାୟ ସମାରୋହକୁ ସମ୍ବୋଧିତ କରି କହିଛନ୍ତି, ଆଜି ସମସ୍ତଙ୍କଠାରୁ ବିଦାୟ ନେଉଛି । ସମ୍ପୂର୍ଣ୍ଣ କ୍ଷମତା ସହକାରେ କର୍ତ୍ତବ୍ୟର ନିର୍ବାହ କରିଛି । ଦେଶର ସେବା କରିବାକୁ ମୋତେ ଯେଉଁ ସୁଯୋଗ ମିଳିଥିଲା, ସେଥିପାଇଁ ଦେଶବାସୀଙ୍କ ପାଖରେ ସବୁବେଳେ କୃତଜ୍ଞ ରହିବି । ସଂସଦ ହେଉଛି ଗଣତନ୍ତ୍ରର ମନ୍ଦିର । ଆଜି ଦେଶ ବିକାଶ ଦିଗରେ ଅଗ୍ରସର ହେଉଛି, ବିରୋଧୀ ଦଳଗୁଡିକୁ ମଧ୍ୟ ଜାତିଗତ ଏବଂ ପରିବାରବାଦ ରାଜନୀତିରୁ ଉର୍ଦ୍ଧ୍ୱକୁ ଯିବାର ଆବଶ୍ୟକତା ରହିଛି ।

ଯଦି ଆପଣ ସରକାରଙ୍କ କୌଣସି ନୀତିକୁ ନେଇ  ଅସହମତି ଅଛନ୍ତି ତେବେ ସମ୍ବିଧାନରେ ଆପଣଙ୍କୁ ବିରୋଧ ପ୍ରକଟ କରିବାର ଅଧିକାର ରହିଛି । ମହାତ୍ମା ଗାନ୍ଧୀ ବିରୋଧ ପ୍ରଦର୍ଶନ କରିବା ପାଇଁ ଦେଶକୁ ଅହିଁସାର ରାସ୍ତା ଦେଖାଇଥିଲେ । ଆମେ ତାଙ୍କ ବିଚାର ଏବଂ ଶିକ୍ଷାକୁ ମନେ ରଖିବାର ଆବଶ୍ୟକ ରହିଛି ।ସାରା ବିଶ୍ୱ ବର୍ତ୍ତମାନ କରୋନା ମହାମାରୀ ସହ ଜୁଝୁଛି ।

ଆମେ ସମସ୍ତଙ୍କୁ ମହାମାରୀ ଏକ ଶିକ୍ଷା ଦେଇଛି । ଆମେ ଭୁଲିଯାଇଛି ଯେ ସମସ୍ତେ ଆମେ ପ୍ରକୃତିର ଅଂଶବିଶେଷ ବୋଲି । ଏଥିସହିତ ସେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଲୋକସଭା ଅଧ୍ୟକ୍ଷ ଓମ ବିରଲା ଏବଂ ସଂସଦର ଦୁଇ ଗୃହର ସାଂସଦମାନେ ମଧ୍ୟ ସାମିଲ ରହିଥିଲେ ।

 

ସୋନିଆ-ରାହୁଲଙ୍କ ନିର୍ଦ୍ଦେଶରେ ଝିଅର ଚରିତ୍ର ସଂହାର କରୁଛନ୍ତି କଂଗ୍ରେସ ନେତା: ସ୍ମୃତି ଇରାନୀ

ନୂଆଦିଲ୍ଲୀ: ଝିଅଙ୍କ ନାଁରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରି କଂଗ୍ରେସ ଉପରେ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । କଂଗ୍ରେସ ପ୍ରବକ୍ତା ପୱନ ଖେଡାଙ୍କ ଅଭିଯୋଗ ଉପରେ ଜବାବ ଦେଇଛନ୍ତି ସ୍ମୃତି । ଶ୍ରୀମତି ଇରାନୀ କହିଛନ୍ତି, ମୋ ଝିଅ କଲେଜରେ ପଢୁଛି ଏବଂ ସେ କୌଣସି ବାର୍ ଚଲାଉନାହିଁ । ପ୍ରେସ୍ କନଫରେନ୍ସ କରି ଇରାନୀ କହିଛନ୍ତି, ୧୮ ବର୍ଷୀୟା ମୋ ଝିଅ ଯିଏ କି ରାଜନୀତିରେ ନାହିଁ, କଲେଜରେ ପଢୁଛି, କଂଗ୍ରେସ ନେତାମାନେ ତାର ଚରିତ୍ର ସଂହାର କରିବାକୁ ଉଦ୍ୟମ କରୁଛନ୍ତି ।

ଏବେ ମୁଁ କୋର୍ଟ ଯିବି ଏବଂ ଜଣ ଜଣଙ୍କଠାରୁ ଜବାବ ମାଗିବି । ସେ ଆଗକୁ କହିଛନ୍ତି ପୱନ ଖେଡା ଏବଂ ଜୟରାମ ରମେଶ ମୋ ଝିଅର ନାଁ ନେଇଛନ୍ତି । ମୋର ପ୍ରଶ୍ନ ଆରଟିଆଇର ଜବାବରେ ମୋ ଝିଅର ନାଁ କେଉଁଠି ଅଛି ଦେଖାନ୍ତୁ । ଏସବୁ ଗାନ୍ଧୀ ପରିବାରର ନିର୍ଦ୍ଦେଶରେ ହେଉଛି । ୫ହଜାର କୋଟି ଟଙ୍କାର ଲୁଟ ପାଇଁ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଉପରେ ମୁଁ ପ୍ରଶ୍ନ ଉଠାଇ ଆସିଛି ଏହି କାରଣରୁ ଏସବୁ ତାଙ୍କ ନିର୍ଦ୍ଦେଶକ୍ରମେ ହେଉଛି । ମୁଁ ଚ୍ୟାଲେଞ୍ଜ କରୁଛି ରାହୁଲ ଗାନ୍ଧୀ ଆମେଠିରେ ପୁଣିଥରେ ୨୦୨୪ରେ ଲୋକସଭା ନିର୍ବାଚନ ଲଢନ୍ତୁ ।

ବିଜେପି କାର୍ଯ୍ୟକର୍ତ୍ତା ହିସାବରେ ତାଙ୍କୁ ପୁଣିଥରେ ଧୁଳି ଚଟାଇବାର ସାହସ ରଖିଛି । ସୂଚନାଥାଉକି, କଂଗ୍ରେସର ବରିଷ୍ଠ ନେତା ପୱନ ଖେଡା ପ୍ରେସ କନଫରେନ୍ସ କରି ସ୍ମୃତି ଇରାନୀଙ୍କ ଝିଅଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ସେ କହିଥିଲେ ଇରାନୀଙ୍କ ଝିଅ ମିଛ କାଗଜପତ୍ର ଆଧାରରେ ଗୋଆରେ ରେଷ୍ଟୁରାଣ୍ଟର ଲାଇସେନ୍ସ ନେଇଛନ୍ତି । ସେହିପରି ବରିଷ୍ଠ ନେତା ଜୟକାମ ରମେଶ ଏକ ଆରଟିଆଇ ତଥ୍ୟର ଉଲ୍ଲେଖ କରି ଇରାନୀ ପରିବାର ଉପରେ ଦୁର୍ନୀତିରେ ଲିପ୍ତ ଥିବାର ଅଭିଯୋଗ କରିଥିଲେ  ।

‘ଭାବି ଜୀ ଘର ପର ହେ’ ର ମଲଖାନଙ୍କ ପରଲୋକ, କ୍ରିକେଟ ଖେଳିବା ସମୟରେ ମୃତ୍ୟୁ

ନୂଆଦିଲ୍ଲୀ: ଲୋକପ୍ରିୟ ଟିଭି ସିରିଏଲ ଭାବି ଜୀ ଘର ପର ହେ’ର ମଲଖାନ ସିଂହ (ଅଭିନୟର ନାଁ)ଙ୍କ ପରଲୋକ ଘଟିଛି । ମଲଖାନ ସିଂହଙ୍କ ବାସ୍ତବ ନାଁ ହେଉଛି ଦୀପେଶ ଭାନ । ଆଜି ମୁମ୍ବାଇରେ ତାଙ୍କର ନିଧନ ହୋଇଯାଇଛି । ଦୀପେଶ ଶନିବାର ସକାଳେ କ୍ରିକେଟ ଖେଳିବା ସମୟରେ ହଠାତ ତଳେ ପଡିଯାଇଥିଲେ, ତାଙ୍କ ନାକରୁ ରକ୍ତ ବାହାରିଥିଲା । ନିକଟରେ ଉପସ୍ଥିତ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନେଇଯାଇଥିଲେ ।

କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ସେ ଶୋ’ର ସୁଟିଂ ମଧ୍ୟ କରିଥିଲେ । ଦୀପେଶ ଫିଟନେସକୁ ନେଇ ବହୁତ ସଚେତନ ଥିଲେ ଏବଂ ଶନିବାର ସକାଳେ ସେ ଜିମରୁ ଆସିବା ପରେ କ୍ରିକେଟ୍ ଖେଳିବା ପାଇଁ ଯାଇଥିଲେ । ହେଲେ ହଠାତ୍ ସେଠାରେ ସେ ତଳେ ପଡିଯାଇଥିଲେ । ହସ୍ପିଟାଲ ନେବା ପରେ ତାଙ୍କ ମୃତ୍ୟୁ ହୋଇଯାଇଛି ।

ତାଙ୍କ ମୃତ୍ୟୁରେ ଫ୍ୟାନ୍ସମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଟିଭି ଇଣ୍ଡଷ୍ଟ୍ରିରେ ମଧ୍ୟ ତାଙ୍କ ଆତ୍ମାର ସଦଗଦି କାମନା କରାଯାଇଛି । ପ୍ରକାଶଥାଉକି ‘ଭାବି ଜି ଘର ପର ହେ ଶୋ’ ପୂର୍ବରୁ ଦୀପେଶ ‘କମେଡି କା କିଙ୍ଗ କୌନ’, କମେଡି କ୍ଲବ, ଭୂତବାଲା, ଏଫଆଇଆର, ବିନ୍ଦାସ ଟିଭିର ଚ୍ୟାମ୍ପ ଏବଂ ସୁନ ୟାର ଚିଲ ମାର’ ଭଳି ଶୋ’ରେ ସେ କାମ କରିଥିଲେ ।

ଗଣମାଧ୍ୟମ ଉପରେ ବର୍ଷିଲେ ପ୍ରଧାନ ବିଚାରପତି: ପ୍ରସଙ୍ଗ ଉପରେ ତଥ୍ୟବିହୀନ ତର୍କ ଗଣତନ୍ତ୍ରକୁ ଦୁର୍ବଳ କରୁଛି

ନୂଆଦିଲ୍ଲୀ: ପ୍ରଧାନ ବିଚରପତି ଏନଭି ରମନା ଗଣମାଧ୍ୟମ ଉପରେ ଶନିବାର ବର୍ଷିଛନ୍ତି  । ଅପରାଧିକ ମାମଲାର ମିଡିଆ ଟ୍ରାଏଲ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଗଣମାଧ୍ୟମ କଙ୍ଗାରୁ କୋର୍ଟ ଚଲାଉଛି । ଏପରି ସ୍ଥିତିରେ ଅଭିଜ୍ଞସମ୍ପନ୍ନ ବିଚାରପତିମାନଙ୍କୁ ମଧ୍ୟ ନିଷ୍ପତ୍ତି ନେବାରେ ସମସ୍ୟା ହେଉଛି । ସେ ଆଗକୁ କହିଛନ୍ତି ପ୍ରିଣ୍ଟ ମିଡିଆ ପାଖରେ ଏବେବି ଦାୟିତ୍ୱବୋଧ ଓ ମୂଲ୍ୟବୋଧ ଅଛି ହେଲେ ଇଲେକ୍ଟ୍ରୋନିକ୍ ମିଡିଆର କୌଣସି ଦାୟିତ୍ୱ ଦେଖାଯାଉନାହିଁ ।

ଆଜିର ଦିନରେ ପ୍ରତି ମାମଲାକୁ ନେଇ ମିଡିଆ ଟ୍ରାଏଲ ଆରମ୍ଭ ହୋଇଯାଉଛି । ଅନେକଥର ଅଭିଜ୍ଞ ବିଚାରପତି ଫୈସଲା ଶୁଣାଇବାରେ ସଙ୍କୋଚ ହେଉଛନ୍ତି । ନ୍ୟାୟ ଦେବା ସହ ସମ୍ବନ୍ଧିତ ପ୍ରସଙ୍ଗ ଉପରେ ଭୁଲ ସୂଚନା ଏବଂ ଉଦ୍ଦେଶ୍ୟମୂଳକ ଡିବେଟ ଗଣତନ୍ତ୍ରର ସ୍ୱାସ୍ଥ୍ୟ ପାଇଁ ହାନିକାରକ ପ୍ରମାଣିତ ହେଉଛି । ନଜ ଦାୟିତ୍ୱରୁ ହଟି ଆଗକୁ ଯାଇ ଆପଣମାନେ ଆମ ଗଣତନ୍ତ୍ରକୁ ଦୁଇ ପାଦେ ପଛକୁ ଠେଲି ଦେଉଛନ୍ତି ।

ପ୍ରଧାନବିଚାରପତି ଆଗକୁ କହିଥିଲେ ଆଜିର ଦିନରେ ବିଚାରପତିଙ୍କ ଉପରେ ଆକ୍ରମଣ ବଢୁଛି । ପୋଲିସ ଏବଂ ରାଜନେତାଙ୍କୁ ଅବସର ପରେ ମଧ୍ୟ ସୁରକ୍ଷା ଦିଆଯଆଉଛି, ସେହିଭଳି ବିଚାରପତିମାନଙ୍କୁ ମଧ୍ୟ ସୁରକ୍ଷା ଦିଆଯିବା ଆବଶ୍ୟକ । ପ୍ରଧାନ ବିଚାରପତି ଏନଭି ରମନା ଶନିବାର ଝାଡଖଣ୍ଡ ଗସ୍ତରେ ଯାଇଥିଲେ । ସବ-ଡଭିଜିନାଲ କୋର୍ଟର ଉଦଘାଟନୀ ସମାରୋହରେ ସେ ଏହି କଥା କହିଛନ୍ତି ।

ଆଦିବାସୀଙ୍କ ପାଖରେ ନାହିଁ ଜାତିଗତ ପ୍ରମାଣପତ୍ର, ଗୃହରେ ଉଦବେଗ

ଭୁବନେଶ୍ବର: ଜାତିଗତ ପ୍ରମାଣପତ୍ରକୁ ନେଇ ଗୃହରେ ଉଦବେଗ। ଆଜି ପ୍ରଶ୍ନକାଳରେ ଜାତିଗତ ପ୍ରମାଣପତ୍ର ତାଲିକାରେ ବହୁ ଆଦିମ ଆଦିବାସୀ ବାଦ ପଡ଼ିଥିବା ବେଳେ ଅନେକ ଜନଜାତି ବର୍ଗକୁ ତାଲିକାରେ ସଂପୃକ୍ତି କରାଯାଇନଥିବା ଅଭିଯୋଗ ହୋଇଛି। ମୂଳ ପ୍ରଶ୍ନାକର୍ତ୍ତା  ଭାସ୍କର ମଡ଼େଇ ଓ ଅନ୍ୟାନ୍ୟ ସଦସ୍ୟଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖି ବିଭାଗୀୟ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଗତ ୨୦୧୭ ମସିହା ଠାରୁ ସ୍କୁଲ ସ୍ତରରେ ଛାତ୍ରଛାତ୍ରୀଙ୍କୁ ଜାତିଗତ ପ୍ରମାଣପତ୍ର ଦେବାକୁ ରାଜ୍ୟସରକାର ନିର୍ଦ୍ଦେଶ ଦେଇଛନ୍ତି।

ଅନେକ ସ୍ଥାନରେ ଆଦିମ ଆଦିବାସୀ ଓ ଆଦିବାସୀ ବର୍ଗଙ୍କୁ ତାଲିକାରେ ସାମିଲ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯାଇଛି। ୧୬୯ ଜାତି ତାଲିକାକୁ ମଞ୍ଜୁରୀ ପାଇଁ କେନ୍ଦ୍ରକୁ ପଠାଯାଇଥିବା ବେଳେ କେନ୍ଦ୍ର ସରକାର ୧୧ ଟି ବର୍ଗକୁ ଅନୁସୂଚିତ ଜାତିରେ ଅନ୍ତର୍ଭୁକ୍ତ କରିଥିବା ବେଳେ ୨୦ ବର୍ଗର ପ୍ରସ୍ତାବକୁ କେନ୍ଦ୍ର ସରକାର ନାକଚ କରିଛନ୍ତି।

ଏହି ପ୍ରସଙ୍ଗରେ  ରାଜ୍ୟ ସରକାରଙ୍କ ପକ୍ଷରୁ ନିୟମିତ ବ୍ୟବଧାନରେ କେନ୍ଦ୍ରକୁ ଅନୁରୋଧ କରାଯାଉଛି। ତାଲିକାରୁ ବାଦ ପଡ଼ିଥିବା ବର୍ଗଙ୍କୁ ଅନୁସୂଚିତ ଜାତିର ସାମିଲ କରିବାକୁ ୨୦୨୧ ମସିହା ଫେବୃଆରୀ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।

ବର୍ତ୍ତମାନ ସୁଦ୍ଧା ଏହା କେନ୍ଦ୍ର ସରକାରଙ୍କ ନିକଟରେ ଗଡୁଛି। ତେବେ ବର୍ତ୍ତମାନ ନବନିର୍ବାଚିତ ରାଷ୍ଟ୍ରପତି ଓଡ଼ିଆ ଓ ଆଦିବାସୀ ବର୍ଗର ହୋଇଥିବାରୁ ଏ ଦିଗରେ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି।

ମାଉସୀଙ୍କ ଚାଞ୍ଚଲ୍ୟକର ବୟାନ, ଜନ୍ମଦିନ ପାଳିବାକୁ ଯାଉଥିଲେ ପୋର୍ଟବ୍ଲେୟାର

ଭୁବନେଶ୍ୱର: ପ୍ରକୃତିଙ୍କୁ ଦୁର୍ବ୍ୟବହାର ଘଟଣାରେ ମୁହଁ ଖୋଲିଲେ ତୃପ୍ତିଙ୍କ ମାଉସୀ  । କହିଲେ ଏକ ବର୍ଷ ଧରି ଘରକୁ ଆସୁନାହାନ୍ତି ବାବୁସାନ୍‌ । ଆସନ୍ତା ଜୁଲାଇ ୩୦ରେ ବାବୁସାନ୍‌ଙ୍କ ଜନ୍ମଦିନ ପାଳିବାକୁ ପ୍ରକୃତିଙ୍କୁ ନେଇ ଯାଉଥିଲେ ପୋର୍ଟବ୍ଲେୟାର  । ଏଭଳି କିଛି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ମାଉସୀ । ସେ କହିଛନ୍ତି ବାବୁସାନ୍‌ ଓ ପ୍ରକୃତିଙ୍କ ସମ୍ପର୍କ ନେଇ ଉଭୟ ପରିବାର ଜାଣିଛନ୍ତି  ।

ଏପରିକି ପ୍ରକୃତିଙ୍କୁ ବୁଝାଇବା ପାଇଁ କିଛି ଦିନ ପୂର୍ବେ ତୃପ୍ତିଙ୍କ ପରିବାର ମନ୍ମଥ ମିଶ୍ରଙ୍କ ପରିବାରକୁ ଭେଟିଥିଲେ  । ହେଲେ ସେ ଉଭୟ ବାବୁସାନ୍‌ ଓ ପ୍ରକୃତିଙ୍କ ନାଁରେ ଥାନାରେ ଅଭିଯୋଗ କରିବା ପାଇଁ ତୃପ୍ତିଙ୍କୁ ପରାମର୍ଶ ଦେଇଥିଲେ  । ଆହୁରି ମଧ୍ୟ ବାବୁସାନ ଘରକୁ ଏକ ବର୍ଷ ଧରି ଆସୁ ନଥିବା ସହ ସ୍ତ୍ରୀ ଓ ଛୁଆକୁ ପଚାରୁ ନଥିବା ଅଭିଯୋଗ କରିଛନ୍ତି ମାଉସୀ ।

ରାଜଧାନୀର ସତ୍ୟନଗରରେ ଉଭୟ ଏକ ଭଡାଘରେ ରହୁଥିବା ସେ ଅଭିଯୋଗ କରିଛନ୍ତି। ଆଜି ସକାଳୁ ପୋର୍ଟବ୍ଲେୟାର ଯିବା ପାଇଁ ବିମାନବନ୍ଦର ଯିବା ସମୟରେ ତୃପ୍ତି ଖବର ପାଇ ପହଞ୍ଚି ରାସ୍ତାରେ ତୁମୁଳୁକାଣ୍ଡ ଘଟାଇଥିଲେ ।

ସେପଟେ ବାବୁସାନ୍‌ ସବୁବେଳେ ନିଶାସକ୍ତ ରହୁଥିବାରୁ ଗତ ଦୁଇ ବର୍ଷ ଧରି ପରିବାରରେ ତିକ୍ତତା ଲାଗି ରହିଥିଲା । କିନ୍ତୁ ପ୍ରେମ ବିବାହ କରିଥିବାରୁ ଏହି ଘଟଣାର ନିଜେ ସମାଧାନ କରିବାକୁ ତୃପ୍ତି ନିଷ୍ପତ୍ତି ନେଇଥିବା କହିଥିଲେ ତାଙ୍କ ମାଉସୀ  । ମାତ୍ର ଘଟଣାର କୌଣସି ସମାଧାନ ନ ହେବାରୁ ଆଜି ତୃପ୍ତି ଏଭଳି କରିଥିବା କହିଛନ୍ତି ମାଉସୀ  ।

 

କମିଶନରଙ୍କ ସହ କଥା ହେଲେ ପ୍ରକୃତି, ପରିବାର ଦେଲେ ଏତଲା

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ଓଲିଉଡ ସେଲିବ୍ରିଟିଙ୍କ ହାଇଡ୍ରାମା ପରେ ଥାନାର ଦ୍ବାରସ୍ଥ ହେଲେ ପ୍ରକୃତିଙ୍କ ପରିବାର  । ଝିଅର ମାନହାନି ହୋଇଥିବା ନେଇ ଥାନାରେ ଏତଲା ଦେଲେ ମନ୍ମଥ ମିଶ୍ର  । ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନରଙ୍କ ସହ କଥା ହୋଇଛନ୍ତି ପ୍ରକୃତି ।

ସେପଟେ ବାବୁସାନଙ୍କ ପତ୍ନୀ ମାନସିକ ରୋଗରେ ପୀଡିତ ଥିବା କହିଛନ୍ତି ପ୍ରକୃତିଙ୍କ ବାପା ତଥା କଣ୍ଠଶିଳ୍ପୀ ମନ୍ମଥ ମିଶ୍ର । ଆଜି ସକାଳୁ ଖୁଲମଖୁଲା ବିଚ୍‌ ରାସ୍ତାରେ ପ୍ରକୃତିଙ୍କୁ ଦୁର୍ବ୍ୟବହାର କରିଥିଲେ ତୃପ୍ତି  ।

ସର୍ବସମ୍ମୁଖରେ ତାଙ୍କ ଚୁଟି ଟାଣି ଗାଡିରୁ ଘୋଷାଡି ଆଣିବା ସହ ଠେଲାପେଲା କରିଥିଲେ ତୃପ୍ତି । ଯାହା ବିରୋଧରେ ଅଭିଯୋଗ କରିଛନ୍ତି ପ୍ରକୃତି । ଜାଣିଶୁଣି ତୃପ୍ତି ଓ ତାଙ୍କ ବାପା ଶାରିରୀକ ଓ ମାନସିକ ନିର୍ଯାତନା ଦେଇଛନ୍ତି  । ଲୋକ ଲଗାଇ ହଇରାଣ କରିଥିବା ସେ ଅଭିଯୋଗ କରିଛନ୍ତି  । ଏହି ଘଟଣାରେ ମୁହଁ ଖୋଲିଛନ୍ତି ପ୍ରତ୍ୟକ୍ଷଦର୍ଶୀ ସାଜିଥିବା ଖୋଦ୍‌ ବାବୁସାନ୍‌  ।

ଆଗାମୀ ଫିଲ୍ମ ପ୍ରେମମ୍‌ର ପ୍ରମୋସନ ପାଇଁ ଆଜି ସକାଳୁ ସେ ପ୍ରକୃତିଙ୍କ ସହ ଚେନ୍ନାଇ ଯିବାର ଥିଲା  । ସେଥିପାଇଁ ପ୍ରକୃତିଙ୍କୁ ନେଇ ବିମାନ ବନ୍ଦର ଅଭିମୁଖେ ଯାଉଥିଲେ ବାବୁସାନ୍‌  । ହେଲେ ହଠାତ୍ ସ୍ତ୍ରୀ ସେଠାରେ ପହଞ୍ଚି ଅଚାନକ ହାଇଡ୍ରାମା କରିଥିବା କହିଛନ୍ତି ବାବୁସାନ୍‌  ।

ପ୍ରକୃତିଙ୍କୁ ବିଚ୍‌ରାସ୍ତାରେ ଦୁର୍ବ୍ୟବହାର କଲେ ବାବୁସାନ୍‌ଙ୍କ ପତ୍ନୀ, ଦର୍ଶକ ସାଜିଲେ ଫ୍ୟାନ୍ସ

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ଓଲିଉଡ ସେଲିବ୍ରିଟିଙ୍କ ହାଇଡ୍ରାମା । ଲୋକପ୍ରିୟ ଅଭିନେତା ବାବୁସାନଙ୍କ ପାରିବାରିକ ବିବାଦ ବିଚ୍‌ ରାସ୍ତାରେ ଦେଖିବାକୁ ମିଳିଛି  । ବାବୁସାନ ଓ ଅଭିନେତ୍ରୀ ପ୍ରକୃତିଙ୍କୁ ନେଇ ପତ୍ନୀ ତୃପ୍ତିଙ୍କ ହାଇଡ୍ରାମା । ଆଜି ସକାଳୁ ରାଜଧାନୀର ଏକ ଗଳିରେ ହଠାତ୍‌ ପତି ବାବୁସାନଙ୍କ କାର ଅଟକାଇ ଥିଲେ ତୃପ୍ତି । ବାବୁସାନଙ୍କ ସାର୍ଟ କଲର୍‌ ଧରି ଗାଡ଼ିରୁ ଘୋଷାଡି ଓହ୍ଲାଇବାକୁ କହିଥିଲେ ପତ୍ନୀ ତୃପ୍ତି ।

କେବଳ ଏତିକି ନୁହେଁ ତାଙ୍କ ସାଙ୍ଗରେ ଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ବି ଦେଖି ଉତକ୍ଷିପ୍ତ ହୋଇ ଉଠିଥିଲେ ତୃପ୍ତି । ପ୍ରକୃତିଙ୍କୁ ବି ସେ ଛାଡି ନଥିଲେ । ତାଙ୍କ ଚୁଟି ଟାଣି ଗାଡିରୁ ଘୋଷାଡି ଆଣିଥିଲେ ପତ୍ନୀ ତୃପ୍ତି । ପ୍ରକୃତି ଯେତେ ବି ନେହୁରା ହୋଇଥିଲେ ତାଙ୍କୁ ଅସଦାଚରଣ କରି ଚାଲିଥିଲେ ତୃପ୍ତି  । ବିଚ୍‌ ରାସ୍ତାରେ ଗୋଡାଇ ଗୋଡାଇ ସେ ପ୍ରକୃତିଙ୍କୁ ଦୁର୍ବ୍ୟବହାର କରିଚାଲିଥିଲେ ।

କୌଶଳକ୍ରମେ ତୃପ୍ତିଙ୍କ କବଳରୁ ବର୍ତ୍ତିବା ପାଇଁ ପ୍ରକୃତି ଗାଡିରୁ ଖସି ଯାଇ ଦୌଡି ପଳାଇଥିଲେ । ତଥାପି ପ୍ରକୃତିଙ୍କୁ ଗୋଡାଇ ଥିଲେ ତୃପ୍ତି । ରାଜଧାନୀ ରାଜରାସ୍ତାରେ ଦେଖିବାକୁ ମିଳିଛି ଏଭଳି ଏକ ହାଇଡ୍ରାମା ।

ଆଶ୍ଚର୍ଯ୍ୟର କଥା ଯେ ଏପରି ହାଇଡ୍ରାମାର ମଜା ଉଠାଇଥିଲେ ରାଜଧାନୀବାସୀ  । ସେଲଫି ନେବା ସହ ଭିଡିଓ ସୁଟିଂ କରିଥିଲେ ବି ଏପରି ଘଟଣାକୁ ଅଟକାଇ ନଥିଲେ ।  ଝଗଡାର କାରଣ ଜଣାପଡିନଥିଲେ ବି ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।